ମୁମ୍ବାଇ: ପାକିସ୍ତାନ ବାୟୁ ସେନା ପାଇଲଟ୍ଙ୍କ ପୁଅ ତଥା ବଲିଉଡ୍ ଗାୟକ ଅଦ୍ନାନ୍ ସାମି ଏବେ ଖୁବ୍ ଚର୍ଚ୍ଚାରେ। ଏଥର ଚର୍ଚ୍ଚା ତାଙ୍କ ଗୀତକୁ ନେଇ ନୁହେଁ ବରଂ ପାକିସ୍ତାନୀଙ୍କୁ ସେ ଦେଇଥିବା କଡ଼ା ଜବାବ୍ ପାଇଁ । ୩ ବର୍ଷ ହେଲାଣି ସପରିବାରେ ଭାରତରେ ରହୁଛନ୍ତି ଅଦ୍ନାନ୍ । ୨୦୧୬ରୁ ତାଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି। ବିଭିନ୍ନ ପ୍ରସଙ୍ଗରେ ସେ ଭାରତକୁ ସମର୍ଥନ କରନ୍ତି ଓ ସେଥିପାଇଁ ପାକିସ୍ତାନୀମାନେ ତାଙ୍କ ଉପରେ ଖୁବ୍ ରାଗନ୍ତି ଏବଂ […]
ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି। ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ। ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ […]
ଇନ୍ଦୋର: ସ୍ୱାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜହିରୁଲ ଶେଖକୁ ଏନଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ଜହିରୁଲକୁ ତଦନ୍ତ ଅଧିକାରୀ ଠାବ କରିବାରେ ବିଫଳ ହୋଇଥିବା ବେଳେ ଶେଷରେ ତାକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ରୀତିମତ ଫିଲ୍ମି ଅନ୍ଦାଜରେ ଏନଆଇଏ ଜହିରୁଲକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏନଆଇଏ ଏହି ବିସ୍ଫୋରଣ ମାମଲାର ତଦନ୍ତ […]
ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ବେଳେ ଏକ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ପୁରସ୍କୃତ ହୋଇଛି ୧୨ ବର୍ଷର ବାଳକ ଭେଙ୍କଟେଶ। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି। ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଏହି ସମୟରେ ଭେଙ୍କଟେଶ ବନ୍ୟା ପାଣିରେ ଡୁବିଯାଇ ଥିବା ରାସ୍ତା ଉପରେ ପହଁରି […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଣିରେ ଥିବା ଏକ ବିରାଟ କୁମ୍ଭୀର କେମିତି ଗୋଟିଏ ଝାମ୍ପରେ ତରଭୁଜକୁ ଛିନଛତର କରୁଛି, ତା’ର ଦୃଶ୍ୟ ଏହି ଭିଡିଓରେ ରହିଛି। ଏହି ଭିଡିଓକୁ ଫ୍ଲରିଡାର ସେଣ୍ଟ ଅଗଷ୍ଟାଇନ୍ ଆଲିଗେଟର ଫାର୍ମ ଜୁଅଲଜିକାଲ ପାର୍କ ପକ୍ଷରୁ ଫେସବୁକ୍ରେ ପୋଷ୍ଟ କରାଯାଇଛି। ଆମେରିକାର ସବୁଠାରୁ ବଡ଼ କୁମ୍ଭୀର କେମିତି ଫଳ ଭଳି ନିରାମିଷ ଖାଦ୍ୟ ପ୍ରତି ଆଗ୍ରହ ଦେଖାଉଛି, ସେକଥା ଦେଖିବାକୁ ମିଳିଛି। ଭିଡିଓରେ, କୁମ୍ଭୀରଟି ପ୍ରଥମେ […]
ଗାନ୍ଧିନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ। ଗୁଜରାଟର ସୁରେନ୍ଦ୍ରନଗରରେ ଜନ ଆକ୍ରୋଶ ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ କଂଗ୍ରେସ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା କଂଗ୍ରେସ କର୍ମୀମାନେ ମାଡ଼ ମାରିଥିବା ଯୁବକଙ୍କୁ କାବୁ କରିଥିଲେ। ତେବେ କେଉଁ କାରଣ ପାଇଁ ହାର୍ଦ୍ଦିକଙ୍କ ଉପରେ ଆକ୍ରମଣ […]
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସିଡିଏସ୍ ୩ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏବେ ସରକାର ଏକ ଉଚ୍ଚସ୍ତରୀୟ କମିଟି ସିଡିଏସ୍ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବା ଦରକାର ବୋଲି, ତା’ର ତର୍ଜମା କରୁଛି। ଏହି କମିଟି […]
ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। […]
ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି। ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା […]
ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାପନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍ ୨୦୦୨ର ସେକସନ୍ […]
ନୂଆଦିଲ୍ଲୀ: ପବିତ୍ର ରକ୍ଷା ବନ୍ଧନ ଅବସରରେ ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଭାଇ ଇବ୍ରାହିମ୍ ଅଲି ଖାନଙ୍କ ସହ ତାଙ୍କ ପିଲାବେଳର ଫଟୋ ଶେୟାର କରିଛନ୍ତି। ସାରା ଇବ୍ରାହିମ୍ଙ୍କୁ ବେଷ୍ଟ ଭାଇ ବୋଲି କହିବା ସହ ସାରା ଜୀବନ ତାଙ୍କୁ ହଇରାଣ କରିବେ ଏବଂ ସବୁବେଳେ ଏମିତି ବିରକ୍ତ କରୁଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। View this post on Instagram Happy Rakhi to my baby brother ???? […]
ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ […]
ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍ ଓ ଲ୍ୟାଣ୍ଡଫୋନ୍ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ପୂର୍ବଭଳି କଟକଣା ଜାରି ରହିବ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ […]
ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍ ୧୯୪୭ ମସିହା। […]