ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ୬ ଜଣ ଟ୍ୱିଟରରେ ଯୋଡ଼ି ହୋଇଛନ୍ତି। ତେବେ ମୋହନ ଭାଗବତ ଖବର ଲେଖା ହେବା ସୁଦ୍ଧା କୌଣସି ଟୁଇଟ୍ ନକରି ଟ୍ୱିଟରରେ ଭେରିଫାଇଡ୍ ହୋଇଛନ୍ତି। ଏହାଦ୍ୱାରା ସେ ନୀଳ ଟିକ୍ ମାର୍କ ପାଇଛନ୍ତି। ଟ୍ୱିଟରରେ ଯୋଡ଼ି ହେବା ପରେ ମୋଟ ୧୩.୬ ହଜାର ଫୋଲଅର୍ସ ପହଞ୍ଚିଛନ୍ତି। ଆରଏସଏସର ନିଜସ୍ୱ ଟୁଇଟର ଆକାଉଣ୍ଟ ରହିଛି। ଯାହାର ଫଲୋଅର୍ସ ୧.୩ ମିଲିଅନ ରହିଛନ୍ତି। ପୂର୍ବରୁ ମୋହନ […]
ବର୍ମିଂହାମ: ଚଳିତ ବିଶ୍ୱକପ୍ରେ ଗତକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଗୁଗଲ ସିଇଓ ସୁନ୍ଦର ପିଚାଇ ବି ଉପସ୍ଥିତ ଥିଲେ। ବିସିସିଆଇ ତାଙ୍କର ଏକ ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ କରିଛି। ଫଟୋରେ ସୁନ୍ଦର ପିଚାଇଙ୍କ ସହିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଅଛନ୍ତି। ସୁନ୍ଦର ପିଚାଇ କ୍ରିକେଟ୍ ଦେଖିବାକୁ ଭଲ ପାଆନ୍ତି। ଭାରତ-ଆମେରିକା ବିଜ୍ନେସ୍ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ଏକ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ତେବେ ଏକତା କପୁରଙ୍କ ୱେବ୍ ସିରିଜ୍ ‘ବୁ ସବ୍କୀ ଫଟେଗୀ’ ଜରିଆରେ ସେ ପୁଣି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ୱେବ୍ ସିରିଜ୍ର ପ୍ରମୋସନ୍ ପାଇଁ ସେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ। ଶୋ’କୁ ତାଙ୍କ ସହିତ କୋ-ଷ୍ଟାର ତୁଷାର କପୁର ଓ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଆସିଥିଲେ। ତିନିହେଁ ଶୋ’ରେ ଖୁବ୍ ମସ୍ତି କରିଥିଲେ ଓ ନିଜ […]
ନୂଆଦିଲ୍ଲୀ: ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚର ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଟିମ ଇଣ୍ଡିଆ ପରାସ୍ତ ହୋଇଛି। ଏହି ପରାଜୟ ପାଇଁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମୁଫ୍ତି ମେହବୁବା ଟିମ୍ ଇଣ୍ଡିଆର ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିକୁ ଦାୟୀ କରିଥିଲେ। ଏବେ ଏହାକୁ ନେଇ ବଢ଼ିଛି ରାଜନୀତିକ ଆରୋପ ପ୍ରତ୍ୟାରୋପ। ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରାଇନା କହିଛନ୍ତି ପାକିସ୍ତାନ ଟିମ ସେମିଫାଇନାଲକୁ ଯିବା କଷ୍ଟକର […]
ମୁମ୍ବାଇ: ଦଙ୍ଗଲ୍ ଗାର୍ଲ ଜାଏରା ୱାସିମ୍ଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ଦୁଃଖ ଖବର। ‘ଦଙ୍ଗଲ୍’ ଓ ‘ସିକ୍ରେଟ୍ ସୁପରଷ୍ଟାର୍’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଏହି ଅଭିନେତ୍ରୀ ସବୁଦିନ ପାଇଁ ବଲିଉଡ୍କୁ ଅଲ୍ବିଦା କହି ଦେଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି। ହଠାତ୍ ଏହି ଖବର ଦେଇ ଜାଏରା ତାଙ୍କ ଫ୍ୟାନ୍ଙ୍କୁ ଚକିତ କରି ଦେଇଛନ୍ତି। ସେ ଇନଷ୍ଟାଗ୍ରାମ୍ରେ ଲେଖିଛନ୍ତି,“୫ ବର୍ଷ ପୂର୍ବରୁ ବଲିଉଡ୍ରେ ପାଦ ରଖିଥିଲି। […]
ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ଆଫ୍ଗାନିସ୍ତାନକୁ ହରାଇଥିଲା। ଶେଷ ଓଭର (୪୯.୩)ରେ ଦଳ ବିଜୟ ହାସଲ କରିଥିବା ବେଳେ ମ୍ୟାଚ୍ ପରେ ପରେ ପଡ଼ିଆରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ଓ ଆଫ୍ଗାନିସ୍ତାନର ସମର୍ଥକମାନେ ପଡ଼ିଆ ମଝିରେ ମାରପିଟ୍ ହୋଇଯାଇଥିଲେ। ଏପରିକି ଆଫଗାନିସ୍ତାନ ସମର୍ଥକମାନେ ଫ୍ୟାଭିଲିୟନକୁ ଫେରୁଥିବା ପାକିସ୍ତାନର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ମାରପିଟ୍ କରିଥିଲେ। ସେହିପରି ପାକିସ୍ତାନ ପ୍ରଶଂସକଙ୍କ ମାଡ଼ରେ ଆଫଗାନିସ୍ତାନର […]
