• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rover
ଚନ୍ଦ୍ରପୃଷ୍ଠରେ ଠାବ ହେଲା ପ୍ରଜ୍ଞାନ!

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନର ୧୦ ମାସ ପରେ ପୁଣି ଚର୍ଚ୍ଚାରେ ରୋଭର୍ ପ୍ରଜ୍ଞାନ। ବିକ୍ରମ୍ ଲ୍ୟାଣ୍ଡର ଧ୍ୱଂସ ହେବା ସତ୍ତ୍ୱେ, ଚନ୍ଦ୍ରପୃଷ୍ଠରେ ରୋଭର୍ ପ୍ରଜ୍ଞାନ କିଛି ବାଟ ଗଡ଼ିଥିଲା ବୋଲି ଦାବି କରିଛନ୍ତି ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟର୍ ସାନମୁଗା ସୁବ୍ରମଣ୍ୟମ। ନାସା ଦ୍ୱାରା ଉଠାଯାଇଥିବା ଫଟୋରୁ ରୋଭର୍ ସୁରକ୍ଷିତ ଥିବା ଏବଂ କିଛି ମିଟର ଗଡ଼ିଥିବା ଜଣାପଡ଼ୁଛି। ରୋଭର୍ ଗଡ଼ିବାର ଟ୍ରାକ୍ ବା ଚିହ୍ନ ମଧ୍ୟ ଫଟୋରେ ଦେଖାଯାଉଥିବା ସେ ଦାବି କରି ଇସ୍ରୋକୁ ଜଣାଇଛନ୍ତି। […]

bs yediyurappa
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦ୍ୟୁରପ୍ପା(୭୭)‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ୍ ପରେ ତାଙ୍କୁ ମାନିପାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ସେଲ୍‌ଫ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ସେ ଅନୁରୋଧ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପା‌ କହିଛନ୍ତି। I […]

ଦୁଇ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସମୁଦ୍ରରେ ଓହ୍ଲାଇଲା SpaceX ଡ୍ରାଗନ୍‌

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‌ ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି। ଗତକାଲି ଅପରାହ୍ନରେ ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି। ମହାକାଶଚାରୀମାନେ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚ୍ୟୁଟ୍‌ ଦ୍ୱାରା ଓହ୍ଲାଇଥିଲେ। ପ୍ରଥମଥର ପାଇଁ ମହାକାଶଚାରୀମାନେ ଜଳ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶଚାରୀମାନେ ଓହ୍ଲାଇବା ପରେ ସେଠାରେ ଥିବା ବୋଟ୍ ସେମାନଙ୍କୁ ଉଦ୍ଧାର କରିଥିଲା। […]

patna sp
ସୁଶାନ୍ତ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଯାଇଥିବା ବିହାର IPSଙ୍କୁ ଜବଦରସ୍ତ କ୍ୱାରେଣ୍ଟିନ୍‌ରେ ଭର୍ତ୍ତିକଲେ

ମୁମ୍ବଇ:ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ତଦନ୍ତରେ ମୁମ୍ବାଇ ପୋଲିସର ନିରପେକ୍ଷତା ପ୍ରତି ଯେଉଁ ପ୍ରଶ୍ନ ଉଠିଥିଲା ତାହା ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା। ବିହାର ପୋଲିସକୁ ଖାଲି ମୁମ୍ବାଇ ପୋଲିସ ଅସହଯୋଗ କରୁନି, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ବି ଏଥିରେ ହାତ ମିଳାଇଛି। କାରଣ  ଏବେ ମାମଲାର ଯାଞ୍ଚ ପାଇଁ ମୁମ୍ବାଇ ଯାଇଥିବା ପାଟ୍‌ନା ଏସ୍‌ପି […]

pak tv
ପାକ୍‌ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରଣ ମଝିରେ ହଠାତ୍‌ ଉଡ଼ିଲା ତ୍ରିରଙ୍ଗା

ଇସ୍‌ଲାମ୍‌ବାଦ: ପାକିସ୍ତାନର ପ୍ରମୁଖ ମିଡିଆ ହାଉସ୍‌ ଡନ୍‌ (Dawn News)ର ନିଉଜ୍‌ ଚ୍ୟାନେଲକୁ ରବିବାର ଅପରାହ୍ନରେ କେହି ହ୍ୟାକ କରି ନେଇଥିଲା। ମିଳିଥିବା ଖବର ଅନୁଯାୟୀ, ନ୍ୟୁଜ୍‌ ଚାନେଲ୍‌ରେ ପ୍ରସାରଣ ଜାରି ରହିଥିଲା। ହଠାତ୍‌ ପ୍ରସାରଣ ମଝିରେ ଏହା ବନ୍ଦ ହୋଇଗଲା। ଆଉ କିଛି ସମୟ ପରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଲା। ଏହି ତିରଙ୍ଗା ସହ Happy Independence Day ଲେଖାଥିଲା। ଏହି ଘଟଣାର ପୁରା ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। […]

Tiger
ବାଇକ୍‌ରେ ଯାଉଥିବା ବେଳେ ଆକ୍ରମଣ କରିବାକୁ ଧାଇଁଆସିଲା ବାଘ,ଆଉ ତା'ପରେ ହେଲା କଣ?

ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଦୁଇ ବନ କର୍ମଚାରୀଙ୍କ ଉପରକୁ ଡେଇଁ ପଡିଲା ବାଘ। ସୌଭାଗ୍ୟବଶତଃ ଉଭୟ ଅଫିସରଙ୍କର କୌଣସି କ୍ଷତି ହୋଇନାହିଁଁ।

nepal
ନେପାଳରେ ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ସହମତି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ ପକ୍ଷରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ପରେ ଓଲି  ସାମାନ୍ୟ ନରମିଥିବା ପରି ମନେ ହେଉଛି।  ରବିବାର ବିଳମ୍ବିତ ରାତିରେ ଗତ ମାସରୁ ନେପାଳରେ ନିଷିଦ୍ଧ ଭାରତୀୟ ସମ୍ବାଦ ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣକୁ ଅନୁମତି ମିଳିଛି। […]

food 12
ହୋଟେଲ୍‌ରେ ମିଳୁଛି ‘କୋଭିଡ୍‌ Curry’, ‘ମାସ୍କ Naan’

ଯୋଧପୁର: ‘କୋଭିଡ୍‌ କରି’, ‘ମାସ୍କ ନାନ୍’…ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଖାଦ୍ୟ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି। ‌ଅନ୍‌ଲକ୍‌-୩ରେ ହୋଟେଲ୍ ସବୁ ଖୋଲା ରହିଥିଲେ ମଧ୍ୟ, କେବଳ ପାର୍ସଲ ପାଇଁ ଅନୁମତି ରହିଛି। ଏସବୁ ଭିତରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍‌ ମାଲିକମାନେ ମଧ୍ୟ ନୂଆ ନୂଆ ଖାଦ୍ୟ ସବୁ ପ୍ରସ୍ତୁତ କରୁଛନ୍ତି। ରାଜସ୍ଥାନ ଯୋଧପୁରରେ ଏକ ରେଷ୍ଟୁରାଣ୍ଟ୍‌,‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଛି ଖାଦ୍ୟର ନାଁ ଏମିତି ରଖିଛନ୍ତି […]

corona
ଦେଶରେ ୧୮ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗୁରୁତର ହେଉଛି କରୋନା ମହାମାରୀ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ହଜାର ୯୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୧ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୭୯ ହଜାର ୩୫୭ ଚିକିତ୍ସିତ ହେଉଥିବା ବେଳେ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର […]

Karti P Chidambaram
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ପି. ଚିଦାମ୍ବରମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ କାର୍ତ୍ତି ଚିଦାମ୍ବରମ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। I have just tested positive for #Covid. My symptoms are mild and as per medical advice I am under home quarantine. I would urge all those who have recently […]

sushant singh
ଉଭଣୀର ଲୁହ ଭିଜା ଚିଠି- ଥାଳି ସଜ୍ଜା ହୋଇଛି, ଦୀପ ଜଳୁଛି...ହେଲେ କୁଆଡେ ଗଲା ସେଇ ମୁହଁ....

ମୁମ୍ବାଇ: ତିନି ଭଉଣୀ ରାକ୍ଷୀ ଧରି ଅପେକ୍ଷା କରିଛନ୍ତି। ତାଙ୍କର ଗେହ୍ଲା ଭାଇ ଆସିବ। ତା’ ହାତରେ ରାକ୍ଷୀ ବାନ୍ଧିଦେବେ। ମଥାରେ ସିନ୍ଦୂରର ଟିପା ଦେଇ ମଙ୍ଗଳ ମନାସିବେ। ଦୀପ ଦେଇ ବନ୍ଦାପନା କରି ଭାଇର ଦୀର୍ଘ ଜୀବନ କାମନା କରିବେ। ହେଲେ ଭାଇ କାହିଁ…..? ସତରେ କ’ଣ ଆଉ ସେ ଆସିବନି ? ତାଙ୍କ ହାତରୁ ରାକ୍ଷୀ ବାନ୍ଧିବନି ? ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି […]

dogg
ଟିଭିରେ ଖେଳ ଦେଖିବା ସମୟରେ ଏମିତି ମଜ୍ଜି ଯାଇଥିଲା କୁକୁର, ଆଉ ତା’ପରେ...

