ମେଇଲବାଗନନ୍(ତାମିଲନାଡ଼ୁ): ମା’ର ତୁଳନା ନାହିଁ। ତା ତ୍ୟାଗକୁ କେହି ଭରଣା କରି ପାରେନି। ସନ୍ତାନ ଆଖିରୁ ଲୁହ ପୋଛିବା ପାଇଁ ସେ ଯେ କୌଣସି ପଦକ୍ଷେପ ନେଇପାରେ। ପ୍ରେମା ବି ବି ଜଣେ ମା’। ହେଲେ ଦାରିଦ୍ର୍ୟର କଷାଘାତ ତାଙ୍କୁ ନିଃସ୍ୱ କରି ଦେଇଥିଲା। କୁନି କୁନି ପିଲାଙ୍କ ପେଟରେ ଦୁଇମୁଠା ଦାନା ଦେବାକୁ ତାଙ୍କ ପାଖରେ କିଛି ନ ଥିଲା। ଶେଷ ପ୍ରୟାସ ସ୍ୱରୂପ ସେ ତାଙ୍କର ମୁଣ୍ଡର ଚୁଟି ୧୫୦ ଟଙ୍କାରେ ବିକି ଦେଇଥିଲେ। […]
ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏ ନେଇ ସୁପ୍ରିମ୍କୋର୍ଟରେ ଦାଖଲ ଏକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ଏନବି ରମଣା, ଜଷ୍ଟିସ ସୁଭାସ ରେଡ୍ଡି ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଡ଼ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ରମଣା ରାୟ ଶୁଣାଇବାବେଳେ କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ବହୁତ ହିଂସା ଦେଖିଲାଣି କାଶ୍ମୀର । […]
ନୂଆଦିଲ୍ଲୀ: ଆମରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା। ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏଠାରେ ଥିଲା ୪୨ ହଜାର ୧୨୦ଟଙ୍କା । ତେବେ ୨ ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ତଳମୁହାଁ ହୋଇଛି। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍ ହୋଇଯାଇଥିଲା। […]
ଶ୍ରୀନଗର:କାଶ୍ମୀର ସ୍ଥିତି ପରଖିବେ ୧୭ ଦେଶର ରାଷ୍ଟ୍ରଦୂତ। ଆମେରିକା ସମେତ ୧୭ ରାଜ୍ୟର ରାଷ୍ଟ୍ରଦୂତମାନେ ଦୁଇଦିନିଆ ଗସ୍ତରେ ଆସି ଆଜି କାଶ୍ମୀରରେ ପହଞ୍ଚିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ଏହି ଦଳ ଆସୁଛନ୍ତି। ତେବେ ଏହି ଟିମ୍ରେ ୟୁରୋପିଆନ ୟୁନିୟନର ପ୍ରତିନିଧି ଆସିବାକୁ ମନା କରି ଦେଇଛନ୍ତି। ଏହି ୧୭ଟି ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଅଛନ୍ତି ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ, ବ୍ରାଜିଲ, ଉଜବେକିସ୍ତାନ, ନାଇଜର, […]
ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ୍କୁ ନେଇ ଦେଶରେ ବିରୋଧଭାସ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଶାନ୍ତି ପାଇଁ ପ୍ରୟାସ ଜାରି ରହିବା ଉଚିତ ବୋଲି କହିଛନ୍ତି ସିଜେଆଇ (CJI ) ଏସ.ଏ.ବୋବଡେ । ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ […]
ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍ପିଟାଲର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ ବିଭାଗ ପକ୍ଷରୁ ମିଳି ନ ଥିଲେ ହେଁ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। […]
ବଗଦାଦ୍:ଆମରିକା-ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିନି। ଆମରିକା ଆକ୍ରମଣରେ ଇରାନ୍ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାର ଆର୍କିଟେକ୍ଟ ଜେନରାଲ କାସିମ୍ ସୁଲେମାନିଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିବା ପରେ ପ୍ରତିଶୋଧପରାୟଣ ହୋଇଉଠିଛି ଇରାନ୍ । ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ଇରାନ୍ ଇରାକ୍ରେ ଥିବା ଆମେରିକାର ଏୟାର ବେସ୍ ଉପରେ ଆକ୍ରମଣ କରିଥିଲା। ଇରାନ ପକ୍ଷରୁ ୨୨ରୁ ଅଧିକ ମିସାଇଲ ମାଡ଼ ହୋଇଥିଲା। ସେତିକିରେ ଚୁପ୍ ବସିନି ଇରାନ। ପୁଣି ଆମେରିକାକୁ ଟାର୍ଗେଟ କରିଛି। […]
ନୂଆଦିଲ୍ଲୀ: ଇରାନ୍-ଆମେରିକା ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପାଇଁ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଚରମ ସୀମାରେ ପହଞ୍ଚିଛି। ଆଉ ଏହାକୁ ନଜରରେ ରଖି ଭାରତ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଇରାକ, ଇରାନ ଓ ଗଲ୍ଫ ଦେଶଗୁଡ଼ିକର ଆକାଶରେ ବିମାନ ଉଡ଼ାଣ ବନ୍ଦ କରିଛି ଭାରତ। ଏନେଇ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଆଲୋଚନା ହୋଇଛି। ଏବଂ ସେମାନଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଡିଜି କହିଛନ୍ତି। ଏଥିସହିତ ଅତି […]
ତେହରାନ୍:୧୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୟୁକ୍ରେନ୍ର ଏକ ବିମାନ ତେହରାନ ଏୟାରପୋର୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ କରୁଥିବା ଇରାନ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା କ୍ଷଣି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବର ଅନୁସାରେ, ବିମାନଟି ଇମାମ୍ ଖମନେଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୟୁକ୍ରେନର ୭୩-୮୦୦ ବିମାନ ଆଜି ସକାଳୁ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ […]
ତେହରାନ: ତେହରାନ ଏୟାରପୋର୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୮୦ ଜଣ ଯାତ୍ରୀ ତଥା କ୍ରୁ ସଦସ୍ୟ ଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଆମେରିକା ସେନା ବେସ୍ ଉପରେ ଆଜି ସକାଳୁ ଇରାନ୍ ପକ୍ଷରୁ ମିସାଇଲ ଆକ୍ରମଣ କରାଯାଇଥିଲା। ଏହାର କିଛି ସମୟ ପରେ ୟୁକ୍ରେନ୍ ଇଣ୍ଟରନ୍ୟାସ୍ନାଲ୍ ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇମାମ୍ ଖୁମୈନୀ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ […]
ନୂଆଦିଲ୍ଲୀ: କାସିମ୍ ସୁଲେମାନୀର ମୃତ୍ୟୁ ପରେ ପ୍ରତିକ୍ରିୟାଶୀଳ ହୋଇଛି ଇରାନ। ଇରାକ୍ରେ ଥିବା ଆମେରିକାର ୨ଟି ସେନା ଆଡ୍ଡା ଉପରେ ବୁଧବାର ମିସାଇଲ୍ ମାଡ଼ କରିଛି ଇରାନ୍। ଫଳରେ ଏଠାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯଦିଓ ଏହି ଆକ୍ରମଣରେ ଆମେରିକା ସେନାର କୌଣସି କ୍ଷତି ହୋଇ ନାହିଁ ତେବେ ପେଣ୍ଟାଗନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ, ସେନା ଆଡ୍ଡା ଉପରେ ଏକ ଡର୍ଜନରୁ ଅଧିକ ମିସାଇଲ ମାଡ଼ ହୋଇଛି। ଏଠି […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ସଜା ଶୁଣାଇଛନ୍ତି କୋର୍ଟ। ୪ ଜଣଙ୍କ ନାଁରେ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସମସ୍ତ ଅଭିଯୁକ୍ତଙ୍କୁ ତିହାର ଜେଲ୍ରେ ମିଳିବ ମୃତ୍ୟୁ ଦଣ୍ଡ। ଆସନ୍ତୁ ଜାଣିବା କ’ଣ ଏଇ ଫାଶୀର ଫନ୍ଦା। କେମିତି ଦିଆଯିବ ଫାଶୀ। କେମିତି ଦିଆଯାଏ ଫାଶୀ ସୁପ୍ରିମ୍କୋର୍ଟରେ ରିବ୍ୟୁ ପିଟିଶନ ଏବଂ କ୍ୟୁରେଟିଭ ପିଟିଶନ ଖାରଜ ହୋଇଗଲେ ଶେଷରେ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ […]
ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ମଙ୍ଗଳବାର ନିର୍ଭୟା ଗ୍ୟାଙ୍ଗରେପ ମାମଲାର ଦୋଷୀଙ୍କ ଦଣ୍ଡ ଶୁଣାଣି କରିଛନ୍ତି। ୪ ଦୋଷୀଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଡିସେମ୍ବର ୧୮ରେ ଡେଥ୍ ଓ୍ୱାରେଣ୍ଟ ଆବେଦନର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ କୋର୍ଟ। ସେତେବେଳେ ସୁପ୍ରିମକୋର୍ଟଙ୍କ ରାୟକୁ ଦିଲ୍ଲୀ କୋର୍ଟ ଅପେକ୍ଷା କରିବା ସହ ଆଜିର ଦିନକୁ […]
ତେହେରାନ: ଇରାନର ମେଜେର ଜେନାରାଲ କସିମ ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରା ବା ଜନାଜୀ କେ ଜୁଲୁସ ବେଳେ ଭୟଙ୍କର ଅଘଟଣ ଘଟିଛି। ଶୋଭାଯାତ୍ରା ବେଳେ ଦଳାଚକଟା ହେବାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ରୁ ଅଧିକ ଆହତ ହୋଇଛନ୍ତି। ଇରାନର ସରକାରୀ ଟିଭି ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ଆଜି ସୁଲେମାନୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଜନ୍ମସ୍ଥାନ କରମାନେଠାରେ ସମୂହ ପ୍ରାର୍ଥନା କରାଯାଇଥିଲା। ଏହାପରେ ବାହାରିଥିଲା ବିଶାଳ […]