କୋଲକାତା: ଇଡେନ ଟେଷ୍ଟରେ ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା। ଶୁକ୍ରବାର ଇଡେନ ଗାର୍ଡେନରେ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର ଶେଷଦୃଶ୍ୟ କ’ଣ ହେବ ସେଥିପାଇଁ ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ଥିଲା ସମସ୍ତଙ୍କର ନଜର। ହେଲେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସୋମବାର ପୂର୍ବହ୍ନ ସାଢେ ୧୦ଟାରେ ଶୁଣାଣି ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏଥିସହିତ ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ […]
ନୂଆଦିଲ୍ଲୀ:ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେଜି ୪୦୦-୫୦୦ ଟଙ୍କା। ସାଧାରଣ ଲୋକ ତ ଟମାଟୋକୁ ଚାହିଁବାକୁ ସାହାସ କରିପାରୁ ନାହାନ୍ତି। ଏହାକୁ ନେଇ ଅନେକ ମଜାଳିଆ ଖବର ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ପାକିସ୍ତାନର ଦରଦାମ ବୃଦ୍ଧି ବିଶେଷ କରି ଟମାଟୋ ଦାମ୍ ବୃଦ୍ଧିକୁ ଦେଖି ମଧ୍ୟପ୍ରଦେଶ ଝାବୁଆର ଜଣେ ଚାଷୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଏକ ଅଫର ଦେଇଛନ୍ତି। ସେ କହିଛନ୍ତି, ‘ପିଏମ ଇମ୍ରାନ ଖାନ, ଆମକୁ ପାକ୍ ଅକୁପାଏଡ୍ କାଶ୍ମୀର ବା […]
ମୁମ୍ବାଇ: ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡ଼୍ନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ । ଏବେ ବହୁମତ ସାବ୍ୟସ୍ତ କିଏ କରିବ ? କେମିତି କରିବ ? ସମସ୍ତଙ୍କ ନଜର ଏହା ଉପରେ। ଏପଟେ ସରକାର ଗଢିବା ପାଇଁ ସଜବାଜ ହେଉଥିବା ଶିବସେନା-କଂଗ୍ରେସ-ଏନ୍ସିପି ଏଥିରେ ରକ୍ତ ଚାଉଳ ଚୋବାଉଛନ୍ତି। ବିଜେପିକୁ କ୍ଷମତାରେ ବସାଇ ନ ଦେବା ପାଇଁ ଲାଗିପଡ଼ିଛି ଶିବସେନା। ଶୁକ୍ରବାର ସନ୍ଧ୍ୟା […]
ନୂଆଦିଲ୍ଲୀ: ସୁନ୍ଦର ଘରଟିଏ ହୋଇଥିବ, ମନଲାଖି ତାହାକୁ ସଜେଇ ପାରୁଥିବ। ଏମିତି କିଏ ବା ନ ଚାହେଁ ? ଏଥିପାଇଁ ପରିଶ୍ରମ କରିବାକୁ ପଡେ, ଟଙ୍କା ବି ଖର୍ଚ୍ଚ କରିବାକୁ ପଡେ। ସବୁ ସତ୍ତ୍ୱ ଯଦି ମନ ନ ବୁଝେ ? ଲାଗେ କେଉଁଠି କିଛି ତ୍ରୁଟି ରହିଗଲା କି ? ତେଣୁ ଘର ସଜାଇବା ପୂର୍ବରୁ ଚିନ୍ତା କରନ୍ତୁ, ଅନ୍ୟମାନଙ୍କୁ ପଚାରି ଆଇଡିଆ ନିଅନ୍ତୁ କେମିତି ସଜେଇବେ ? ସେ ନେଇ କିଛି ଟପ୍ସ। ଏକଥା […]
ମୁମ୍ବାଇ:ଶନିବାର ସକାଳ ମହାରାଷ୍ଟ୍ର ରାଜନୀତି ପୃଷ୍ଠାରେ ଆଣିଥିଲା ଏକ ବରାଟ ବିସ୍ମୟଚିହ୍ନ। ସକାଳ ଖବରକାଗଜରେ ଲୋକ ଶିବସେନା ନେତା ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପଢୁଥିବାବେଳେ ଟିଭି ପରଦାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନ୍ସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ। ହେଲେ ରାତାରାତି ଖେଳ ଏମିତି କେମିତି ବଦଳିଗଲା ? ଜାଣନ୍ତୁ, କ’ଣ ଥିଲା ଶୁକ୍ରବାର ରାତିରୁ ଶନିବାର ସକାଳର ସେଇ ଘଟଣାକ୍ରମ- […]
ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ତା ପୂର୍ବରୁ ରାଜନୀତି ନୂଆ ମୋଡ଼ ନେଲା। ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର ପ୍ରମୁଖ ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଦେଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହି ସରକାରକୁ ଏନସିପି ସମର୍ଥନ କରୁନାହିଁ ବୋଲି ଦଳର ସୁପ୍ରିମୋ ଶରଦ […]
କୋଲକାତା:ମାଛ ପୁଣି ୧୮ କିଲୋ ଓଜନର ! ବାପ୍ରେ ବାପ୍ ! ହାଓଡା ଜିଲ୍ଲାର ଉଲୁବେରିଆ ଅଞ୍ଚଳର ଲୋକେ ମଙ୍ଗଳବାର ଯେତେବେଳେ ଏହି ମାଛକୁ ଗଙ୍ଗାନଦୀରୁ ଧରିଲେ ବିଶ୍ୱାସ କରିପାରି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁମ୍ବୋ ଭେଟ୍କି ମାଛ(jumbo Bhetki fish)। ଆଶ୍ଚର୍ଯ୍ୟର କଥା କେବଳ ଏତିକି ନୁହେଁ, ମାଛଟିର ଦାମ୍ କେତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ମଙ୍ଗଳବାର ସକାଳୁ ତରୁଣ ବେରା ନାମକ ଜଣେ ବ୍ୟକ୍ତି ସାଙ୍ଗ ମାନଙ୍କ ସହ […]
ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ମହାରାଷ୍ଟ୍ରରେ ଏନସିପି ଦଳର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଜଣାଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହାପରେ ରାଜ୍ୟରେ ଚାଲିଥିବା […]
ମୁମ୍ୱାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ଏଠାରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କେମିତି ବହୁମତ ସାବ୍ୟସ୍ତ କରିବେ ? […]
ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି। ତେଣୁ ଆମେ ତ ଏହାକୁ ଅଟକାଇ ପାରବା ନାହିଁ, ତେଣୁ ନକଲି ଜିନିଷ ପ୍ରତି ସଚେତନ ହେଲେ ବିପଦକୁ ଏଡ଼ାଇ ପାରିବ। ଫୁଡ୍ ଏବଂ ସପ୍ଲାଇ ବିଭାଗ […]
ଇସଲାମାବାଦ: ଆତଙ୍କୀସ୍ତାନ ପାକିସ୍ତାନ ଏବେ ବନ୍ଧୁ ଚାଇନା ସହାୟତାରେ ଭାରତ ବିରୋଧରେ ଗୋଟି ଚାଳନା ଆରମ୍ଭ କରିଛି। ଜଣେ ଓଡ଼ିଆ ପୁଅଙ୍କ ସମେତ ୪ ଜଣ ଭାରତୀୟଙ୍କୁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନ ଏବେ ମସୁଧା ଆରମ୍ଭ କରିଛି। ନିକଟରେ ଭାରତ ସହଯୋଗୀ ଫ୍ରାନ୍ସ ଓ ଆମେରିକା ସହାୟତାରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ବିଶ୍ୱ ସ୍ତରୀୟ ଆତଙ୍କୀ ଘୋଷଣା କରିବାରେ ସଫଳ ହୋଇଥିଲା। ଏବେ ପାକିସ୍ତାନ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏହି ଆଇଇଡି ମିଳିବା ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ସମଗ୍ର ଅଞ୍ଚଳରେ ଯାତାୟାତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସେହିପରି ଆଇଇଡି ଠାବ ପରେ ଏବେ ସମଗ୍ର […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିବା ସୁନ୍ନି ୱାକଫ ବୋର୍ଡ ଏବେ ଭାଗ ଭାଗ ହେବାରେ ଲାଗିଛି। ଅଯୋଧ୍ୟା ମାମଲାରେ ୩ ମୁଖ୍ୟ ମୁସଲିମ ପକ୍ଷ ଏବେ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି। ଏହାକୁ ମିଶାଇ ୧୦ ମୁସଲିମ ପକ୍ଷଙ୍କ ମଧ୍ୟରୁ ୭ ଜଣ ଅଲଗା ଅଲଗା ଭାବେ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି ନିଷ୍ପତ୍ତି […]
ନୂଆଦିଲ୍ଲୀ: ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଆସନ ଗୃହର ୫ ଧାଡ଼ିକୁ ଚାଲି ଯାଇଥିବାରୁ ଏହାକୁ ନେଇ ସେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆସନ ବଦଳିବା ଘଟଣାକୁ ଆଧାର କରି ସେ ରାଜ୍ୟସଭା ଅଧ୍ୟକ୍ଷା ଭେଙ୍କୟା ନାଇଡୁଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଚିଠି ସମ୍ପର୍କରେ ସୂଚନା ଦେଇ ସଞ୍ଜୟ ରାଉତ କହିଛନ୍ତି, “ମୁଁ ଭାବୁଛି ରାଜ୍ୟସଭାରେ ଏଭଳି ଆସନ ବଦଳ କରିବା ପାଇଁ କେହି ଜାଣିଶୁଣି […]
ନୂଆଦିଲ୍ଲୀ:ଭିଏତନାମ୍ର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଡରିଯିବେ। କିଛି ଛୋଟ ପିଲା ଏକ ସାପକୁ ଦଉଡି କରି ଖେଳୁଛନ୍ତି। ସ୍ଥାନୀୟ ଗଣ ମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ, ଏହି ଦେଶରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳେ। ଏପରିକି ଜନବସତି ଭିତରକୁ ଅନେକ ସମୟରେ ସାପ ପଶି ଆସିଥାଏ । ଏହି ସାପମାନେ ଭାରି ବିଶାକ୍ତ ମଧ୍ୟ। ଏହି ଭିଡିଓରେ ଦେଖିବାକୁ ମିଳିଛି, ସାପର ଦୁଇ ପଟକୁ କିଛି ପିଲା ଧରି […]
ନୂଆଦିଲ୍ଲୀ: ଭାରତରେ ଲାଗୁ ହେବ ଜାତୀୟ ନାଗରିକ ରେଜିଷ୍ଟର୍ ବା NRC । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପ୍ରଶ୍ନକାଳରେ ସ୍ୱପ୍ନ ଦାସଗୁପ୍ତାଙ୍କ ପ୍ରଶ୍ନର ଉତ୍ତରରେ ଅମିତ ଶାହା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ ଏନ୍ଆରସି ଲାଗୁ କରାଯାଇଥିଲା। ଏହି ପ୍ରକ୍ରିୟା ସାରା ଦେଶରେ ମଧ୍ୟ ଚାଲିବ॥ ତେବେ କୌଣସି ଧର୍ମର ଲୋକେ ଏହି ପ୍ରକ୍ରିୟା ଦ୍ୱାରା ଭୟଭୀତ ହେବା ଅନୁଚିତ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏ […]
ନୂଆଦିଲ୍ଲୀ:ସେନାରେ ଭର୍ତ୍ତି ହେବା ପାଇଁ ଲାବ୍ରାଡର, ଜର୍ମାନ ସେପର୍ଡ, ଡୋବରମ୍ୟାନ ପରି ବିଦେଶୀ ପ୍ରଜାତିର କୁକୁର ବେଶ ଦକ୍ଷ। କୁହାଯାଏ, ଏହି କୁକୁରମାନଙ୍କର ଆଘ୍ରାଣ ଶକ୍ତି ଏବଂ ବିପଦକୁ ତୁରନ୍ତ ଠାବ କରିବାର ଶକ୍ତି ଏମାନଙ୍କର ପ୍ରଖର। ତେବେ ଆମ ଦେଶୀ କୁକୁର ମଧ୍ୟ ଏମାନଙ୍କଠାରୁ କମ୍ ନୁହେଁ। ଆମ ଦେଶୀ କୁକୁରମାନେ ବିଭିନ୍ନ ପ୍ରତିକୂଳ ସ୍ଥିତି, ପାଗରେ ଏମାନେ ରହି ପାରନ୍ତି। ଏମାନଙ୍କର ଦୃଷ୍ଟି ଶକ୍ତି ଏବଂ ଆଘ୍ରାଣ ଶକ୍ତି ବହୁତ ଭଲ। ବିପଦ ପ୍ରତି […]
ମୁମ୍ୱାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ରେ ସୋମବାର ହଟ୍ ସିଟ୍ରେ ବସିଥିଲେ ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା। ପ୍ରେରଣାଙ୍କ ସହିତ ଅମିତାଭଙ୍କର କଥାବାର୍ତ୍ତା ବହୁତ ମଜାଦାର ରହିଥିଲା। ସୋନି ଟିଭିର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ସାଇଟ୍ରେ ପ୍ରେରଣା ଓ ଅମିତାଭଙ୍କ କଥାବାର୍ତ୍ତାର ଏକ ଟିଜର୍ ଭିଡିଓକୁ ଶେଆର୍ କରାଯାଇଛି। ଯେଉଁଥିରେ ଅମିତାଭ ପ୍ରେରଣାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଛନ୍ତି। ଯାହାର ଉତ୍ତର ଶୁଣିବା ପରେ ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ହୋଇଛନ୍ତି। […]
ନୂଆଦିଲ୍ଲୀ: ସୁସ୍ଥ ଶରୀର ଏବଂ ଉଜ୍ଜ୍ୱଳ ତ୍ୱଚା- ଏ ଦୁଇଟି ଜିନିଷ ସମସ୍ତେ ଚାହାନ୍ତି। ତେବେ ବୟସ ବଢିବା ସହ ତ୍ୱଚାର ଚମକ କମିଯାଏ। ଲେମ୍ବୁ ପାଣିର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ। ଲେମ୍ବୁ ପାଣି ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ ହାଇଡ୍ରେଡ୍ ରଖିଥାଏ। ଲେମ୍ବୁ ପାଣିରେ ଥିଆମିନ୍, ରିବୋଫ୍ଲେବିନ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ-ଇ ଥାଏ, ଯାହା ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ। ଲେମ୍ବୁ ପାଣି […]
ନୂଆଦିଲ୍ଲୀ: ନୂଆମୋଡରେ ଏବେ ମହାରାଷ୍ଟ୍ର ରାଜନୀତି। ଏନସିପି-କଂଗ୍ରେସ ହାତ ଧରି ସରକାର ଗଢିବାକୁ ଶିବସେନା ଚାହିଁ ବସିଛି। ଏପଟେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରରେ ବିଜେପିକୁ ବାଦ ଦେଇ ପୂର୍ବତନ ସହଯୋଗୀ ଶିବସେନା ଦୁଇ ବିରୋଧୀ ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ପ୍ରୟାସ କରୁଥିଲା। ହେଲେ ବିଜେପି ଏବେ ଶିବସେନାକୁ ଚେକ ଦେଇ କ୍ଷମତା ରେସ୍ରୁ ବାଦ୍ ଦେବା ପାଇଁ ଗୋଟି […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଉପତ୍ୟକାରେ ପଥର ଫିଙ୍ଗିବାକୁ ଡରୁଛନ୍ତି ଦୁର୍ବୃତ୍ତ। ପଥର ଫିଙ୍ଗି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଯୁବକମାନଙ୍କ ଉପରେ ସୁରକ୍ଷାକର୍ମୀ ଲଗାମ ଲଗାଇବାରେ ସଫଳ ହୋଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ସେବେଠାରୁ ନଭେମ୍ବର ୧୫ ମଧ୍ୟରେ ମାତ୍ର ୧୯୦ଟି ଛୋଟ ବଡ଼ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଆନନ୍ଦ ଭବନ ନାଁରେ ଆୟକର ବିଭାଗ ୪.୩୫ କୋଟି ଟଙ୍କାର ଟିକସ୍ ନୋଟିସ୍ ପଠାଇଛି। ଏହି ଆନନ୍ଦ ଭବନରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜନ୍ମ ଗ୍ରହଣ କରିଥିଲେ। ନନ୍ ରେସିଡେଣ୍ଟାଲ କ୍ୟାଟାଗୋରୀ ଅଧୀନରେ ଏଭଳି ଟିକସ ନୋଟିସ୍ କରାଯାଇଥିବା ଜଣାପଡ଼ିଛି। ୨୦୧୩ରୁ ଆନନ୍ଦ ଭବନ ପାଇଁ କୌଣସି ଟିକସ ଦିଆଯାଉ ନାହିଁ ବୋଲି ଆୟକର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧି ଜନ୍ମ […]
ଇସ୍ଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଉପରେ ଏବେ ସଙ୍କଟର ବାଦଲ ଛାଇ ଯାଇଛି। ଜମିୟତ ଉଲେମା-ଏ-ଇସ୍ଲାମ୍ର ମୁଖ୍ୟ ମୌଲାନା ଫଜଲୁର ରହମାନ ଏମିତି କିଛି ସୂଚନା ଦେଇଛନ୍ତି। ଏମିତିକି କ୍ଷମତାରୁ ତାଙ୍କୁ ହଟାଇ ଦିଆଯିବାର ଆଶଙ୍କା ରହିଛି ବୋଲି ମଧ୍ୟ ସେ କଥା ପ୍ରସଙ୍ଗରେ କହିଛନ୍ତି । ଏବେ ଇମ୍ରାନ ଖାନ ତାଙ୍କ ଦିନ ଗଣିବା ଆରମ୍ଭ କରିଦେବା ଉଚିତ୍। ଏପରିକି ତାଙ୍କର ଇସ୍ଲାମବାଦ୍ ଫେରିବା ମଧ୍ୟ ଏତେ ସହଜ ନୁହେଁ ବୋଲି ରହମାନ ତାଙ୍କ […]
ମୁମ୍ବାଇ: ମହାରାଷ୍ଟ୍ର ମହାନାଟକର ଆଉ ଏକ ଦୃଶ୍ୟ। ଶରଦ୍ ପାୱାରଙ୍କୁ ରାଷ୍ଟ୍ରପତି ପଦ ଦେବ ବିଜେପି ! ଏମିତି କିଛି ରୋଚକ ଖବର ଶୁଣିବାକୁ ମିଳୁଛି। ବିଜେପିକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯୋଜନା କରୁଥିବା ଶିବସେନାକୁ ପାନେ ଦେବା ପାଇଁ ବିଜେପି ସବୁଠାରୁ ବଡ଼ ଗୋଟି ଚାଳନା କରୁଥିବା ଜଣାପଡ଼ିଛି। ଶିବସେନା ସରକାର ଗଠନ କରିବାକୁ ଏନସିପି ଓ କଂଗ୍ରେସର ସହଯୋଗକୁ ଚାହିଁ ବସିଥିବାବେଳେ ବିଜେପି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ନିଜ […]