ବର୍ମିଂହାମ୍: ବିଶ୍ୱକପ୍ କ୍ରିକେଟ୍ର ଅନ୍ୟତମ ହାଇଭୋଲଟେଜ୍ ମ୍ୟାଚ୍ ହେବ ଆଜି। ମୁହାଁମୁହିଁ ହେବେ ନମ୍ବର ଓ୍ୱାନ୍ ଓ ନମ୍ବର ଟୁ ଟିମ୍। ଟାଇଟଲ୍ ଦାବିଦାର ଇଣ୍ଡିଆ ଓ ଇଂଲଣ୍ଡ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିଫାଇନାଲ୍ ରେସ୍ରେ ରହିବାକୁ ଇଂଲଣ୍ଡ ପାଇଁ କର ବା ମର ପରିସ୍ଥିତି ହୋଇଥିବା ବେଳେ ଆଜିର ମ୍ୟାଚ୍ ଜିତିଲେ ସେମି ସିଟ୍ ପକ୍କା କରିବ ବିରାଟ ବାହିନୀ। ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍ରେ ଟିମ ଇଣ୍ଡିଆର ଖେଳାଳିମାନେ […]
ମୁମ୍ୱାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଡ୍ୟାନ୍ସ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିଛନ୍ତି। ଏହି ଶୋ’ରେ ସେ ଜଜ୍ ଭୂମିକାରେ ନଜର ଆସିଛନ୍ତି । ଏହି ଶୋ’ର ଏକ ଏପିସୋଡରେ କରିନା ପ୍ରତିଯୋଗୀଙ୍କ ସହ ଡ୍ୟାନ୍ସ କରି ଶୋ’ର ଗ୍ଲାମର ବଢାଇ ଦେଇଛନ୍ତି। ସେ ସ୍ୱାମୀ ସୈଫଙ୍କ ଫିଲ୍ମ ‘ଦିଲ୍ଲଗି’ର ଆଇକନିକ ହିଟ୍ ଗୀତ ‘ଓଲେ-ଓଲେ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହାବ୍ୟତୀତ ସେ ନିଜ […]
ନୂଆଦିଲ୍ଲୀ: ଫ୍ରାନ୍ସରେ ଥିବା ଭାରତୀୟ ବାୟୁସେନାର ରାଫେଲ୍ ଜେଟ୍ ଅଫିସରୁ ନିର୍ମାଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇନି। ଭାରତୀୟ ବାୟୁସେନାର ଏକ ଟିମ୍ ଏବଂ ଫ୍ରାନ୍ସ ସରକାରଙ୍କ ଏକ ଟିମର ମିଳିତ ତଦନ୍ତ ପରେ ଆଜି ଏହି ସୂଚନା ମିଳିଛି। ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ ଚୋରି ହୋଇଥିବା ନେଇ ସୂଚନା ମିଳିବା ପରେ ବାୟୁସେନାର ଏକ ଟିମ୍ ଫ୍ରାନ୍ସକୁ ଯାଇଥିଲା ତଦନ୍ତ ପାଇଁ। ଏହି ତଦନ୍ତକରୀ ଟିମରେ ତିନି ଜଣିଆ ସାଇବର ଫରେନସିକ୍ […]
ଲଣ୍ଡନ: ଆସନ୍ତାକାଲି ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ। ଗତକାଲି ଟିମ୍ ଇଣ୍ଡିଆର ପ୍ରାୟୋଜକ ଥିବା ନାଇକ୍ ତରଫରୁ ଏହି ଅରେଞ୍ଜ ଜର୍ସିର ଉନ୍ମୋଚନ କରାଯାଇଥିଲା। ଏବେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଏହି ନୂଆ ଜର୍ସିକୁ ପିନ୍ଧି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର […]
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ଲଢ଼େଇ ହେବ। ୧୯୩୨ରେ ପ୍ରଥମେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍ ଲଢ଼େଇ ଆରମ୍ଭ ହୋଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍ ଥିଲା। ଏହାପରେ ୧୯୭୪ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହୋଇଥିଲା। ସେବେଠାରୁ ଦୁଇ ଦେଶ ୯୯ଟି ମ୍ୟାଚ୍ରେ ପରସ୍ପରକୁ ଭେଟିଛନ୍ତି। ଏହି ୯୯ଟି ମୁକାବିଲାରୁ ଭାରତ ଅଧିକାଂଶ ମ୍ୟାଚ୍ ଜିତିଛି। ଅର୍ଥାତ ଆସନ୍ତାକାଲି ଭାରତର ପଲା ଭାରୀ ରହିଛି। ୯୯ଟି […]