ନୂଆଦିଲ୍ଲୀ: ଖେଳ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଯଦି ଟିଭିରେ ପ୍ରିୟ ଖେଳାଳିମାନେ ଖେଳୁଛନ୍ତି, ତେବେ ସେମାନେ ସବୁ କିଛି ଭୁଲିଯାଇ ଖେଳ ଦେଖିବାରେ  ହିଁ ମଜ୍ଜି ରୁହନ୍ତି।  ଖେଳାଳିମାନେ ବ୍ୟାଟ୍‌କୁ ଧରି ବଲ୍‌କୁ ମାରିବା ପାଇଁ ଆଗକୁ ଗତି କରିବା ସମୟରେ ଦର୍ଶକମାନେ ଚାତକ ପରି ସେମାନଙ୍କୁ ଚାହିଁଥାନ୍ତି।‌ ଠିକ୍‌ ସେତିକିବେଳେ ଯଦି ଖେଳାଳିଟି ଚଉକା କି ଛକା ଗୋଟେ ମାରି ଦିଏ, ତେବେ ଟିଭି ଦେଖୁଥିବା ଦର୍ଶକମାନେ ଖୁସିରେ ତାଳି ମାରିବା ସହ […]

snake
ଏମିତି ଟେକ୍‌ନିକ୍‌ରେ ନଡ଼ିଆ ଗଛରେ ଚଢିଲା ବିରାଟ ଅଜଗର

ନୂଆଦିଲ୍ଲୀ: ସମତଳ ଚଟାଣ ଉପରେ ବେଶ ସ୍ୱଚ୍ଛନ୍ଦରେ ଯାଇପାରେ ସାପ । ହେଲେ ଉପରକୁ ଉଠିବା ସାପ ପରି ସରୀସୃପଙ୍କ ପାଇଁ କଷ୍ଟ। କିନ୍ତୁ ଆମେ ସାପ ଗଛ ଚଢୁଥିବାର ଏମିତି ଦୃଶ୍ୟ ଦେଖାଇବୁ, ଯାହା ଦେଖାଇଲେ ଆପାଣ ଆଶ୍ଚର୍ଯ୍ୟ ହୋଇଯିବେ। ସାପ ଏଠି ଏକ୍‌ଦମ ସତର୍କତାର ସହ ବିରାଟ ଏକ ଗଛ ଚଢୁଛି, ସତେ ଯେମିତି ମଣିଷ। ଏମିତି ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ଲମ୍ବା […]

sushant-singh
ଆତ୍ମହତ୍ୟା ପୂର୍ବରୁ ଏହିସବୁ ଜିନିଷ ଇଣ୍ଟରନେଟ୍‌ରେ ସର୍ଚ୍ଚ କରିଥିଲେ ସୁଶାନ୍ତ !

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାରେ ମୁମ୍ବାଇ କମିଶନରେଟ୍‌ ପୋଲିସ୍‌ ପରମବୀର ସିଂ ଆଜି ପ୍ରେସ୍‌ମିଟ୍‌ କରି  ନିଜ ବିଭାଗର ଦୋଷ ଲୁଚାଇବାର ଅପପ୍ରୟାସ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତଦନ୍ତରେ ଅବହେଳା, ତଥ୍ୟ ଲୁଚାଇବା, ବିହାର ପୋଲିସକୁ ସହଯୋଗ ନ କରିବା ଏପରିକି ତଦନ୍ତ ପାଇଁ ଆସିଥିବା ବିହାର ଆଇପିଏସ୍‌ଙ୍କୁ ଜବରଦସ୍ତ କ୍ୱାରେଣ୍ଟିନ୍‌କୁ ପଠାଇବା ପରି ଅଭିଯୋଗ ମୁମ୍ବାଇ ପୋଲିସ ବିରୋଧରେ […]

jim
ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର, ଜାରି ହେଲା ଗାଇଡ୍‌ ଲାଇନ

ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍‌। ଏପରିକି ଜିମ୍‌ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।  ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। […]

corona
୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ […]