ୟୁପି: ପ୍ରେମିକା ପାଇଁ ପ୍ରଶ୍ନପତ୍ର ଚୋରି କରି ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟି (ବିଏସପି)ର ନେତା ଫିରୋଜ ଆଲାମ୍ ଓରଫ ରାଜା। ତାଙ୍କ ଏସୟୁଭି କାରରେ ପଟିୟାଲି ବିଏସପି ସଂଯୋଜକ ବୋଲି ଉଲ୍ଲେଖ ରହିଛି। ସୋମବାର ଦିନ ଫିରୋଜଙ୍କୁ ଗିରଫ କରିଛି ୟୁପି ପୁଲିସ୍। ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ ଫିରୋଜଙ୍କ ପ୍ରେମିକା। ଏଥିପାଇଁ ପ୍ରେମିକାଙ୍କୁ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଓ […]
ନୂଆଦିଲ୍ଲୀ: ମୋଦି ସୁନାମିରେ ଧ୍ୱଂସପ୍ରାୟ ଅବସ୍ଥାକୁ ଚାଲି ଆସିଥିବା ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ଜିଦ୍ରେ ଅଡ଼ି ବସିଥିବା ବେଳେ ତାଙ୍କୁ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତାମାନେ ବୁଝାଇବାରେ ଲାଗିଛନ୍ତି। ଗତକାଲି କେସି ଭେନୁଗୋପାଲ ଓ ଅହମ୍ମଦ ପଟେଲଙ୍କୁ ରାହୁଲ ବିକଳ୍ପ ଖୋଜିବା ପାଇଁ କହିଥିଲେ। ହେଲେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ଡେପୁଟି ସଚିନ୍ […]
ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିପାରିବ, ଏମିତି ବିଶ୍ୱାସ ମନରେ ଆସୁନି। ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। […]
ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ […]
ରାଞ୍ଚି: ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଏହି ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଥିବା ବେଳେ ତିନି ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ତିନି ପୁୁଲିସ ଷଢ଼େଇକଳା ଜିଲ୍ଲା ପୁଲିସ ଅଧିନରେ କାର୍ଯ୍ୟରତ। ସମସ୍ତ ଆହତ ଯବାନ ଓ ପୁଲିସଙ୍କୁ ହେଲିକପ୍ଟର ଯୋଗେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଏତେ ଭୟାନକ ଥିଲା ଯେ, ଲିଭାଇବା ପାଇଁ ଦମକଳ ବିଭାଗ ନାକେଦମ ହୋଇପଡ଼ିଥିଲା। ଶେଷରେ ୨୫ଟି ଦମକଳ ଟିମ୍ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା […]
ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍ ହଲ୍ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ମୋଦି ଜିତିଥିବା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ଅର୍ଥାତ congratulations ବା ବଧାଇ ଜଣାଇଲେ। ଆମେ ସମସ୍ତେ ଏଇଆ ହିଁ ବୁଝିଲୁ। କିନ୍ତୁ ପାକିସ୍ତାନର ଜଣେ ଟିଭି ଆଙ୍କର୍ ମୋଦିଙ୍କ ଭାଷଣରେ ‘ଅଭିନନ୍ଦନ’ର […]
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଆସିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ […]
ସୁରତ୍: ସୁରତ ତକ୍ଷଶୀଳାର ସେହି ରାତି ଥିଲା ଏକ ଭୟଙ୍କର ରାତି। ଗୋଟିଏ ବିଜୁଳି ଖୁଣ୍ଟି ରାତିକରେ ନେଇଗଲା ୨୨ ଜୀବନ। ଏହି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା। ସେହି ନିଆଁ ଲାଗିଗଲା ୪ ମହଲା ବିଶିଷ୍ଟ କୋଚିଂ ସେଣ୍ଟରରେ। କିଏ ଜଳିଗଲା, କିଏ ଜୀବନ ବଞ୍ଚାଇବାକୁ ଯାଇ ୪ ମହଲା ଉପରୁ ଡେଇଁ ପଡ଼ିଲା। କୁହାଯାଏ, ବିପଦ ବେଳେ ବୁଦ୍ଧି ଦିଶେନି। ହେଲେ ସେଇ କେତେଜଣଙ୍କୁ ବୁଦ୍ଧି ଦିଶେ, ଯାହା ପାଇଁ ଅନକ ଜୀବନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ଆସନ୍ତାକାଲି ଏଥିପାଇଁ ଗୁଜରାଟ ଯିବେ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି। ଏହାପରେ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ବୋଲି ସେ କରିଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ତେବେ ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ବସିବ। ଏହି ବୈଠକରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ […]
ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ଦେଶରୁ ଛୁଟିଛି ଶୁଭେଛାର ବାର୍ତ୍ତା। ଏହି ଧାରାରୁ ପାକିସ୍ତାନ ବି ବାଦ ପଡ଼ିନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି। ଇମ୍ରାନ ଖାନ୍ ଶୁଭେଛା ବାର୍ତ୍ତାରେ ଆଗକୁ ଦୁଇ ଦେଶ ଏକ ହୋଇ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ଶାନ୍ତି ଉପରେ ଜୋର ଦେଇଛନ୍ତି। ଔପଚାରିକତା ରକ୍ଷା କରି ଇମ୍ରାନ […]
ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।
ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁନଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।
ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍ କମ୍ ଦାମ୍ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍ କମ୍ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ
କେରଳରେ କରୋନା ମହାମାରୀ ଆତଙ୍କ ମଧ୍ୟରେ ବର୍ତ୍ତମାନ ଜିକା ଭାଇରସ୍ ଭୟ ସୃଷ୍ଟି କରୁଛି । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୪ ଜଣ ଲୋକ ମଶା ଦ୍ୱାରା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମଣ ଖବର ସ୍ପଷ୍ଟ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି ।
କଠୋର ହେଲେ ଦିଲ୍ଲୀ ସରକାର। ଶବ୍ଦ କଲେ ଦେବାକୁ ପଡ଼ିବ ଜରିମାନା। ଜେନେରେଟର ଲଗାଇଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏପରିକି ଘର ତିଆରି ପାଇଁ ମେସିନ ବ୍ୟବହାର କରୁଥିଲେ ମଧ୍ୟ ଦେବେ ଜରିମାନା।
ଭୂମି ତଳେ ଷଡ଼ଯନ୍ତ୍ର ରଚୁଛି ଭୂମାଫିଆ ଚୀନ୍ । ସବୁ ଦେଶ ଉପରେ ପ୍ରଭୁତ୍ୱ ଜାହିର କରିବାକୁ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଇବାରେ ଲାଗିଛି ଡ୍ରାଗନ୍ । ଚୀନ୍ ନିଜର ଉତ୍ତର-ପଶ୍ଚିମ ଅଞ୍ଚଳର ମରୁଭୂମିରେ ୧୧୯ଟି ନୂତନ ମିସାଇଲ୍ ସାଇଲୋ ନିର୍ମାଣ କରୁଛି ।
ମନରୁ ଡେଲ୍ଟାର ଭୟ ଛାଡ଼ିନି, ପୁଣି ମାଡ଼ି ଆସିଲାଣି ଲେମ୍ବଡା ଭାରିଏଣ୍ଟ। ଗବେଷକଙ୍କ କହିବା ଅନୁଯାୟୀ ଏହା ଡେଲ୍ଟାଠାରୁ ଅଧିକ ସଂକମିତ।
ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ । ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ସବୁ ଦିନ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ଲକ୍ଷ୍ମୀକୁ ଜୀବନରୁ ମାରି ଦେବାପରେ ବେଡ୍ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସହର ଛାଡ଼ି ଫେରାର ମାରିଥିଲା ସ୍ୱାମୀ । ତେବେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ । ଏବେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।
କରୋନା ସଂକ୍ରମଣ କମିବା ପରେ ହରିୟାଣା ସରକାର ରାଜ୍ୟରେ ପ୍ରାଇଭେଟ ଓ ସରକାରୀ ସ୍କୁଲ୍ ଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ୍ ସ୍କୁଲରେ ଅଫ୍ଲାଇନ୍ କ୍ଲାସ୍ ପାଇଁ ନିଷ୍ପତ୍ତି ନିଆଯାଇଛି।
କରୋନାର ୨ୟ ଲହର ଫେରିନି। ସଂକ୍ରମଣ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ। ଏପରି ସ୍ଥଳେ ଅନେକ ଲୋକ କୋଭିଡ-୧୯ କଟକଣା ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି। ଲୋକଙ୍କର ଏପରି ମନୋଭାବ ଭାଇରସକୁ ଖୋଲା ନିମନ୍ତ୍ରଣ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ।
ବିଳମ୍ବରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ। ଶ୍ରୀଲଙ୍କା କ୍ରିକେଟ ଟିମ୍ର ଦୁଇଜଣ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।
ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ପୁରୀ ବ୍ୟତୀତ ଦେଶ, ବିଦେଶର ଅନେକ ସ୍ଥାନରେ ରଥଯାତ୍ରା ହୁଏ। ହେଲେ ଏଇ ସହରର ରଥଯାତ୍ରା ବହୁ ପୁରୁଣା। ପ୍ରାୟ ୫୯୦ ବର୍ଷର । ମୋଗଲ ଶାସନ ସମୟରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି। କୁହାଯାଏ, ମୋଗଲ ଶାସକ ଶଙ୍ଖ ଓ ଘଣ୍ଟ ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ।
୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଭି.କେ. ପଲ୍।
କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।