• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bhupesh
ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ଖବର ଅନୁସାରେ ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମର୍ଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ […]

nitish-mura
ଏଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନୀତୀଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ ନୀତୀଶ। ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ […]

birn-sing
ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏ ନେଇ ସେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ।” I have tested positive for COVID-19. I request all those who came in close contact with […]

corona
ଚିନ୍ତା ବଢାଇଲା ଦିଲ୍ଲୀରେ କରୋନା ସଂକ୍ରମଣ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୩ ହଜାର ୨୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ ୯୫ […]

ahamda-patel
ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ଅକ୍ଟୋବର ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବେଠାରୁ ଡାକ୍ତରଙ୍କ ଚିକିତ୍ସାରେ ରହୁଥିଲେ ଅହମଦ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୭୧ ବର୍ଷୀୟ ଅହମଦ ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ୱିଟ୍ କରି […]

vaccine
ସେରମକୁ ଝଟକା : ଶିଶୁଙ୍କ ଉପରେ କୋଭୋଭାକ୍କ୍ସ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି

  ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଝଟକା ୨ରୁ ୧୭ବର୍ଷ ବୟସ୍କ ଉପରେ କୋଭୋଭାକ୍କ୍ସj କ୍ଲିନିକାଲ ଟ୍ରାଏଲ ପାଇଁ ହୋଇଥିଲା ଆବେଦନ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି…

Ex-Congress MLA Vinod Daga
ଏମିତି ବି ଆସେ ମୃତ୍ୟୁ, ପୂଜା କରୁଥିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣବାୟୁ

ଭୋପାଳ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ମନ୍ଦିରରେ ପୂଜା କରୁଥିବା ସମୟରେ ହୃଦ୍‌ଘାତରେ ଜଣେ ପୂର୍ବତନ ବିଧାୟକଙ୍କ ଦେହାନ୍ତ ହୋଇଛି। ଯାହାର ଦୃଶ୍ୟ ସିସିଟିଭି‌ରେ କଏଦ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବୈତୁଲର ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ଡାଗା ନଭେମ୍ବର ୧୨ ତାରିଖ ସକାଳେ ପୂଜା କରିବା ପାଇଁ ବୈତୁଲ ସ୍ଥିତ ଜୈନ ଦାଦାୱାଡି ମନ୍ଦିର ଯାଇଥିଲେ। ଭଗବାନଙ୍କ […]

spacex
ଇତିହାସ ରଚିଲା SpaceX

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍‌ ଏକ୍ସ ସଂସ୍ଥା। ଆଜି ଫ୍ଲୋରିଡା ସ୍ଥିତ ସ୍ପେସ୍‌ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍‌ ରକେଟ୍। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ। ଏହି ମହାକାଶ ଯାତ୍ରା ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି। ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା […]

cricket
ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଢାକା: ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ ବର୍ଷୀୟ ଏହି କ୍ରିକେଟର ଦୁର୍ଗାପୁରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ। ୨୦୧୭-୧୮ ଢାକା ପ୍ରିମିୟର ଲିଗ୍‌ରେ ସାଇନ୍‌ପୁକୁର କ୍ରିକେଟ୍‌ କ୍ଲବ୍‌ ପାଇଁ ସେ ଖେଳିଥିଲେ। ଏହାସହ ସେ ବାଂଲାଦେଶ ପାଇଁ ୩ଟି ୟୁଥ୍‌ ODIs ମଧ୍ୟ ଖେଳିଥିଲେ। ୨୦୧୮ ଅଣ୍ଡର-୧୯ ୱାର୍ଲଡ୍‌ କପ୍‌ରେ ସେ standby ଖେଳାଳିରେ ସାମିଲ ହୋଇଥିଲେ। ମହମ୍ମଦ ସୋଜିବ ଜଣେ […]

pic-1
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ୫ଜଣ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକାମାନେ ସର୍ବଦା ମୁକ୍ତ ଚିନ୍ତାଧାରକୁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମର ପ୍ରତିବନ୍ଧକକୁ ପାର କରିବାରେ ବିଶ୍ୱାସ ରଖନ୍ତି। ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ସେମିତି ୫ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା। -‘ଆରାଧନା’, ‘କାଶ୍ମୀର କି କଲି’, ‘ଆନ୍‌ ଇଭ୍‌ନିଂ ଇନ୍‌ ପ୍ୟାରିସ୍’‌ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା […]

delhi
ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ […]

delhi-pollution
ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗକୁ ଥଣ୍ଡା ବଢିବ ଏବଂ ପ୍ରଦୂଷଣ ନକମିଲେ ସ୍ଥିତି ସଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ଦିଲ୍ଲୀବାସୀ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କହିଛନ୍ତି ଦିଲ୍ଲୀ ସରକାର। […]

twitter
ଡାଉନ୍ ହେଲା ଟ୍ୱିଟର : ବ୍ୟକ୍ତିଗତ କମ୍ପ୍ୟୁଟରରେ ଠିକରେ କାମ କରୁନାହିଁ ମାଇକ୍ରୋବ୍ଲଗିଂ ସାଇଟ୍

  ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ…

aditya
ବଲିଉଡ୍‌ରେ ପାଦ ଦେବା ପୂର୍ବରୁ କ'ଣ କରୁଥିଲେ ଆଦିତ୍ୟ?

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଣ୍ଡନ୍‌ ଡ୍ରିମ୍ସ’ ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ  ୨୦୧୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଶିକି-୨’ ଆଦିତ୍ୟଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ପିଲାଦିନୁ କିନ୍ତୁ ଆଦିତ୍ୟ କ୍ରିକେଟର ହେବାକୁ ଚାହୁଁଥିଲେ। ସେ କ୍ରିକେଟ୍‌ କୋଚିଂ ମଧ୍ୟ ନେଇଛନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ […]

gold
ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର

ନୂଆଦିଲ୍ଲୀ: ଧନତେରାସ୍‌ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି। ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]

da
ଖୁସି ଖବର: ଖୁବ୍‌ ଶୀଘ୍ର ବଢିବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ ଭୋଗୀଙ୍କ DA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance)  ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ ଆସନ୍ତା ବର୍ଷ ଜୁଲାଇରୁ ଉପଭୋକ୍ତାମାନେ ପାଇବେ ବୋଲି ଜଣାଯାଇଛି। ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ। ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ […]