Advertisment

କଲେକ୍ଟର କରିଦେଲେ କୋଟିପତି

ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍‌ କମ୍‌ ଦାମ୍‌ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍‌ କମ୍‌ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ

author-image
Sarbeswar
କଲେକ୍ଟର କରିଦେଲେ କୋଟିପତି

Farmer

ମଧ୍ୟପ୍ରଦେଶ: ଦିନେ ଭାଗଚାଷୀ ଥିଲେ, ଏବେ କୋଟିପତି ହେଲେ। ଅନ୍ୟ କ୍ଷେତରେ କାମ କରି କରି ଥକି ପଡ଼ିଥିଲେ ଏହି ଗରିବ ଆଦିବାସୀ କୃଷକ ଥାଭରା ଭାୱର । କିନ୍ତୁ ସ୍ଥାନୀୟ ଜିଲ୍ଲାପାଳଙ୍କ ପାଇଁ ଆଜି ସେ ହେଲେ କୋଟିପତି। ଏପରି ଆଶ୍ଚର୍ଯ୍ୟ କଲା ପରି ଖବର ଆସିଛି ମଧ୍ୟପ୍ରଦେଶ ରତଲାମ୍‌ଠାରେ। ସ୍ଥାନୀୟ କଲେକ୍ଟର କଲେକ୍ଟର କୁମାର ପୁରୁଷୋତ୍ତମ ଗରିବ ଆଦିବାସୀ କୃଷକଙ୍କୁ ତାଙ୍କ ୧୬ ବିଘା ଜମି ଫେରାଇ ଦେଇଛନ୍ତି। ଜମିର ମାଲିକ ହେବା ମାତ୍ରେ କୃଷକ ଜଣକ ହୋଇଯାଇଛନ୍ତି କୋଟିପତି। ହଠାତ୍‌ ଏତେ ଟଙ୍କାର ମାଲିକ ହେବା ପରେ ସେ ଖୁସିରେ ଗଦ୍‌ଗଦ୍‌ ହୋଇ ପଡ଼ିଛନ୍ତି। ସେପଟେ କଲେକ୍ଟରଙ୍କ ଏପରି କାମକୁ ଟ୍ୱିଟ୍‌ କରି ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ।

Advertisment

ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍‌ କମ୍‌ ଦାମ୍‌ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍‌ କମ୍‌ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ। ଏ ସମ୍ପର୍କରେ ଥାଭରା ଜାଣିବା ପରେ ଜମିକୁ ଫେରାଇ ଆଣିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇନଥିଲେ। ଏତେ ଗୁଡାଏ ଜମିକୁ ହରାଇ ଦୁଃଖରେ ଭାଙ୍ଗିଯାଇଥିଲା ପୂରା ପରିବାର। ଜମି ଫେରି ପାଇବାକୁ ଦୀର୍ଘ ୬୦ ବର୍ଷ ହେବ ଲଢେଇ କରିଥିଲେ କିନ୍ତୁ କିଛି ଲାଭ ପାଇନଥିଲେ। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଭେଟିବା ପରେ ମଧ୍ୟ କୌଣସି ଲାଭ ମିଳିନଥିଲା। ପରିବାର ଚଳାଇବା ପାଇଁ ପରଦ୍ୱାରେ ମୂଲ ଲାଗୁଥିଲେ। ୧୯୮୭ରେ ତତ୍କାଳୀନ ଏସଡିଏମ୍ ଜମି ବିକ୍ରିକୁ ଶୂନ୍ୟ ଘୋଷିତ କରିଥିଲେ।

Advertisment

ଏହାପରେ ବି ଥାଭରା ଓ ତାଙ୍କ ପରିବାର ଲୋକ ଜମି ପାଇ ପାରିନଥିଲେ। ନିକଟରେ ଆଦିବାସୀ ପରିବାରଟି ନିଜ ସମସ୍ୟା ନେଇ କଲେକ୍ଟର କୁମାର ପୁରୁଷୋତ୍ତମଙ୍କ ପାଖରେ ପହଁଞ୍ଚିଥିଲା। କଲେକ୍ଟର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଏସଡିଏମକୁ କୃଷକଙ୍କ ଜମିର କାଗଜପତ୍ର ପ୍ରସ୍ତୁତ କରିବାକୁ ଓ କବଜା କରିବାକୁ ନିର୍ଦେଶ ଦେଇଥିଲେ। ଦୀର୍ଘ ବର୍ଷ ପରେ କୃଷକଙ୍କ ପରିବାର ଜମି ଫେରି ପାଇ ଏବେ ଖୁବ୍ ଖୁସି ଅଛି।

କୋଟି କୋଟି ଟଙ୍କାର ଜମି ମିଳିବା ପରେ ଗରିବ କୃଷକ ଜଣକ ଖୁବ୍ ଖୁସି ହୋଇ ଯାଇଛନ୍ତି। ସନୱାଲିଆ ରୁଡି ନିବାସୀ କୃଷକ ଥାଭରା ଭାଓ୍ବର ନିଜର ୧୬ ବିଘାଜମି ଫେରି ପାଇବା ପାଇଁ ଦୀର୍ଘ ବର୍ଷ ହେବ ସଂଘର୍ଷ କରୁଛନ୍ତି। ଏହି କାମ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ କଲେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ଓ ଟ୍ବିଟ୍ କରି ରତଲାମ୍ ଜିଲ୍ଲାର ଆଦିବାସୀ କୃଷକଙ୍କୁ ଜମି ଫେରାଇବା ନେଇ ଶୁଭେଚ୍ଛା ଜଣାଇଛନ୍ତି।

India News Madhya Pradesh Farmer
Advertisment
Advertisment