କଟକ: ଜାତୀୟ ମାନବାଧିକାର କମିଶନ ଏବଂ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ସଦସ୍ୟା ଆଜି କଟକ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ବେଳେ ମାନବାଧିକାର ସଦସ୍ୟସଦସ୍ୟା ଜେଲର ବିଭିନ୍ନ ବିଭାଗକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, କିଛି ଦିନ ତଳେ ଜେଲ ପରିସରରେ ନିଶା କାରବାର ଏବଂ ହତ୍ୟାକାଣ୍ଡ ଘଟଣା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲ॥ ଏନ୍ଏଚଆରସି ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, […]
ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡ଼ିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥାଏ। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । […]
ମୁମ୍ୱାଇ: ଡିଜନି ପ୍ରଡକ୍ସନ୍ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍ ଶୁଣି ପାରିବେ। ଶାହାରୁଖ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର […]
ନୂଆଦିଲ୍ଲୀ: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ପାଇଁ ମୋଦି ସରକାର ଆଲୋଚନା କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରେ ରାସନକାର୍ଡ ଦେଖାଇ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ୍ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ଶୁକ୍ରବାର ରାଜ୍ୟସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ […]
ଚେନ୍ନାଇ: ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ୟୁପିଏସ୍ସି ତାଙ୍କୁ ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଡିଜିପି ପଦ ପାଇଁ ୬ […]
ନୂଆଦିଲ୍ଲୀ:ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ସମ୍ମାନ’ରେ ଅନେକ କଂଗ୍ରେସ ନେତା ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଗଣ ଇସ୍ତଫା ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୮୦ ଜଣ ନେତାଙ୍କ ସ୍ୱାକ୍ଷର ରହିଛି। ଏହି ଇସ୍ତଫାପତ୍ରର ଆରମ୍ଭରେ ଲେଖା ଅଛି, ମୁଁ ରାହୁଲ ଗାନ୍ଧିଙ୍କ ସମ୍ମାନରେ ନିଜ ପଦବୀରୁ ଇସ୍ତଫା ଦେଉଛି। ଇସ୍ତଫା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଆଇସିସି ସେକ୍ରେଟାରୀ, ଯୁବ କଂଗ୍ରେସ ନେତା ଏବଂ ମହିଳା କଂଗ୍ରେସ […]
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଶୁକ୍ରବାର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୦୪ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପେସର ଡ୍ୱେନ୍ ପ୍ରିଟୋରିୟସ୍ ଚମତ୍କାର ବୋଲିଂ […]
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍ ନିର୍ମାଣ କରିବେ। ଏହି ଡାଇନିଂ ହଲ୍ରେ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ରିଲେଶନଶିପରେ ଅଛନ୍ତି। ଖବର ମିଳିଛି ଯେ ରାହୁଲ୍ ବଲିଉଡର କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ନାହାନ୍ତି, ଯାହାଙ୍କ ନାମ ତାଙ୍କ ସହ ଯୋଡ଼ା ଯାଉଛି। କିନ୍ତୁ ଜଣାପଡ଼ିଛି […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ କହିଛନ୍ତି। ଅହିଂସା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ମାନବିକ ଅଧିକାର ପାଇଁ ବହୁଦିନ ଧରି ଲଢ଼ି ଆସିଥିବା ଦଲାଇଲାମା ଏହି ଅବସରରେ କହିଛନ୍ତି, ଟ୍ରମ୍ପ ଦିନେ ଗୋଟିଏ କଥା […]