ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ପକ୍ଷରୁ ଆଶ୍ୱସ୍ତି କଲା ଭଳି ଖବର ମିଳିଛି। ସାରା ବିଶ୍ୱରେ ୩ଟି କରୋନା ଭ୍ୟାକସିନର ପରୀକ୍ଷଣ ଫାଇନାଲ୍ ଷ୍ଟେଜରେ ପହଞ୍ଚିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଫାଇନାଲ୍ ଷ୍ଟେଜରେ ସବୁ ପରୀକ୍ଷଣକୁ ସଫଳତା ମିଳେ, ତାହେଲେ ଖୁବଶୀଘ୍ର କରୋନାକୁ ହରାଇବା ପାଇଁ ବଜାରରେ ଭ୍ୟାକସିନ ଉପଲବ୍ଧ ହେବ। ସାରା […]
ନୂଆଦିଲ୍ଲୀ: ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି। ହସ୍ପିଟାଲର ଅଧ୍ୟକ୍ଷ ଡା.ଡିଏସ ରାଣା କହିଛନ୍ତି, ନିୟମିତ ଟେଷ୍ଟ ପାଇଁ ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧି ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭାବେ ସ୍ଥିର ରହିଥିବା ସେ କହିଛନ୍ତି। ଏହାବାଦ୍ ସେ ଆଉ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। […]
ଚେନ୍ନାଇ: କରୋନା ସଂକ୍ରମଣ ବ୍ୟାପୁଥିବାର ଦେଖି ତାମିଲନାଡୁ ସରକାର ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏକ ଲକଡାଉନକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଏହି ଲକଡାଉନରେ କିଛିଟା କୋହଳ ମଧ୍ୟ କରାଯାଇଛି। ବର୍ତ୍ତମାନ ଯେଉଁ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରୁଛନ୍ତି, ତାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ କଟକଣା ପୂର୍ବଭଳି ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ […]
କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍ ଅଶୋକ ମୁସ୍ତାଫିଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଛି। ଗାଙ୍ଗୁଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ମୁସ୍ତାଫି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଶୋକ ହୃଦଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଏପ୍ରିଲ୍ ମାସରୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଶୋକ ଜଣାଶୁଣା ଦୁଃଖଃରାମ କ୍ରିକେଟ୍ […]
ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଆଇପିଏଲ୍ ପ୍ରସ୍ତୁତିରେ ଲାଗି ପଡ଼ିଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ଏବେ ସେପ୍ଟେମ୍ବରରୁ ଆରମ୍ଭ ହେବ। କରୋନାଭାଇରସ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରୁଛି। ଏସଓପିରେ କିଛି ବଡ଼ ସର୍ତ୍ତ ମାନିବାକୁ ପଡ଼ିବ। ବିସିସିଆଇର ଏହି ଏସଓପି ମୁତାବକ, ଯେଉଁ ଖେଳାଳି ଜୈବ ସୁରକ୍ଷା ପ୍ରୋଟୋକଲକୁ ଥରେ ପ୍ରବେଶ କରିବ, ସେ କୌଣସି ପ୍ରକାରର ନିୟମ […]
ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ବେଳେ ଆମେରିକାର ନ୍ୟୁୟର୍କ ଟାଇମସ ସ୍କୋୟାରରେ ଭଗବାନ ରାମଙ୍କ ଫଟୋ ଓ ଭବ୍ୟ ମନ୍ଦିରର ଥ୍ରୀ-ଡି ଚିତ୍ର ପ୍ରଦର୍ଶନ ହେବ। ଏହି ଐତିହାସିକ ଘଟଣାକୁ ସାରା ବିଶ୍ୱରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି। ପ୍ରବାସୀ ଭାରତୀୟ ତଥା ଭାରତ ଆମେରିକ ନାଗରିକ ବ୍ୟାପାର କମିଟିର ସଭାପତି ଜଗଦୀଶ ସେହ୍ୱାନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥିପାଇଁ ଟାଇମସ ସ୍କୋୟାରରେ ଲାଗିଥିବା ବିଲବୋର୍ଡ ଓ୧୭ […]
ୱାଶିଂଟନ: ପୃଥିବୀ ବାହାରେ ଜୀବନ ଖୋଜିବାକୁ ପୁଣି ମଙ୍ଗଳ ଗ୍ରହ ଅଭିମୁଖେ ରୋଭର୍ ପଠାଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଫ୍ଲୋରିଡ଼ା କେପ୍ କାନାଭେରାଲ୍ରୁ ଆଟଲାସ୍-ଭି ରକେଟ୍ ସାହାଯ୍ୟରେ ରୋଭର୍ ପର୍ସେଭରେନ୍ସର ଉତ୍କ୍ଷେପଣ ହୋଇଛି। ଏହି ବହୁ ଆକାଂକ୍ଷିତ ଉତ୍କ୍ଷେପଣ ସଫଳ ହୋଇଥିବା ନାସା ପକ୍ଷରୁ କୁହାଯାଇଛି। ସବୁ କିଛି ଯୋଜନା ମୁତାବକ ହେଲେ, ଆସନ୍ତା ବର୍ଷ ଫେବୃଆରୀ ୧୮ ତାରିଖରେ ମଙ୍ଗଳ ଗ୍ରହରେ ପହଞ୍ଚିବ ରୋଭର୍ ପର୍ସେଭରେନ୍ସ। ଏହି ରୋଭର୍ ମଙ୍ଗଳ ପୃଷ୍ଠରେ ଗଡ଼ିବ, […]
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ସାମାନ୍ୟ ହ୍ରାସ ପାଇଥିବା ପରି ମନେ ହେଉଛି । ତଥାପି ଯେ କୌଣସି ମୁହୂର୍ତ୍ତ ପାଇଁ ସଜାଗ ରହିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଥିବା ୩୪୮୮ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଅତିରିକ୍ତ ୩୫ ହଜାର ଯବାନ ମୁତୟନ କରୁଛି । ନାମ ଗୋପନ ସର୍ତ୍ତରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୀମା ବିବାଦର ଶୀଘ୍ର ସମାଧାନ ଲାଗି ବଜେଟ୍ […]
ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢିଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହସ୍ତକ୍ଷେପ କରିଛି। ଇଡି ବିହାର ପୋଲିସକୁ FIR ରିପୋର୍ଟ ମାଗିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ମନି ଲଣ୍ଡରିଂର ଯାଞ୍ଚ କରିବା ପାଇଁ ଇଡି ଏହି ରିପୋର୍ଟ ମାଗିଛି । ଏ ନେଇ ଇଡି ବିହାର ପୋଲିସକୁ ଏକ ଚିଠି ଲେଖିଛି। ସୂଚନାଥାଉ କି, ସୁଶାନ୍ତଙ୍କ ବାପା କେକେ ସିଂହ ନିଜ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୫ ହଜାର ୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୭୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ରେ ପହଞ୍ଚିଛି। ଏବେ ୫ ଲକ୍ଷ […]
ଲକ୍ଷ୍ନୌ: ଏଣିକି ଗାଡ଼ି ଚଲାଇବା ବେଳେ ଫୋନ୍ରେ କଥା ହେଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଦୁର୍ଘଟଣା ରୋକିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ନିୟମ ଲାଗୁ କରିଛନ୍ତି। ସଡ଼କ ସୁରକ୍ଷା ନିୟମକୁ ଆହୁରି କଡ଼ାକଡ଼ି କରିବା ପାଇଁ ଗୁରୁବାର ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚଲାଉଥିବା ବେଳେ ଫୋନ୍ରେ କଥା ହେଉଥିବା ଧରାପଡ଼ନ୍ତି, ତା’ହେଲେ ସେମାନଙ୍କ […]
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ସୁଶାନ୍ତ ସବୁବେଳେ ହସ ଖୁସିରେ ରହୁଥିବା ମଣିଷ ଓ ରିଏଲ ହିରୋ ଥିଲେ। ସେ କୌଣସି କଥାକୁ ନେଇ ମନଦୁଃଖ କରିପାରନ୍ତି କିନ୍ତୁ ଡିପ୍ରେସନ୍ରେ ରୁହନ୍ତି ନାହିଁ। ଅଙ୍କିତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ୧୫ ମିନିଟ୍ ମଧ୍ୟରେ ମୋ ପାଖକୁ ଫୋନ୍ ଆସିଥିଲା ଯେ ସେ ଆତ୍ମହତ୍ୟା […]
ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା। LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍ର ପାଙ୍ଗୋଙ୍ଗ ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ ସେନା ଏବଂ ବୋଟ ପାଙ୍ଗୋଙ୍ଗ ଝିଲ ନିକଟରେ ମୁତୟନ କରିଛି। ବିବାଦୀୟ ଇଲାକାରେ ଚୀନ୍ର ଏପରି ଶକ୍ତି ପ୍ରଦର୍ଶନ ଯୋଗୁ ପୁଣି ଉତ୍ତେଜନା ବୃଦ୍ଧି ପାଇର ଆଶଙ୍କା […]
ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍ରେ ଚାଲିଥିବା ନେପୋଟିଜିମ୍ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିବା ପରେ ମାମଲା ନୂଆ ମୋଡ ନେଇଛି। ଏଇ ସମୟରେ ସୁଶାନ୍ତଙ୍କ ଟ୍ରେନର ସୁଶାନ୍ତଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଟ୍ରେନର ସମୀ ମହମ୍ମଦ ମିଡିଆକୁ ବୟାନ […]