ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍ ସହ ରାଜ୍ୟ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ତେବେ ଆଜି ଭୋରରୁ ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଉପରେ ଗୁଳି […]
ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଦେଇଛି। ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି। […]
ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି । ମନରେ ପ୍ରଶ୍ନ ଉଠେ, ସତରେ କ’ଣ ମଣିଷ ଏତେ ନିର୍ଲୋଭ ହୋଇଗଲା ? ନା କରୋନା ଭୟ ? ଗୁରୁବାର ରାଜଧାନୀ ଦିଲ୍ଲୀର କେଶବପୁରମ ଅଞ୍ଚଳର ଏକ […]
ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ ୨୫ ହଜାର କୋଟି, ସିଡବିକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । MSME କ୍ଷେତ୍ର କରୋନା […]
ନୂଆଦିଲ୍ଲୀ:କୋଭିଡ୍-୧୯ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ। ଯଦି କୌଣସି ଯାତ୍ରୀ ଟଙ୍କା ଫେରାଇବାକୁ ଦାବି କରନ୍ତି, ତେବେ ବିନା ବାତିଲ୍ ଶୁଳ୍କରେ ଟଙ୍କା ଫେରାଇବାକୁ ଡିଜିସିଏ କହିଛନ୍ତି। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଲକ୍ଡାଉନର ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଡିଜିସିଏ ପକ୍ଷରୁ ସମସ୍ତ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। […]
ପୁଣେ: ଦେଶରେ ୨ୟ ପର୍ଯ୍ୟାୟ ଲକ୍ଡାଉନ ଜାରି କରଯାଇଛି। ଲକ୍ଡାଉନ ଗାଇଡ୍ଲାଇନ କଡାକଡି କରାଯାଇଛି । ଏପରିସ୍ଥିତିରେ ଯଦି ଗାଇଡ଼ଲାଇନ ଭାଙ୍ଗିବା କଥା ଚିନ୍ତା କରୁଥାନ୍ତି ତେବେ ସାବଧାନ। କାରଣ ଧରପଡିଲେ, ପୋଲିସ ହାତରେ ହଟହଟ୍ଟା ହେବେ । ଲକଡାଉନ ନିୟମ ଭାଙ୍ଗିଥିବା ଜଣେ ବ୍ୟଙ୍କିଙ୍କୁ ପୋଲିସ କେମିତି ହଟହଟା କରିଥିଲା ଜାଣନ୍ତୁ। ପୁଣେର ଏଇ ବ୍ୟକ୍ତିଜଣକ ଯାଇଥିଲେ ମର୍ଣ୍ଣିଂ ଓ୍ବାକ୍ କରିବାକୁ। ହେଲେ ପୋଲିସ୍ କରାଇଲା ଯୋଗ । ଆଜି ସକାଳେ କିଛି ଲୋକ ସ୍ଥାନୀୟ […]
ଥିରୁବନନ୍ତପୁରମ୍: ଲକ୍ଡାଉନ ସମୟର ଦୁର୍ଦ୍ଦଶା ସମସ୍ତେ ଭୋଗୁଛନ୍ତି। ଏଭଳି ଦୁର୍ଦ୍ଦଶାର ଚିତ୍ର ଅନେକ ସମୟରେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବୁଧବାର ଥିରୁବନନ୍ତପୁରମ୍ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନକୁ ଓଦା କରି ଦେଇଛି । ଘଟଣାଟି କେରଳର କୋଲ୍ଲମର କୁଲାଥୁପୁଜ ଅଞ୍ଚଳର। କୋଲ୍ଲାମର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର […]
ନୂଆଦିଲ୍ଲୀ:କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ବା ପିପିଇର ଅଭାବ ଦୂର କରିବା ପାଇଁ ସରକାର ଚୀନରୁ ମଗାଇଛନ୍ତି କିଟ୍। ତଥାପି ଏହି ସମସ୍ୟାରୁ ମୁକ୍ତି ମିଳିବ ନାହିଁ। କାରଣ ଚୀନରୁ ଆସୁଥିବା ଏହି ଉପକରଣରୁ ଅନେକ ବ୍ୟବହାର ଉପଯୋଗୀ ହେଉ ନ ଥିବା ଅଭିଯୋଗ ଆସିଛି । ଇତିମଧ୍ୟରେ ଚୀନରୁ ୬.୫ ଲକ୍ଷ ଟେଷ୍ଟିଂ କିଟ୍ ଆସୁଛି ଯାହା ଆଜି ଆସି ଭାରତରେ ପହଞ୍ଚିବ। କେବଳ ଭାରତ ନୁହେଁ, ବିଶ୍ୱର ଅନେକ […]
ବେଜିଂ: କରୋନା ଭାଇରସର ଉତ୍ପତିସ୍ଥଳ ଚାଇନା । ହେଲେ ଏହି ଭାଇରସ ଆଜି ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଚୀନର ଉହାନରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଉହାନ ସହରରୁ ଲକଡାଉନ ହଟିଛି । ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହେଲେ ପୁଣି ଖବର ମିଳିଛି, ଚାଇନାକୁ ଫେରିଛି କରୋନା ଭାଇରସ । ଆଉ ଏହାର କାରଣ ହେଉଛି ଚୀନକୁ ଆସୁଥିବା ବିଦେଶୀ ନାଗରିକ। ଚୀନରେ ୪୦ଟି ନୂଆ କରୋନା […]