• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Capture
ଛକରେ ଲାଗିଲା କୁକୁରର ସୁନା ପ୍ରତିମୂର୍ତ୍ତି

ତୁର୍କମେନିସ୍ଥାନ: ସାଧାରଣତଃ ଦେଶର ଲୋକପ୍ରିୟ ବ୍ୟକ୍ତି, ବିଶିଷ୍ଟ ନେତାଙ୍କ ପ୍ରତିମୂର୍ତ୍ତି ରାସ୍ତାର ପ୍ରମୁଖ ଛକ ଉପରେ ଦେଖିବାକୁ ମିଳିଥାଏ ।  ହେଲେ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ଛକରେ କୌଣସି ପଶୁର  ପ୍ରତିମୂର୍ତ୍ତି କେବେ ଦେଖିଛନ୍ତି ? ତାହା ପୁଣି ସୁନାରେ ତିଆରି ହୋଇଥିବ ? ବିଶ୍ୱାସ ଯୋଗ୍ୟ ତ ମନେ ହେଉନି। କିନ୍ତୁ କଥାରେ ସତ୍ୟତା ରହିଛି। ଏମିତି ଘଟଣା ଘଟିଛି ତୁର୍କମେନିସ୍ଥାନରେ। ତୁର୍କମେନିସ୍ଥାନର ରାଜଧାନୀରେ କୁକୁରର ଏକ ବିରାଟ ସୂର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ତୁର୍କମେନିସ୍ଥାନରେ […]

modi
ଆମ ସୈନିକ, ଆମର ଗର୍ବ-ମୋଦି

ଶ୍ରୀନଗର: ଦୀପାବଳିରେ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜସ୍ଥାନର ଜୈସଲମେର ଲୋଙ୍ଗୋୱାଲା ପୋଷ୍ଟ ଯାଇ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଭେଟିଥିଲେ।  ସାରା ଦେଶ ଯବାନମାନଙ୍କ ସହ ରହିଛି । ବୀର ଯବାନମାନଙ୍କ ବଳିଦାନ ଯୋଗୁଁ ଦେଶ ସୁରକ୍ଷିତ ରହିଛି। କଠିନ ପରିସ୍ଥିତିରେ ଦେଶକୁ ଯବାନମାନେ ସୁରକ୍ଷା ଦେଉଛନ୍ତି॥ କେତେବେଳେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ପାରଦ ଶୂନ ତଳେ ରହୁଛି । କିନ୍ତୁ ସବୁ […]

mariyam
ନବାଜ ସରିଫଙ୍କ ଝିଅ ରହୁଥିବା ଜେଲ ବାଥରୁମ୍‌ରେ ଲଗାଯାଇଥିଲା କ୍ୟାମେରା

କରାଚି:ପାକିସ୍ତାନ ରାଜନୀତିରେ ଏବେ ହଟଚମଟ ଖେଳି ଯାଇଛି। ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ମରିୟମ ନବାଜ ଶରୀଫ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମରିୟମ କହିଛନ୍ତି, ଇମ୍‌ରାନ ଖାନ୍‌ ତାଙ୍କୁ ଏତେ ଡରୁଛନ୍ତି ଯେ, ମରିୟମ ରହୁଥିବା ଜେଲର ବାଥରୁମ୍‌ରେ ମଧ୍ୟ ହିଡେନ କ୍ୟାମେରା ଲଗା ଯାଇଥିଲା। ମରିୟମ ଇମ୍ରାନ୍‌ ଖାନ୍‌ ସରକାରକୁ ମହଳା ବିରୋଧୀ ବୋଲି କହିବାକୁ ପଛାଇ ନାହାନ୍ତି। ସୂଚନାଥାଉ କି, ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନବାଜ (PML-N)  ପାର୍ଟିର […]

corona 6
୨୪ ଘଣ୍ଟାରେ ୪୮,୭୮୬ ପଜିଟିଭ ଚିହ୍ନଟ, ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ

ଆଜି ଦେଶରେ ୪୮,୭୮୬ ପଜିଟିଭ ଚିହ୍ନଟ ଦେଶରେ ୨୪ ଘଣ୍ଟାରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯କୁ ବୃଦ୍ଧି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା- ୫,୨୩,୨୫୭; ସୁସ୍ଥ- ୨,୯୪,୮୮,୯୧୮ ନୂଆଦିଲ୍ଲୀ : ଦେଶରେ କମୁଛି…

coronavirus
ଶୀତରେ ବଢ଼ୁଛି କି ପଜିଟିଭ୍ ସଂଖ୍ୟା ? ଆଜି ଚିହ୍ନଟ ହେଲେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୭୩, ୪୭୯ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୨୦ ମୃତ୍ୟୁ […]

india
ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ

ନୂଆଦିଲ୍ଲୀ: ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକ୍‌ର ଏପରି ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ସହିଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ୍ କରାଯିବ। ଖବର ଅନୁସାରେ ବୈଦେଶିକ ମନ୍ତ୍ରାଳୟ(ଏମ୍‌ଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ, ଈରାନ ଡେସ୍କ) ଯୁଗ୍ମ ସଚିବ ଜେପି ସିଂହ ଏ ନେଇ ପାକିସ୍ତାନ ହାଇକମିଶନଙ୍କ ଆଗରେ ଦୃଢ଼ ଆପତ୍ତି କରିବେ। ପାକିସ୍ତାନ ହାଇକମିଶନଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ […]

maharatsra
ନଭେମ୍ୱର ୧୬ରୁ ଏଇ ରାଜ୍ୟରେ ଖୋଲିବ ମନ୍ଦିର

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]

kaislash-sarang
ବରିଷ୍ଠ ବିଜେପି ନେତା କୈଳାଶ ସାରଙ୍ଗଙ୍କ ପରଲୋକ

ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ କୈଳାଶ ସାରଙ୍ଗଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୈଳାଶଙ୍କର ବିୟୋଗରେ ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଛି। ଗତ ଦୁଇ ମାସ ତଳେ କୈଳାଶଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ […]

bus-accident
ପୋଲ ଉପରୁ ୪୦ ଫୁଟ ତଳ ନଦୀକୁ ଖସିପଡ଼ିଲା ବସ୍

ମୁମ୍ବାଇ: ପୋଲ ଉପରୁ ନଦୀକୁ ଖସିପଡ଼ିଲା ବସ୍‌। ଗୋଟିଏ ପରିବାର ୫ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ର ସତାରା ଜିଲ୍ଲା କରଦ ଟାଉନ୍‌ ଏଭଳି ବସ୍‌ ଦୁର୍ଘଟଣା ଘଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପିକନିକ୍‌ ପାଇଁ ଗୋଆ ଯାଉଥିଲା। ଡ୍ରାଇଭର ରିଙ୍କୁ ସାହୁ ଗାଡ଼ିକୁ ପୁଣେ-ବେଙ୍ଗାଲୁରୁ ହାଇୱେରେ ଦ୍ରୁତ ଗତୀରେ ଚଳାଉଥିବା ବେଳେ ଉମ୍ବ୍ରାଜ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ପୋଲରୁ ୪୦ […]

subham
ପ୍ରଥମ ଅଣ-ମୁସଲିମ ଓ ଅଣ-କାଶ୍ମୀର ଛାତ୍ର ଭାବେ ଇତିହାସ ରଚିଲେ ଶୁଭମ

ଶ୍ରୀନଗର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ କାଶ୍ମୀର(ସିୟୁକେ)ରେ ଇସଲାମିକ ଷ୍ଟଡିରେ ଏମ୍‌ଏ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ଶୁଭମ ଯାଦବ। ସେ କେବଳ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ପ୍ରବେଶିକା ପରୀକ୍ଷାରେ ୯୩ ଜଣ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ରହିଛି। ୨୧ ବର୍ଷୀୟ ଶୁଭମ ପ୍ରଥମ ହିନ୍ଦୁ ଛାତ୍ର ଓ ପ୍ରଥମ ଅଣକାଶ୍ମୀର ଭାବେ ଏହି ସଫଳତା ପାଇଛନ୍ତି। ଅକ୍ଟୋବର ୨୯ ତାରିଖରେ ଏହାର ଏଣ୍ଟ୍ରାନ୍ସ […]

nijamuddin-dargaha
ଦୀପାବଳିର ଆଲୋକରେ ଆଲୋକତି ହେଲା ନିଜାମୁଦ୍ଦିନ ଦରଗାହ, ସେଲିବ୍ରେଟିମାନେ ଜଣାଇଲେ ଶୁଭକାମନା

ନୂଆଦିଲ୍ଲୀ: ଆଜି ସାରା ଦେଶର ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଦୀପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଆଲୋକିତ ଦେଶର ଗାଁ ଠୁ ସହର ଗଳିକନ୍ଦି। ନେତା ଠାରୁ ସାଧାରଣ ଜନତା, ଅଭିନେତା ଠାରୁ ଖେଳ ତରକା ସମସ୍ତେ କରୋନା କଟକଣା ସମୟରେ ନିୟମ ମାନି ପାଳନ କରୁଛନ୍ତି ଦୀପାବଳି। ବିହାର ନିର୍ବାଚନ ଜିତିବା ପରେ ନୀତୀଶ କୁମାର ବାସଭବନରେ ଦୀପ ଜାଳି ଦୀପାବଳି ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନି ସୁନୀତାଙ୍କ ସହିତ […]

fire-brokkeoput
ଦୀପାବଳିରେ ଦେଶରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ

କୋଲକାତା: ଦୀପାବଳିରେ ଅଗ୍ନିକାଣ୍ଡ। ବାଣ ଫୁଟାଇବା ବେଳେ ବିହାରର ମୋତିହାର ବିଭିନ୍ନ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅନେକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ ମୋତିହାରୀର ହରସିଦ୍ଧ ଓ ସୋନବର୍ଷା ଚୋକ୍‌ ଠାରେ ଅଗ୍ନିକାଣ୍ଡ ଖବର ଆସିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ହୋଇଥିଲା ସେତେବେଳକୁ ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ […]

news_201114_HELPLESS_CHILD_NEED_MEDICAL_TREATMEN_PKG_GOTV
ଜୀଇଁବା ପାଇଁ ରୋଗ ସହ ଲଢୁଛନ୍ତି ଦୁଇ କଅଁଳ ଶିଶୁ

ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି […]

NitishKumar1
ବିହାର ରାଜନୀତି; ଆଜି ଏନଡିଏ ବିଧାୟକ ଦଳ ନେତା ଚୟନ

ପାଟଣା: ବିହାରରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ।  ଆଜି ପାଟନାରେ ବସିବ ଏନଡିଏ ବିଧାୟକ ଦଳର ବୈଠକ। ବୈଠକରେ ନୀତିଶ କୁମାରଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି । ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ। ଜେଡିୟୁ ମାତ୍ର ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ଥିବାରୁ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା […]

high-commision
ପାକ୍ ହାଇକମିଶନଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ:  ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ । ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । […]

murder
PLFI ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା

ରାଉରକାଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗେର୍ଦା ଗାଁରେ ଗୁଳିକାଣ୍ଡ ଘଟି ମଦନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ସେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା କୁହାଯାଉଛି। ଗେର୍ଦା ପୋଲିସ ଅନ୍ତର୍ଗତ ଜମତେଇ ଜଙ୍ଗଲରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି॥ ମଦନ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ସେ ଓଡ଼ିଶାର ନୂଆଗାଁ ବ୍ଲକ ଅଂଚଳରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ହତ୍ୟାକାଣ୍ଡ ପଛରେ PLFIର ହାତ […]

susant
ଭାଇକୁ ମନେ ପକେଇଲେ ନୀତୁ ସିଂହ କୀର୍ତ୍ତି, ‘କହିଲେ, ଏଥର ଦିୱାଲି ସୁଶାନ୍ତ ପାଇଁ’

