ନୂଆଦିଲ୍ଲୀ: କରୋନା ସଂକ୍ରମଣ ବେଳେ କଳାବଜାରୀକୁ ରୋକିବାକୁ କଡ଼ା ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ଜାରି ରହେ ସେ ନେଇ ଜରୁରୀ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। କେତେ ପରିମାଣରେ ଜିନିଷ ମହଜୁଦ ହୋଇପାରିବ, ଜିନିଷର ଦର ନିର୍ଦ୍ଧାରଣ, ଉତ୍ପାଦନ କ୍ଷମତା ବୃଦ୍ଧି ଓ ବ୍ୟବସାୟୀମାନଙ୍କ ଆକାଉଣ୍ଟ ତନଖି […]
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ଦାବି ହୋଇଛି ।ଏନେଇ କେନ୍ଦ୍ର ମନ୍ତ୍ରୀସ୍ତରୀୟ କମିଟି ଓ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ମଧ୍ୟ ଯଦି ଲକଡାଉନ […]
ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି । ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି । ୨୧ ଦିନିଆ ଲକ୍ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ […]
ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]
ନୂଆଦିଲ୍ଲୀ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ […]
ନୂଆଦିଲ୍ଲୀ: ସମସ୍ତଙ୍କୁ ଘାରିଛି କରୋନା ଭୟ। ଦିନକୁ ଦିନ କରୋନାର କରାଳ ଗ୍ରାସରେ ହଜାର ହଜାର ଲୋକ ଜୀବନ ହାରୁଛନ୍ତି। ନା ଔଷଧ, ନା ଭାକ୍ସିନ …। ଏକମାତ୍ର ମାଧ୍ୟମ ହୋଇଛି ସାନିଟାଇଜେସନ ଓ ସୋଶାଲ ଡିଷ୍ଟାନ୍ସ। ନିୟମିତ ସମୟ ବ୍ୟବଧାନରେ ସାବୁନ, ହାଣ୍ଡୱାଶରେ ହାତ ଧୋଇବା, ସାନିଟାଇଜର ଲଗାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ତଥାପି ମନରେ ଭୟ ରହୁଛି, କେଉଁଠି ଭାଇରସ ରହିଗଲା କି ? ଏ ନେଇ ଏକ ଖୁସି ଖବର, ଏଣିକି ମେସିନ୍ରେ […]
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପିଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ । ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, […]
ନୂଆଦଲ୍ଲୀ: ଦେଶରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୭୮୯କୁ ବୃଦ୍ଧି ପାଇଛିା ସେହିଭଳି ୩୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ୧୪ ମାସ […]
ବେଙ୍ଗାଲୁରୁ: ୧୪ ତାରିଖ ପରେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଆହୁରି ବଢିପାରେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ବୃଦ୍ଧି କରିବା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି। ପ୍ରଥମେ ତେଲେଙ୍ଗାନା ସରକାର ଲକଡାଉନକୁ ଆଉ କିଛି ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଏବେ କର୍ଣ୍ଣାଟକ ସରକାର ମଧ୍ୟ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି। ମେଡିକାଲ […]
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟାମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ। ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି। ଅନ୍ୟପକ୍ଷେ […]