ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ଗିରଫ ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ପ୍ରଦାନ ସହ ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ସାମ୍ବାଦିକଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ସ୍ୱାଧୀନତା ସର୍ବୋପରି ଏବଂ ଏହା ସହିତ ସାଲିସ କରାଯାଇପାରିବ ନାହିଁ। ସମ୍ବିଧାନ ଆମକୁ ଏହି ଅଧିକାର ଦେଇଛି। ଏହାକୁ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶ ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ ଦେଖିବାକୁ ପାଇଛି। ଖୁବଶୀଘ୍ର ଭାରତୀୟ ବାୟୁସେନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ରହିଛି। ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ […]
ହାଇଦ୍ରାବାଦ: ଘର ପାଖ ଦୋକାନରେ ଯଦି ମନ ପସନ୍ଦର ମଦ ନ ମିଳେ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ସହରରେ ଥିବା ଅନ୍ୟ ସବୁ ଦୋକାନ୍କୁ ଯିବେ। ଆଉ ସହରରେ ଯଦି ନ ମିଳେ ? କ’ଣ କରିବେ? ଆମେ ହଠାତ୍ କାହିଁ ମଦ ନ ମିଳିବା ବିଷୟରେ କହୁଛୁ। ଆପଣ ଭାବୁଥିବେ କ’ଣ ଆମ ଓଡ଼ିଶାରେ ମଦ ବ୍ୟାନ୍ ହୋଇ ଗଲା କି? ନା ଆଜ୍ଞା, ଏପରି କିଛି ହୋଇନାହିଁ। ପୂରା ଘଟଣା କ’ଣ […]
ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ ଖୁବ୍ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାୟୋପିକ୍ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା […]
ନୂଆଦିଲ୍ଲୀ: ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ପୂର୍ବରୁ ଚାରିଥର ସାଗର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଲୋକସଭା ୧୭ ଜୁନରେ ଆରମ୍ଭ ହେବାକୁ ଯାଉଛି। ତେଣୁ ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଏବଂ ୧୯ […]
କୋଲକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା। ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରାରେ ଆଜି ପୁଣି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ବିଜେପି ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୁର୍ବୃତ୍ତମାନଙ୍କୁ ସେମାନେ ଚିହ୍ନି ନାହାନ୍ତି। ବୋମା ପକାଇ ହଠାତ୍ ସେମାନେ ପଳାଇଥିଲେ। ବୋମା […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍ରେ ଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହ ଅନନ୍ତନାଗ […]
ନୂଆଦିଲ୍ଲୀ: ମହିଳାଙ୍କୁ ସମ୍ମାନ ଓ ଜିରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ସରକାରକୁ ଆସିଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ପାଦେ ଆଗେଇଛନ୍ତି। ଆୟକର ବିଭାଗର ୧୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ମୋଦି ସରକାର ପୁଣି ଥରେ ଚର୍ଚ୍ଚାରେ। ସୂଚନାଯୋଗ୍ୟ ଯେ, ବିଦା ହୋଇଥିବା ୧୨ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ମୁଖ୍ୟ ସଚିବ ରାଙ୍କ୍ର ଅଟନ୍ତି। ଏହି ୧୨ ଅଧିକାରୀଙ୍କ ମଧ୍ୟରୁ କେତେ […]
ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ପ୍ରୋଫାଇଲ୍ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ଏହା ଜଣା ପଡ଼ିବାର କିଛି ସମୟ ପରେ ବିଗ୍ବିଙ୍କର ଆକାଉଣ୍ଟକୁ ରିକଭର କରାଯାଇଛି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ମଧ୍ୟ ତାଙ୍କ ଆକାଉଣ୍ଟରୁ […]
ମୁମ୍ବାଇ: ସୁପରଷ୍ଟାର୍ ଶାହରୁଖ୍ ଖାନ୍ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍ବାଷ୍ଟର୍ ହିଟ୍ ସିରିଜ୍ ‘ଧୁମ୍’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍ ଧୁମ୍-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍ ଧରିଥିଲା। ପୂର୍ବରୁ ରିଲିଜ୍ ହୋଇଥିବା ଶାହରୁଖ୍ଙ୍କ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍ରେ ଏତେ ଧମାଲ୍ କରିପାରି ନଥିଲା। ଏବେ ଶାହରୁଖ୍ଙ୍କ ପାଖରେ କୌଣସି ପ୍ରୋଜେକ୍ଟ ନାହିଁ। ରାକେଶ୍ ଶର୍ମାଙ୍କ ଫିଲ୍ମ ‘ସାରେ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ ଶେଷ ହେବା ଯାଏ ଶାହଙ୍କୁ ଦଳର ଅଧ୍ୟକ୍ଷ ରଖିବାକୁ ଚିନ୍ତା କରୁଥିବା କଥା ଇଂଲିଶ ସମ୍ବାଦପତ୍ର ଡେକାନ କ୍ରୋନିକିଲରେ ପ୍ରକାଶ ପାଇଛି। ଅକ୍ଟୋବର-ନଭେମ୍ୱରରେ ଏହି ତିନି ରାଜ୍ୟରେ […]
ୱାଶିଂଟନ୍: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍ ପ୍ୟାରେଡ୍ରେ ଅଘଟଣ ଘଟିଛି। ପ୍ୟାରେଡ୍ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ବନ୍ଧକୁ ଦେଖାଇ ଧମକ ଦେଇଥିଲେ। ଏହାକୁ ନେଇ ପ୍ୟାରେଡ୍ରେ ସାମିଲ ଥିବା ସମଲିଙ୍ଗୀଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। […]
ଭୁବନେଶ୍ୱର: ବଜାରରୁ ଜୋତା, ପର୍ସ, ବ୍ୟାଗ୍, ଇଲେକ୍ଟ୍ରିକ୍ ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍ ଆମର ଅନେକ କାମରେ ଆସିପାରେ। –ଏହାକୁ ସିଲିକା ଜେଲ୍ କୁହାଯାଏ। ଏହା ସିଲିକନ୍ ଡାଇଅକ୍ସାଇଡ୍ର ଏକ ରୂପ। ଯାହାକୁ ଏକ ପ୍ୟାକେଟ୍ରେ […]
ମଣିପୁର:ସରକାରୀ ଗସ୍ତରେ ମଣିପୁର ଯାଇଥିବା ବିହାର ବିଧାୟକଙ୍କ ରଙ୍ଗୀନ ନାଚ ଏବେ ସୋଶାଲ ମିଡିଆରେ ଭାଇରାଲ ହେଇଛି। ମଣିପୁର ଓ ମ୍ୟାମାଁରର ସୀମାନ୍ତ ମୋରେ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଭ୍ୟନ୍ତରୀଣ ସମ୍ବଳ ଏବଂ କେନ୍ଦ୍ରୀୟ ସହାୟତା ସଂପର୍କିତ ବିଧାନସଭା କମିଟିର ସଦସ୍ୟ ଥିବା ଆରଜେଡି, ଜେଡିୟୁ ଓ ବିଜେପି ବିଧାୟକଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସରକାରଙ୍କ ପୂର୍ବୋତ୍ତର ରାଜ୍ୟ ବିକାଶ ନୀତିର ଅନୁଧ୍ୟାନ ପାଇଁ ବିଧାନସଭା କମିଟି […]
ନୂଆଦିଲ୍ଲୀ: ଟଙ୍କା କାଢ଼ିଲେ ମଧ୍ୟ ଦେବାକୁ ପଡ଼ିପାରେ ଟିକସ। ଏମିତି ଏକ ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର। ଏହି ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢ଼ିଲେ ଟିକସ ଦେବାକୁ ପଡ଼ିବ। କୌଣସି ଗ୍ରାହକ ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ନଗଦ ଆକାରରେ କାଢ଼ିଲେ, ଟିକସ ଦେବାକୁ ପଡ଼ିବ। ବଡ଼ ଧରଣର କାରବାର କଲେ ଆଧାର କାର୍ଡ ଦେଖାଇବାକୁ ବାଧ୍ୟ। କ୍ୟାସ୍ କାରବାରକୁ […]
ଭୁବନେଶ୍ୱର: ରବିବାର ଚଳିତ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏହି ବିଜୟ ପଛରେ ରହିଛି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଭଲ ପ୍ରଦର୍ଶନ। ହେଲେ ଭାରତର ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ‘ଏସଆରଏକ’ ଏବେ ଚର୍ଚ୍ଚାରେ। ସାଧାରଣତଃ ବଲିଉଡରେ ଏସଆରକେ କହିଲେ ଶାହରୁଖ ଖାନଙ୍କୁ ବୁଝାଏ। ହେଲେ ଏବେ ଟିମ୍ ଇଣ୍ଡିଆରେ ‘ଏସଆରଏକେ’ଙ୍କ ଆବିର୍ଭାବ ହୋଇଛି। ଏହି ଏସଆରକେ ହେଲେ ଟିମ୍ ଇଣ୍ଡିଆର ଏସ(ଶିଖର ଧାଓ୍ୱନ) ଆର( ରୋହିତ […]
ଲଣ୍ଡନ: ଚଳିତ ବିଶ୍ୱକପ୍ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ତେବେ ଗତକାଲି ଦମଦାର ବିଜୟ ପରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା […]
ନୂଆଦିଲ୍ଲୀ: ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଆର.ଭି ଜନକୀରମନ। ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ କରିଛନ୍ତି।
ଲଣ୍ଡନ: ଗତକାଲି ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ ‘ପଳାତକ’ ଘୋଷିତ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍ ବାହାରେ ଲୋକେ ‘ଚୋର ହୈ’ ବୋଲି କହି ଚିଲାଇ ଥିଲେ। ବିଜୟ ମାଲ୍ୟା ତାଙ୍କ ମାଆଙ୍କ ସହିତ ଷ୍ଟାଡିୟମ୍ ବାହାରକୁ ଆସିବା ପରେ ଲୋକେ ତାଙ୍କୁ ଘେରି ଯାଇ ‘ଚୋର୍ ହୈ’ ବୋଲି ବଡ଼ ପାଟିରେ ଚିଲାଇଥିଲେ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସିକୁ ମାଲ୍ୟା କହିଛନ୍ତି,“ସେତେବେଳେ ମୁଁ […]
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ରେ ଏଣିକି ଯାତ୍ରୀଙ୍କୁ ମିଳିବ ମସାଜ୍ ସର୍ଭିସ। ରେଳ ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଯାତ୍ରୀ। ଏହି ସେବା ଇନ୍ଦୋରରୁ ଯାଉଥିବା ୩୯ଟି ଟ୍ରେନ୍ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ମାଲିସ୍ ପାଇଁ ଜଣକ ପିଛା ୧୦୦ ଟଙ୍କା ଦର ର୍ନିଦ୍ଧାରଣ ହୋଇଛି। ପ୍ରତ୍ୟେକ ଟ୍ରେନରେ ୩ ରୁ ୫ଜଣ ବ୍ୟକ୍ତି ରହି ଯାତ୍ରୀଙ୍କୁ ଏହି ସେବା ଯୋଗାଇ ଦେବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ […]
ଲଣ୍ଡନ: ଲଗାତାର ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ କୁଲ୍ଟର-ନାଇଲଙ୍କ ବଲରେ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ଏହି ମ୍ୟାଚରେ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ । କିନ୍ତୁ ପରେ ସେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ମାରିବା ପରେ […]