• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Vaccine
ପିଲାଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବରେ ନଈ ପାର୍ ହେଲେ ନର୍ସ: ଭିଡ଼ିଓ ଭାଇରାଲ୍‌

ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।

tejpratap
ପତ୍ନୀଙ୍କୁ ଚ୍ୟାଲେଞ୍ଜ କରି ନିର୍ବାଚନ ଜିତିଲେ ତେଜ୍‌ ପ୍ରତାପ

ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍‌ରେ ପରାସ୍ତ କରିଛନ୍ତି ତେଜ୍‌ ପ୍ରତାପ। ଇଲେକ୍‌ସନ କମିଶନଙ୍କ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ତେଜ୍‌ ପ୍ରତାପ ପ୍ରଥମେ ମହୁଆ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ଛାଡ଼ପତ୍ର ପାଇଥିବା ପତ୍ନୀ ଐଶ୍ୱର୍ଯ୍ୟା ରାୟ ତାଙ୍କୁ ଚ୍ୟାଲେଞ୍ଜ କରିବାରୁ […]

nitish-lalu
ବିହାର ନିର୍ବାଚନ ଫଳାଫଳ; ବିଜେତାଙ୍କ ତାଲିକା

ପାଟନା: ରୋଚକ ମୋଡରେ ରହିଛି ବିହାର ନିର୍ବାଚନ ଫଳାଫଳ। ଏପର୍ଯ୍ୟନ୍ତ ସୁଦ୍ଧା ନୀତୀଶଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଆର୍‌ଜେଡି ମେଣ୍ଟ ଠାରୁ ଆଗରେ ରହିଛି। ତେବେ ଆର୍‌ଜେଡି ମଧ୍ୟ ଏନ୍‌ଡିଏକୁ କଡ଼ା ଟକ୍କର ଦେଉଛି। ରାତି ୮.୨୦ ସୁଦ୍ଧା ଏନ୍‌ଡିଓ ଆର୍‌ଜେଡି ମେଣ୍ଟକୁ ପଛରେ ପକାଇ ୧୨୬ ସିଟ୍‌ରେ‌ ଆଗୁ ରହିଛି। ସେହିଭଳି ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ୧୧୦  ସିଟ୍‌ରେ ଚାଲିଛି। ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫଳାଫଳା ପ୍ରକାଶ ପାଇନଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ଫଳାପଳ […]

17
୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ଫାଇନାଲ୍‌ ଫାଇଟରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ […]

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବିଲ୍ଡିଂର କାନ୍ଥ; ୮ ଶ୍ରମିକ ମୃତ, ୬ ଗୁରୁତର

ଯୋଧପୁର: ରାଜସ୍ଥାନ ଯୋଧପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଯୋଧପୁର ବସ୍‌ନୀ ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ କାନ୍ଥ ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାରକୁ […]

dawood
ନିଲାମ ହେଲା ଦାଉଦ୍‌ ଇବ୍ରାହିମ୍‌ର‌ ସମ୍ପତ୍ତି

ମୁମ୍ବାଇ: ମୋଷ୍ଟ୍‌ ୱାଣ୍ଟେଡ୍‌ ଅଣ୍ଡର୍‌ ୱାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ସମ୍ପତ୍ତି ନିଲାମ ହୋଇଛି। ଦାଉଦ୍ର ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ୬ଟି ସମ୍ପତ୍ତିର ଇ-ନିଲାମ ହୋଇଛି। ପାଖାପାଖି ୨୩ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ନିଲାମ ହୋଇଛି। ସ୍ମଗଲର୍ସ ଆଣ୍ଡ୍ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ (Forfeiture of Property) ଆକ୍ଟ (SAFEMA) ଅନୁଯାୟୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ପତ୍ତି ନିଲାମ କରାଯାଇଛି। ଏହି ନିଲାମୀରେ ଦାଉଦର ୪ଟି ସମ୍ପତ୍ତିକୁ ଦିଲ୍ଲୀର ଆଇନଜୀବୀ ଭୂପେନ୍ଦ୍ର ଭରଦ୍ୱାଜ […]

mi
ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

ଦୁବାଇ: ମୁମ୍ବାଇ ମୁଣ୍ଡରେ ଆଇପିଏଲ ମହାମୁକୁଟ। ଆଇପିଏଲ ସିଜିନ୍ ୧୩ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ(Delhi Capitals) ହରାଇ ଲଗାତର ଦ୍ୱିତୀୟ ଓ ସିରିଜରେ ସର୍ବାଧିକ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians)। ଫାଇନାଲ ଲଢେଇରେ ଦିଲ୍ଲୀକୁ ୫ ୱିକେଟ୍‌ରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ଦଳ ୮ ବଲ୍ ବାକି ଥାଇ ହାସଲ କରିଥିଲା। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଟାଇଟଲ ଜିତିବା ସ୍ୱପ୍ନ […]

neha
ନେହାଙ୍କୁ ଭୁଲ୍‌ ମାଗୁଥିବା ଭାଇରାଲ୍‌ ଭିଡିଓକୁ ନେଇ ମୁହଁ ଖୋଲିଲେ ଏକ୍ସ ବୟଫ୍ରେଣ୍ଡ୍

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ନିକଟରେ ରାଇଜିଙ୍ଗ୍‌ ଷ୍ଟାର ଫେମ୍‌ ରୋହନ‌ପ୍ରୀତ୍‌ ସିଂଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବିବାହ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଶେଆର କରୁଥିବା ନଜର ଆସିଛି। ନେହାଙ୍କୁ ନେଇ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ହିମାଂଶ କୋହଲି ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥାଟା ହେଲା, ହିମାଂଶ ନେହାଙ୍କୁ ଭୁଲ୍‌ ମାଗୁଥିବାର ଏକ ଫେକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ହିମାଂଶ […]

nitish
ବିହାର ନିର୍ବାଚନ: କିଏ ହାତେଇଲା କେତେ ସିଟ୍‌ ?

ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ରାଜ୍ୟର ମୋଟ୍ ୨୪୩ରୁ ୧୨୫ ସିଟକୁ ଅକ୍ତିଆର କରିଛି ଏନଡିଏ। ବିଜେପି ୭୪ ଆସନରେ […]

7am-bihar
୫୯ ଆସନରେ ଉପନିର୍ବାଚନ; ବିଜେପି ଆଗରେ

ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍ ସୁଇପ୍ କରିଛି ଦଳ। ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପିକୁ ୪ ସିଟ୍ ମିଳିଥିବା ବେଳେ ସ୍ୱାଧୀନକୁ ଗୋଟିଏ ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ […]

supreme court
ମହାରାଷ୍ଟ୍ର ସରକାରଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଧନଞ୍ଜୟ ଭାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, […]

nitish-kumar
୫୪୭ ଅଧିକ ଭୋଟରେ ଜିତିଥିଲେ, ୧୨ ଖଣ୍ଡ ଭୋଟ ପାଇଁ ହାରିଗଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି।  ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ ଯାଇଛି। ମାତ୍ର ୧୨ ଖଣ୍ଡ ଭୋଟ ଅଧିକ ପାଇ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୁତ୍ରରୁ ଜଣାଯାଇଛି,  ଏହି ସିଟ୍‌ରୁ ବିଜୟୀ ହୋଇଛନ୍ତି ଜେଡିୟୁର […]

doctor
ଫାଇଜର ପ୍ରସ୍ତୁତ କରୋନା ଟିକା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍‌କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍‌ରେ ରଖିବାକୁ ପଡ଼ିବ।  ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍‌ସିୟମର କୋଲ୍ଡ ଚେନ୍ ବଜାୟ ରଖିବା ବହୁତ କଷ୍ଟ। ଟିକା ନେଇ ଲୋକଙ୍କୁ ଦିଆଯିବା ପର୍ଯ୍ୟନ୍ତ ଏତେ ଥଣ୍ଡା ପରିବେଶରେ ଟିକା ରଖିବାକୁ ପଡ଼ିବ। ତେଣୁ ଏହା ଏକ […]