ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଛି ତିହାର ଜେଲ୍। ଏଥିପାଇଁ ପ୍ରସ୍ତୁତି ପହଞ୍ଚିଲାଣି ଶେଷ ପର୍ଯ୍ୟାୟରେ। ଜଲ୍ଲାଦଠାରୁ ଫାଶୀ ଦଉଡି ସମସ୍ତେ ଅପେକ୍ଷା କରିଛନ୍ତି ସେଇଦିନକୁ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଦୋଷୀଙ୍କୁ ଫାଶ ଦିଆଯିବା ପାଇଁ ଜାନୁଆରୀ ୨୨ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ଯଦିଓ ଏହି ତାରିଖରେ ଦୋଷୀଙ୍କୁ ଫାଶୀ ହେବନି ବୋଲି କୁହାଯାଉଛି ତଥାପି ତିହାର ଜେଲ୍ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେବେ […]
ନୂଆଦିଲ୍ଲୀ: ପ୍ରତିବର୍ଷ ପାଳନ ହୁଏ ସେନା ଦିବସ। ହେଲେ ଆଜିର ଏଇ ୭୨ ତମ ସେନା ଦିବସ ଅନ୍ୟଦିନଠାରୁ ସ୍ୱତନ୍ତ୍ର। ସ୍ୱତନ୍ତ୍ର ଏଥିପାଇଁ ଯେ, ଏଥର ସେନାଦିବସରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ସମ୍ମାନ। ଏଥର ଆର୍ମି ପରେଡକୁ ଲିଡ୍ କରିଛନ୍ତି ଜଣେ ମହିଳା କ୍ୟାପ୍ଟେନ୍ ତାନ୍ୟା ଶେରଗିଲ। ତାନ୍ୟା ଏଥିପାଇଁ ସ୍ୱତନ୍ତ୍ର ଯେ, ତାଙ୍କ ପରିବାରର ୪ର୍ଥ ପୀଢି ଭାବେ ତାନ୍ୟା ସେନାବାହିନୀରେ ଯୋଗ ଦେଇ ଦେଶ ସେବା କରୁଛନ୍ତି। ସେନା ଦିବସରେ ବୁଧବାର ଜଣେ ମହିଳା […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିପାରେ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ୨୨ ଜାନୁୟାରୀ ସକାଳେ ଫାଶୀ ଦିଆଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଫାଶୀ ସମୟ ଗଡ଼ିପାରେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ କ୍ଷମା ଆବେଦନ ଖାରଜ ହେବା ପରେ ୧୪ ଦିନ ସମୟ ମିଳେ ବୋଲି ସରକାର ଓକିଲ କହିଛନ୍ତି। ଦୋଷୀ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ ହେବା ପରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ସରକାରୀ […]
ନୂଆଦିଲ୍ଲୀ: ନିର୍ଭୟା ଗଣ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଜଣ ଅପରାଧୀଙ୍କୁ ଗୋଟିଏ ସପ୍ତାହ ପରେ ଅର୍ଥାତ୍ ଜାନୁଆରୀ ୨୨ ତାରିଖ ସକାଳେ ମିଳିବ ଫାଶୀ। ତିହାର ଜେଲ୍ରେ ଏବେ ମୃତ୍ୟୁ ଅପେକ୍ଷାରେ ଦିନ କାଟୁଛନ୍ତି ଅକ୍ଷୟ ଠାକୁର ସିଂହ, ମୁକେଶ, ପବନ ଗୁପ୍ତା ଏବଂ ବିନୟ କୁମାର। ୨୦୧୨ରେ ଏମାନେ ଜଣେ ପାରା ମେଡିକାଲ ଛାତ୍ରୀଙ୍କ ସହ ଅତି ନୃଶଂସ ଭାବେ ଗରବଳାତ୍କାର କରିବା ସହ ହତ୍ୟା କରିଥିଲେ। ଦିଲ୍ଲୀ କୋର୍ଟ ଏମାନଙ୍କ ବିରୋଧରେ […]
