• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

coronavirus
ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ଚିହ୍ନଟ ହେଲେ...

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ […]

pari-o
ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍‌ ଭର୍ସେସ୍‌ ରିକି ବେହେଲ୍’‌ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି। କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍‌ କଳାକାର ବେଶ୍ ପସନ୍ଦ ଥିଲେ। […]

cbi
ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ମୁମ୍ବାଇ: ମହାରାଷ୍ଟ୍ରରେ ସରିଲା ସିବିଆଇ ତଦନ୍ତ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଏଣିକି ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନେବେ। ଅନୁମତି ପରେ ହିଁ ମହାରାଷ୍ଟ୍ରରେ ପହଞ୍ଚି ତଦନ୍ତ କରିପାରିବେ। କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା […]

1pm-bt
ନୌସେନାର ଶକ୍ତି ବଢାଇବ ଆଇଏନ୍ଏସ୍ କବରତ୍ତି

ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍‌ମେରାଇନ୍ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । […]

nag
ଶତ୍ରୁର ନିଦ ଉଡ଼ାଇ ଦେବ ‘ନାଗ୍‌’

ନୂଆଦିଲ୍ଲୀ: ଭାରତରେ ସେନାବାହିନୀ ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଅଧିକରୁ ଅଧିକ ମିସାଇଲ ପରୀକ୍ଷଣ କରୁଛି । ଗୁରୁବାର ପୁଣି ଏକ ଶକ୍ତିଶାଳୀ ମିଶାଇ ‘ନାଗ୍‌’ ର ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଆଣ୍ଟି ଟାଙ୍କ ଗାଇଡେଡ ମିଶାଇଲ ନାଗର ପରୀକ୍ଷଣ ସଫଳ ହୋଇଛି। ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଐତିହାସିକ ପୋଖରାନରେ ଏହାର ପରୀକ୍ଷଣ ହୋଇଛି । ଗତ ଦେଢମାସ ମଧ୍ୟରେ ଡିଆରଡିଓର ଏହା ୧୨ତମ ସଫଳ ମିସାଇଲ […]

auto
ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌ କରୁବାଚେରୀ ଏବଂ ମଇଲ୍‌ ରଥିସ୍‌ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ହରିସ୍‌ ଏବଂ ମଇଲ୍‌ ଦୁହେଁ ଅଟୋ […]

pic
୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା। ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ […]

amit-sah
୫୬ ବର୍ଷରେ ପାଦ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ବିକାଶରେ ତାଙ୍କର ନିଷ୍ଠା ଓ ପ୍ରଶଂସାଯୋଗ୍ୟ କାମ ଦେଶ ଦେଖୁଛି । ବିଜେପିକୁ ଅଧିକ ଦୃଢ କରିବାରେ ତାଙ୍କର ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଦେଶର […]

sushil-modi
ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍‌ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍‌ନା ଏମ୍ସରେ ଭର୍ତ୍ତି ହୋଇଛି। […]

intesar-ali
ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ୍‌ ଏସ୍‌ଆଇ

ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ଉତ୍ତର ପ୍ରଦେଶ ପୋଲିସ୍‌ ସବ୍‌-ଇନସ୍ପେକ୍ଟର ଇନ୍ତେସାର ଅଲୀ। ତେବେ ଏହା ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ତିନିଥର ସତର୍କ କରାଯାଇଥିଲା। ନହେଲେ ଦାଢ଼ି ରଖିବା ପାଇଁ ଅନୁମତି ନେବାକୁ କୁହାଯାଇଥିଲା। କିନ୍ତୁ ଏହି ଦୁଇଟି ପରାମର୍ଶ ଭିତରେ ଅଲୀ କେଉଁଟି ବି ମାନି ନଥିଲେ। ଏବଂ ଦାଢ଼ି ରଖି ଡ୍ୟୁଟି କରୁଥିଲେ।ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ବାଘପତ ଏସ୍‌ପି ଅଭିଷେକ ସିଂହ କହିଛନ୍ତି […]

