• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

statu-of-unity
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟେଚ୍ୟୁ ଅଫ୍ ୟୁନିଟି

ଗାନ୍ଧୀନଗର: ଅକ୍ଟୋବର ୧୭ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟେଚ୍ୟୁ ଅଫ୍ ୟୁନିଟି। କରୋନା ଭାଇରସ୍ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଏହି ପ୍ରତିମୂର୍ତ୍ତୀ ପୁଣିଥରେ ଖୋଲିବା ନେଇ ପ୍ରସ୍ତୁତ ହେଉଛି। ଏହି ଦିନ ନବରାତ୍ରୀ ପଡ଼ୁଥିବାରୁ ଏକତାର ଏହି ପ୍ରତୀକକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନ ବି ବେଶ୍ ଖୁସ୍। ନର୍ମଦା ନଦୀ କୂଳରେ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ମୁହୁଁ କରି ଛିଡ଼ା ହୋଇଥିବା […]

who
କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ। ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ପୂର୍ବରୁ ଗବେଷକମାନେ କହୁଥିଲେ। ହେଲେ କରୋନାକୁ ରୋକିବାର ସଠିକ୍ ଉପାୟ ନୁହେଁ ବୋଲି କୁହାଯାଉଛି। ହର୍ଡ ଇମୁ୍ୟନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ୬୦-୭୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଗଲେ, ସେଠାରେ ହର୍ଡ ଇମ୍ୟୁନିଟି ଆସିଯିବ । କରୋନା ମହାମାରୀକୁ ଏହି ଉପାୟରେ […]

car
ବିନା ଡ୍ରାଇଭର୍‌ରେ ଚାଲିଲା ଗାଡି, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୋଟେ ଗାଡିକୁ ଚଲାଇବା ପାଇଁ ଡ୍ରାଇଭରର ନିହାତି ଆବଶ୍ୟକ ହୋଇଥାଏ। ବିନା ଡ୍ରାଇଭରରେ ଗାଡି ଚାଳନା ଅସମ୍ଭବ ପ୍ରାୟ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ବିନା ଡ୍ରାଇଭରରେ ଗାଡି ଚାଲୁଥିବା ଦେଖିବାକୁ ମିଳିଛି। ଭିଡିଓଟି ତାମିଲ୍‌ନାଡୁର। ଭିଡିଓରେ ଯାହା ଦେଖିବାକୁ ମିଳିଛି କାର୍‌ର ଆଗ ସିଟ୍‌ରେ ଜଣେ ବ୍ୟକ୍ତି ବସିଛନ୍ତି। ଡ୍ରାଇଭର୍‌ ସିଟ୍‌ରେ କେହି ନଥିବା ବେଳେ ଗାଡି ଟି ଆରାମରେ ରାସ୍ତାରେ ଉପରେ ଚାଲୁଛି। ସୋଶାଲ୍‌ […]

mumbai-1111
ମୁମ୍ବାଇରେ ଲଗାଣ ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ହାଇଦ୍ରାବାଦ: ତେଲେଙ୍ଗାନା ପରେ ଏବେ ମୁମ୍ବାଇରେ ଲଗାଣ ବର୍ଷା। ଗତକାଲି ସଂଧ୍ୟା ବେଳଠୁ ମୁମ୍ବାଇ, ପୁଣେ, ଥାଣେ ସମେତ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ଅଧିକ ଯେ ମୁମ୍ବାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ତେଲେଙ୍ଗାନା ପରେ ଏବେ ମହାରାଷ୍ଟ୍ର ଆଡ଼କୁ ମୁହାଁଇଛି ଅବପାତ। ଯାହା ଫଳରେ ଆଗାମୀ ୨୪ ଘଣ୍ଟା ଯାଏଁ ମହାରାଷ୍ଟ୍ରରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ମୁମ୍ବାଇ, ଥାଣେ, ପାଲଘର, ରତ୍ନଗିରି, ରାୟଗଡ଼, […]

neha-kakkar
ରୋହନ୍‌ଙ୍କ ସହ ପୋଷ୍ଟର ଶେଆର କଲେ ନେହା, ଦ୍ୱନ୍ଦ୍ୱରେ ବିଶାଲ୍‌ ଦଦ୍‌ଲାନି

ମୁମ୍ବାଇ: ଗାୟିକା ନେହା କକ୍କର ଏବଂ ରୋହନ ପ୍ରିତ୍‌ ସିଂହଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି।  ଅକ୍ଟୋବର ୨୪ରେ ଦୁହେଁ  ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ସୋଶାଲ୍‌ ମିଡିଆରେ ରୋହନଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ନେହା ସାମ୍ନାକୁ ଆଣିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋହନଙ୍କ ସହ ଫଟୋ ଶେଆର କରି ସର୍ବସମ୍ମୁଖରେ ତାଙ୍କୁ ସେ ଭଲ ପାଆନ୍ତି ବୋଲି କହିଛନ୍ତି। ଏବେ ନେହା ଏବଂ ରୋହନଙ୍କ ବିବାହର ଜୋର୍‌ସୋର୍‌ରେ ପ୍ରସ୍ତୁତି […]

rain water
ତେଲେଙ୍ଗାନାରେ ପ୍ରବଳ ବର୍ଷାରେ ୩୦ ମୃତ, କେବଳ ହାଇଦ୍ରାବାଦରେ ୧୫

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ୩୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ ୧୫ ଜଣ କେବଳ ହାଇଦ୍ରାବାଦର। ମୃତକଙ୍କ ମଧ୍ୟରେ ଜଣ ୨ ମାସର ଶିଶୁ ଅଛି।  ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ […]

putin
ଋଷ ଦ୍ୱିତୀୟ ଭାକ୍ସିନ ବାହାର କରିଥିବା ଦାବି କଲେ ପୁଟିନ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ସଂକ୍ରମଣକୁ ନେଇ ଚିନ୍ତାରେ ପଡିଛି। କେବଳ ରୁଷ୍‌କୁ ବାଦ୍‌ ଦେଲେ କେହି ଆଜିଯାଏ ଭାକ୍ସିନ ବାହାର କରିବାରେ ସ‍‍ଫଳ ହୋଇ ନାହାନ୍ତି। ତେବେ ଖୁସିର କଥା, ଗୋଟିଏ ଭାକ୍ସିନ ବାହାର କରିବା ପରେ ଏବେ ଆଉ ଏକ ଭାକ୍ସିନ ବିକଶିତ କରିବାରେ ସଫଳ ହୋଇଛି ବୋଲି ଦାବି କରିଛି। ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନ୍‌ ବୁଧବାର ଏ ବିଷୟରେ ଘୋଷଣା କରି କହିଛନ୍ତି, ରୁଷ କରୋନା ଭାଇସର ସଂକ୍ରମଣର ୨ୟ […]

pic
ମା'କୁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ, ୫ବର୍ଷର ପିଲା କଲା ଏମିତି ସାହସିକ କାର୍ଯ୍ୟ

ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍‌ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସାଉଥ ବେଣ୍ଡ ପୋଲିସର ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଚାରି ଜଣ […]

‘ଏ ବର୍ଷ ହୋଇପାରେ ହାଡ଼ଭଙ୍ଗା ଶୀତ’

ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇପାରେ। ଲା- ନିନା ସ୍ଥିତି ଯୋଗୁ ଭାରତରେ ହିମପ୍ରବାହ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମର ୱେବିନାରରେ ଭାରତୀୟ ପାଣିପାଗ ବିଭାଗର(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପ୍ରବଳ ଶୀତ ଯୋଗୁ ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥାନ୍ତି। ଲା-ନିନାର ସ୍ଥିତି ଅନୁଯାୟୀ ଦେଶରେ ଶୀତର ପ୍ରଭାବ କିପରି ରହିବ ତାହା ଜଣାପଡ଼ିଥାଏ। ଦେଶରେ ଶୀତର […]

film hall
୭ ମାସ ପରେ ଖୋଲିଲା ସିନେମା ହଲ, ଯିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ନିୟମ

ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ ଭାବେ କୋଭିଡ କଟକଣା  ପାଳନ ନେଇ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ସକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ […]

abdul-kalam
ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍‌: କାହିଁକି ବିବାହ କରିନଥିଲେ ଅବଦୁଲ୍ କଲାମ୍‌?

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌ କଲାମ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ। ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ […]

mask
ବଜାରକୁ ଆସିବ 'ମୋକ୍ଷ ମାସ୍କ', ରହିବ ଫ୍ୟାନ୍‌ ସୁବିଧା

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ ଏନ୍ ୯୫ ଧରଣର ହୋଇଥିବା ବେଳେ ଏଥିରେ ଲାଗିଛି ବାୟୁ ବିଶୁଦ୍ଧିକରଣ ବ୍ୟବସ୍ଥା। ଯାହା ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ମିଳିପାରିବ ବୋଲି କୁହାଯାଉଛି। ମାସ୍କର ଉଭୟ […]

gold
କମିଲା ସୁନା ଦର, ଦୀପାବଳିରେ କେମିତି ରହିବ ଦର, ଜାଣନ୍ତୁ...

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନା,ରୂପା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦିଲ୍ଲୀର Bullion Marketରେ ସୁନା ଦର ୬୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Bullion Marketରେ ପ୍ରାରମ୍ଭରୁ ଆଜି ସୁନା ଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୫୦,୬୦୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ଦରରେ ମଧ୍ୟ ହ୍ରାସ ଘଟି ପ୍ରତି କିଲୋକୁ ୬୦,୫୭୩ […]