• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

caa
CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା।   ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ ଶର୍ମା ଏବଂ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ […]

namaste
‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ଅହମ୍ମଦାବାଦ୍‌: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି।  ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍‌ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ ଝିଅ ଇଭାଙ୍କା ସାମିଲ ହୋଇଥିଲେ। ଟ୍ରମ୍ପ ପରିବାରକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା। ବିମାନ ବନ୍ଦରରୁ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଏବଂ ସେଠାରୁ ମୋଟେରା ଷ୍ଟାଡିୟମ…ଟ୍ରମ୍ପଙ୍କୁ ସ୍ୱାଗତ […]

sri
ତୁମେ ବହୁତ୍‌ ମନେ ପଡ଼ୁଛ.. ମା’ଙ୍କ ପୁଣ୍ୟତିଥିରେ ଏମିତି ଭାବପ୍ରବଣ ହେଲେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍‌ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ବିତି ଗଲାଣି। ୨୦୧୮ରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କର ଦ୍ୱିତୀୟ ପୁଣ୍ୟତିଥିରେ ଝିଅ ଜାହ୍ନବୀ କପୁର ତାଙ୍କର ଏକ ପୁରୁଣା ଫଟୋ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ମା’ଙ୍କ ସହ ପିଲାଦିନର ଏକ ଫଟୋ ଶେୟାର କରି ଲେଖିଛନ୍ତି ‘ପ୍ରତିଦିନ ତୁମକୁ ମନେ ପକାଉଛି’। ଜାହ୍ନବୀଙ୍କର ଏଇ ଇମୋଶନାଲ ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି। ଜାହ୍ନବୀଙ୍କର ଏହି ପୋଷ୍ଟରେ […]

reeata
ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍‌ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ ଅନେକ କଥା ପଚାରି ବୁଝୁଥିଲେ ଏବଂ ଚରଖା ବିଷୟରେ ଶୁଣି ଖୁସି ହେଉଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତୀ ଆଶ୍ରମ […]

ERhaQOgVAAAiDAB
ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍‌ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍‌ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା।   ସ୍ୱତନ୍ତ୍ର […]

Untitled
ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ବିପୁଳ ସମ୍ବର୍ଦ୍ଧନା ସହ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ବ୍ୟାକୁଳତାର ଏକ […]

corona
ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

ବେଜିଂ:ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ରେ ରବିବାର ପୁଣି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ ମୃତ ୧୫୦ ଜଣଙ୍କ ମଧ୍ୟରୁ ୧୪୯ ଜଣଙ୍କ ମୃତ୍ୟୁ ହୁବେଇ ସହରରେ ହୋଇଛି। ଗତକାଲି ନୂଆ ୪୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଠାରେ କରୋନା ଭାଇରସ୍‌ରେ […]

1
ପୁଣି ମା’ ହେଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୁଣି ଥରେ ମା’ ହୋଇଛନ୍ତି। ଗତ ୧୫ ତାରିଖ ଦିନ ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ୍‌ କରି ଶିଳ୍ପା ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କ କୁନି ଝିଅର କେବଳ ହାତଟି ହିଁ ଦେଖାଯାଉଛି। ତାଙ୍କର ଏକ ଆଙ୍ଗୁଳିରେ କୁନି ଝିଅର ପାପୁଲି ରହିଛି। ଫଟୋଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଫଳ […]

langoor
ଟ୍ରମ୍ପଙ୍କ ଆଗ୍ରା ଗସ୍ତ; ସୁରକ୍ଷା ଟିମ୍‌ରେ ସାମିଲ୍‌ ହେଲେ ୫ ହନୁ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବ। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ। ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। […]

trump
ଟ୍ରମ୍ପଙ୍କୁ ‌ଉପହାର ଦେବା ପାଇଁ ତିଆରି ହେଲା ରୂପା ଚାବିକାଠି

ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ।  ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]