• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kashmir
ଜମ୍ମୁକାଶ୍ମୀର: ଧାଡ଼ିରେ ୨ ଘଣ୍ଟା, ଫୋନ୍‌ରେ ୨ ମିନିଟ୍‌

ଶ୍ରୀନଗର: ଦୀର୍ଘ ଦୁଇ ଘଣ୍ଟା କାଳ ଲମ୍ବା ଧାଡ଼ିରେ ଛିଡ଼ା ହେଲେ ଫୋନ୍‌ରେ ମାତ୍ର ୨ ମିନିଟ୍‌ କଥା ହେବାର ସୁଯୋଗ ମିଳୁଛି। କେହି କେହି ଧାଡ଼ିରେ ଅପେକ୍ଷା କରୁଥିବା ବେଳେ କାନ୍ଦୁଛନ୍ତି ତ ଆଉ କେହି ଫୋନରେ ନିଜର ପ୍ରିୟଜନଙ୍କ କଥା ଶୁଣି ଲୁହକୁ ଅଟକାଇ ପାରୁ ନାହାନ୍ତି। ଜମ୍ମୁ-କଶ୍ମୀର ଡେପୁଟି କମିଶନରଙ୍କ ଅଫିସରେ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ଏଠାରେ ପ୍ରଶାସନ ପକ୍ଷରୁ କଶ୍ମୀର ବାସୀଙ୍କ ପାଇଁ ଫୋନର ବ୍ୟବସ୍ଥା କରାଯାଇଛି। […]

woman officer
ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ଶ୍ରୀନଗର :ଜମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପରେ ସେଠାରେ ପରସ୍ଥିତି ବେଶ ଗମ୍ଭୀର। ଭାରତ ନୁହେଁ, ପ୍ରତ୍ୟେକ ଦେଶର ନଜର ଏବେ ଜମ୍ମୁକାଶ୍ମୀର ଉପରେ। କେଉଁ ମୁହୂର୍ତ୍ତରେ କ’ଣ ବି ଘଟିପାରେ । ଏମିତି ସ୍ଥିତିରେ ଏବେ ଜାମ୍ମୁ-କାଶ୍ମୀର। ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସୁରକ୍ଷାକର୍ମୀ-ପୁଲିସ-ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଧାରା ୩୭୦ ହଟିବା ପରଠାରୁ ଅର୍ଥାତ୍‌ ୮ ଦିନ ଭିତରେ ଏଠାରେ କୌଣସି ଅପ୍ରୀତିକର ଘଟିଥିବା ନଜରକୁ ଆସିନାହିଁ। ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଶ୍ରୀନଗରରେ […]

975475385
ଜମ୍ମୁକାଶ୍ମୀର କଟକଣା ଉଚ୍ଛେଦ ସମ୍ପର୍କରେ ରୁଲିଂ ଦେଲେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ସମ୍ପର୍କରେ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ […]

k
ଭାରତ ବିରୋଧରେ ଏମିତି ମନ୍ତବ୍ୟ ଦେଲେ ବଲିଉଡ୍‌ ଗାୟିକା ହାର୍ଡ କୌର

ନୂଆଦିଲ୍ଲୀ: ବଲିଉଡ୍‌ ଗାୟିକା ତଥା ରାପର୍‌ ତରନ କୌର ଢିଲୋନ୍‌ ଓରଫ୍‌ ହାର୍ଡ କୌର ଭାରତ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଏନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ‘ଖାଲିସ୍ତାନ ଜିନ୍ଦାବାଦ୍‌’ ନାରା ଦେବା ସହିତ ଭାରତ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ଯେ, ହାର୍ଡ କୌର ପ୍ରଥମେ ନିଜ କାର୍‌ରୁ ଓହ୍ଲାଉଛନ୍ତି ଓ ସେଥିରେ ବସିଥିବା ତାଙ୍କର ଜଣେ ସାଥୀଙ୍କୁ […]

chandrayana
ଅଗଷ୍ଟ ୨୦ରେ ଚନ୍ଦ୍ର ପରିକ୍ରମା କରିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨କୁ ଚନ୍ଦ୍ର ଆଡ଼କୁ ଆଉ ଏକ ପାଦ ଆଗେଇଛି। ଚନ୍ଦ୍ରଯାନ-୨ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ପହଞ୍ଚିବାକୁ ଯାଉଛି । ଆସନ୍ତାକାଲି ଇସ୍ରୋ ପକ୍ଷରୁ ଟ୍ରାନ୍ସ ଲୁନାର ଇଂଜେକସନ ଦ୍ୱାରା ଚନ୍ଦ୍ରଯାନ ୨କୁ ଚନ୍ଦ୍ରର ଆହୁରି ନିକଟତର କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଆସନ୍ତା ଅଗଷ୍ଟ ୨୦ ତାରିଖରେ ଏହା ଚନ୍ଦ୍ର ପରିକ୍ରମା ଆରମ୍ଭ କରିବ। ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା […]

trump
ସ୍ପଷ୍ଟ କଲା ଆମେରିକା, କଶ୍ମୀର ପ୍ରସଙ୍ଗରେ ଆଉ ମଧ୍ୟସ୍ଥତା କଥା ଉଠାଇବ ନାହିଁ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଆମେରିକା ଆଉ ମଧ୍ୟସ୍ଥତା କଥା ଉଠାଇବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଭାରତ ସରକାର କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଦରକାର ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି, “ଆମେରିକା […]

bipin rawat
ଯୁଦ୍ଧ ପାଇଁ ଭାରତୀୟ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସମରସଜ୍ଜା ଆରମ୍ଭ କରୁଥିବା ଖବର ସାମ୍ନାକୁ ଆସିଛି। ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ କୌଣସ ଦୁଃସାହାସ କରେ, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତ କହିଛନ୍ତି। […]

doval
ଜମ୍ମୁ-କଶ୍ମୀରରେ ଡୋଭାଲ: ସ୍ଥିତି ସମୀକ୍ଷା କଲେ, ସୁରକ୍ଷାକର୍ମୀଙ୍କ ସହ ଖାଇଲେ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାରେ ଲାଗିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତକୁ ଯାଇ ଡୋଭାଲ ସ୍ଥିତି ସମୀକ୍ଷା କରିବା ସହ ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଉଛନ୍ତି। ନୂଆ କଶ୍ମୀର ଗତକାଲି ଇଦ୍‌ ପାଳନ କରିଥିଲା। ଏହି ସମୟରେ ଡୋଭାଲ ମଧ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷାରେ ଲାଗିଥିଲେ। କିଛି ସମୟ ପାଇଁ ଶ୍ରୀ ଡୋଭାଲ ସିଆରପିଏଫ୍‌ ଓ […]

qureshi
କାଶ୍ମୀର ପାଇଁ ଏକା ଲଢିବାକୁ ଘୋଷଣା କଲେ ପାକ୍‌ ବୈଦେଶିକ ମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସମୂହ ନିକଟରେ ପାକିସ୍ତାନ ଫେରାଦ ହୋଇଥିଲେ ହେଁ ତା’କୁ ନିରାଶ ହେବାକୁ ପଡ଼ିଛି। ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ପାକିସ୍ତାନୀ ଓ କାଶ୍ମୀରବାସୀଙ୍କୁ ଉସ୍‌କାଇବା ଆରମ୍ଭ କରିଛନ୍ତି। ସେ କହିଛନ୍ତି, “କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୂହ ଠାରୁ ପାକିସ୍ତାନୀବାସୀ କୌଣସି ଆଶା କରି ରହିବା ଠିକ୍‌ ନୁହେଁ। ଜାତିସଂଘ ସୁରକ୍ଷା ପରିଷଦ ଫୁଲ […]

twwet
୮ ଟୁଇଟର ଆକାଉଣ୍ଟକୁ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜବ ଓ ଫେକ୍  ନ୍ୟୁଜ ପୋଷ୍ଟ କରୁଥିବା ୮ଟି ଆକାଉଣ୍ଟକୁ ହଟାଇ ଦେବା ପାଇଁ ଟୁଇଟରକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରରୋଚନାରେ ଏହି ଆକାଉଣ୍ଟଗୁଡିକୁ ପରିଚାଳିତ କରାଯାଉଥିବା  ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାମ୍ମୁ ଓ କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି ଉଦ୍ଦେଶ୍ୟରେ ଏପରି କରାଯାଉଥିବା ଗୃହ ସଚିବ ରାଜୀବ ଗୌବା କହିଛନ୍ତି। ସେହିପରି ଏହି ଟୁଇଟର ଆକାଉଣ୍ଟଗୁଡିକ ଜମ୍ମୁ ଓ କାଶ୍ମୀରର କୌଣସି ବ୍ୟକ୍ତିଙ୍କର ନୁହେଁ ବୋଲି ପୁଲିସ […]

sc_on_jk_12_08_2019
ଜମ୍ମୁକାଶ୍ମୀରରେ କଟକଣା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଶ୍ରୀନଗର: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ କଟକଣା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଉପତ୍ୟକାରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ କରିବା, ନ୍ୟୁଜ ଚ୍ୟାନେଲ ଉପରେ ଅଙ୍କୁଶ ଲଗାଇବା ଆଦି ପଦକ୍ଷେପକୁ ନେଇ ସୁପ୍ରିମକୋଟରେ ଚ୍ୟାଲେଞ୍ଜ ହୋଇଥିଲା । ସ୍ୱେଛାସେବୀ ତେହସୀନ ପୁନାୱାଲା କେନ୍ଦ୍ର ସରକାରଙ୍କ ଏହି କଟକଣାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେନ୍ଦ୍ରର ଏହି ପଦକ୍ଷେପ ସମ୍ବିଧାନର ଧାରା ୧୯ ଓ […]

Delhi Police
ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ବଡ଼ ସଫଳତା : ୨୫୦୦ କୋଟିର ବ୍ରାଉନସୁଗାର ଜବତ

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ୨୫ଶହ କୋଟିର ବ୍ରାଉନସୁଗାର ଜବତ କରିବା ସହ ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହାସହ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ହରିୟାଣାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ଅପରାଧର ଚେର କେତେ ବାଟ ଲମ୍ବିଛି ଜାଣିବା ପାଇଁ ୪ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି ଦିଲ୍ଲୀ ପୋଲିସ ।

3
ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ। ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। […]