• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Sikhar Dhawan
କ୍ୱାରେଣ୍ଟାଇନ୍‌ ଶେଷ, କଲମ୍ବୋରେ ଆଭ୍ୟାସ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍‌ଡେ ଓ…

economy
ଅର୍ଥନୀତି ପାଇଁ ୨ ଜଣଙ୍କୁ ନୋବେଲ୍

ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥର ଅର୍ଥନୀତି ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବ। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ୍ ପାଇଁ ଏହି ଦୁଇ ଅର୍ଥନୀତି ବିଶାରଦଙ୍କୁ ନୋବେଲ ପୁରସ୍କାର ଦେବାରୁ ମନୋନୀତ କରାଯାଇଛି। ଶାନ୍ତି: ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ […]

palabhuta
କରୋନାରୁ ବଞ୍ଚାଉଛି ପାଳଭୂତ! ଏଥିପାଇଁ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି।  ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ ଲୋକମାନଙ୍କର ଧାରଣା ପାଳଭୂତ ହିଁ କରୋନାରୁ ସେମାନଙ୍କୁ ରକ୍ଷା କରିପାରିବ ଓ ରକ୍ଷା କରୁଛି ମଧ୍ୟ। ଏହି ପାଳଭୂତକୁ ଇଂରାଜୀରେ ସ୍କେଆରକ୍ରୋ ଓ କାମ୍ୱୋଡିଆର ଖେମର୍ ଭାଷାରେ […]

saree
ଶାଢୀ ପିନ୍ଧି ପାହାଡ ଚଢିଲେ ୬୮ବର୍ଷୀୟ ବୃଦ୍ଧା, ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ୬୮ବର୍ଷୀୟ ବୃଦ୍ଧା ଉଚ୍ଚ ପାହାଡକୁ ଅତି ସହଜରେ ଚଢିଯାଉଛନ୍ତି। ନାସିକର ହରିହର ପାହାଡ ଉପରକୁ ମହିଳା ଜଣଙ୍କ ଚଢୁଛନ୍ତି। ପାହାଡରେ ଥିବା ପାହାଚ ବେଶ୍‌ ଅସୁରକ୍ଷିତ କିନ୍ତୁ ମହିଳା ଜଣଙ୍କ ଆଦୌ ଭୟ ନକରି ଏହି ପାହାଡ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସାହସ ଦେଖି ଆଖ ପାଖରେ ଥିବା ଲୋକମାନେ ତାଳି ମାରି ତାଙ୍କର ସ୍ୱାଗତ କରିଛନ୍ତି। ଭିଡିଓରେ ଦେଖିବାକୁ […]

khusooboo
ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ

ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ଏବଂ ଏକଦା ତାମିଲନାଡୁ କଂଗ୍ରେସର ମୁଖପାତ୍ର ଥିବା ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ଖୁସ୍‌ବୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏପରିକି ଖୁସ୍‌ବୁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିକୁ ସ୍ବାଗତ କରି ମନ୍ତବ୍ୟ […]

om Prakash Chutala
ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ନେତା ଓମ୍ ପ୍ରକାଶ ଚୌତାଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ସ୍କାମରେ ଦଣ୍ଡ ପାଇ ସେ ଜେଲରେ ଥିଲେ । ଦଣ୍ଡର ଅବଧି ଶେଷ ହେବା ପରେ…

Jhonson
କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କଲା ଜନ୍‌ସନ ଆଣ୍ଡ ଜନ୍‌ସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ ଆଣ୍ଡ ଜନ୍‌ସନକୁ ଲାଗିଛି ଧକ୍କା।  ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ […]

tapang
ତାପଙ୍ଗ ପରେ ବାଲେଶ୍ୱର, ନୀଳ ପାଣି ଦେଖିବାକୁ ଧାଉଁଛନ୍ତି ଲୋକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍‌ଫି ଉଠାଉଥିଲା ଆଉ କିଏ ସାଙ୍ଗ ସାଥୀଙ୍କ ସହ ମଜାମସ୍ତି ପାଇଁ ସେଠାରେ ପହଞ୍ଚିଯାଉଥିଲା। ନିକଟରେ ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରି ଏହି […]

kohali
IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ କୋହଲି ୩୩ ରନ୍ କରିଥିଲେ। ଫଳରେ ବାଙ୍ଗାଲୋର ୨ ୱିକେଟ୍‌ରେ ୧୯୪ ରନ୍ କରିଥିଲା । ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିଥିବା କେକେଆର […]

devgan-2
ଅଜୟଙ୍କୁ ଘେରି ଯାଇଥିଲେ ଲୋକେ, ୨୫୦ ସୁରକ୍ଷାକର୍ମୀ ଧରି ପହଞ୍ଚିଥିଲେ ବାପା

ମୁମ୍ବାଇ: ବଲିଉଡ୍‌ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍‌ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍‌। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍‌ର ନିର୍ଦ୍ଦେଶନା‌ ଦେବାରେ ସେ ଏକଦମ୍‌ ମାହିର୍‌। ତେବେ ବିରୁ ଦେବଗନ୍‌ ପୁଅ ଅଜୟକୁ ଖୁବ୍‌ ଭଲ ପାଆନ୍ତି। ଅଜୟଙ୍କ ସହ ଥରେ ଲୋକଙ୍କର ଗଣ୍ଡଗୋଳ ହେଉଥିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ୨୫୦ ସୁରକ୍ଷାକର୍ମୀ ଧରି […]

trump
କରୋନାରୁ ସୁସ୍ଥ ହେଲେ ଟ୍ରମ୍ପ, ଆସିଲା ଟେଷ୍ଟ ରିପୋର୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ରୁ ମୁକ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏହି ସୂଚନା ତାଙ୍କର ହ୍ୱାଇଟ୍‌ ହାଉସର ଚିକିତ୍ସକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ। ଏହା ପୂର୍ବରୁ ହ୍ୱାଇଟ ହାଉସର ଫିଜିସିଆନ ସିନ କାନଲେ ଶନିବାର ବିଳମ୍ବିତ ରାତିରେ କହିଥିଲେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଉ କରୋନା ଭୟ ନାହିଁ। ସେ ଏବେ ସାଧାରଣ ଜୀବନଯାତ୍ରାକୁ ଫେରି ପାରିବେ। ଟ୍ରମ୍ପଙ୍କୁ ଗତ ଶୁକ୍ରବାରଠାରୁ ଜ୍ୱର ଆସିନାହିଁ। ତାଙ୍କୁ […]

sanvi
ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

ନୂଆଦିଲ୍ଲୀ: ସୁସ୍ୱାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ। ପାଟି ସୁଆଦିଆ ଖାଦ୍ୟ ରୋଷେଇ କରିବାରେ ପରିଶ୍ରମ ଲାଗେ। କୁହାଯାଏ ଅଭିଜ୍ଞତା ଖାଦ୍ୟ ପ୍ରସ୍ତୁତିକୁ ସହଜ କରିଦିଏ। ସେଥିପାଇଁ ତ ମାଆ ଆଇ ମା ଆଦି ବୟସ୍କ ମହିଳାଙ୍କ ହାତ ରନ୍ଧା ଆମକୁ ଟିକେ ଅଧିକ ଭଲ ଲାଗେ। କିନ୍ତୁ ନିକଟରେ ଜଣେ ୧୦ବର୍ଷୀୟା ଝିଅ ରୋଷେଇକୁ ନେଇ ରେକ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା […]

tanisque
ବିବାଦ ପରେ ଏଇ ବିଜ୍ଞାପନକୁ ହଟାଇଲା ତନିସ୍କ

ନୂଆଦିଲ୍ଲୀ: ଟାଇଟନ୍‌ ଗ୍ରୁପ୍‌ର ତନିସ୍କ କମ୍ପାନୀ ଏକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ ହୋଇଛି। ଏଥିସହିତ ଏହି ବିଜ୍ଞାପନକୁ ବୟକଟ କରିବା ପାଇଁ ଦାବି ମଧ୍ୟ ଉଠିଛି। ଏହାପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛି। ସୋମବାର ଟ୍ୱିଟରରେ #BoycottTanishq ଟ୍ରେଣ୍ଡ କରୁଥିଲା। ଏହି ବିଜ୍ଞାପନଟି କମ୍ପାନୀ ଗତ ସପ୍ତାହରେ ରିଲିଜ କରିଥିଲା। ଲଭ ଜେହାଦୀକୁ ଏହା ପ୍ରୋତ୍ସାହନ ଦେଉଛି ବୋଲି କହି ଏହାକୁ ହଟାଇବା ପାଇଁ ସୋଶାଲ ମିଡିଆରେ ଦାବି ହୋଇଥିଲା। ବିଜ୍ଞାପନଟି ଥିଲା […]