• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

boat capsized
ଭଗବାନଙ୍କ ଦର୍ଶନ ପାଇଁ ବାହାରିଥିଲେ, ନଦୀରେ ବୁଡ଼ିଗଲା ଡଙ୍ଗା; ୧୪ ମୃତ

କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍‌ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]

sushanta
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକଙ୍କ ସମେତ ଅନ୍ୟମାନଙ୍କ ଗିରଫ ପରେ ଶ୍ରୁତିଙ୍କୁ ଜେରା କରିବା ଲାଗି ଏନସିବି ସମନ କରିଥିଲା। ଏଥିପାଇଁ ତାଜ ହୋଟେଲ ପାଖ ଏଭଲିନ୍ ହାଉସରେ ଥିବା ଏନସିବିର ଏଆଇଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୁତି ମୋଦି। ତେବେ ତାଙ୍କୁ ଜେରା କରିବାକୁ ଥିବା ଏନସିବି ଟିମର ଜଣେ […]

china firing
ସୀମାରେ ଉତ୍ତେଜନା: ୨୦ ଦିନ ମଧ୍ୟରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ

ନୂଆଦିଲ୍ଲୀ: ସୀମାନ୍ତରେ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି। ଭାରତ ଓ ଚୀନ୍ ଯବାନଙ୍କ ଗୁଳି ବର୍ଷଣ ଚାଲିଥିବା ସୂଚନା ମିଳିଛି। ଗତ ୨୦ ଦିନ ମଧ୍ୟରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ ଘଟିଥିବା ଜଣାଯାଇଛି। ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ ତାରିଖ ମଧ୍ୟରେ ଘଟିଥିବା ବେଳେ ୨ୟ ଘଟଣା ସେପ୍ଟେମ୍ବର ୭ରେ ଏବଂ ତୃତୀୟ ଘଟଣା ସେପ୍ଟେମ୍ବର ୮ରେ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ଆରମ୍ଭରେ ବାସ୍ତବ ନିୟନ୍ତ୍ରଣ ରେଖାରେ […]

Aamir-khan
କାହିଁକି ଅମୀର ଖାନ୍‌ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହେଲା ବିଚ୍ଛେଦ?

ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି ବଲିଉଡ୍ ପର୍ଫେକ୍ସନିଷ୍ଟ୍ ଅମୀର ଖାନ୍ ଓ ପତ୍ନୀ କିରନ ରାଓ

sushant parlament
ସଂସଦରେ ଉଠିଲା ସୁଶାନ୍ତ ସିଂହ ମୃତ୍ୟୁ ଘଟଣା: ମିଡିଆ କଭରେଜ ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି ପାଇଁ ଦାବି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ପ୍ରତିମା ମଣ୍ଡଳ ବୁଧବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଘଟଣାରେ ହେଉଥିବା ମିଡିଆ କଭରେଜ୍‌କୁ ଉଦ୍ଧୃତ କରି ଲୋକସଭାରେ କହିଛନ୍ତି, ଏପରି ଏକ ସମ୍ବେଦିନଶୀଳ ମାମଲା ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ୍‌ । ଗୃହରେ ଶୂନ୍ୟକାଳରେ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଦୁଃଖଦ ମୃତ୍ୟୁ ପରେ ବିଭିନ୍ନ ପ୍ରକାରର ଫଟୋ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ପ୍ରକାର କଥା ମିଡିଆରେ ଶୁଣିବାକୁ ମିଳୁଛି । ପ୍ରତିମା କହିଛନ୍ତି, […]

vac
କରୋନା ଟିକା 'ସ୍ପୁଟନିକ-ଭି' ଭାରତକୁ ଯୋଗାଇବ ଋଷ

ମସ୍କୋ: କରୋନା ଭାକ୍ସିନ ପାଇଁ ସାରା ବିଶ୍‌:ର ବୈଜ୍ଞାନିକ ଲାଗି ପଡ଼ିଥିବାବେଳେ ଋଷକୁ ପ୍ରଥମ ସଫଳତା ମିଳିଛି । ଗତମାସରେ ଋଷର କୋଭିଡ-୧୯ ଭାକ୍ସିନ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ସଫଳ ହୋଇଛି । ଏଣିକି ଟିକା ଭାରତରେ ମଧ୍ୟ ଉପଲବ୍ଧ ହେବ । ୧୦୦ ମିଲିୟନ ସ୍ପୁଟନିକ –ଭି ଟିକା ଭାରତକୁ ଦେବ ବୋଲି ଋଷ ସହମତି ପ୍ରକାଶ କରିଛି । ଭାରତର ଡା. ରେଡ୍ଡି କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବ । ଏଥିପାଇଁ ସମସ୍ତ […]

venus 1
ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ

ନୂଆଦିଲ୍ଲୀ: ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ। ସୌରଜଗତରେ ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଶୁକ୍ର ଗ୍ରହର ବାୟୁମଣ୍ଡଳ ଖୁବ୍ ବିଷାକ୍ତ ଏବଂ ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୪୭୧ ଡିଗ୍ରୀ ସେଲସିୟସ୍। ତେଣୁ କୌଣସି ଜୀବସତ୍ତା ନ ଥିବା ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ସେଠାରେ ଜୀବସତ୍ତା ଥାଇପାରେ ବୋଲି ଏବେ ଅନୁମାନ କରୁଛନ୍ତି ମହାକାଶ ବିଜ୍ଞାନୀ। କାରଣ ଶୁକ୍ର ବାୟୁ ମଣ୍ଡଳରେ Phosphine ଗ୍ୟାସ୍‌ ଠାବ ହୋଇଛି, ଯାହା ପୃଥିବୀରେ ଅଣୁଜୀବଙ୍କ ଦ୍ୱାରା ନିର୍ଗତ ହୋଇଥାଏ। ତେଣୁ ଅନୁମାନ କରାଯାଉଛି […]

modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅତି ସ୍ମରଣୀୟ ଏହି ଫଟୋ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।  ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସେବା ସପ୍ତାହ ପାଳନ କରୁଛନ୍ତି । ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଫଟୋ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ମରଣୀୟ ଏବଂ ଏହାକୁ ସେ ୨୦୧୯ରେ ଟ୍‌:ିଟ କରିଥିଲେ । ୮ ବର୍ଷ ବୟସରୁ ନରେନ୍ଦ୍ର ମୋଦି ଆରଏସ୍‌‌ଏସ୍‌ ସହ ଜଡିତ […]

gold
Gold Price Today: ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ଯୋଗୁ ଭାରତରେ ମଧ୍ୟ ଏହି ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଟ୍ରେଡିଂ ଆରମ୍ଭରୁ ସୁନା ଦର Multi Commodity Exchange(MCX)ରେ ୪୧୫ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୪୦୯ ଟଙ୍କା ହୋଇଯାଇଥିଲା। ରୂପା ଦର MCXରେ ୯୧୯ଟଙ୍କା ହ୍ରାସ ସହ ପ୍ରତି କି.ଗ୍ରା.କୁ ୬୭,୮୬୨ଟଙ୍କାରେ ହୋଇଥିଲା। Good Returnsର ଏକ ରିପୋର୍ଟ […]