ଶ୍ରୀନଗର: ଦୀର୍ଘ ୫ମାସ ପରେ କାରଗିଲରେ ଆରମ୍ଭ ହୋଇଛି ଟୁଜି ଓ ବ୍ରଡବ୍ୟାଣ୍ଡ ସେବା। ଆଜି ଜମ୍ମୁ, ଶାମ୍ବା, କଠୁଆ, ଉଦ୍ଧମପୁର ଓ ରିୟାସି ଅଞ୍ଚଳରେ ଟୁଜି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି । ତେବେ ସୋଶାଲ ମିଡିଆ ବ୍ୟବହାର ଉପରେ ଏବେ ବି କଟକଣା ରହିଛି। ସରକାରୀ ୱେବ୍ସାଇଟ୍, ଜରୁରୀ ସେବା ଏବଂ ଇ ବ୍ୟାଙ୍କିଂ ପାଇଁ ଲୋକେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯେ କୌଣସି ଅନୁଷ୍ଠାନ ଯଦି ଇଣ୍ଟରନେଟ ସେବାର ଅପବ୍ୟବହାର କରିବ ତେବେ […]
ନୂଆଦିଲ୍ଲୀ: ଜହ୍ନରାଇଜକୁ ବୁଲିବାକୁ ଯିବେ। ଏଥିପାଇଁ ସାଥୀଟିଏ ଲୋଡ଼ା। କିଏ ହେବ ତାଙ୍କ ଜହ୍ନଯାତ୍ରାର ସାଥୀ ? ହଁ, ଯେ କେହି ବି ତାଙ୍କ ସାଥୀ ହୋଇପାରିବେ। ଖାଲି ଅଳ୍ପ କେତୋଟି ସର୍ତ୍ତ ରହିଛି ଏଥିପାଇଁ। ଏମିତି ଏକ ବିଜ୍ଞାପନ ଦେଇଛନ୍ତି ଜାପାନର ଜଣେ କୋଟିପତି। ନାଁ ତାଙ୍କର ୟୁସାକୁ ମୈଜାୱା (Yusaku Maezawa) । କୋଟିପତି ୟୁସାକୁ ସାଥୀ ସନ୍ଧାନରେ ଅଛନ୍ତି। ଆଉ ଏଥିପାଇଁ ସେ ଆଜି ଚର୍ଚ୍ଚାରେ। ସେ ଏମିତି ଏକ ସାଥୀ ଖୋଜୁଛନ୍ତି […]
ମୁମ୍ବାଇ: କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ସାଂସଦ ଯଶବନ୍ତ ରାଓ ଗଡ଼ଖା ଆଜି ନିଜ ଦଳ ଓ ଏନସିପି ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି। ମହାରାଷ୍ଟ୍ରରରେ କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ୩ ଦଳ ମଧ୍ୟରେ ଆଦର୍ଶଗତ ଭେଦଭାବ ଥିବାରୁ କେଉଁ ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଆଜି ଯଶବନ୍ତରାଓ କହିଛନ୍ତି, “ସରକାରରେ ସାମିଲ ଥିବା ୩ ଦଳ ଠିକ୍ ଭାବେ ପରସ୍ପରକୁ ବ୍ୟବହାର […]
ମେରଠ:ନିର୍ଭୟା ଦୋଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି। ଫାଶୀ ଦେବା ପାଇଁ ସୁପ୍ରିମ କୋର୍ଟ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ପଡ଼ିଛି ପବନ ଜଲ୍ଲାଦଙ୍କ ଉପରେ। ଗୋଟିଏ ଦିନରେ ସେ ଦେବେ ୪ ଜଣଙ୍କୁ ଫାଶୀ ଦଣ୍ଡ। ଫାଶୀ ପାଇଁ ତିହାର ଜେଲ ପ୍ରସ୍ତୁତ ହୋଇ ବସିଛି। ୪ ଦୋଷୀଙ୍କୁ ଫେବୃୟାରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଦେଶରେ ଜଲ୍ଲାଦ ପରିବାର କହିଲେ ଲୋକେ ପବନଙ୍କ ପରିବାରକୁ ହିଁ ବୁଝନ୍ତି। ତାଙ୍କର […]
