Advertisment

ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁନଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।

author-image
Sarbeswar
ଅଦ୍ୟତନ ହୋଇଛି
ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ସରକାରୀ ଚାକିରି

JOB

ଲକ୍ଷ୍ନୌ: ଦୁଇରୁ ଅଧିକ ପିଲା ଥିଲେ ଏଣିକି ଆଉ ମିଳିବ ନାହିଁ ସରକାରୀ ଚାକିରି। କେବଳ ଏତିକି ନୁହେଁ କୌଣସି ସରକାରୀ ଚାକିରି ପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ ଦୁଇ ପିଲାରୁ ଅଧିକ ସଂଖ୍ୟାରେ ପିଲା ଥିବା ଅଭିଭାବକମାନେ। କେବଳ ଏତିକି ନୁହେଁ ବରଂ ଏମାନଙ୍କୁ କୌଣସି ନିର୍ବାଚନ ଲଢିବା ପାଇଁ ସୁଯୋଗ ମଧ୍ୟ ଦିଆଯିବ ନାହିଁ ବୋଲି ଜଣାପଡ଼ିଛି। ଏଠାରେ ଆମେ ସ୍ପଷ୍ଟ କରୁଛୁ ଯେ, ଏହା ଓଡ଼ିଶାରେ ନୁହେଁ ବରଂ ଉତ୍ତରପ୍ରଦେଶ ସରକାର ଲାଗୁ କରିଛନ୍ତି। ୟୁପି ଷ୍ଟେଟ୍ ଲ କମିଶନ୍ ,ୟୁପି ଜନସଂଖ୍ୟା ବିଲ୍, ୨୦୨୧ ଡ୍ରାଫ୍ଟ ଉପରେ ୧୯ ଜୁଲାଇ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କର ରାୟ ମଗାଯାଇଛି। ଏହା ଏଭଳି ଏକ ଆଇନ୍, ଯାହାକି ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନରେ ପ୍ରଭାବ ପକାଇପାରେ। କୁହାଯାଉଛି ଯେ, ଏହି ଆଇନ୍ ରାଜ୍ୟରେ ମୁସଲମାନ ଜନସଂଖ୍ୟାକୁ ଟାର୍ଗେଟ କରି କରାଯାଇଛି।

Advertisment

ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେବଳ ଦୁଇଟି ସନ୍ତାନ ଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ। ଏହାସହ ସେମାନଙ୍କୁ ସରକାରୀ ଲୋନ୍ ଓ ପାଣି, ବିଜୁଳି ଏବଂ ହାଉସ୍ ଟ୍ୟାକ୍ସ ଭଳି ଉପଯୋଗିତା ପାଇଁ ଶୁଳ୍କରେ ଛାଡ ମଧ୍ୟ କରାଯିବ।

Advertisment

କେବଳ ଏତିକି ନୁହେଁ ବରଂ ଦୁଇଟି ସନ୍ତାନ ଥିବା ସରକାରୀ ଚାକିରୀଆଙ୍କୁ ଅତିରିକ୍ତ ଭାବରେ ଚାକିରୀକାଳ ମଧ୍ୟରେ ଦୁଇଟି ଅତିରିକ୍ତ ବେତନ ବୃଦ୍ଧି, ପୁରା ବେତନ ଓ ଭତ୍ତା ସହିତ ୧୨ ମାସର ମାତୃତ୍ବ ବା ପିତୃତ୍ବ ଅବକାଶ ଓ ମାଗଣା ସ୍ବାସ୍ଥ୍ୟ ସୁବିଧା ଦିଆଯିବ। ଏହାସହ ପିଲାଙ୍କୁ ଉଚ୍ଚଶିକ୍ଷିତ ଓ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ସହାୟତା ମିଳିବ ବୋଲି କୁହାଯାଇଛି।

Uttar Pradesh Yogi Adityanath India News
Advertisment
Advertisment