• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Dun-pkg
ଚୀନ୍ ଆକାଶରେ ୩ଟି ସୂର୍ଯ୍ୟ

ଚୀନର ମୋହେ ସହରର ଲୋକମାନେ ଏକ ଅଦ୍ଭୁତ ଘଟଣା ଦେଖିଛନ୍ତି। ଲୋକମାନେ ଗତ ୧୫ ତାରିଖ ସକାଳୁ ସକାଳୁ ଆକାଶରେ ଦେଖିଲେ ତିନୋଟି ସୂର୍ଯ୍ୟ। ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁଦିନ ଗୋଟିଏ ସୂର୍ଯ୍ୟ ଦେଖନ୍ତି , ତିନୋଟି ସୂର୍ଯ୍ୟ ଆସିଲେ କେଉଁଠୁ? ଲୋକମାନେ ଏହାର ଭିଡିଓ କରିବା ସହ ଫଟୋ ଉଠାଇବାରେ ଲାଗିଗଲେ। କିଛି ସମୟ ପାଇଁ ଲୋକମାନେ ମୁଣ୍ଡ ଉପରର ସୂର୍ଯ୍ୟଙ୍କୁ ଚାହିଁ ରହିଲେ। ସୂର୍ଯ୍ୟ ଦୁଇପଟେ ଆଉ ଦୁଇଟି ସୂର୍ଯ୍ୟ ଦେଖାଯାଉଥିଲା। ଦୃଷ୍ଟି […]

prabhas-pic
ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ମୁମ୍ବାଇ: ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।  ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ଏଠାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନା ମନ୍ତ୍ରୀଙ୍କ କହିବାନୁସାରେ, ସହରରେ ୧୯୦୮ ମସିହା ପରେ ଦ୍ୱିତୀୟ ଥର ପାଇଁ ଏମିତି ରେକର୍ଡ ଭଙ୍ଗା ବର୍ଷା ହୋଇଛି। ରାଜ୍ୟ ସରକାର ବସ୍ତି ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୩୭,୦୦୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଏହି ସମୟରେ ତେଲେଙ୍ଗାନାର ବନ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ସାହାଯ୍ୟ […]

gold
ଚୋରି ହୋଇଗଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଚୋରି ହେଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା । ଚୋର ଧରାହେଲା କୋଲକାତାର ହାଓଡା ଷ୍ଟେସନରୁ । ଏକ ନାଟକୀୟ ଢଙ୍ଗରେ ବେଙ୍ଗାଲୁରୁ ପୋଲିସ କୋଲକାତାରୁ ଏହି  ଚୋରକୁ ଧରିଛି । ତାର ନାଁ କୈଳାଶ ଦାସ । ଘର ପଶ୍ଚିମବଙ୍ଗ ଜିଲ୍ଲା ବର୍ଦ୍ଧମାନ ଜିଲ୍ଲାରେ । ସେ ବେଙ୍ଗାଲୁରୁରେ ଜଣେ ବିଲ୍ଡରଙ୍କ ଘରେ ରହି କାମ ଦାମ କରୁଥିଲା । ଏହି ମାଲିକଙ୍କ ଘରେ ଏଇ ମାସ ପ୍ରଥମ ସପ୍ତାହରେ ଜଣେ […]

riksha
ରିକ୍ସା ଚଲାଇଲା ରୋବଟ୍, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ରୋବଟ୍‌ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ ଯାତ୍ରୀବାହୀ ଯାନ ଟାଣିବା ପାଇଁ ଏକ ରୋବଟ୍‌କୁ ପରୀକ୍ଷା କରିଥିଲେ। ଯଦିଓ ଏହି ଭିଡିଓ ଫେବୃଆରୀରୁ ହୋଇଛି, କିନ୍ତୁ ଗତକାଲି ଆଇଏଏସ୍ ଅଫିସର ସୁପ୍ରିୟା ସାହୁ  ଟ୍ୱିଟରରେ […]

union-minister
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍।  ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍‌ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍‌ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]

sweety chicken
‘ସ୍ୱିଟି ଚିକେନ୍‌’: How to make Sweety Chicken

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌ ଲେଗ୍‌ ପିସ୍‌, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍‌’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]

kanak-durg-temple
ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍‌ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍‌ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ […]

tree
୧୪୦୦ ବର୍ଷ ପୁରୁଣା ଗଛ, ଝଡୁଛି ସୁନାର ପତ୍ର!

ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍‌କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]

fadnavish
ବିଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍‌ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  ଆରସିବି ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍‌ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା […]

icmr
କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି। ଏହାକୁ ଖୁବ୍‌ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ଏହି ଥେରାପି କେବଳ […]

kangna
କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]

bank-loot
ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଚଣ୍ଡିଗଡ଼: ଦିନ ଦ୍ୱିପହରେ ବ୍ୟାଙ୍କରେ ପଶି  ଆତଙ୍କରାଜ୍ ଚଲାଇଥିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି  ଦୁବୃର୍ତ୍ତ। ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ବ୍ୟାଙ୍କ ଲୁଟ୍‌ର ଲାଇଭ ଦୃଶ୍ୟ। ହରିୟାଣା ଝାଞ୍ଜର ଜିଲ୍ଲା ମାଛରାଉଳି ଗାଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଲୁଟ୍ ଅଭିଯୋଗ ହୋଇଛି । ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟପାଟ୍‌ କରି ଚାଲିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ […]

5g
ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ  ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍‌ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍ ସହ ଯୋଗାଯୋଗ ଚଲାଇଛି। ୫ଜି ନେଟୱାର୍କର ବିକାଶ, ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇବା ପାଇଁ ଆମେରିକା କମ୍ପାନୀ ସହ ଆଲୋଚନା ଚାଲିଛି। କ୍ୱାଲକମ ହେଉଛି ବିଶ୍ୱର […]

lanka-pi
ବାପା ଲଙ୍କା ବିକନ୍ତି, ଝିଅ ଡାକ୍ତର ହେବେ

ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍‌ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ  ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରନ୍ତି। ଏକ ଛୋଟିଆ ବ୍ୟବସାୟୀ ପରିବାରର ଅଭାବ ଅସୁବିଧାରେ ରହି ରିମା ଯେଉଁ ସଫଳତା ପାଇଛନ୍ତି। ତାକୁ ନେଇ ଆଖ ପାଖ ଲୋକେ […]

IPL
ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆବୁଧାବି: ଆଇପିଏଲ୍ ମହାସମର କୋଲକାତାକୁ ୮ ଓ୍ୱିକେଟ୍‌ରେ ହରାଇ ବାଙ୍ଗାଲୋର ସପ୍ତମ ବିଜୟ ହାସଲ କରିଛି। ଗତକାଲି ଆବୁଧାବିରେ ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ମାତ୍ର ୮୪ ରନ୍ କରିଥିଲା । ଚଳିତ ଆଇପିଏଲ୍ ସିଜନ୍‌ରେ ଏହା ସବୁୁଠୁ କମ୍ ସ୍କୋର। ୮୫ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ମାତ୍ର […]

ajit-khan
ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ପୁରା ସହର ମୋତେ ‘ସିଂହ’ ନାଁରେ ଜାଣିଛି। ଏହି ଡାଇଲୋଗ୍‌ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍‌ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମର ଚରିତ୍ର ସହ ବାନ୍ଧିକି ରଖେ। ଅଜିତଙ୍କର ସଂଳାପ କହିବାର ଶୈଳୀ ବି ଅତୁଳନୀୟ ଥିଲା। ପରଦାରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିପାରୁଥିବା ଏହି କଳାକାରଙ୍କର […]