ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଶଲଙ୍କ ନୂଆ ୟୁନିଫର୍ମକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିର ପୁନର୍ବିଚାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଗତକାଲି ରାଜ୍ୟସଭାର ୨୫୦ ତମ ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷଙ୍କ ନିକଟରେ ମୁତୟନ ଥିବା ଦୁଇ ଜଣ ମାର୍ଶଲଙ୍କୁ ନୂଆ ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ପଗଡି ବଦଳରେ କ୍ୟାପ୍ ଏବଂ ପାରମ୍ପରିକ ବନ୍ଦ ଗଳା ସୁଟ୍ ପରିବର୍ତ୍ତେ ଆର୍ମି କୋଟ ପରିଧାନ କରିଥିଲେ। ସେନା […]
ନୂଆଦିଲ୍ଲୀ: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍କ୍ଷେପଣ କରାଯିବ । ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍ଏଲ୍ଭି-୪୭-ସି ଦ୍ୱାରା ଉତକ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାର୍ଟୋସାଟ-୩ ଏବଂ ଆମେରିକାର ୧୩ଟି ଛୋଟ ବ୍ୟାବସାୟିକ ଉପଗ୍ରହ ରହିଛି ।କାର୍ଟୋସାଟ୍-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୧୫ ଶହ କିଲୋଗ୍ରାମ୍ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ […]
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ସାମିଲ ହୋଇଛି ମେଡ ଇନ୍ ଇଣ୍ଡିଆ ଗାଡ଼ି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରାଙ୍କ ସୂଚନା ଅନୁଯାୟୀ, ଭାରତ ନିର୍ମିତ Peugeot Motorcycles (PMTC) ସ୍କୁଟର ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ମଧ୍ୟରେ ସାମିଲ ହୋଇଥିବା ପ୍ରଥମ ଇ-ସ୍କୁଟର ଅଟେ। ଏହି ଇଲେକ୍ଟ୍ରିକ ସ୍କୁଟରକୁ ଭାରତ ଫ୍ରାନ୍ସ ରପ୍ତାନୀ କରାଯାଇଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବ୍ସିଡାରୀ ଜାନୁଆରୀ ୨୦୧୫ରେ ଏହି ଗାଡ଼ିର ୫୧ ପ୍ରତିଶତ ଷ୍ଟକ୍ କିଣିଥିଲା। ଏବେ କମ୍ପାନୀ […]
ନୂଆଦିଲ୍ଲୀ: ପ୍ରତ୍ୟେକ ନାରୀ ଚାହେଁ ସୁନ୍ଦର ଦିଶିବା ପାଇଁ। ସେଥିପାଇଁ ଖବରକାଗଜଠାରୁ ସୋଶାଲ ମିଡିଆ ସବୁଠି ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦିଆଯାଏ ଅନେକ ଟିପ୍ସ। ହେଲେ ସୁନ୍ଦର ଦିଶିବା ପାଇଁ ପୁରୁଷ କ’ଣ ଚାହେଁନି ? ନିଜ ସୌନ୍ଦର୍ଯ୍ୟ ପ୍ରତି କ’ଣ ପୁରୁଷର କ’ଣ ଲୋଭ ନ ଥାଏ ? । ସେମାନେ ବି କ’ଣ ଚାହାଁନ୍ତିନି ଲମ୍ବା ସମୟ ପାଇଁ young, handsome ଦିଶିବା ପାଇଁ ? ନିଶ୍ଚୟ ଚାହାଁନ୍ତି। ଆଜି ବିଶ୍ୱ ପୁରୁଷ […]
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ହରିଆନା ସରକାରର ମନ୍ତ୍ରୀ ମାସିକ ଘରଭଡା ଭତ୍ତା ଦୁଇଗୁଣା ବଢାଇ ଦେଇଛନ୍ତି। ପୁରା ୫୦ ହଜାରରୁ ୮୦ ହଜାର ଏବଂ ତା ସହିତ ପାଣି ବିଲ୍ ୨୦ ହଜାର। ଏଣିକି ମନ୍ତ୍ରୀମାନେ ପ୍ରତି ମାସରେ ରାଜ୍ୟ ରାଜକୋଷରୁ ଘରଭଡ଼ା ବାବଦକୁ ୧ ଲକ୍ଷ ଟଙ୍କା ନେବେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମନ୍ତ୍ରୀମାନଙ୍କୁ ଘରଭଡ଼ା ବାବଦକୁ ୫୦ ହଜାର […]
ମୁମ୍ୱାଇ:ସରକାର ଗଢିବା ପାଇଁ ଏନସିପି-କଂଗ୍ରେସ ସହ ହାତ ମିଳାଇ ହଟହଟା ହେବା ପରେ ଏବେ ଚେତା ପଶିଛି। ନିଜ କର୍ମ ପାଇଁ ଅନୁତାପ କରୁଛି। ଆଜି ଶିବସେନାର ଖବରକାଗଜ ‘ସାମ୍ନା’ର ସମ୍ପାଦକୀୟରେ ପରୋକ୍ଷରେଏଭଳି ଇଙ୍ଗିତ କରିଛି। ତେଣୁ ୟୁ ଟର୍ଣ୍ଣ ନେଇ ପାରେ କି ଶିବେସେନା ! ପୁଣି ବିଜେପି ସହ ଶିବସେନା ହାତ ମିଳାଇବ କି ? ଏମିତି ପ୍ରଶ୍ନ ଉଠିଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି ଓ ଶିବସେନା […]
ନୂଆଦିଲ୍ଲୀ:ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ବନ୍ଦ ହୋଇଯିବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅନୁମତି ମିଳିଗଲାଣି। କେଉଁ ମୁହୂର୍ତ୍ତରେ ବି ବନ୍ଦ ହୋଇଯାଇପାରେ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ । ତେଣୁ ଜମାରାଶି ଥିଲେ ତୁରନ୍ତ ଉଠାଇ ଆଣନ୍ତୁ। କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ଏହି ବ୍ୟବସାୟ ବନ୍ଦ କରିବ ବୋଲି ତା ଆଡୁ ଆବେଦନ କରିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି। ଏବେ ଏହି ଆବେଦନକୁ ମଞ୍ଜୁରୀ ଦିଆଯାଇଥିବା […]
ଲକ୍ଷ୍ନୌ: ବଦଳିଯିବ ଆଗ୍ରାର ନାଁ । ତା ସହିତ ଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜମହଲର ମୂଳ ଠିକଣା। ଠିକଣା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଆଗ୍ରା ପରିବର୍ତ୍ତେ ଏହାର ନାମ କ’ଣ ଦେଇ ହେବ ସେ ନେଇ ଇତିହାସ ଗବେଷକଙ୍କ ପାଖରୁ ପ୍ରସ୍ତାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏଠି କହିରଖିବୁ, ଯୋଗୀ ସରକାର ନିକଟରେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲସରାଇର ନାମ ପରିବର୍ତ୍ତନ କରି […]
ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍। ରାଜସ୍ଥାନର ଏହି ସଂସ୍କୃତ ପ୍ରଫେସର କହିଛନ୍ତି, ‘ମୁଁ ମୁସଲିମ୍ କିନ୍ତୁ […]
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ହଟଚମଟ। ସଙ୍କଟରେ ପଡ଼ିଛି କି ଇମ୍ରାନ ସରକାର ! ଭାଙ୍ଗିଯିବ କି ସରକାର ! ଏମିତି ଅନେକ ପ୍ରଶ୍ନ ପାକିସ୍ତାନବସୀଙ୍କ ମନରେ। କାରଣ ଦୀର୍ଘ ୨ ମାସ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ୱାଙ୍କ ମଧ୍ୟରେ ଆଜି ସାକ୍ଷାତ ହୋଇଥିଲା। ସାକ୍ଷାତ ପରେ ହଠାତ୍ ଦୁଇ ଦିନିଆ ଛୁଟିରେ ଗଲେ ଇମ୍ରାନ୍ ଖାନ୍। କ’ଣ ହୋଇପାରେ ଏହାର ଅର୍ଥ ? ଦୀର୍ଘ ଦିନ ପରେ […]
ମୁମ୍ୱାଇ: ଭାଜପାର ପୂର୍ବତନ ନେତା ଯଶୋବନ୍ତ ସିହ୍ନା ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା କରି ସମସ୍ତଙ୍କୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି। ମୁମ୍ବାଇର ଏକ ମୁସଲିମ ସାହିତ୍ୟ ଉତ୍ସବରେ ଯୋଗଦେବା ବେଳେ଼ ଏହି ଐତିହାସିକ ରାୟ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ନିଜର ମତ ଦେଇ କହିଥିଲେ-‘ସୁପ୍ରିମକୋର୍ଟଙ୍କ ରାୟରେ ତ୍ରୁଟି ରହିଛି। , ତେବେ ସୁପ୍ରିମକୋର୍ଟଙ୍କ ରାୟ ସବୁଠୁ ଉପରେ। ତେଣୁ ଏହାକୁ ଗ୍ରହଣ କରିବା ପାଇଁ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଏବେ ବି ଅସ୍ପଷ୍ଟ। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ବି କଂଗ୍ରେସ-ଏନସିପି ସହ ମେଣ୍ଟ ସରକାର ଗଢିବା ନେଇ ଶିବସେନା ତାର ଉଦ୍ୟମ ଚଲାଇଛି। ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଶରଦ ପାଓ୍ୱାର ପହଞ୍ଚିବା ପରେ ସରକାର ଗଢ଼ିବା ନେଇ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ତାଙ୍କୁ […]
ନୂଆଦିଲ୍ଲୀ: କୁକୁର ବଫାଦାର। ମାଲିକର ଜୀବନ ରକ୍ଷା ଲାଗି ସେ କ’ଣ କରିପାରେ ତାହାର ଅନେକ ଚିତ୍ର ଆମେ ଦେଖିଛେ। ହେଲେ କୁକୁର ଧର୍ମ କରିବା, ତୀର୍ଥ ଯାତ୍ରାରେ ବାହାରିବା ବୋଧହୁଏ ଶୁଣି ନ ଥିବେ। ଏମିତି ଏକ କୁକୁରର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି ଯିଏ ଠାକୁରଙ୍କ ଦର୍ଶନ କରିବା ପାଇଁ ଚାଲିଛି ୪୮୦ କିମି। ବୁଲା କୁକୁରଟିଏ । ୧୩ ଆୟପ୍ପା ଭକ୍ତଙ୍କ ସହ ମିଶି ବାହାରିଛି ଭଗବାନଙ୍କ ଦର୍ଶନରେ। ଅକ୍ଟୋବର ୩୧ […]
ଜୟପୁର:ରାଜସ୍ତାନର ବୀକାନେର ଜିଲ୍ଲାରେ ଆଜି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ୨୫ ଲୋକ ଆହତ ହୋଇଥିବା ଜଣାଯାଇଛି। ଶ୍ରୀ ଡୁଙ୍ଗରଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ୟୁରିଷ୍ଟ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆଜି ସକାଳ ସାଢ ୭ଟାରେ ଏକ ଯାତ୍ରୀବାହୀ ବସ୍ ବସ୍ଟି ବିକାନେରରୁ ଜୟପୁର ଯାଉଥିଲା। ଜୋଧାସର-ସେରୁଣା […]
ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନ ବିଚାରପତି ଦାୟିତ୍ୱରେ ଥିବା ଜଷ୍ଟିସ ରଞ୍ଜନ ଗୋଗୋଇ ଗତକାଲି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ। ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦବୀରେ […]
ନୂଆଦିଲ୍ଲୀ:ଦୀପିକା ପାଦୁକୋନ-ରଣବୀର ସିଂହ ନିଜର ଫ୍ୟାନ୍ସମାନଙ୍କୁ ଖୁସି ଦେବାକୁ କେବେ ଭୁଲନ୍ତି ନାହିଁ। ସେଥିପାଇଁ ଉଭୟେ ସୋଶାଲ ମିଡିଆରେ ବେଶ ଆକ୍ଟିଭ୍। ଅନେକ ସମୟରେ ଉଭୟେ ନିଜର ଭିଡିଓ ସୋଶାଲ ମିଡିଆରେ ଶେୟାର କରିଥାନ୍ତି। ଅଳ୍ପ ଦିନ ତଳେ ଉଭୟେ ନିଜର ପ୍ରଥମ ମ୍ୟାରେଜ ବିବାହ ବାର୍ଷିକୀ ଅବସରରେ ତିରୁମାଳା ମନ୍ଦିର ଯାଇଥିଲେ ଏବଂ ସେଠାରେ ଲାଲ ଶାଢୀ ପିନ୍ଧି ଦୀପିକା ପଟୋ ଉଠାଇ ଶେୟାର କରିଥିଲେ ଯାହା ବେଶ ଭାଇରାଲ ହୋଇଥିଲା। ଏବେ ଦୀପିକା-ରଣବୀରଙ୍କର ଆଉ […]
ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡ୍। ଏମିତି ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ରାନୁ ମଣ୍ଡଳଙ୍କର। କାରଣ ଷ୍ଟେସନ୍ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ପାଇଁ ଏ ଯାତ୍ରା ଥିଲା ସ୍ୱପ୍ନ। ଆଉ ସେ ସ୍ୱପ୍ନ ଯେତେବେଳେ ସତ ହେଲା, ସେ ଗୀତ ଗାଇ ପାଲଟିଗଲେ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ । ରାନୁଙ୍କର ଗୀତ ଗାଇବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେଶମିୟା […]
ଲକ୍ଷ୍ନୌ: ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଉତ୍ତର ପ୍ରଦେଶ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ଏମିତିକି ଓଓ୍ୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଲୋକଙ୍କୁ ଆତଙ୍କବାଦୀ କ୍ୟାମ୍ପରେ ଯୋଗ ଦେବାକୁ ଉସକାଉଥିବା ରିଜଭୀ କହିଛନ୍ତି। ନିକଟରେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଓୱେସୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ରିଜଭୀ ଓଓ୍ୱେସୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଅବୁ-ବକର-ଅଲ- […]
ନୂଆଦିଲ୍ଲୀ: ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହୋଟେଲର ପାର୍କିଂ ସ୍ଥାନରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। […]
ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ଖୋଜୁଛନ୍ତି ? ତେବେ ମୁମ୍ବାଇ ଯିବାକୁ ପଡ଼ିବ । କାରଣ ମୁମ୍ବାଇର ପାଇପ ପାଣି ସବୁଠାରୁ ସ୍ୱଚ୍ଛ। ଆଉ ଯଦି ଦିଲ୍ଲୀରେ ରହୁଥାନ୍ତି ତେବେ ସାବଧାନ। ସବୁଠାରୁ ଭୟଙ୍କର ସ୍ଥିତିରେ ଅଛନ୍ତି। କାରଣ ଏଠାରେ ବାୟୁ ପ୍ରଦୁଷଣ କଥା ତ ଜାଣନ୍ତି। ଏବେ ଜାଣନ୍ତୁ, ଏଠିକାର ପାଣି ବି ସବୁଠାରୁ ଖରାପ। ୟୁନିୟନ କଂଜ୍ୟୁମର ଆଫେୟର୍ସ ( Union Consumer Affairs Ministry)ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଧ୍ୟାନ କରାଯିବା ପରେ ଏପରି […]
ନୂଆଦିଲ୍ଲୀ: ଫଟୋ ଉଠାଇବାର ନିଶାରେ ଜୀବନ ଚାଲିଯାଉଛି। ତଥାପି ମଣିଷ ଚେତୁନି। ଫଟୋ ଉଠାଇବା ପାଇଁ କିଏ ବାଘ ମୁହଁକୁ ଡେଇଁ ପଡ଼ୁଛି ତ କିଏ ସିଂହ ମୁହଁକୁ। ନିକଟରେ ଗୁଜୁରାଟରେ ଜଣେ ବ୍ୟକ୍ତି ସିଂହ ସାମ୍ନାକୁ ଡେଇ ଉଠାଉଛନ୍ତି ଫଟୋ। ଆଉ ଏହାକୁ କେହି ଜଣେ ରେକର୍ଡିଂ କରି ନେଇଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ଗୁଜରାଟ ଗିର୍ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏହି ଘଟଣା। ଫଟୋ ଉଠାଇବା ପାଇଁ ଯୁବକ ଜଣକ ସିଂହ ଖୁଆଡରେ […]
ପାଣାଜୀ: ଗୋଆରେ ରାଜଧାନୀ ପାଣାଜୀ ଠାରୁ ୧୫ କିମି ଦୂରରେ ଆଜି ନୌସେନାର ଯୁଦ୍ଧ ବିମାନ ମିଗ୍ ୨୯କେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇ ଯାଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଆଜି ଗୋଆର ଡାବୋଲିମ ଠାରେ ଥିବା ଆଇଏନଏସ୍ ହାନସା ଏୟାରବେସ୍ରୁ ଏହି ଯୁଦ୍ଧ ବିମାନଟି ଉଡ଼ାଣ ଭରିଥିଲା। ଏହି ସମୟରେ ଏକ ପକ୍ଷୀ ବିମାନରେ ମାଡ଼ ହେବାରୁ ଏହାର ଇଞ୍ଜିନ୍ରେ ନିଆଁ […]
ନୂଆଦିଲ୍ଲୀ: ଆଧାର ସହ ଯୋଡ଼ି ହୋଇପାରେ ସମ୍ପତ୍ତି ତାଲିକା। ଏଥିପାଇଁ କେନ୍ଦ୍ର ସରକାର ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୧୬ରେ ବିମୁଦ୍ରୀକରଣ ପରେ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ୩ ବର୍ଷ ପରେ ପୁଣି ଥରେ ଆଧାର କାର୍ଡକୁ ସମ୍ପତ୍ତି ସହ ଯୋଡ଼ା ଯିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଚାଲିଛି। ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେଲେ ଅନେକ ମନି ଲଣ୍ଡରିଂ […]
ମୁମ୍ୱାଇ:କ୍ଷମତା ହାତେଇବା ପାଇଁ ଶିବସେନ ହିନ୍ଦୁତ୍ୱର ପୋଷାକ ଉତାରି ଦେଲା। ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ଚାଲିଥିବା କମନ ମିନିମମ୍ ପ୍ରୋଗ୍ରାମ(CMP)ରେ ହିନ୍ଦୁତ୍ୱ କାର୍ଡ ଖେଳି ପାରିବ ନାହିଁ ବୋଲି ସହମତି ପ୍ରକାଶ କରିଛି ଶିବସେନା। CMPରେ ଚାଷୀଙ୍କ ଉନ୍ନତି ଉପରେ ବେଶି ଫୋକସ୍ କରାଯାଇଛି। ତେବେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଶିବସେନା ଭୋଟ୍ ହାତେଇଥିବାବେଳେ ତାହାକୁ ନିଜ କୋର ଏଜେଣ୍ଡାରୁ କିପରି ହଟାଇଲା ସେ ନେଇ ପ୍ରଶ୍ନ ଉଠିଛି। ଦିନେ […]
ରୋଷେଇ କଲାବେଳେ ହାତ କଟିଯିବା ଓ ଚେଙ୍କ ଲାଗିବା ସାଧାରଣ ଘଟଣା ହେଲେ ମଧ୍ୟ ଖୁବ୍ ଯନ୍ତ୍ରଣାଦାୟକ। ତା’ଠାରୁ ଯନ୍ତ୍ରଣାଦାୟକ ସବୁ ଯନ୍ତ୍ରଣା ଭିତରେ ତୁମକୁ ସବୁକାମ ନିର୍ଦ୍ଧାରିତ ସମୟରେ ସାରିବାକୁ ପଡ଼ିବ। କେମିତି ମିଳିବ ଏହି ଯନ୍ତ୍ରଣାରୁ ମୁକ୍ତି ? ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ଘରେ ଏହାର ଚିକିତ୍ସା କରନ୍ତୁ। ତା’ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଲେ କ’ଣ କରିବା ଉଚିତ୍। କଟିଗଲେ: ପରିବା କାଟିବା ସମୟରେ ଯଦି ହାତ କଟିଯାଏ, […]