ଜୟପୁର: ମା’ ଦୁର୍ଗାଙ୍କୁ ମେଲାଣିବେଳେ ଗତକାଲି ପାର୍ବତୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା। ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା କୁହାଯାଉଛି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି […]
ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍ର ପକ୍ଷରୁ ମେରିନାକ୍ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ ପ୍ରଥମ ରାଫେଲ୍ ଫାଇଟର୍ ଜେଟ୍କୁ ଗ୍ରହଣ କରିଛି ଭାରତ। ବିମାନର ଟେଲ୍ ନମ୍ବର ରହିଛି RB-001। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନ ଉପରେ […]
ଜୁନାଗଡ଼: ଗୁଜରାଟର ଜୁନାଗଡ଼ରେ ରବିବାର ଏକ ପୋଲ ଭାଙ୍ଗିଯିବାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏଥିପାଇଁ ଭୟଙ୍କର ଲାଗୁଛି ଯେ ପୋଲ ଉପରେ ୪ଟି କାର୍ ଯାଉଥିବା ବେଳେ ମଝିରେ ରାସ୍ତାରେ ହଠାତ୍ ପୋଲଟି ଭାଙ୍ଗିଯାଇ ନଦୀ ମଝିରେ ପଡ଼ିଥିଲା। ଫଳରେ କାର୍ରେ ଫସି ରହିଥିବା ଲୋକମାନଙ୍କର ଭୟରେ ତଣ୍ଟି ଶୁଖିଯାଇଥିଲା। ସେମାନେ ଆହତ ମଧ୍ୟ ହୋଇଥିଲେ। ଏହାପରେ ସ୍ଥାନୀୟଲୋକ ଓ ପୁଲିସ୍ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଗ୍ୟ ଭଲ ଯେ […]
ନୂଆଦିଲ୍ଲୀ: ପାକିସ୍ତାନର ପୁଣି ନୂଆ ନାଟକ। ଆଜି ପିଓକେରୁ ହଜାର ହଜାର ଲୋକ ଏଲ୍ଓସି ଆଡ଼କୁ ମାଡ଼ିଚାଲିଥିବା ଖବର ମିଳିଛି। ଏନେଇ ଅନେକ ଟ୍ୱିଟର୍ ୟୁଜର୍ ମଧ୍ୟ ଭିଡିଓ ପୋଷ୍ଟ କରିଛନ୍ତି। ଜମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ବିରୋଧରେ ସେମାନେ ବିକ୍ଷୋଭ କରିବେ। ଏହା ପୂର୍ବରୁ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେମାନଙ୍କୁ ଏଲ୍ଓସି ଅତିକ୍ରମ ନ କରିବାକୁ କହିଥିଲେ। ସେ କହିଥିଲେ, ଯେକେହି କାଶ୍ମିରୀମାନଙ୍କ ସମର୍ଥନରେ ବା ସାହାଯ୍ୟ ପାଇଁ […]
ବିଶାଖାପାଟଣା: ବିଶାଖାପାଟଣାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୨୦୩ ରନରେ ଜିତି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଉଭୟ ଦଳ ତରଫରୁ ଅନେକ ରେକର୍ଡ କରାଯାଇଛି। ତେବେ ଏହି ମ୍ୟାଚ୍ରେ କ’ଣ ସବୁ ରେକର୍ଡ ହୋଇଛି ଆସନ୍ତୁ ଜାଣିବା। ୩୭: ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ରେକର୍ଡ ବିଶାଖାପାଟଣାରେ ହୋଇଛି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ମୋଟ ୩୭ ଛକା ମାରି ରେକର୍ଡ […]
ବିଶାଖାପାଟଣା: ବୃହତ ବିଜୟ ସହ ଟିମ୍ ଇଣ୍ଡିଆ ତା’ର ଘରୋଇ ଟେଷ୍ଟ ସିଜନ୍ ଆରମ୍ଭ କରିଛି। ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଫଳରେ ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନର ବଡ଼ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଦେଇଥିବା ୩୯୫ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ଦ୍ୱିତୀୟ ଇନିଂସରେ ୬୩.୫ ଓଭରରେ […]
ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ। ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୩୫ଟି ଛକା ମରାଯାଇଥିଲା। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାର ଡେନ୍ ପିଟ୍ ଗୋଟିଏ ଛକା […]
ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍ ଡି’ବ୍ରୁନଙ୍କୁ ଆଉଟ୍ କ୍ଲିନ୍ ବୋଲ୍ଡ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍ ଏବେ ଦ୍ରୁତ ୩୫୦ ୱିକେଟ୍ ନେବାରେ ମୁରଲୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ବୋଲର […]
ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍ସଙ୍ଗ୍, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍ଗୁଡ଼ିକର ଆଣ୍ଡ୍ରେଏଡ୍ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ ହ୍ୟାକ୍ରମାନେ ଆପଣଙ୍କ ଫୋନ୍କୁ ହ୍ୟାକ୍ କରି ଆପଣଙ୍କ ଫୋନ୍ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲ୍ରେ ନେଇପାରିବେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଆସିଥିବା ଏହି ନୂଆ ବିପଦକୁ Zero-Day ବୋଲି କୁହାଯାଉଛି। […]