ନୂଆଦିଲ୍ଲୀ: ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ମନମୋହନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।୧୯୯୧ରୁ ଲଗାତାର ୫ ଥର ସଂସଦକୁ ସେ ନିର୍ବାଚିତ ହୋଇଆସୁଥିଲେ ମନମୋହନ ସିଂହ। କିନ୍ତୁ ଚଳିତଥର ପ୍ରଥମଥର ପାଇଁ ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। ଆସାମରୁ ରାଜ୍ୟସଭା ସାଂସଦ ଭାବେ ମନମୋହନ ସିଂହ ସଂସଦରେ ପ୍ରତିନିଧିତ୍ୱ କରୁଥିଲେ। ଆସାମରେ […]
ନୂଆଦିଲ୍ଲୀ: କମି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଲିଟର ପିଛା ୧୯ରୁ ୨୦ ପଇସା ଏବଂ ଡିଜେଲ ୨୪ରୁ ୨୬ ପଇସା କମିଥିବା ଜଣାପଡ଼ିଛି। ଗତକାଲି ପେଟ୍ରୋଲ ୧୬ରୁ ୧୮ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୧୬ରୁ ୧୭ ପଇସା ହ୍ରାସ ପାଇଥିଲା। ତୈଳ କମ୍ପାନୀ ଇଣ୍ଡିଆନ ଅଏଲ ଓ୍ୱେବସାଇଟର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ୨୯ ପଇସା, ମୁମ୍ୱାଇରେ ୬୯.୯୯ ପଇସା, କୋଲକାତାରେ ୭୫ […]
କୋଲକାତା: ଆଜି ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ […]
ଆଲିଗଡ଼: ସ୍ୱାମୀ ସାଜିଲା ହତ୍ୟାକାରୀ। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ନିଜ ସ୍ତ୍ରୀକୁ ନଦୀରେ ବୁଡ଼ାଇ ମାରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଛି ବୋଲି ଆଲିଗଡ଼ ପୁଲିସ ସୂଚନା ଦେଇଛି। ଉଭୟ ସ୍ୱାମୀ ଏବଂ ତାନ୍ତ୍ରିକକୁ ପୁଲିସ ବାନ୍ଧି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମନପାଲ (ମୃତ ମହିଳାଙ୍କ ସ୍ୱାମୀ) ତାଙ୍କ ସ୍ତ୍ରୀକୁ ତାନ୍ତ୍ରିକ ସନ୍ଥଦାସ ଦୁର୍ଗା ଦାସଙ୍କ ସହ […]
ପାଟନା: ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ଗତକାଲି ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିଓ୍ୱାଲ ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ଛୋଟ […]
ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍ନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍ ଲାଇଟ୍ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି। କିଛି ଦିନ ପୂର୍ବେ ସେ ଇନ୍ଷ୍ଟାଗ୍ରାମ୍ରେଏକ ଫିଚର ‘(Ask Me A Question)’ ର ବ୍ୟବହାର କରି ନିଜ ଫ୍ୟାନ୍ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ […]
ନୂଆଦିଲ୍ଲୀ: ମହଙ୍ଗା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। ଏଣିକି ଗ୍ରାହକଙ୍କୁ ଏଲ୍ପିଜି ସିଲିଣ୍ଡର ପିଛା ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ସରକାର ଏଲ୍ପିଜି ଡିଲରମାନଙ୍କ କମିଶନ ବୃଦ୍ଧି କରିବା ପରେ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ୫୦୭.୪୨ ଟଙ୍କା ରହିଛି। ପୂର୍ବରୁ ଏହା ୫୦୫.୩୪ଟଙ୍କା ଥିଲା। ଗତବର୍ଷ ସେପ୍ଟେମ୍ବରରେ ଏଲ୍ପିଜି ବିତରକଙ୍କ କମିଶନ ବାବଦରେ ୧୪.୨ କେଜି ସିଲିଣ୍ଡର ପିଛା ୪୮ ଟଙ୍କା ୮୯ ପଇସା ଓ […]
ଅଗରତାଲା: ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଓ ଲଢ଼େଇ ଜାରି ରହିଛି। ଏହାରି ଭିତରେ ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ପାପିୟା ଦତ୍ତ ଗତକାଲି ଏକ ଦଳୀୟ ସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଯେଉଁଭଳି ହତ୍ୟା, ଗୁଣ୍ଡାଗର୍ଦି ବଢ଼ିଛି ତାହା ଏବେ ‘ମିନି ପାକିସ୍ତାନ’ ପାଲଟିଗଲାଣି। ଏଥିପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଏହି ବିଜେପି ନେତ୍ରୀ। ଆଗାମୀ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବାୟୁସେନା ଉଲ୍ଲେଖ କରିଛି ଯେ ବିମାନଟି ଦୁର୍ଘଟଣା ହୋଇ ପଡ଼ିଥିବା ସ୍ଥାନରେ ଆଜି ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ। ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, […]