ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଏ କହିଛି। ଏନେଇ ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଭିକେ ମୋଙ୍ଗା କହିଛନ୍ତି, “ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହା ନିଶ୍ଚିତ ଭାବେ […]
କାନ୍ନାଉଜ୍: ଗୋଟିଏ ପଟେ ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିବାବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନ୍ନାଉଜ୍ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେ ଠାରେ ଏକ ଘରୋଇ ବସ୍ କାର୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି […]
ଟୁମକୁରୁ: କରୋନାରେ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ପରଲୋକ ହୋଇଛି। କର୍ଣ୍ଣାଟକ ନାଟକ ଆକାଡେମୀ ପୁରସ୍କୃତ ୭୦ ବର୍ଷୀୟ ହୁଲିଭନ ଗଙ୍ଗାଧରଙ୍କର ଶୁକ୍ରବାର ରାତିରେ ବେଙ୍ଗାଲୁରୁରେ ବିୟୋଗ ହୋଇଛି। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲି ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ ହୁଲିଭନାରେ ସଂସ୍କାର କରାଯାଇଛି। ଗଙ୍ଗାଧରଙ୍କ ପରିବାରରେ ତାଙ୍କ ପତ୍ନୀ ୩ ଝିଅ ଓ ପୁଅ ଅଛନ୍ତି। ନିକଟରେ ଗଙ୍ଗାଧର ତାଙ୍କର ଅପକମିଂ ଟିଭି ଶୋ’ ‘ପ୍ରେମଲୋକରେ’ ଶୁଟିଂ କରିଥିଲେ। ସପ୍ତାହେ ପୂର୍ବରୁ ସେ […]
ନୂଆଦିଲ୍ଲୀ: ଏବେ ପ୍ରତିଦିନ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବରଂ ଏହା ଧୀରେ ଧୀରେ ୪୦ ହଜାର ଆଡ଼କୁ ଗତିକଲାଣି। ଆମେରିକାରେ ଦିନକୁ ୫୦ ଆକ୍ରାନ୍ତ ଚିହ୍ନଟ ହେବା ଭଳି ସ୍ଥିତି ଥିଲେ ମଧ୍ୟ ଭାରତ ମଧ୍ୟ ଏହି ଦିଗ ଆଡ଼କୁ ଗତି କରୁଛି। ଆଜି ବି ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ସେହିଭଳି […]
ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ହିନ୍ଦୁ ଦେବା ଦେବୀଙ୍କୁ ନେଇ କଟାକ୍ଷ। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ। ସେ ଜଗନ୍ନାଥ ଏବଂ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି। ନିଜର ଅଫିସିଆଲ ଫେସବୁକ୍ ପୋଷ୍ଟରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି ସେ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବନି। ପ୍ରାର୍ଥନା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେର ଭିତରେ। ଏସବୁ ଭିତରେ ୟୁଟ୍ୟୁବ୍ରେ ଏକ ଚ୍ୟାନେଲ୍ ଚଲାଉଥିବା ଜଣେ Paranormal ଏକ୍ସପର୍ଟ ଷ୍ଟିଭ୍ ହଫ୍ ବା ବିଶେଷଜ୍ଞ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି […]
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍ଗୁଡ଼ିକୁ ଅଧିକ ସହଜ ବ୍ୟବହାର୍ଯ୍ୟ ଓ ରୁଚିକର ବନାଇବା ପାଇଁ ବିଭିନ୍ନ ସୋସିଆଲ୍ ମିଡିଆ କମ୍ପାନୀ ନାନା ପ୍ରୟାଶ କରୁଛନ୍ତି। ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆକମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣୁଛନ୍ତି। ସାମାଜିକ ଗଣମାଧ୍ୟମରେ ମେସେଜ ପାଇଁ ବ୍ୟବହୃତ ଆପ ମଧ୍ୟରେ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ ସବୁଠାରୁ ଆଗରେ ରହିଛି। ଚାଟ୍କୁ କିପରି ସହଜ ଓ ବୋଧଗମ୍ୟ କରିହେବ ସଏ ନେଇ […]
