ନୂଆଦିଲ୍ଲୀ: କୋଟି କୋଟି ଜିଓ ଉପଭୋକ୍ତା ତଥା ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀଙ୍କ ପାଇଁ ଜିଓ ସିନେମା ଆଣିଛି ବିଶେଷ ସୁବିଧା। ସନ୍ଟିଭି ନେଟୱାର୍କର ଅନ୍ଲାଇନ୍ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ସନ୍ ନେକ୍ସଟ (Sun NXT) ସହଭାଗିତାରେ ଜିଓ ସିନେମା ଦେଶବ୍ୟାପି ଜିଓ ଉପଭୋକ୍ତାଙ୍କ ପାଇଁ ଶ୍ରେଷ୍ଠ ଦକ୍ଷିଣ ଭାରତୀୟ ଫିଲ୍ମ ଉପଲବ୍ଧ କରାଇବ। ଦକ୍ଷିଣ ଭାରତୀୟ ପ୍ରମୁଖ ୪ଟି ଭାଷା ତାମିଲ୍, ତେଲ୍ଗୁ, କନ୍ନଡ ଏବଂ ମାଲାୟଲାମ୍ ଭାଷାରେ ସନ୍ ନେକ୍ସଟରେ ଉପଲବ୍ଧ ସମସ୍ତ ଫିଲ୍ମ […]
ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ। […]
ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ବାଚସ୍ପତି ଓମ ବିର୍ଲା ହିଁ ପ୍ରଥମେ ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡି ଯୁକ୍ତ ଖାଦ୍ୟ ଛାଡ଼ କରିବାକୁ ପ୍ରସ୍ତାବ […]
ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଏହି ଘଟଣାରେ ପୁଲିସ୍ ସଂପୃକ୍ତ ଜଣେ ଡିଜେକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଅପରାଧୀଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଅପରାଧୀ ଜଣକ ବିବାହିତ ହୋଇଥିବା […]
ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ସମସ୍ତଙ୍କୁ ଯିବାକୁ ପଡ଼େ। ଡାକ୍ତର ରୋଗୀକୁ ଦେଖିବା ପରେ ପ୍ରେସ୍କ୍ରିପ୍ସନ ଲେଖି ଦିଅନ୍ତି। ହେଲେ ଡାକ୍ତରଙ୍କ ଏହି ପ୍ରେସ୍କ୍ରିପ୍ସନ ପଢିବା ପାଇଁ ୯୦ ପ୍ରତିଶତ କଷ୍ଟ ହୁଏ । ଏହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ- କାହିଁକି ଡାକ୍ତରମାନେ ଏପରି ଲେଖନ୍ତି କାହିଁକି ? ସବୁ ଡାକ୍ତରଙ୍କ ଅକ୍ଷର କ’ଣ ଖରାପ? ସେ ପୁଣି ଏତେ ଖରାପ ଯେ, ପଢିବା ବେଳେବେଳେ ଅସମ୍ଭବ ହୋଇଯାଏ । ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ […]
ଉନ୍ନାଓ: ଉନ୍ନାଓରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି ୫ ଜଣ ଯୁବକ । ଗୁରୁବାର ସକାଳେ ଘଟିଛି ଏହି ଭୟଙ୍କର ଘଟଣା। ପୀଡିତାଙ୍କ ବାପା ଖବର ଦେବା ପରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗମ୍ଭୀର ରହିଛି। ତାଙ୍କ ଶରୀରର ୬୦ରୁ ୭୦ ଭାଗ ପୋଡ଼ି […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଓ ତାଙ୍କ ଟିମ୍ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି। ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍ କନଫରେନ୍ସ (ପିଏସିଏସ୍-୨୦୧୯)ରେ ଯୋଗଦେବାକୁ […]
ଭୋପାଲ: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଯାତ୍ରୀବାହୀ ବସ୍କୁ ଧକ୍କା ଦେବାରୁ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ବେଳେ […]
ନୂଆଦିଲ୍ଲୀ:ବୟସର ସାୟାହ୍ନରେ ବାପା-ମା’ଙ୍କ ଦାୟିତ୍ୱ ନେବା ପୁଅଝିଅ କର୍ତ୍ତବ୍ୟ। ବାପା-ମା’ ଅବହେଳିତ, ନିର୍ଯାତିତ ହେଲେ ପୁଅଝିଅଙ୍କୁ ସମସ୍ତେ ନିନ୍ଦା କରିଥାନ୍ତି । ଏହି ଅବହେଳା ପାଇଁ ଅନେକ ସମୟରେ ମିଡିଆ ସାମ୍ନାରେ ପୁଅଝିଅଙ୍କୁ ବି ଲଜ୍ଜିତ, ଅପମାନିତ ହେବାକୁ ପଡିଥାଏ । ହେଲେ ବାପା-ମା’ଙ୍କ କଥା ବୁଝିବା ଖାଲି ପୁଅଝିଅଙ୍କ ଦାୟିତ୍ୱ ନୁହେଁ, ବୋହୂ-ଜ୍ୱାଇଁଙ୍କର ବି ସମାନ ଦାୟିତ୍ୱ ରହିଛି । ଯଦି ବୟସ୍କମାନେ ଅବହେଳିତ ହୁଅନ୍ତି ତେବେ ଏଥିପାଇଁ ସମାନ ଭାବେ ପୁଅଝିଅ ସହ ବୋହୂ-ଜ୍ୱାଇଁ […]
ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ […]
ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ବାଟ ବାଛି ନେଇଥାନ୍ତି। ତେବେ ଏମିତି କାହିଁକି ହୁଏ ? ଜଣେ ଲୋକ ଆତ୍ମହତ୍ୟା କଲାବେଳେ ସେ କ’ଣ ଭାବୁଥାଏ ? ତା’ର […]
ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଟିକସ ଦେବା ବେଳେ ଅନେକ […]
ଶ୍ରୀନଗର:ଉତ୍ତର କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ହିମସ୍ଖଳନ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ହିମସ୍ଖଳନ ଚାଲୁ ରହିଛି। କୁପୱାଡା ଜିଲ୍ଲାର ସଟୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳିଛି। କୁହାଯାଉଛି, କାଶ୍ମୀରର ଗୁରେଜ ଏବଂ କରନାହ ସେକ୍ଟରରେ ହୋଇଥିବା ବରଫ ତୁଫାନରେ ସେନାର କେତେକ ଯବାନ ଫଶି ରହିଛନ୍ତି। ଉତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କରନାହ ଏବଂ ବାନ୍ଦୀପୋରାର ଗୁରେଜ ସେକ୍ଟରରେ ଗତକାଲି ରାତିରୁ ହିମସ୍ଖଳନ ହେଉଛି। ୧୮ ହଜାର […]
ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍ଅପ୍ ପାଇଁ ଟ୍ରୋଲ୍ ହୋଇଥିବା ତଥା ଫ୍ୟାନ୍ଙ୍କ ସହ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ରହିଥିବା ରାନୁ ଏବେ ଅନ୍ୟ ଏକ ଖରାପ କାରଣ ପାଇଁ ଆଲୋଚନାର ପରିସରକୁ ଆସିଛନ୍ତି। ଏମିତିକି ତାଙ୍କୁ ଏଥିପାଇଁ ସୋଶାଲ୍ […]
ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି ୪୦ ବର୍ଷ ବୟସ୍କ ମହିଳା ଶାହଜହନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଘରୁ ବାହାର କରି ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ସ୍ୱାମୀ ଲୁକମନ […]
ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍କୁ ଆଜି ପୁଲିସ୍ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି। ମହିମରେ ଥିବା ମାଖଡୁମ ଶାହ ବାବା ଦର୍ଘା ପଛ ପାଖ ସମୁଦ୍ର କୂଳରେ ସୁଟକେସ ଭାସୁଥିବା ପ୍ରଥମେ ଲୋକମାନେ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ […]
ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ ଭେଟେରିନାରୀ ଡାକ୍ତରାଣୀଙ୍କ ମା’। ଝିଅ ସହ ଯାହା ଘଟିଲା, ସେଥିରେ ସେ ସଂପୂର୍ଣ୍ଣ ଭାବେ ଧୈର୍ଯ୍ୟ ହରା ହୋଇପଡ଼ିଛି। ତଥାପି ସେ ଆଜି ତାଙ୍କ ଛାତି ତଳର […]
ନୂଆଦିଲ୍ଲୀ:ଦେଶର ସମୁଦ୍ର ସୀମା ଉଲ୍ଲଘଂନ କରି ଆସିଥିବା ଚୀନ ଜାହାଜକୁ ଭାରତୀୟ ନୌସେନା ଭଗାଇବାରେ ସଫଳ ହୋଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମିର ଏହି ପୋତ ଆଣ୍ଡାମାନ ନିକୋବର ଦ୍ୱୀପ ସମୁହ ନିକଟ ଆଣ୍ଡାମାନ ସି’ ର ଭାରତର ଇକନମିକ୍ ଜୋନ ଭିତରକୁ ପଶି ଆସିଥିଲା। ନୌସେନା ମଙ୍ଗଳବାର ଏହି ସୂଚନା ଦେଇଛି। ନୌସେନା ପ୍ରମୁଖ ଏଡମିରାଲ କରମବୀର ସିଂହ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଚାଇନାର ଶି ୟାନ ୧ ଜାହାଜ ଏଠାରେ ଅନୁସନ୍ଧାନ […]