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ ମୃତ୍ୟୁକୁ ଯଥେଷ୍ଟ ଦିନ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ। ମୁମ୍ବାଇ ପୋଲିସ, ସିବିଆଇ ସମସ୍ତଙ୍କର ଯାଞ୍ଚ ସରିଲାଣି। ହେଲେ ସୁଶାନ୍ତ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ। ଏକମାତ୍ର ପୁତ୍ର ତଥା ଭାଇକୁ ହରାଇବା ପରେ ସୁଶାନ୍ତଙ୍କ ପରିବାରରେ ଯେମିତି ଅନ୍ଧକାର ଛାଇ ଯାଇଛି। ଦୀପାବଳି ଅବସରରେ ସୁଶାନ୍ତଙ୍କ ଭଉଣୀ ଭାଇକୁ ମନେ ପକାଇବା ସହ ଏକ ଭିଡିଓ ଶେୟାର କରିଛନ୍ତି। ଭଉଣୀ […]

viden
ଦୀପାବଳିର ଶୁଭକାମନା ଜଣାଇଲେ ଜୋ ବାଇଡେନ; କହିଲେ ସାଲ୍ ମୁବାରକ

ୱାଶିଂଟନ: ଗତ ରାତିରେ ଦୀପାବଳି ପାଇଁ ସାରା ବିଶ୍ୱବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍। ଏ ନେଇ ପ୍ରଥମେ ଇଂରାଜୀ ଟ୍ୱିଟ୍ କରିବା ସହିତ ହିନ୍ଦୀରେ ବର୍ଷର ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି  “ଆଲୋକର ପର୍ବ ପାଳୁଥିବା ଲକ୍ଷ ଲକ୍ଷ ହିନ୍ଦୁ, ଜୈନ୍, ଶିକ ଓ ବୁଦ୍ଧିଷ୍ଟମାନଙ୍କୁ ମୋର ଶୁଭକାମନ #HappyDiwali । ଏଇ ନୂଆ ବର୍ଷ ଆପଣଙ୍କ ପାଇଁ ଅନେକ ନୂଆ ଆଶା ଓ ସମୃଦ୍ଧି […]

air-qulaity
କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, […]

beef
ଗୋମାଂସ ଓ ଚିଙ୍ଗୁଡ଼ି ପ୍ୟାକେଟ୍‌ରେ କରୋନା ଭାଇରସ; ଚାଇନାରେ ସତର୍କତା

ବେଜିଂ: ପ୍ୟାକେଟ୍‌ ଗୋମାଂସ ଓ ଚିଙ୍ଗୁଡ଼ିରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଚାଇନା ସତର୍କତା ଦେଖାଇଛି। ବ୍ରାଜିଲ୍‌ରୁ ଆସିଥିବା ବିଫ୍‌ ଓ ସାଉଦି ଆରବରୁ ଆସିଥିବା ଚିଙ୍ଗୁଡ଼ିରେ ଏହି ଭାଇରସ ଥିବା ଜଣାପଡ଼ିଛି। ଯଦିଓ ଥଣ୍ଡା ଖାଦ୍ୟରେ କରୋନା ବିପଦ କମ୍‌ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ତେବେ ବିଦେଶରୁ ଶୀତଳ ଯନ୍ତ୍ରରେ ରହି ଆସୁଥିବା ମାଂସରେ ପଜିଟିଭ୍ ଚିହ୍ନଟ ହୋଇଛି। ରୟଟର୍ସର ଖବର ଅନୁସାରେ ବ୍ରାଜିଲ୍‌ରୁ ଉହାନ ସହରକୁ ଆସିଥିବା ବରଫ ଦିଆ […]

zydys
ଶିଶୁଙ୍କୁ ଟିକାକରଣ ନେଇ ଆଉ ପାଦେ ଆଗେଇଲା ଜାଇଡସ୍ କାଡିଲା : ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା ପାଇଁ ଜରୁରୀକାଳୀନ ଆବେଦନ

DCGI ଆବେଦନ କଲା ଜାଇକୋଭ-ଡି ଦେଶର ୫୦ଟି ସେଣ୍ଟରରେ ହୋଇଛି ଟ୍ରାଏଲ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ ଜାଇଡସ୍ କରିଛି ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ ହୋଇଛି କରୋନା ବିରୋଧରେ ପ୍ରଭାବଶାଳୀ DNA ଟିକା ନୂଆଦିଲ୍ଲୀ : କରୋନା ବିରୋଧୀ…

coronavirus
ଶନିବାର ସୁଦ୍ଧା ଦେଶରେ କରୋନା ସୁସ୍ଥ ହାର ୯୩.୦୯ %

ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍‌ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ […]