ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଡୁଆ ବଢିବାରେ ଲାଗିଛି । ସିବିଆଇ ମଧ୍ୟ ମାମଲାରେ ତଦନ୍ତ କରୁଛି। ଦୀର୍ଘ ୫ମାସ ହେବ ସୁଶାନ୍ତ ମୃତ୍ୟୁ ମାମଲାରେ କୌଣସି ସନ୍ତୋଷଜନତ ତଥ୍ୟ ସାମ୍ନାକୁ ଆସୁନଥିବାରୁ ଲୋକମାନେ ଅସନ୍ତୋଷ ଥିବାବେଳେ ବ୍ରିଟେନ୍ରେ ସୁଶାନ୍ତ ପାଇଁ ଏକ କାର୍ ର୍ୟାଲିର ଆୟୋଜନ କରାଯାଇଛି। ସେଠାରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇ ଏହି ର୍ୟାଲିର ଆୟୋଜନ କରିବା ସହ ସୁଶାନ୍ତଙ୍କ ମୃତ୍ୟୁର କାରଣ ଓ […]
ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଗାୟକ ସ୍ୱୟମ୍ ପାଢୀ ଏକାଠି କାମ କରିଛନ୍ତି। ଗତ କିଛି ଦିନ ହେବ ସେ ଏ ସମ୍ପର୍କରେ ତାଙ୍କ ସୋଶାଲ୍ ମିଡିଆରେ ସୂଚନା ଦେଉଥିଲେ। ଉଭୟ ତାଙ୍କ ଶୁଟିଂ ସେଟ୍ର ଫଟୋ ଏବଂ ଭିଡ଼ିଓକୁ ଇନ୍ଷ୍ଟାଗ୍ରାମରେ ଶେଆର କରୁଥିଲେ। କିନ୍ତୁ ସେ କେଉଁ ପ୍ରୋଜେକ୍ଟରେ କାମ କରୁଛନ୍ତି ସେ ସମ୍ପର୍କରେ ଜଣାଉନଥିଲେ। ତେବେ ନିକଟରେ ଏକ ଭିଡ଼ିଓ ଶେଆର କରି ଉଭୟ ତାଙ୍କ କାମ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। […]
ୱାଶିଂଟନ: କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍କୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆରୋଗ୍ୟ ସେତୁ ଆପ୍ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି ‘ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଛନ୍ତି। ଆପ୍କୁ ପ୍ରଶଂସା କରି ସେ କହିଛନ୍ତି। “ ଆରୋଗ୍ୟ ସେତୁ ଆପ୍କୁ ୧୫୦ ମିଲିୟନ ୟୁଜର ଡାଉନ୍ଲୋଡ କରିସାରିଲେଣି। ଏହି ଆପ୍ ସିଟି ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟକୁ କରୋନା […]
ଦୁବାଇ: ଚଳିତ ଆଇପିଏଲରେ ଆଜି ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ଦୁଇ ଦଳ ଅକ୍ଟୋବର ୨ରେ ଭେଟ ହୋଇଥିଲେ। ହାଇଦ୍ରାବାଦ ଏହି ମ୍ୟାଚ୍କୁ ୭ ରନ୍ରେ ଜିତି ନେଇଥିଲା। ତେବେ ଏଥର ମଧ୍ୟ ଚେନ୍ନାଇକୁ ପରାସ୍ତ କରିବା ପାଇଁ ଦଳ ପ୍ରସ୍ତୁତି […]
ଚେନ୍ନାଇ: କଂଗ୍ରେସ ଛାଡ଼ି ଗତକାଲି ବିଜେପିରେ ସାମିଲ୍ ହୋଇଥିବା ଖୁସ୍ବୁ ସୁନ୍ଦର ଆଜି କଂଗ୍ରେସକୁ ଏକ ମାନସିକ ଅବସର ନେଇ ସାରିଥିବା ଦଳ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଇ ଚେନ୍ନାଇ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଖୁସ୍ବୁ ସୁନ୍ଦର। ଖୁସ୍ବୁ ଦଳ ଛାଡ଼ିବା ପରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍ ଅଲଗିରିଙ୍କ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ” ଖୁସ୍ବୁ ଦଳ […]
ନୂଆଦିଲ୍ଲୀ: ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ପ୍ରତିଶତ ୧୦ଟି ରାଜ୍ୟରେ ରହିଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରୁ ସର୍ବାଧିକ ୨୫ ପ୍ରତିଶତ ମହାରାଷ୍ଟ୍ରରୁ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତ ରାଜେଶ ଭୂଷଣ। ସେହିଭଳି କରୋନା ପ୍ରତିଦିନ ସଂକ୍ରମଣରେ କେରଳ ଦେଶର ତୃତୀୟ ସ୍ଥାନରେ ରହିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀର କମୁଥିବା ବେଳେ ଆଗକୁ ଶୀତ ଋତୁ ଆସୁଥିବାରୁ କରୋନା ପାଇଁ ସତର୍କବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍। ଏଣୁ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କିଛି ଦେଶରେ ଶୀତ ପାଇଁ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସ ଉପରେ ଏବେ ଗବେଷଣା ଜାରି ରହିଛି। ଗବେଷଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋଗର ନୂଆ ନୂଆ ଲକ୍ଷଣ ଜଣାପଡ଼ିବା ସହିତ ଭାଇରସର ବଞ୍ଚି ରହିବା ଉପରେ ବି ନୂଆ ତଥ୍ୟ ଦେଖିବାକୁ ମିଳୁଛି। କରୋନାକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରେ ବ୍ରେନ୍ ଫଗ ସମସ୍ୟା ଦେଖା ଦେଉଛି। ବ୍ରେନ ଫଗ୍ ଏମିତି […]
ନୂଆଦିଲ୍ଲୀ: ଭାରତରେ ମାତ୍ର ତିନି ଜଣ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇଜଣ ମୁମ୍ବାଇର ହୋଇଥିବା ବେଳେ ଅନ୍ୟ ଜଣେ ଅହମଦାବାଦର ବୋଲି ICMR ମୁଖ୍ୟ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। କରୋନା ସମ୍ପର୍କିତ ତଥ୍ୟ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏପରି କହିଛନ୍ତି ICMR ମୁଖ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ମାତ୍ର ୨୪ ଜଣ କରୋନା ଦ୍ୱିତୀୟଥର ପାଇଁ ସଂକ୍ରମିତ ହୋଇଛନ୍ତି। ତେବେ କରୋନାରୁ […]
ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍ର ଉଦ୍ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା, ହେଲେ ଏହି ଟନେଲକୁ ଉଦ୍ଘାଟନ କରାଯିବା ପରେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ରାଜ୍ୟମୁଖ୍ୟ କୁଲଦୀପ […]
ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟ୍ବଲ୍ ଟିମ୍ ଅଧିନାୟକ ତଥା ଜୁଭେନଟସ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ପଜିଟିଭ୍ ହୋଇଛନ୍ତି। ପର୍ତୁଗିଜ୍ ଫୁଟ୍ବଲ ଫେଡେରେସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେସନ୍ସ ଲିଗ୍ ମ୍ୟାଚ୍ରେ ସ୍ୱିଡେନ୍ ବିରୋଧରେ ଖେଳାଯିବାକୁ ଥିବା ଫୁଟ୍ବଲ୍ ମ୍ୟାଚ୍ର ଟିମ୍ରୁ ରୋନାଲ୍ଡୋଙ୍କୁ ବାଦ୍ ଦିଆଯାଇଛି। FPF ଅନୁସାରେ, ରୋନାଲ୍ଡୋଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ଠାରେ କରୋନାରେଋ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ସେ ବର୍ତ୍ତମାନ ଆଇସୋଲେସନ୍ରେ ରହିଛନ୍ତି। ସ୍ୱିଡେନ୍ ଓ ପର୍ତ୍ତୁଗାଲ ମଧ୍ୟରେ […]
