ମୁମ୍ବାଇ: ଜଣେ ୟୁଟ୍ୟୁବରଙ୍କ ନାଁରେ ୫ ଶହ କୋଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରିଛନ୍ତି ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ନେଇ ବିହାରର ୟୁଟ୍ୟୁବର ରସିଦ୍ ସିଦ୍ଦିକିଙ୍କ ନିକଟକୁ ଏହି ନୋଟିସ୍ ପଠାଇଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ବିରୋଧରେ ମିଛ କହିବା, ତାଙ୍କ ଛବିକୁ ମଳିନ କରିବା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି। ରସିଦ୍ ଜଣେ ସିଭିଲ୍ ଇଞ୍ଜିନିୟର […]
ଜେରୁଜେଲମ: ବାର୍ଦ୍ଧକ୍ୟରେ ଫେରି ଆସିବ ଯୌବନ। ସମୟ ସ୍ରୋତରେ ହଜିଯିବ ବୟସର ପାଦଚିହ୍ନ। ଏଠି ଖାଲି ହସିବ ଯୌବନ ଆଉ ଯୌବନ..। ଏମିତି କରି ଦେଖାଇ ପାରିବେ ବୋଲି ଦାବି କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ଆମ ଶରୀରରେ ଗୋଟିଏ ସେଲ ଯେତେବେଳେ ବାରମ୍ବାର ତିଆରି ହେଉଛି, ସେତେବେଳେ ଯୌବନର ଚମକ କମି କମି ଯାଉଛି। ଶରୀରରେ Telomerase ହ୍ରାସ ପାଇବା କାରଣରୁ ଏପରି ହୋଇଥାଏ। ହେଲେ ଇସ୍ରାଏଲର ବୈଜ୍ଞାନିକ ୩୫ ଜଣ ରୋଗୀଙ୍କୁ ନେଇ ଏକ ଷ୍ଟଡି […]
ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି ଟିକା ୨ଟି ଡୋଜର ଦାମ ପ୍ରାୟ ହଜାରରୁ ୧୨ ଶହ ଟଙ୍କା ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା। ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି […]
ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି( Brihanmumbai Municipal Corporation)। ବିଏମ୍ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନଭେମ୍ୱର ୨୩ରେ ସ୍କୁଲ ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମୁମ୍ୱାଇର ମେୟର କିଶୋରି ପେଡ୍ନେକାର କହିଛନ୍ତି। ମହାରାଷ୍ଟ୍ର ସରକାର ପୂର୍ବରୁ […]
କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି। ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍ ଏବଂ […]
ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି। ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର […]