• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

s
ସ୍ପୁଟନିକ୍-'ଭି'ର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ ଟିକା ସ୍ପୁଟନିକ୍-ଭିର ପରୀକ୍ଷଣ ପାଇଁ ଅନୁମତି ମିଳିଲା। ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ। ପ୍ରଥମ ପ୍ରସ୍ତାବକୁ ଖାରଜ କରିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀକୁ DCGI ଲାବୋରାଟୋରୀ ଅନୁମତି ଦେଇଛନ୍ତି। ଏ ସଂପର୍କରେ ଡକ୍ଟର ରେଡ୍ଡୀ ଏବଂ ରସିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (RDIF) ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। […]

pm-modi
କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ସଂକ୍ରମିତ ରାଜ୍ୟ ଭିତରେ ଟପ୍‌-୧୦ରେ ଓଡ଼ିଶା

ନୂଆଦିଲ୍ଲୀ: ନିର୍ବାଚନ ହେଉ କି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆୟୋଜନ ଭଳି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକସିନ୍ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଭ୍ୟାକସିନ୍‌ରି ସ୍ଥିତି, ବିତରଣ ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ଲୋକଙ୍କ ପାଖରେ ଯେତେ ଶୀଘ୍ର କରୋନା ଭ୍ୟାକସିନ ପହଞ୍ଚି ପାରିବ ସେଥିପାଇଁ ସ୍ୱତନ୍ତ୍ର ବିତରଣ ବ୍ୟବସ୍ଥା କରିବାକୁ କହିଥିଲେ। ନିର୍ବାଚନ ସମୟରେ ଯେଭଁଭଳି ଭାବେ ଆୟୋଜନ […]

lpg
ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍‌ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଏଲ୍‌ପିଜି ଗ୍ୟାସ୍‌ର ହୋମ୍‌ ଡେଲିଭରି ପାଇଁ ଓଟିପି(ୱାନ୍‌ ଟାଇନ୍‌ ପାସ୍‌ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍‌ କୋଡ୍‌(DAC) ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି। ଏହି ନିୟମ ଫଳରେ ସିଲିଣ୍ଡର ଚୋରି ରୋକିହେବା ସହିତ ଠିକ୍ ଗ୍ରାହକଙ୍କୁ ଠିକ୍ ଭାବେ ସିଲିଣ୍ଡର ମିଳିବ। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଲ୍‌ପିଜି ପାଇଁ ଲାଗୁହେବାକୁ ଥିବା DAC ସିଷ୍ଟମ ପ୍ରଥମେ ୧୦୦ଟି ସ୍ମାର୍ଟ […]

punjab
ଚଳନ୍ତା କ୍ୟାବ୍‌ରୁ ଡେଇଁ ପଡ଼ିଲେ ୨ ମହିଳା

ଅମୃତସର: ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ୨ ମହିଳା। ପଞ୍ଜାବର ଅମୃତସରରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ୨ ମହିଳା କ୍ୟାବ୍‌ରେ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନର ପ୍ରୟାସ କରିବାରୁ ମହିଳା ଦ୍ୱୟ ଗାଡ଼ିରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୩ ଜଣ ମହିଳା ରଣଜିତ୍‌ ଆଭିନ୍ୟୁ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯିବାପାଇଁ ଏକ କ୍ୟାବ୍‌ ବୁକ୍‌ କରିଥିଲେ। […]

pratima
ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

ନୂଆଦିଲ୍ଲୀ: ଦୁଇ ଓଳି ଖାଇବାକୁ ପାଖରେ ଟଙ୍କା ନଥିଲା। ତଥାପି ବୁଲା କୁକୁରଙ୍କର ସେବା କରିବାର ନିଷ୍ପତ୍ତି ନେଇଥିଲେ ପ୍ରତିମା। ଅଳିଆ ଗୋଟାଇ ସେ ଯେତିକି ରୋଜଗାର କରନ୍ତି ସେତିକିରେ ସେ ନିଜେ ଚଳିବା ସହ ୩୦୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି। ନିଜର ଗୋଟେ ଛୋଟିଆ ଘର ଅଛି ଯେଉଁଠି ସେ ନିଜେ ରହିବା ସହ ଏ ସମସ୍ତ କୁକୁରଙ୍କୁ ନିଜ ଛୁଆ ପରି ରଖନ୍ତି। ଦିଲ୍ଲୀରେ ରହୁଥିବା ପ୍ରତିମାଙ୍କର ଏହି କାମ ପାଇଁ ଏବେ ସୋଶାଲ୍‌ […]

