ଚେନ୍ନାଇ: ଭାରତ ବିଶ୍ୱକପ୍ ଜିତିବ। ଏଇ ସ୍ୱପ୍ନ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଖିରେ। ସେଥିପାଇଁ ଫ୍ୟାନ୍ସମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଲେଣି। ଚେନ୍ନାଇର ଜଣେ କ୍ରିକେଟ ପ୍ରେମୀ, ଯିଏକି ଭାରତ ବିଶ୍ୱକପ୍ ଜିତୁ ଏଥିପାଇଁ ସେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରକାର ପୂଜା। ସେ ପ୍ରଭୁ ଗଣେଶଙ୍କୁ ଭିନ୍ନ ବେଶରେ ତିଆରି କରିଛନ୍ତି। ଠିକ୍ କ୍ରିକେଟର ଷ୍ଟାଇଲ୍ରେ। ରାମକ୍ରିଷ୍ଣନ ନାମକ ଏଇ ବ୍ୟକ୍ତି ଜଣକ ପ୍ରାୟ ୧୦ରୁ ଅଧିକ ଭିନ୍ନଭିନ୍ନ ଗଣେଶ ତିଆରି କରିଛନ୍ତି। କେଉଁ […]
ବେଙ୍ଗାଲୁର:ସର୍ବଜନୀନ ହୋଇଛି ଚନ୍ଦ୍ରାୟାନ୍-୨ର ଫଟୋ। ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ୍ ୨ର ଉତ୍କ୍ଷେପଣ ହେବ। ତା ପୂର୍ବରୁ ଇସ୍ରୋ ଏହି ଫଟୋ ଜାରି କରିଛି। ବୈଜ୍ଞାନିକଙ୍କ ଦ୍ୱାରା ସାଟେଲାଇଟକୁ ଶେଷ ସ୍ପର୍ଶ ଦିଆଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ଜିଏସ୍ଏଲ୍ଭି ମାର୍କ ୩ ରକେଟ୍ ଦ୍ୱାରା ଏହାକୁ ଉତ୍କ୍ଷେପଣ କରାଯିବ। ଇସ୍ରୋର ଆକଳନ ଅନୁସାରେ ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ […]
ଲିଡ୍ସ: ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍ରେ ୪ ୱିକେଟ୍ ହରାଇଥିଲା। ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ ଢଙ୍ଗରେ ଭାରତୀୟ ବୋଲରଙ୍କୁ ମୁକାବିଲା ସହ ଦଳୀୟ ସ୍କୋରକୁ ଆଗକୁ ନେଇଛନ୍ତି। ୩୦ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍ ହରାଇ ୧୨୭ ରନ୍ କରିଛି। […]
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି। ଆଜି ବିଶ୍ୱକପ୍ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍ର କ୍ରିକେଟ୍ ୱେବସାଇଟ୍ ‘ୱାହ କ୍ରିକେଟ୍.କମ୍’ରେ ଏସମ୍ପର୍କିତ ଖବର ପ୍ରକାଶ ପାଇଛି। ଧୋନି […]
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍ ମିଡିଆରେ ତାଙ୍କର ଅପ୍କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍ ଲୁକ୍ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍ଅପ୍ରେ ଦେଖି ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ […]
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇରଫାନ ଖାନଙ୍କ ହିଟ୍ ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍’ର ଶୁଟିଂ ଆରମ୍ଭ […]
ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍ ଗୀତର ରିମେକ୍..। ବଲିଉଡ଼୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର […]
ହାଇଦ୍ରାବାଦ୍: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]
ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍ ଓ ରାଜସ୍ଥାନ ଇନ୍ ସର୍ଭିସ ଡକ୍ଟର ଆସୋସିଏନ୍ ପକ୍ଷରୁ ରାଜ-ମେଡିକନ୍-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]
ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]
ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍ ଇବ୍ରାହିମ୍କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଦାଉଦ୍ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର […]
ନୂଆଦିଲ୍ଲୀ: ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗତକାଲିର ବାଂଲାଦେଶ-ଭାରତ ମ୍ୟାଚ୍କୁ ମନଭରି ଉପଭୋଗ କରିଥିଲେ କ୍ରିକେଟ ପ୍ରେମୀ। ମ୍ୟାଚ୍ରେ ବେଶି ରୋଚକ ଥିଲା ରୋହିତ ଶର୍ମାଙ୍କ ଶତକ। ୯୨ ବଲରେ ୫ଟି ଛକା ସହ ୧୦୪ ରନ କରି ରୋହିତ ରେକର୍ଡ କରିଥିଲେ। ହେଲେ ଛକା ମାରିବା ବେଳେ ଗୋଟଏ ବଲ୍ […]
ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି । ରିପୋର୍ଟ ଲେଖା ହେଲା ବେଳକୁ […]
ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ ବ୍ରାହ୍ମଣ ପରିବାରରେ ଜନ୍ମି ମୁଁ ଆବାଲ୍ୟରୁ ଏହା ହିଁ ଶିଖି ଆସିଛି। ମୋ ସୁଖ, ଶାନ୍ତିର ଶ୍ରେୟ ସବୁବେଳେ ସେଇ ଜଗନ୍ନାଥଙ୍କୁ ଦେଇ ଆସିଛି। ମନରେ କୌଣସି […]
ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ହାନୀ ହୋଇଥାଏ। ୧୮୭୩ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ। ସେଦିନ ଭୋଗ ବୁହାରେ […]
ଭୁବନେଶ୍ୱର : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି। ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ ନିୟମ। ଏହି ଭେଟଘାଟ ବେଳେ ସବୁ ଦଳର ଅଧିନାୟକ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହି ସମୟରେ ଉଭୟ ଦଳ ନିଜ ନିଜର ଖେଳାଳି ତାଲିକା ପରସ୍ପରଙ୍କୁ […]
ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ଥିବା ଦଳ ବାଂଲାଦେଶ ପାଇଁ କଷ୍ଟକର ହେବ। ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶଫିକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ […]
ଭୁବନେଶ୍ୱର : ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି ଉପୁଜିବ। […]
ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ ସଂସ୍ଥା। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ […]
ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ ଗୋଶାଳାରେ ୮ଟି, ମୁଖ୍ୟମନ୍ତ୍ରୀଙ୍କ ଗୋଶାଳାରେ ୪ଟି ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି। ଏ […]
ବର୍ମିଂହାମ୍: ଆଜି ବର୍ମିଂହାମ୍ରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ। ଆଜିର ମ୍ୟାଚ୍ ଜିତି ସେମିରେ ନିଜ ସ୍ଥାନ ପକ୍କା କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଏହି ମ୍ୟାଚ୍କୁ କବ୍ଜା କରି ବାଂଲାଦେଶ ସେମିକୁ ଯିବା ପାଇଁ ଶେଷ ପ୍ରୟାସ କରିବ। ପଏଣ୍ଟ ତାଲିକାକୁ ଯଦି ନଜର ପକାଇବା ତାହେଲେ ୧୧ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ବାଂଲାଦେଶ ୭ ପଏଣ୍ଟ ସହ ସପ୍ତମରେ ରହିଛି। ତେଣୁ ଏହି ମ୍ୟାଚ୍ ବାଂଲାଦେଶ […]
ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦୁଇ ଓପ୍ନର ତଥା ଅଧିନାୟକ ଦିମୁତ କରୁଣାରତ୍ନେ ଓ କୁଶଲ ପରେରା ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା […]
ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା […]
ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ପାଇଁ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଇସ୍ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି। ଏହି ପଗଡ଼ି ପାକିସ୍ତାନର ଜାତୀୟ ପତାକା ଭଳି ହୋଇଛି। ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି। ଏହି ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]