ଲଦାକ: ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶସେନା ମଧ୍ୟରେ ବୈଠକ ବସିଥିଲା। ସୋମବାର ଚୀନ ଓ ଭାରତ ମଧ୍ୟରେ ସପ୍ତମଥର ପାଇଁ କର୍ପସ କମାଣ୍ଡର ଲେବଲ ବୈଠକ ହୋଇଥିଲା। ବୈଠକ ସରିବା ପରେ ଉଭୟ ଦେଶ ସୀମାରୁ ହଟିଯିବେ ବୋଲି ମିଳିତ ଭାବେ କହିଥିଲେ। ହେଲେ ମିଳିଥିବା ସୂଚନା ଅନୁସାରେ ଚାଇନା ଆଗ ସୀମରୁ ହଟିଲା ପରେ ଯାଇ ଭାରତ ହଟିବ ବୋଲି ଭାରତ ସଫା […]
ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ରେ ଆଜି ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସନ୍ରାଇଜର୍ସ ହାଇଦ୍ରାବାଦର ବୋଲର୍ ଚେନ୍ନାଇକୁ ବଡ଼ ସ୍କୋର କରିବାରୁ ରୋକି ଥିଲେ। ୨୦ ଓଭର ଶେଷ ସୁଦ୍ଧା ଦଳ ୬ଟି ୱିକେଟ୍ ହରାଇ ୧୬୭ରନ୍ କରିବାକୁ ସମର୍ଥ ହୋଇଥିଲା। […]
ଲକ୍ଷ୍ନୌ: ହାଥରସ ଘଟଣାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍ ମାମଲାର ଶୁଣାଣି କରିଛନ୍ତି। ଯାହାର ବିସ୍ତୃତ କପି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ କୋର୍ଟ ପୋଲିସ୍ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି କୋର୍ଟ। ଧାର୍ମିକ ରୀତିନୀତି ଅନୁସାରେ ପୀଡ଼ିତାଙ୍କର ଶବସଂସ୍କାର ହେବା ଉଚିତ୍ ଥିଲା ବୋଲି କୋର୍ଟ କହିଛନ୍ତି। ତା ସହିତ ସରକାରୀ ଅଧିକାରୀ […]
ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍ରେ ଚାଲିବ ୩୯୨ ଟି ସ୍ପେଶାଲ୍ ଟ୍ରେନ୍। ବଢ଼ୁଥିବା ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୦ ଅକ୍ଟୋବର ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ମାତ୍ର ୪୦ ଦିନ ପାଇଁ ଏହି ସ୍ପେଶାଲ୍ ଟ୍ରେନ୍ ସବୁ ଚାଲିବ। ଆଗକୁ ଦୁର୍ଗାପୂଜା, କାଳିପୂଜା ଓ ଛଟ୍ପୂଜା ଭଳି ପ୍ରସିଦ୍ଧ ପର୍ବ ଆସୁଥିବାରୁ ଏହି ସମୟରେ ଅଧିକ ଭିଡ଼ ଜମିବ। […]
ଜୟପୁର: ନିର୍ବାଚନରେ ହାରିଲେ ସରପଞ୍ଚ। ଗାଁ ଲୋକ ମିଶି ଚାନ୍ଦା ଆଦାୟ କରି ପରାଜିତ ପ୍ରାର୍ଥୀଙ୍କୁ ଦେଲେ ୨୧ ଲକ୍ଷ ଟଙ୍କା। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ। ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ନାନନ ଗାଁରେ। ଏହି ଗାଁରେ ବ୍ୟକ୍ତି ଜଣକ ବିରୋଧୀଙ୍କଠାରୁ ମାତ୍ର ୮୪ ଖଣ୍ଡ ଭୋଟ୍ରେ ହାରିଗଲେ। କିନ୍ତୁ ଗାଁ ଲୋକଙ୍କର ଏଭଳି ଭଲପାଇବା ତାଙ୍କୁ ପରାଜୟର ଦୁଃଖ ଭୁଲାଇ ଦେଲା। ନିକଟରେ ନାନନ ଗାଁରେ ସରପଞ୍ଚ ନିର୍ବାଚନ ହୋଇଥିଲା। […]
ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର […]
ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ […]
ଦୁବାଇ: ଆଇପିଏଲ୍ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍କୁ ଫେରିଛି। ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍ […]
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍ ମିଡିଆରେ ଭିଡ଼ିଓ […]