Untitled-2
ଗଭୀର ସମୁଦ୍ରରୁ ବାହାରିଲା ବିଚିତ୍ର ଜୀବ

କର୍ଣ୍ଣାଟକା: ସୁବାସ ସାଲିନ୍‌ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ। ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ ଦୁଇଟି ବିରାଟକାୟ ବିଚିତ୍ର ଜୀବ। ଯାହାର ନାମ ମଣ୍ଟା ରେଜ୍। ଏହି ଦୁଇଟି ଜୀବର ଓଜନ ୭୫୦ କେଜି ଏବଂ ୨୫୦ କେଜି। ପରେ ସୁବାସ ଟ୍ରଲର […]

star
ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁଲୁ ଫିଲ୍ମ ଆକ୍ଟର ସୁରେନ୍ଦ୍ର ବନ୍ତୱାଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ କାନାଡ଼ା ଜିଲ୍ଲା ବନ୍ତୱାଲ ଟାଉନ୍‌ରେ ଥିବା ଏ ଆପାର୍ଟମେଣ୍ଟରେ ବୁଧବାର ତାଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୋଲିସ। ସୁରେନ୍ଦ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଛୁରାଘାତ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବନ୍ତୱାଲ ପୋଲିସର ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଏକ ସୋଫାରେ ପଡ଼ିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ […]

edappadi-palaniswami
ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍‌ ଦେବାକୁ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍‌ ଯୋଗାଇ ଦେବାକୁ  ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ୱାମୀ। ସେ କହିଛନ୍ତି “କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍ସିନ୍ ଦିଆଯିବ।” ପାଲାନିସ୍ୱାମୀଙ୍କୁ ପୂର୍ବରୁ ବିଜେପି ବିହାରରେ ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛି। ନିର୍ବାଚନୀ ଇସ୍ତାହାରରେ ମାଗଣା ଭ୍ୟାକ୍ସିନ୍ ବିତରଣକୁ ସାମିଲ କରିଛି ଦଳ। ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। “ କରୋନା ବିରୋଧୀ ଲଢ଼େଇରେ ଏନ୍‌ଡିଏ ସରକାର […]

air-jet
ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ଭିସା ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିଦେଶରେ ରହୁଥିବା ଭାରତୀୟ ଓ ତଥା ବିଦେଶୀ ନାଗରିଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ହେଲେ ଟୁରିଷ୍ଟ ଭିସାରେ କୌଣସି ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି। ଜାରି ହୋଇଥିବା ନୂଆ ନିୟମରେ କୁହାଯାଇଛି ଯେ, କେନ୍ଦ୍ର ସରକାର ବିଦେଶୀ ନାଗରିକ ଓ ଭାରତୀୟଙ୍କ ଭାରତ ପ୍ରବେଶ ନେଇ ଅଧିକ ଶ୍ରେଣୀରେ ଭିଜା […]

cova
ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ନୂଆଦିଲ୍ଲୀ: ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଭିତରେ ଏହି ଟଙ୍କାର ବ୍ୟବସ୍ଥା ହେବ ଓ […]

5
ଭକ୍ତି ସଂଗୀତ ଗାଇ ମନ ମୋହିଲେ ବରିଷ୍ଠ ଆଇଏଏସ୍

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍‌ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍‌ରେ ରାକ୍ଷୀ […]

6
ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍‌ଆରଏଚ ୧୫୫ ରନ୍ ଟାର୍ଗେଟ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ […]

onion
ପିଆଜ ଚୋରି କରି ବନ୍ଧା ହେଲେ

ପୁଣେ: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ପିଆଜ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି। ପୁଣେର ମଉଜେ ଦେଭ୍‌ଜାଲି ଗାଁରୁ ୫୫୦ କିଲୋ ପିଆଜ ଚୋରି କରିବାରେ ଅଭିଯୋଗରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ସଞ୍ଜୟ ପରାଧି ଓ ପୋପତ୍‌ କାଲେ। ପୁଣେର ନାରାୟଣଗାଓଁ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଣେରେ ପିଆଜ […]