• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୧୨ ବର୍ଷ ପରେ ପୁଣି ଚାମ୍ପିୟନ୍ସ ଟ୍ରଫି ଜିତିଛି ଭାରତ । ଏଥିସହ ଆଉ ଏକ ଆଇସିସି ଇଭେଣ୍ଟ ନିଜ ନାଁରେ କରିଛି । ୨୦୧୩ ମସିହାରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଭାରତ । ଏବେ ପୁଣି ବିଜୟ ସ୍ୱାଦ ଚାଖିବାରେ ସଫଳ ହୋଇଛି ରୋହିତ ବାହିନୀ । କେବଳ ୨୦୧୩ ପରେ ଭାରତ ଏହି ଟ୍ରଫି ଜିତିନି, ବରଂ ୨୫ ବର୍ଷ ତଳର ବଦଲା ପୂରଣ କରିଛି ଭାରତ ।

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

ତେବେ ଚାମ୍ପିଅନ୍ସ ଟ୍ରଫିକୁ ଜିତି ଭାରତ ଇତିହାସ ରଚିଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତଙ୍କ ନାଁରେ କିନ୍ତୁ ଯୋଡ଼ି ହୋଇଛି ଅଲୋଡା ରେକର୍ଡ । ରୋହିତ ଶର୍ମା ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରିବାର ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଅଧିନାୟକ ଭାବରେ, ରୋହିତ ଶର୍ମା ଲଗାତାର ଦିନିକିଆ ମ୍ୟାଚ୍‌ରେ ଟସ୍ ହାରିବାରେ ବ୍ରାଏନ୍ ଲାରାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ରୋହିତ ଶର୍ମା ଅଧିନାୟକ ଭାବରେ ଲଗାତାର ୧୨ଟି ଦିନିକିଆ ମ୍ୟାଚ୍‌ରେ ଟସ୍ ହାରି ସାରିଛନ୍ତି । ବ୍ରାଏନ୍ ଲାରା ମଧ୍ୟ ୧୯୯୮-୧୯୯୯ ମଧ୍ୟରେ ଅଧିନାୟକ ଭାବରେ ଲଗାତାର ୧୨ ଥର ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରିଥିଲେ । ଆଉ ରୋହିତ ଶର୍ମା ନଭେମ୍ବର ୨୦୨୩ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ୧୨ଟି ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରିଛନ୍ତି ।

ତେବେ ଏହି ତାଲିକାରେ ନେଦରଲ୍ୟାଣ୍ଡସ୍‌ର ପିଟର ବୋରେନଙ୍କ ନାମ ମଧ୍ୟ ସାମିଲ ଅଛି, ଯିଏ ଅଧିନାୟକ ଭାବରେ କ୍ରମାଗତ ୧୧ ମ୍ୟାଚ୍‌ରେ ଟସ୍ ହାରିଥିଲେ । ଏହା ସହିତ ଭାରତୀୟ ଦଳର ନାମରେ ଏକ ଅନାବଶ୍ୟକ ରେକର୍ଡ ଯୋଡି ହୋଇଛି । ଭାରତ ଏବେ ODI ମ୍ୟାଚ୍‌ରେ ଲଗାତାର ୧୫ ଥର ଟସ୍ ହାରିଛି, ଯେଉଁଥିରୁ ୧୨ ଥର ରୋହିତ ଶର୍ମା ନିଜେ ହାରିଛନ୍ତି ।

ରୋହିତ ଶର୍ମାଙ୍କ ଟସ୍ ହାରିବାର ଏହି ଧାରା ୨୦୨୩ ODI ବିଶ୍ୱକପ୍ ସମୟରେ ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ତା’ପରେ ଇଂଲଣ୍ଡ ବିପକ୍ଷ ସିରିଜ୍ ଆଉ ଏବେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଏବଂ ଭାରତର ଟସ୍ ହାରିବା ଧାରା ଜାରି ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋହିତ ଯଦିଓ ୧୨ଟି ମ୍ୟାଚ୍‌ରେ ଟସ୍‌ ହାରିଛନ୍ତି କିନ୍ତୁ ସେଥିମଧ୍ୟରୁ ଅଧାରୁ ଅଧିକ ମ୍ୟାଚ୍‌ରେ ବିଜୟ ଲାଭ କରିଛନ୍ତି ।

ଯଦି ଆମେ ଇଂଲଣ୍ଡ ବିପକ୍ଷ ସିରିଜ୍‌ ଓ ଚାମ୍ପିଅନ୍ସ ଟ୍ରଫି ବିଷୟରେ କଥା ହେବା ତାହାଲେ, ଏହି ଦୁଇଟି ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ୍ ୮ଟି ମ୍ୟାଚ୍ ଖେଳିଛି । ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଓ ଚାମ୍ପିଅନ୍ସ ଟ୍ରଫିରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳିଛି । ଆଉ ଏହି ସମସ୍ତ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ନାହାନ୍ତି । କିନ୍ତୁ ଏହି ସମସ୍ତ ୮ଟି ଦିନିକିଆ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରିଛି । ଯାହା ଦର୍ଶାଉଛି କି ରୋହିତ ଟସ୍‌ ପଛେ ହାରିଯିବେ କିନ୍ତୁ ମ୍ୟାଚ୍‌କୁ କୌଣସି ପରିସ୍ଥିତିରେ ହାରିବେନି । ତେବେ ଏବେ ଦେଖିବାର ବିଷୟ ଟସ୍‌ ହାରି ମ୍ୟାଚ୍‌ ଜିତିବାର ଧାରା ରୋହିତ ଆଉ କେତେ ମ୍ୟାଚ୍‌ ପର୍ଯ୍ୟନ୍ତ ଜାରି ରଖୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

OTV is now on Whatsapp

Join and get latest news update delivered to you via whatsapp

Join Now