• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona updates in odisha
ଦେଶରେ କରୋନାରେ ଆଖି ବୁଜିଲେଣି ୮୩ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: ବିଶ୍ବରେ ୧୮୦ରୁ ଅଧିକ ଦେଶରେ କରୋନା ଭୟଙ୍କର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା୨.୯୮କୋଟି ଲୋକ କରୋନା କଵଜାରେ। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ୫୧ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪ରେ ପହଞ୍ଚିଛି। ସେହିପରି  ୧ ହଜାର ୧୩୨ କରୋନା […]

aap-leader-suicide
ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ସୋନିପତ୍‌‌: ଦିଲ୍ଲୀର ନାରାୟଣା ସ୍ଥିତ ୱାର୍ଡର ନମ୍ବର ୨ର ଜଣେ ଆମ୍‌ ଆଦମୀ ପାର୍ଟି ନେତା ନିଶାନ୍ତ ତମ୍ବର ଦିଲ୍ଲୀ-ପାନିପତ୍‌ ହାଇୱେରେ ବହାଲଗଡ ନିକଟରେ ନିଜ କାର୍‌ ଅଟକାଇ ବିଷ ପିଇ ଦେଇଛନ୍ତି। ଏହି ଘଟଣାରେ ତାଙ୍କ ଭାଇ ପଡୋଶୀ ସନ୍ଦୀପ ତମ୍ବରଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ ଭାଇଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା କହିଛନ୍ତି। ମୃତକଙ୍କ ଭାଇଙ୍କ ବୟାନକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ମୃତ ନିଶାନ୍ତ, ତାଙ୍କ […]

rajnath
'ଆମେ ଦେଶର ମୁଣ୍ଡକୁ ନଇଁବାକୁ ଦେବୁନି'

ନୂଆଦିଲ୍ଲୀ: ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିବୃତି ରଖି ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଦେଶର ଅଖଣ୍ଡତା ରକ୍ଷା କରିବାକୁ ସରକାର ସଂପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ। ଏହାସହ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ସେ କହିଛନ୍ତି। ଭାରତୀୟ ଯବାନ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ରହିଛନ୍ତି। ଆଉ ସାରା ଦେଶ ଆମ ଯବାନଙ୍କ ସହ ଅଛନ୍ତି ବୋଲି ରାଜନାଥ କହିଛନ୍ତି। ଏହାସହ ମସ୍କୋରେ ସେପ୍ଟେମ୍ବର […]

harsh-vardhan
ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ କେବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ତାକୁ ନେଇ ସବୁଠି ପ୍ରଶ୍ନ। ଏବେ ଏହି କରୋନା ଭ୍ୟାକସିନକୁ ନେଇ ବଡ଼ କଥା ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ‘କରୋନା ଭାଇରସ୍ ଭ୍ୟାକସିନ୍ ଆସନ୍ତାବର୍ଷ ଆରମ୍ଭରୁ ଭାରତରେ ଉପଲବ୍ଧ ହୋଇପାରେ।’ ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ଲକ୍ଷ ଟପିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ହର୍ଷବର୍ଦ୍ଧନ କହିଛନ୍ତି, […]

ashok
ପରଲୋକରେ ନବନିର୍ବାଚିତ ବିଜେପି ରାଜ୍ୟସଭା ସାଂସଦ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ କର୍ଣ୍ଣାଟକ ବିଜେପି ନେତା ଅଶୋକ ଗାସ୍ତିଙ୍କର ଆକସ୍ମିତ ଦେହାନ୍ତ ହୋଇଛି। କରୋନା ପଜିଟିଜ୍ ଚିହ୍ନଟ ହେବା ପରେ ଅଶୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଯାହା ଫଳରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦ ଜଣକ କୋଭିଡ୍-୧୯ […]

china-1
ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍‌ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ ରହିଛନ୍ତି ଯେଉଁଥିପାଇଁ ଚୀନ ସେନାଙ୍କୁ ମାତ୍‌ ଦେବାକୁ ସେମାନଙ୍କୁ ଖୁବ୍‌ ସୁବିଧା ହେବ। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନା କେତେକ […]

mumbai-1
କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ମୁମ୍ବାଇର ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ କଡା ପଦକ୍ଷେପ ସ୍ୱରୂପ ସହରରେ ୧୪୪ ଧାରା ଜାରି କରିଛି। ଏହି ଧାରାକୁ ତତ୍କାଳ ଲାଗୁ କରାଯାଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ଯାଏ ରହିବ। ଏହି ସମୟରେ ପୋଲିସ କେବଳ ଅତ୍ୟାବଶ୍ୟକ କାମ ଏବଂ ଏମର୍ଜେନ୍ସିରେ ବାହାରକୁ ଯିବା ପାଇଁ ଅନୁମତି ଦେବ। ଏହା ପୂର୍ବରୁ ଏପ୍ରିଲ ଏବଂ ମେ’ ମାସରେ […]

china
ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

ଲାଦାଖ: ଚୀନର ଆଉ ଏକ ଚାଲ୍। ବିନା ଯୁଦ୍ଧାସ୍ତ୍ର, ବିନା ହତିଆରରେ ଲଢ଼ିବାକୁ ଚାହୁଁଛି ଚୀନ। ଆଉ ଏଥିପାଇଁ ଜାଣିଶୁଣି ଭାରତୀୟ ସେନାକୁ ସୀମାରେ ଉସୁକାଉଛି ଡ୍ରାଗନ୍। ସୀମାରେ ଗୁଳି ଫୁଟାଇ ବିଫଳ ହେବା ପରେ ଏବେ ନୂଆ ଷଡ଼ଯନ୍ତ୍ର। ପାଙ୍ଗଙ୍ଗ୍ ହ୍ରଦର ଫିଙ୍ଗର-୪ ଅଞ୍ଚଳରେ ଲାଉଡ୍ ସ୍କିକର୍ ଲଗାଇ ପଞ୍ଜାବୀ ଗୀତ ଚଲାଉଛି ପିଏଲ୍ଏ ସେନା। ପିଙ୍ଗର ୪ରେ ହିଁ ଭାରତୀୟ କ୍ୟାମ୍ପ ରହିଛି। ଏହାର କିଛି ମିଟର୍ ପଛରେ ଚେନା ସେନା ବିପୁଳ ସଂଖ୍ୟାରେ […]

harsirat
ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍‌ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି […]

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ତେଲେଙ୍ଗାନା: ନିଜ ଜୀବନକୁ ବାଜିରେ ଲଗାଇ ଝରଣା ପାଣିରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ତେଲଙ୍ଗାନାର ହୋମଗାର୍ଡ ମୁଜିଦ୍‌। ଝରଣା ପାଣିର ପ୍ରଖର ସ୍ରୋତରେ ସେ କିଭଳି ଭାବରେ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି, ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତେଲେଙ୍ଗାନା ନାଗାରକୁର୍ଣ୍ଣୁଲ୍‌ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଝରଣାର ଅପରପାର୍ଶ୍ୱରେ ବୁଦାରେ କୁକୁରଟି […]

trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ। ଏମି ଡୋରିସ୍ (Ami Dorris) ନାମ୍ନୀ ଏହି ମଡେଲ ଜଣକ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ୍‌ ଚାମ୍ପିୟନସିପ୍‌ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ସମୟରେ ତାଙ୍କର ବନ୍ଧୁ ଜେସନ୍‌ ବିନ୍‌ ଟ୍ରମ୍ପଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖଣ୍ଡନ […]

sansad
ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ନୂଆଦିଲ୍ଲୀ: ବିରୋଧୀ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ଗତକାଲି କୃଷି ସମ୍ପର୍କିତ ଦୁଇଟି ବିଲ ଲୋକସଭାରେ ପାରିତ ହୋଇଛି । ଏହି ଦୁଇଟି ବିଲକୁ ମୌସୁମୀ ଅଧିବେଶନରର ପ୍ରଥମ ଦିବସରେ ଆଗତ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଲ୍ ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତ୍ତତ ଭାବେ ଜଣାଇଥିଲେ । ଏହି ବିଲ୍ ଦ୍ୱାରା କୃଷକମାନେ ଉପକୃତ ହେବା ସହ ସେମାନଙ୍କ ଆୟ ବୃଦ୍ଧି ହେବ। କୃଷକମାନେ ସେମାନଙ୍କର ଫସଲ କେଉଁଠି ବିକ୍ରୟ […]