sarita
ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷର ଦରଦାମ୍‌ ବୃଦ୍ଧି ପାଇଛି। ଖାଇବାର ଦାମ୍‌ ଦେଖିନିଅନ୍ତୁ। ୧୦ଟଙ୍କାରେ ଜଳଖିଆ ପ୍ଲେଟ୍‌ ଏବେ ୩୦କୁ ବୃଦ୍ଧି ପାଇଲାଣି। କିନ୍ତୁ ଏହି ବ୍ୟବସାୟିକ ମାହୋଲ୍‌ରେ ମଧ୍ୟ ପାଖରେ ଟଙ୍କା ନଥିଲେ ମାଗଣାରେ ଗ୍ରାହକଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ମହିଳା। ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ୍‌। ଗତ ୨୦ବର୍ଷ ହେବ ସେ ସ୍କୁଟିରେ ‘ରାଜମା-ଚାଉଳ’ ଷ୍ଟଲ୍‌ କରିଛନ୍ତି। ସରିତାଙ୍କ ବିଶେଷତ୍ତ୍ୱ ହେଉଛି, ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଆପଣ […]

Doctor killed his girlfriend
ବିଷ ଇଞ୍ଜେକ୍ସନ ଦେଇ ବିବାହିତା ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଡାକ୍ତର, ୪୦ ଦିନ ପରେ ହେଲା ଏମିତି ଖୁଲାସା

ଲକ୍ଷ୍ନୌ: ବିବାହିତା ପ୍ରେମିକାଙ୍କ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର, ପ୍ରେମିକାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଗାଜିଆବାଦର ଏହି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଡାକ୍ତର ଜଣକ ମଧ୍ୟ ବିବାହିତ। ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍‌କୁ ପାଖାପାଖି ୪୦ ଦିନ ଲାଗି ଯାଇଥିଲା। ଗତ ସେପ୍ଟେମ୍ବର ୭ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ […]

pic
ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ନୂଆଦିଲ୍ଲୀ: ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ପାଠ ପଢ଼ାଇବା ସବୁବେଳେ ଗୋଟିଏ ଚ୍ୟାଲେଞ୍ଜ ହୋଇଥାଏ। କେତେବେଳେ ଭିତ୍ତିଭୂମି ନଥାଏ ତ କେତେବେଳେ ଶିକ୍ଷକଙ୍କ ଅଭାବ ଯୋଗୁଁ ଏହି ସବୁ ଅଞ୍ଚଳର କୁନି କୁନି ପିଲା ପାଠ ପଢ଼ାରୁ ବଞ୍ଚିତ ରହିଥାନ୍ତି। ଏ ଭଳି ସମସ୍ୟା ଦୂରେଇବା ଲାଗି ତାମିଲନାଡୁର କିଛି ଶିକ୍ଷକ ଉଦ୍ୟମ ଆରମ୍ଭ କରିଛନ୍ତି। ଏମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ରଙ୍ଗୀନ ଚିତ୍ରରେ ସଜାଉଛନ୍ତି। ତାମିଲନାଡୁ କୋଏମ୍ବାଟୁରର ଇଦିଗରାଇ […]

rajypala
ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ହାଇଦ୍ରାବାଦ: ସେ ଗୋଟିଏ ରାଜ୍ୟର ରାଜ୍ୟପାଳ। ରାଜ୍ୟର ପ୍ରଥମ ନାଗରିକ। କିନ୍ତୁ ରୋଗୀ ସେବାରେ ବ୍ରତୀ ହୋଇଛନ୍ତି। ତାହା ପୁଣି ବିପତ୍ତି ସମୟରେ। ସେ ହେଉଛନ୍ତି ତେଲଙ୍ଗାନା ରାଜ୍ୟପାଳ ଡକ୍ଟର ତାମିଲିସାଇ ସୌନ୍ଦରରାଜନ। ବିପତ୍ତି ସମୟରେ ରୋଗୀ ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିୟସୀ ମହିଳା। ରାଜଭବନରେ ବସି ସେ ଲୋକଙ୍କ କଲ୍ ଆଟେଣ୍ଡ କରୁଛନ୍ତି। ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି। ରୋଗୀଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ପରାମର୍ଶ ଦେଉଛନ୍ତି। ରୋଗୀମାନଙ୍କୁ ସେ ଟେଲିମେଡିସିନ […]

engg
ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଯାଜପୁର: କରୋନା ଲକ୍‌ଡାଉନ୍ ସମୟର ସଠିକ ଉପଯୋଗ କରିଛନ୍ତି ଜଣେ ଇଂଜିନିୟରିଂ ଛାତ୍ର।  ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ର ଜଣଙ୍କ ଏକ ୪ ଚକିଆ ଗାଡି ତିଆରି କରିଛନ୍ତି। ଏଥିରେ ପୁରୁଣା ମୋଟର ସାଇକେଲର ଇଂଜିନ୍ ଲାଗିଛି। ଗାଡିରେ ୨ ଜଣ ବସିବା ପାଇଁ ସୁବିଧା ରହିଛି।  ଯାଜପୁରର ଧର୍ମଶାଳା ଅଞ୍ଚଳରେ ଏହି ଗାଡିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଧର୍ମଶାଳା ବ୍ଲକ ଭବାନୀପୁର ଗାଁର ମଧୁମୁକ୍ତି ମହାରଣା ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ଲକଡାଉନ୍‌ […]

oldwoman
ମଣିଷ ଚର୍ମରେ କେତେ ସମୟ ଯାଏ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌ ? ସାମ୍ନାକୁ ଆସିଲା ତଥ୍ୟ

ଟୋକିଓ: ସାରା ବିଶ୍ୱରେ ମହାମାରୀ କରୋନା ଏହାର କାୟା ବିସ୍ତାର କରିସାରିଛି। କରୋନାର ମୁକାବିଲା କରିବା ଲାଗି ଅନେକ ଦେଶ  ଭ୍ୟାକ୍‌ସିନ୍‌ ବାହାର କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ କରୋନା ଭାଇରସ୍‌ ସମ୍ପର୍କରେ ନୂଆ ନୂଆ ତଥ୍ୟ ଜଣାପଡ଼ୁଛି। ଏକ ଷ୍ଟଡିରେ ଖୁଲାସା ହୋଇଛି ଯେ, କରୋନା ଭାଇରସ୍‌ ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ।  କରୋନା ଭାଇରସ୍‌କୁ ନେଇ ଜାପାନର […]

ilisi-macha
‘ଇଲିସି ମାଛ ବାଟିବସା’

ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ […]

corona
ମାର୍ଚ୍ଚରେ ବଜାରକୁ ଆସିବ କରୋନା ଭ୍ୟାକସିନ୍ !

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍‌ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ […]

omm-puri
୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍‌ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍‌ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]

rain-h
ବର୍ଷାରେ ବେହାଲ୍‌ ହାଇଦ୍ରାବାଦ

ନୂଆଦିଲ୍ଲୀ: ଗତ ସଂଧ୍ୟାରୁ ହାଇଦ୍ରାବାଦରେ ବିଳମ୍ବିତ ରାତିଯାଏ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହାସହ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୋଟିଏ ଗୋଟିଏ ସ୍ଥାନରେ ୨ ଫୁଟ୍ ଉଚ୍ଚର ପାଣି ଜମି ରହିଥିବା ବେଳେ ପାଣି ନିଷ୍କାସନ ଓ ରାସ୍ତା ସଫା କରିବା ଲାଗି ଡିଜାଷ୍ଟର ରେସପନ୍ସ ଫୋର୍ସ-ଡିଆରଏଫ୍ ଲାଗି ପଡ଼ିଛନ୍ତି। ଆଜି […]

uk
ୟୁକେରେ ହେବ ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ: ୟୁକେର ସିଟି ଅଫ୍ ବାଥ୍‌ରେ ହେବ ଜଗନ୍ନାଥ ମନ୍ଦିର। କିଭଳି ବିଧି ବ୍ୟବସ୍ଥାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇପାରିବ, ସେ ବିଷୟରେ ଜାଣିବା ପାଇଁ ନିର୍ମାଣ ଦାୟିତ୍ୱରେ ଥିବା ପ୍ରତିନିଧି ମଣ୍ଡଳୀର କର୍ମକର୍ତ୍ତାମାନେ ପୁରୀ ଆସିଥିଲେ। ଜଗତଗୁରୁ ଶଙ୍କରାଚାଯର୍ୟ ଏବଂ ବରିଷ୍ଠ ସେବାୟତଙ୍କଠାରୁ ଏନେଇ ସେମାନେ ପରାମର୍ଶ ନେଇଥିଲେ। ବରିଷ୍ଠ ସେବାୟତ ଇପସିତ୍ ପ୍ରତିହାରୀ ପ୍ରତିନିଧି ମଣ୍ଡଳୀକୁ ମହାପ୍ରଭୁଙ୍କ ବିଗ୍ରହ ଦେବା ସହ ମହାପ୍ରଭୁଙ୍କ ଫୁଲ, ତୁଳସୀ ଓ ମହାପ୍ରସାଦ ଦେଇଛନ୍ତି।

Akankhya
NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ଲକ୍ଷ୍ନୌ: ନିଟ୍‌ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍‌ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍‌ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି […]