• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

riya
ଜୋତା ନ ଥିଲା, ଟେପ୍‌ ବାନ୍ଧି ଦୌଡ଼ିଲେ କୁନି ଆଥ୍‌ଲେଟ, ଆଉ ପାଇଲେ ଏମିତି ସଫଳତା

ନୂଆଦିଲ୍ଲୀ:ଦାରିଦ୍ର୍ୟ ମଣିଷକୁ ପ୍ରତକୂଳ ପରିସ୍ଥିତି ସହ ସଂଘର୍ଷ କରିବାକୁ ପ୍ରେରଣା ଦିଏ। ଆଉ ଯିଏ ସଂଘର୍ଷ କରେ ସେ ହିଁ ସଫଳତା ପାଏ। ହେଲେ ସେଥିପାଇଁ କେବଳ ଆବଶ୍ୟକ ଦୃଢମନ ଆଉ ନିଷ୍ଠା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଫିଲିପାଇନ୍ସର ୧୧ବର୍ଷର ଏଇ କୁନି ଝିଅ। ନାଁ ତାର ରିଆ ବୁଲୋସ। ଏତେ ଛୋଟ ବୟସରେ ସଫଳତା ପାଇବା ପାଇଁ ସେ ଯେଉଁ ସାଧନା କରିଛନ୍ତି, ତାର ଫଳ ସ୍ୱରୂପ ସେ ଆଜି ହୋଇ ପାରିଛି ସ୍ୱର୍ଣ୍ଣପଦକ […]

12222
୧୨ ବର୍ଷର ପୁଅ ବଞ୍ଚାଇଲା ବାପାଙ୍କ ଜୀବନ, ପାଇଲା ଫେସ୍‌ବୁକ୍‌ ଆୱାର୍ଡ

ନୂଆଦିଲ୍ଲୀ: ୧୨ ବର୍ଷର ଛୋଟ ପିଲାଟିଏ। ପାଇଛି ଚଳିତବର୍ଷର ଫେସ୍‌ବୁକ୍‌ ଆୱାର୍ଡ। ଛୋଟ ପିଲାଟି ଏକ ଭିଡ଼ିଓ ଗେମ୍‌ ତିଆରି କରିଛି। ଖାଲି ତିଆରି କରିନି, ଏହାକୁ ତିଆରି କରି ତା ବାପାଙ୍କ ଜୀବନ ବି ବଞ୍ଚାଇଛି। ପିଲାଟିର ନାମ ବ୍ଲ୍ୟୁକ ଏବଂ ସେ କାନାଡାର ବାସିନ୍ଦା। ଚଳିତବର୍ଷ ପ୍ରମୁଖ ଗେମ୍‌ ପ୍ରୋଗ୍ରାମରଙ୍କ ସହ ବ୍ଲ୍ୟୁକ ଗ୍ଲୋବ୍‌ସ ସିଟିଜେନ ଇଣ୍ଡିବିଜୁଆଲ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ବ୍ଲ୍ୟୁକଙ୍କ କହିବା ଅନୁଯାୟୀ, ତାଙ୍କର ବାପା ଗତ କିଛି ମାସ […]

tea-1
ଚା’ ଦିବସର ଚିନ୍ତନ-‘ଲଭ ଟୁ ସର୍ଭ’

ବିଛଣାରେ ଅଳସ ଭାଙ୍ଗୁଭାଙ୍ଗୁ ମୋବାଇଲ ଅନ୍‌ କଲେ ମିସେସ ମିଶ୍ର। ସକାଳୁ ସକାଳୁ International Tea Day ପାଇଁ ଅନେକ ବାର୍ତ୍ତା । ଓହୋ ! କେତେ ଡେରି ହୋଇଗଲା ସତେ ! ସମସ୍ତେ message post କରିସାରିଲେଣି। ବ୍ୟସ୍ତ ହୋଇପଡ଼ିଲେ ମିସେସ୍‌ ମିଶ୍ର। ଚା’କପ୍‌ର Photo ଟିଏ post କରି ତା’ ଉପରେ ଲେଖିଦେଲେ ‘Love to serve Tea.‘ ମୁହଁ ଧୋଇ ଆସିଲାବେଳକୁ ଅନେକ କମେଣ୍ଟ। ସତେ ଯେମିତି ଫେସ୍‌ବୁକ୍‌ ବନ୍ଧୁମାନେ ଚାହିଁ ବସିଥିଲେ […]

miss world-2
‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନୂଆଦିଲ୍ଲୀ: ଭାରତୀୟ ମୂଳ ତଥା ଜମାଇକାରେ ରହୁଥିବା ଟୋନି ଏନ୍‌ ସିଂହ ହେଲେ ମିସ୍ ୱାର୍ଲଡ-୨୦୧୯। ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟୋନିଙ୍କୁ ମିସ୍‌ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ୨୦୧୮ ମିସ୍‌ ୱାର୍ଲଡ ବିଜେତା ଭନେସା ପୋନ୍‌ସ। ପ୍ରତିଯୋଗିତାରେ ୧୨୦ଟି ଦେଶର ସୁନ୍ଦରୀ ଭାଗ ନେଇଥିଲେ। ଟୋନି ସିଂ ଜମାଇକାର ୪ର୍ଥ ପ୍ରତିଯୋଗୀ ଯିଏ କି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟୋନି ଫ୍ଲୋରିଡା ୟୁନିଭର୍ସିଟିରେ ପଢନ୍ତି। ସେ ସାଇକୋଲଜିର ଛାତ୍ରୀ।  ଏଠି କହିରଖିବୁ, ୨୦୧୯ରେ […]

mallikarjun
ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ନୂଆଦିଲ୍ଲୀ:ପିଆଜର ଦର ଦିନକୁ ଦିନ ବଢିଚାଲିଛି। ଆଉ ଏଇ ବର୍ଦ୍ଧିତ ଦରକୁ ଦେଖି ଗ୍ରାହକ କାନ୍ଦୁଛନ୍ତି। ହେଲେ ଏଇ ପିଆଜ ପାଇଁ ଆଜି କର୍ଣ୍ଣାଟକର ଜଣେ ଚାଷୀ ହୋଇଯାଇଛନ୍ତି କୋଟିପତି। ସେ ହେଉଛନ୍ତି ଚିତ୍ରଦୁର୍ଗ ଜିଲ୍ଲାର ଡୋଡ୍ଡାସିଦ୍ଧାବନହଲ୍ଲୀ ନିବାସୀ ମଲ୍ଲିକାର୍ଜ୍ଜୁନ। ପିଆଜ ପାଇଁ ଆଜି ମଲ୍ଲିକାର୍ଜ୍ଜୁନଙ୍କ ଭାଗ୍ୟ ବଦଳି ଯାଇଛି। କାରଣ ପିଆଜ ଦର ବଢଗଲା ଏବଂ ମାତ୍ର କେଇ ଦିନ ଭିତରେ ମଲ୍ଲିକାର୍ଜ୍ଜୁନ କୋଟିପତି ହୋଇଗଲେ। ସେତିକି ନୁହେଁ, ଆଖପାଖ ଚାଷୀଙ୍କ ପାଇଁ ମଧ୍ୟ ମଲ୍ଲିକାର୍ଜ୍ଜୁନ […]

download
କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଫାଇବର କନେକ୍ସନରେ ମିଳୁଥିବା ଇଣ୍ଟରନେଟ ସ୍ପିଡ୍‌ ଏବେ କମିଯାଇଛି। ଏ ନେଇ ଜିଓ ୟୁଜର୍ସମାନେ ଟ୍ୱିଟରରେ ଲେଖିଛନ୍ତି, ଜିଓ ଫାଇବର କନେକ୍ସନ ସହ ମିଳିବାକୁ ଥିବା ଅପ୍‌ଲୋଡ ସ୍ପିଡ୍‌ ଅରିଜିନାଲ ସ୍ପିଡ୍‌ ତୁଳନାରେ ୧୦ ପ୍ରତିଶତ କମି ଯାଇଛି। ଅର୍ଥାତ୍‌ 100Mbps ସ୍ପିଡ୍‌ର ପ୍ଲାନ ନେଇଥିବା ୟୁଜର୍ସଙ୍କୁ 10Mbps ସ୍ପିଡ୍‌ର ସେବା ମିଳୁଛି। ଯଦି କୌଣସି ଇଣ୍ଟରନେଟ୍‌ ପ୍ରୋଭାଇଡର ୟୁଜର୍ସଙ୍କୁ ଇଣ୍ଟରନେଟ କନେକ୍ସନ ଅଫର ଦିଏ ତେବେ ସେ ସମୟରେ ଡାଉନଲୋଡ ଏବଂ ଅପଲୋଡ […]

Untitled-1
ଦୁନିଆର ଦାମୀ ଚା’, ରେଟ୍‌ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଚା’ କପ୍‌ର ବାସ୍ନା ଯେମିତି ସାରା ଦିନକୁ ସତେଜ କରିଦିଏ। ଚା’ ପ୍ରେମୀମାନଙ୍କ ଧାରଣା,  ଭଲ ଚା’ କପ୍‌ରେ ଯଦି ସକାଳର ଆରମ୍ଭ ହୁଏ ତେବେ ଦିନଟି ବେଶ ଭଲରେ କଟିବ । ଖାଲି ସକାଳେ ଚା’ କପ୍ ଖୋଜା ପଡେନି। ଘରକୁ କେହି ଅତିଥି ଆସନ୍ତୁ ବା ଅପରାହ୍ନରେ ସାଙ୍ଗମାନଙ୍କ ସହ ଗପଶପ କଲାବେଳେ ହେଉ, ଚା’ କପ୍‌ଟିଏ ତ ନିଶ୍ଚୟ ଖୋଜାପଡେ।  ଚା’ର ଲୋକପ୍ରିୟତାକୁ ଦେଖି ଆଜି ପାଳନ ହେଉଛି […]

Modi-Atal-Ghat-960x540
ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ […]

rahul-1111
ରାହୁଲ୍‌ଙ୍କ ‘ମୋ ନାଁ ରାହୁଲ ସବରକର ନୁହେଁ’ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେପି

ନୂଆଦଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଆଜି ରାହୁଲ ଗାନ୍ଧି ବିଜେପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କର ’ରେପ ଇନ ଇଣ୍ଡିଆ’ ବୟାନକୁ ନେଇ ବିଜେପି କ୍ଷମାପ୍ରାର୍ଥନା ଦାବି କରିଥିଲାବେଳେ ଆଜି ରାହୁଲ୍ କହିଥିଲେ ‘ମୁଁ ରାହୁଲ ସବରକର ନୁହେଁ, ରାହୁଲ୍‌ ଗାନ୍ଧୀ। କ୍ଷମାମାଗିବି ନାହିଁ’। ରାହୁଲଙ୍କ ଏହି ବୟାନ ଉପରେ ମତ ରଖିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ କରି ରାହୁଲଙ୍କ ସର୍‌ନେମ ଉଧାରର ବୋଲି କହିଛନ୍ତି। ଗିରିରାଜ […]

Nirmala-Sitharam
ଫେବୃଆରୀ ୧ରେ ବଜେଟ, ଛୁଟିଦିନ ହେଲେ ବି ଖୋଲା ରହିବ ସଂସଦ

ନୂଆଦିଲ୍ଲୀ: ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସନ୍ତା ଫେବୃଆରୀ ୧ରେ ଉପସ୍ଥାପନ କରିବେ। ଫେବୃଆରୀ ୧ ଶନିବାର ପଡ଼ୁଥିଲେ ହେଁ ସେଦିନ ସଂସଦ ଖୋଲା ଯିବ ଓ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ।  ସେହିପରି ବଜେଟ ପୂର୍ବରୁ ଜାନୁଆରୀ ୩୧ରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ୨୦୧୫-୧୬ ଆର୍ଥିକ ବର୍ଷ ପରି ଏଥିର ମଧ୍ୟ ବଜେଟ ଶନିବାର ଉପସ୍ଥାନ ହେବ। ଶୁକ୍ରବାର […]

23232332
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲେ ଓୱେସୀ

ନୂଆଦିଲ୍ଲୀ: ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆପଣାଇଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ। ସିଏଏ ସମ୍ବିଧାନର ବିରୋଧାଚରଣ କରୁଥିବା ବେଳେ ଧର୍ମକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଛି। ମୁସଲିମମାନଙ୍କୁ ରାଷ୍ଟ୍ରହୀନ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପିର ଏହା ଏକ ଚକ୍ରାନ୍ତ ବୋଲି ଓୱେସୀ କହିଛନ୍ତି। ସୋମବାର ଲୋକସଭାରେ ସିଏଏ ଉପରେ ମତ ରଖି ଓୱେସୀ ଏହାକୁ ଜୋରଦାର […]

ଚଟ୍‌ନୀ ଆଳୁ ଚାର୍ଟ
ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ। Street Food କାହାକୁ ବା ଭଲ ଲଗେନି ? ହେଲେ ବିନା ପିଆଜରେ ଏହି ଷ୍ଟ୍ରିଟ ଖାଦ୍ୟର ତ ସ୍ୱାଦ ନ ଥାଏ। ତା’ଛଡ଼ା ଷ୍ଟ୍ରିଟ ଫୁଡ୍ କେତେ ସ୍ୱାସ୍ଥ୍ୟପ୍ରଦ ତାହା ସମସ୍ତେ ଜାଣନ୍ତି। ତେଣୁ […]

aniseed-500x500
ଓଜନ କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏସବୁ ଟିପ୍ସ

ଭୁବନେଶ୍ୱର: ଶରୀରର ଫିଟ୍‌ନେସ ପାଇଁ ସମସ୍ତେ ଚିନ୍ତିତ। ବିଶେଷକରି ମୋଟା ହୋଇଗଲେ, ଓଜନ ବଢଗଲେ.. କଥା ସରିଲା।  ଆଖିରୁ ନିଦ ହଜିଯାଏ। ତେବେ ମୋଟା ହେଉଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ଘରୋଇ ଉପାୟରେ ଆପଣ ମୋଟାପା କମାଇପାରିବେ। ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ଖାଲି ସ୍ୱାଦିଷ୍ଟ ନୁହେଁ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ ।

rahul
‘ମରିଯିବି ପଛେ କ୍ଷମା ମାଗିବି ନାହିଁ’-ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜି ଅୟୋଜିତ ହୋଇଛି  ‘ଭାରତ ବଞ୍ଚାଅ ରାଲି’। ଦିଲ୍ଲୀ ରାମଲୀଳା ମଇଦାନରୁ ଆରମ୍ଭ ହୋଇଥିବା ଏହି ରାଲିରେ ମୋଦି ସରକାର ବିରୋଧରେ ବର୍ଷିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମହିଳାଙ୍କ ବିରୋଧରେ ବଢ଼ୁଥିବା ଅତ୍ୟାଚାର, ଚାଷୀଙ୍କ ସମସ୍ୟାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ  ବିଜେପି ଏବଂ ମୋଦି […]

iphone
IPhoneର ଦାମ୍‌ ୯୧ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone  ମାର୍କେଟକୁ ଆସିଛି ଯାହାର ଦାମ୍‌ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ ମୋବାଇଲଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ତା’ଛଡା IPhoneର ଲକ୍‌ଜୁରୀ ମେକ୍‌ଅପର ଟ୍ରେଣ୍ଡ ଦିନକୁ ଦିନ ବଢୁଛି। ଏ ଦିଗରେ ଋଷିଆ ଡିଜାଇନର କମ୍ପାନୀ କେଭିଅର ସବୁଠାରୁ ଆଗରେ।  […]

suicide
ସ୍ୱାମୀଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡ଼ିଲେ ପତ୍ନୀ, ନେଲେ ଏମିତି ଚରମ ପଦକ୍ଷେପ

ନଏଡ଼ା: ଆର୍ଥିକ ଅନଟନର ପୁଣି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥିତି ସହ ଲଢି ଲଢି ହ  ରି ନ ପାରି ସ୍ୱାମୀ ମେଟ୍ରୋ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଲେ। ଏହି ଖବର ପାଇ ଭାଙ୍ଗି ପଡ଼ିଲେ ପତ୍ନୀ। ଦାରିଦ୍ର୍ୟଠାରୁ ବି ଅସହ୍ୟ ଥିଲା ସ୍ୱାମୀଙ୍କ ବିଚ୍ଛେଦ। ଝିଅକୁ ଫାଶୀ ଲଗାଇ ଦେବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିନେଲେ। ଏପରି ଘଟଣା ଘଟିଛି ନଏଡାର ସେକ୍ଟର-୧୨୮ ସ୍ଥିତ ଜେପି ପଭେଲିୟନ କୋର୍ଟରେ। ୩୩ […]

nirmala
ରାଣୀ ଏଲିଜାବେଥ-୨ ଏବଂ ଇବାଙ୍କା ଟ୍ରମ୍ପଙ୍କଠାରୁ ବେଶୀ କ୍ଷମତାଶାଳୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରୁ ଜଣେ। ଏପରିକି ସେ ଇଂଲଣ୍ଡର ରାଣୀ ଏଲିଜାବେଥ-୨ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଝିଅ ଇବାଙ୍କା ଟ୍ରମ୍ପ୍‌ଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ। ଦୁନିଆର ସବୁଠାରୁ ବେଶି ପ୍ରସାରିତ ପତ୍ରିକା ‘ଫୋର୍ବସ’ ରେ ପ୍ରକାଶ ପାଇଛି ଏହି ରିପୋଟ। ଫୋର୍ବସ ପକ୍ଷରୁ ବିଶ୍ୱର ୧୦୦ କ୍ଷମତାଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ୩୪ ନମ୍ବରରେ ଅଛନ୍ତି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ତାଲିକାରେ […]

borish
ଭାରତର ଜ୍ୱାଇଁ ବୋରିସ୍‌ ହେବେ ବିଟ୍ରେନର ପ୍ରଧାନମନ୍ତ୍ରୀ !

ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ  ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]

china-accident
ମା’କୁ ଧକ୍କା ଦେଲା କାର୍‌-ସହି ପାରିଲାନି ପୁଅ; କଲା ଏମିତି କାମ..

ବେଜିଂ-ଚୀନରର ଦାଦୁକ୍‌ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି ଯାହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହାର ଏକ ଭିଡଓ ସୋଶାଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। ଜଣେ ମହିଳା ତାଙ୍କ ପୁଅ ସହ ରାସ୍ତା ପାର୍‌ ହେଉଥିଲେ। ହଠାତ୍‌ ଏକ କାର ଆସି ତାଙ୍କ ଉପରେ ଚଢି ଯାଇଥିଲା। ମହିଳାଙ୍କ ସହ ତାଙ୍କ କୁନି ପୁଅ ତଳେ ପଡ଼ିଗଲେ। ହେଲେ ତା’ପରର ଦୃଶ୍ୟ ଥିଲା ସବୁଠାରୁ ବେଶୀ ହୃଦୟସ୍ପର୍ଶୀ। ଛୋଟ ପୁଅଟି ଉଠିଲା […]

rahul-smruti
‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ରାହୁଲ କହିଲେ କ୍ଷମା ମାଗିବିନି

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଧ୍ୟ ହୋଇ ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ପରେ ଅନିଶ୍ଚିତ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦମାନେ ନିକଟରେ କଂଗ୍ରେସ ସାଂସଦ ରାହୁଲ […]

ganesh singh
‘ସଂସ୍କୃତ କହିଲେ ଏହି ସବୁ ରୋଗରୁ ଦୂରେଇ ରହିବେ‘-ହେଲ୍‌ଥ ଟିପ୍ସ ଦେଲେ ସାଂସଦ

ନୂଆଦିଲ୍ଲୀ:ସୁସ୍ଥ ରହିବାର ଟିପ୍ସ ଦେଲେ ଭାରତୀୟ ଜନତା ପାର୍ଟି ସାଂସଦ । ଔଷଧ ନୁହେଁ, ଭାଷା ବଦଳାଇଲେ ଭଲ ହୋଇଯିବ ରୋଗ। କଥାଟା ତ ନିଶ୍ଚୟ ଅବିଶ୍ୱସନୀୟ। ହେଲେ ଏକଥା ସଂସଦରେ କହିଛନ୍ତି ମଧ୍ୟପ୍ରଦେଶର ବିଜେପିର ସାଂସଦ ଗଣେଶ ସିଂ। ସେ କହିଛନ୍ତି, ଆଜିକାଲି ଡାଇବେଟିସ ଏବଂ କୋଲେଷ୍ଟ୍ରଲ ଏକ ସାଧାରଣ ରୋଗରେ ପରିଣତ ହଇଗଲାଣି। ଡାଇବେଟିସ ଏବଂ କୋଲେଷ୍ଟ୍ରଲର ନିରାକରଣ ପାଇଁ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ହେଲେ ଏହି ରୋଗକୁ ନିୟନ୍ତ୍ରଣ କରିବାର […]