fashion designer
ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

କୋଲକାତା: ହୃଦ୍‌ଘାତରେ ପ୍ରତିଷ୍ଠିତ ଫ୍ୟାଶନ୍‌ ଡିଜାଇନର୍‌ ଶ୍ରାବଣୀ ଦତ୍ତଙ୍କ କୋଲକାତା ସ୍ଥିତ ଘରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ଳୋକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ୱାଶ୍‌ରୁମ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ସକାଳୁ ତାଙ୍କ ଫୋନ୍‌ ଲାଗୁନଥିଲା ବୋଲି ପରିବାର ଲୋକ କହିଛନ୍ତି। ସୂଚନା ଅନୁସାରେ, ସେ କୋଲକାତାର Broad Street ଅଞ୍ଚଳରେ ଥିବା ଘରେ ଏକାକୀ ରହୁଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ […]

treatment
ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୬ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ହଜାରେ ୧,୧୭୪ ଜଣଙ୍କ ମୃତ୍ଯୁ ହୋଇଛି  । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୮୪,ହଜାର ୩୭୨ରେ ପହଞ୍ଚିଛି । ଦିନକରେ ୮୭, ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ୍ କେସ୍- ୧୦ଲକ୍ଷ ୧୭ହଜାର ୭୫୪ ରହିଥିବା ବେଳେ […]

mobile
କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନାଭି ମୁମ୍ବାଇ: ପତ୍ନୀଙ୍କୁ ଫୋନ୍‌ କରି କହିଲେ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି, ଏହାପରେ ହଠାତ୍‌ କେଉଁଆଡ଼େ ଗାଏବ୍‌ ହୋଇଗଲେ ସ୍ୱାମୀ। ଶେଷରେ ଗର୍ଲଫ୍ରେଣ୍ଡ୍‌ଙ୍କ‌ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ନାଭି ମୁମ୍ବାଇରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ଚଳିତ ବର୍ଷ ଜୁଲାଇରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଖୋଜ ଥିଲେ। ଏହାପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି କହିଥିଲେ ଯେ, ତାଙ୍କ କରୋନା […]

pm
ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ନୂଆଦିଲ୍ଲୀ: ମୋଦି ସରକାର କୃଷି ସମ୍ବନ୍ଧିତ ବିଲ୍‌ ଗୁରୁବାର ଲୋକସଭାରେ ପା‌ରିତ କରିଦେଲେ। ତେବେ ଏହି କୃଷି ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ବିରୋଧ କରିଛନ୍ତି। ଏପରିକି ଏନ୍‌ଡିଏର ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ମଧ୍ୟ ଏହାକୁ ବିରୋଧ କରିଛି। ଏହାକୁ ବିରୋଧ କରି ଅକାଳି ଦଳରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ୍‌ କୌର ବାଦଲ ଇସ୍ତଫା ଦେଇଛନ୍ତି। କୃଷକ ନେତାମାନେ ମଧ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ। ସେମାନେ ଅଭିଯୋଗ ଆଣିଛନ୍ତି, […]

disha salian
ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ ମୃତ୍ୟୁ ପୂର୍ବରୁ କାହାକୁ ଶେଷଥର ପାଇଁ କଲ୍ କରିଥିଲେ, ଏହାକୁ ନେଇ ଲାଗି ରହିଥିବା ସନ୍ଦେହକୁ ନେଇ ମୁମ୍ବାଇ ପୋଲିସ୍ ବୟାନ ରଖିଛି। ଦିଶା ଶେଷଥର ପାଇଁ ନିଜ ସାଙ୍ଗ ଅଙ୍କିତାଙ୍କୁ ଫୋନ୍ କରିଥିଲେ ବୋଲି ପୋଲିସ୍‌ କହିଛି। ଯେଉଁ ଦାବି ହେଉଥିଲା ଯେ, ଦିଶା ଶେଷଥର ପାଇଁ ୧୦୦ ନମ୍ବରକୁ ଡାଏଲ୍‌ କରିବା ପାଇଁ ଚେଷ୍ଟା କରିଥିଲା, ଏହା ମିଛ ବୋଲି ମୁମ୍ବାଇ […]