ଜୟପୁର: ଫିଲ୍ମ ନିର୍ମାତା ରଜତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା। ରବିବାର ଜୟପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଜତ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବଲିଉଡ୍ ଷ୍ଟାର ମନୋଜ ବାଜ୍ପେୟୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୋ ବନ୍ଧୁ ଓ ରୋଡ୍ ଫିଲ୍ମର ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଆଉ ନାହାଁନ୍ତି। ଦୀର୍ଘଦିନ ଧରି ରୋଗ ସହିତ ସଂଘର୍ଷ କରୁଥିବା ରଜତ କିଛି ଘଣ୍ଟା ପୂର୍ବରୁ […]
ବେଙ୍ଗାଲୁରୁ:ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ଲକ୍ଡାଉନ୍ ଜାରି କରାଯାଇଛି। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ପିଲା ମୋବାଇଲ୍ ସାହାଯ୍ୟରେ ଅନ୍ଲାଇନ୍ କ୍ଲାସ କରୁଛନ୍ତି। ଆଉ କେତେକଙ୍କ ପାଖରେ ମୋବାଇଲ୍ର ମଧ୍ୟ ସୁବିଧା ନାହିଁ। ଫଳରେ ସେମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଏକ ଗ୍ରାମରେ ସ୍କୁଲର ପ୍ରଧାନଶିକ୍ଷକ ପିଲମାନଙ୍କୁ ପଢ଼େଇବା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି। ସରକାରୀ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ରି-ଟ୍ୱିଟ୍ ଭିଡିଓକୁ ଡିସାବଲ (ଟ୍ୱିଟର୍ ପେଜ୍ରୁ ଲୁଚାଇ ଦେବା ବା ହଟାଇଦେବା ) କଲା ଟ୍ୱିଟର। ଶନିବାର ଏକ କ୍ୟାମ୍ପେନ୍ ଷ୍ଟାଇଲ୍ ଭିଡିଓକୁ ରି-ଟ୍ୱିଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ କପି ରାଇଟ୍ ସମସ୍ୟା ଥିବା ଅଭିଯୋଗ କରି ଟ୍ୱିଟର ଭିଡିଓଟିକୁ ପେଜ୍ରୁ ହଟାଇ ଦେଇଛି। ତେବେ ଭିଡିଓଟିକୁ ଡିସାବଲ କରିବା ସମୟରେ ଟ୍ୱିଟର ପକ୍ଷରୁ ଏକ ନୋଟିଫିକେସନ୍ ପଠାଇଯାଇଥିଲା। ଯେଉଁଥିରେ ଲେଖାଥିଲା “ କପି ରାଇଟ ମାଲିକଙ୍କ ଅଭିଯୋଗ […]
ନୂଆଦିଲ୍ଲୀ: ବର୍ଷା ଜଳରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ ଅବିରତ ବର୍ଷା ରାଗି ରହିବା ଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଷ୍ଟେସନ ନିକଟରେ ଥିବା ମିଣ୍ଟୋ ବ୍ରିଜ ତଳେ ଏକ ଚଳନ୍ତା ବସ୍ ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ିଯିବାରୁ ବସର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଓଭର ହେଡ୍ ସିଡ଼ି ଯୋଗେ ଯାତ୍ରୀମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି। ମିଣ୍ଟୋ ବ୍ରିଜ୍ ଅଞ୍ଚଳରେ ମୁଖ୍ୟ […]
ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟନର୍ବାହୀ କମିଟିରେ ବଡ଼ ପରବର୍ତ୍ତନ ହୋଇଛି। କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରପାନ୍ଙ୍କ ଝିଅ ବିଦ୍ୟା ରାନୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜେପିର ୟୁଥ୍ ୱିଙ୍ଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଦ୍ୟା ଚଳିତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। ହେଲେ ଏତେ ଶୀଘ୍ର ଏତେ ବଡ଼ ଦାୟିତ୍ୱ ମିଳିଥିବାରୁ ବିଦ୍ୟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ […]
ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି। ରାଜ୍ୟରେ ଏହି ବିପଦ ସମୟରେ ରାଜ୍ୟକୁ କେନ୍ଦ୍ର ଯଥା ସମ୍ଭବ ସାହାଯ୍ୟ କରି ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ ଫୋନ୍ […]