ନୂଆଦିଲ୍ଲୀ:ଡ୍ରଗ୍ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୁଲିସ ଯେତେ ନିୟମ ବାହାର କରୁଛି, ମାଫିଆମାନେ ସେତେ ବାଟ ବାହାର କରୁଛନ୍ତି। ଏମିତି ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରେ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଏମିତି ଭାବରେ ତାକୁ ଅଣାଯାଉଥିଲା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖୁସିର ଖବର ଯେ, ପୋଲିସ ଡ୍ରଗ୍ ମାଫିଆଙ୍କୁ ତାଙ୍କ ମିଶନ୍ରେ ରୋକ୍ ଲଗାଇବାରେ ସପଳ ହୋଇଛି। ଏହି ମାଫିଆମାନେ ଡ୍ରଗ୍ସ ଥିବା କ୍ୟାପ୍ସୁଲ ପେଟରେ ଲୁଚାଇ ଆଣୁଥିଲେ। ଏଥିପାଇଁ ସେମାନଙ୍କୁ […]
ନୂଆଦିଲ୍ଲୀ:ଜେଏନୟୁ ହିଂସା ଘଟଣାରେ ପୁଲିସ ଶୁକ୍ରବାର ଯେଉଁ ଲୋକଙ୍କ ଫଟୋ ଜାରି କରିଥିଲା, ଆଜି ସେମାନଙ୍କୁ ପଚରାଉଚରା କରିବ। ସେମାନଙ୍କୁ କ’ଣ ପଚାରିବ ସେ ନେଇ ଦିଲ୍ଲୀ ପୁଲିସ ଏକ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଆଇଶି ଘୋଷ ମଧ୍ୟ ସାମିଲ ଅଛନ୍ତି। ଏଥି ସହତ ୬ ମୁଖାଧାରୀଙ୍କୁ ମଧ୍ୟ ଚିହ୍ନଟ କରିଛି ପୋଲିସ। ଏହି ୬ ଜଣଙ୍କ ମଧ୍ୟରେ ୪ ଜଣ ଜେଏନୟୁର ଏବଂ ଜଣେ ଦିଲ୍ଲୀ ୟୁନିଭର୍ସିଟିର […]
ନୂଆଦିଲ୍ଲୀ: ଛାତ୍ରଙ୍କୁ ବିରୋଧ ତଥା ନାଗରିକତା ଆଇନ(CAA) ଏବଂ NRCକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ କଂଗ୍ରେସ ଏକ ପ୍ରକାର ବିଫଳ ହୋଇଛି। କଂଗ୍ରେସ ନେତୃତ୍ୱରେ ଆଜି ବିରୋଧୀ ଦଳ ଏକାଠି ହୋଇ ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ବୈଠକ ବସିବା ପୂର୍ବରୁ ବିରୋଧୀ ମେଣ୍ଟକୁ ଧକ୍କା ଲାଗିଛି। କାରଣ ବୈଠକରେ ପଶ୍ଚିମପବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ, ବହୁଜନ ସମାଜବାଦୀ ପାଟି ମୁଖ୍ୟ ମାୟାବତୀ ଯୋଗ […]
ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।
ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।
ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର
ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।
ସୁରଟ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପ ଆସେ। ଖାଲି କୁହାଯାଏନି, ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟ ସୁରଟ ଅଞ୍ଚଳର ୬୦ ବର୍ଷ ବୟସ୍କ ବିଷ୍ଣୁ ପଟେଲ । ସେ ମୋଟରସାଇକେଲରୁ ବାହାରିଥିବା ଅଦରକାରୀ ସାମଗ୍ରୀ, ଲାପଟପ୍ ଏବଂ ସ୍ମାର୍ଟଫୋନର ବ୍ୟାଟେରୀ ସାହାଯ୍ୟରେ ଏକ ଇ-ବାଇକ୍ ତିଆରି କରିଛନ୍ତି। ବଷ୍ଣୁ ପଟେଲଙ୍କ ଏହି ଆଇଡିଆ ଶିଳ୍ପପତି ଆନନ୍ଦ-ମହିନ୍ଦ୍ରାଙ୍କୁ ବି ପ୍ରଭାବିତ କରିଛି। ସେ ବିଷ୍ଣୁଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କୁ ସାହାଯ୍ୟ […]
ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ ଆଇଲାଣ୍ଡର। ଏହି ଭିଡିଓରେ ପାଣି ତଳୁ ଉଠି ଉପରକୁ ଯାଉଛି। ସୈମୀ ଜୋକୋସ୍ବନ ନାମକ ଜଣେ ବ୍ୟକ୍ତି ଏହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମରାରେ କଏଦ କରିଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଏପରି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି। ଏବେ ସେନା ପ୍ରମୁଖ କହିଛନ୍ତି, […]
ନୂଆଦିଲ୍ଲୀ:ମହାଦାନୀଙ୍କଠାରୁ ବି ସିଏ ଦାନୀ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ କଥାଟା ବିଲ୍କୁଲ୍ ସତ। ନ ହେଲେ କୋଟି କୋଟି ଟଙ୍କା କିଏ ନିଜ ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିପାରେ ? ଏଇ ଦାନୀ ହେଉଛନ୍ତି ଜାପାନୀ କୋଟିପତି ୟୁସାକୁ ମୈଇଜାବା (Yusaku Maezawa) । ସେ ତାଙ୍କ ଟ୍ୱିଟର୍ସ ଫଲୋର୍ସଙ୍କୁ ବାଣ୍ଟିଛନ୍ତି ପ୍ରାୟ ୬୫ କୋଟି ଟଙ୍କା। ତାଙ୍କ କହିବାନୁଯାୟୀ, ତାଙ୍କୁ ଫଲୋ କରୁଥିବା ୧୦୦୦ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ୧ ବିଲିୟନ ୟେନ […]
କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]
ତେହରାନ:ତେହରାନରେ ଉଡାନ ଭରିବାର ମାତ୍ର କେଇ ମିନିଟ୍ ପରେ ୟୁକ୍ରେନ୍ର ଏକ ବିମାନ ଦୁର୍ଘଟଣାଗସ୍ତ୍ର ହୋଇଥିଲା। ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉ ଥିଲା। ହେଲେ ପ୍ରକୃତ କଥା ହେଲା, ଯାନ୍ତ୍ରିକ ତ୍ରୁଟି ନୁହେଁ, ମିସାଇଲ୍ ମାଡ କରି ବିମାନଟିକୁ ଖସାଇ ଦେଇଥିବା ନିଜେ ଇରାନ ସ୍ୱୀକାର କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ସ୍ୱୀକାର କରି କହିଛନ୍ତି, ଇରାନ ଭୁଲରେ ଏହାକୁ […]
କଶ୍ମୀର: ଜମ୍ମୁ କାଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି। ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ପାକିସ୍ତାନ ସେନା ଭାରତୀୟ ସେନା ଉପରକୁ ମୋଟର ମାଡ଼ କରିଥିଲେ। ଫଳରେ ଜବାବ ଦେବାକୁ ଯାଇ ଦୁଇ ଯବାନ ଶହୀଦ ହୋଇଥିବାବେଳେ ୨ ଆହତ ହୋଇଛନ୍ତି।
ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦ ଏପରି ଭୟାବହତା ସୃଷ୍ଟି କରିଛି ଯେ, ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି। ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ […]