• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Father
ଆତଙ୍କୀ ବାପାଙ୍କୁ ୪ ବର୍ଷ ଶିଶୁର ନିବେଦନ- ‘ବାପା, ବାହାରି ଆସ, ମୁଁ ତୁମକୁ ହରାଇବାକୁ ଚାହୁଁନି..’

ଶ୍ରୀନଗର: ୪ବର୍ଷର ନୀରିହ ଶିଶୁଟିଏ ତା’ର ଆତଙ୍କୀ ବାପାକୁ ଆକୁଳ ନିବେଦନ କରୁଛି, ‘ଫେରିଆସ ବାପା…ମୁଁ ତୁମକୁ ବହୁତ ଭଲ ପାଏ। ତୁମକୁ ହରେଇବାକୁ ମୁଁ ଚାହୁଁନି। ବାପା, ତୁମେ ବନ୍ଧୁକ ଛାଡି ଆତ୍ମସମର୍ପଣ କର ବାପା…’। ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଜମ୍ମୁ-କଶ୍ମୀରର ସୋପିଆନ ଜିଲ୍ଲାର। ସୁରକ୍ଷାକର୍ମୀମାନେ ୪ ଲସ୍କର ଆତଙ୍କୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହା ଦେଖିବା ପରେ ପିଲାଟି ବିକଳ ହୋଇ ବାପାଙ୍କୁ ସେନା ପାଖରେ ଆତ୍ମ ସମର୍ପଣ କରିଦେବାକୁ […]

sushant singh rajput
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସଲମାନ୍‌ଙ୍କ ଏକ୍ସ-ମ୍ୟାନେଜରଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ସଲମାନ୍‌ ଖାନ୍‌ଙ୍କ ଏକ୍ସ-ମ୍ୟାନେଜର୍‌ ରେଶ୍ମା ଶେଟ୍ଟୀଙ୍କ ବୟାନ ରେକର୍ଡ କରିଛି। ବାନ୍ଦ୍ରା ପୋଲିସ୍‌ ଷ୍ଟେସନରେ ପାଖାପାଖି ୫ ଘଣ୍ଟା ତାଙ୍କୁ ଜେରା କରାଯାଇଥିଲା। ହେଲେ ରେଶ୍ମା କ’ଣ ସବୁ ବୟାନ ଦେଇଛନ୍ତି ଓ କେଉଁସବୁ କଥାର ଖୁଲାସା କରିଛନ୍ତି, ପୁଲିସ୍ ଏ ସମ୍ପର୍କରେ‌ ଏ ପର୍ଯ୍ୟନ୍ତ କିଛି ସୂଚନା ପ୍ରଦାନ କରିନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ […]

firing at super market
ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି […]

tiger
ବାଘ ଗଣନାରେ ଗିନିଜ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ

ନୂଆଦିଲ୍ଲୀ: ବାଘ ଗଣନାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ କଲା ଭାରତ। ୨୦୧୮-୧୯ ମସିହାରେ ଭାରତରେ ଥିବା ବାଘଙ୍କୁ ନେଇ ଏହି ଗଣନା କରାଯାଇଥିଲା। ବିଶ୍ୱର ସର୍ବ ବୃହତ ଅନ୍-କ୍ୟାମେରା ବନ୍ୟପ୍ରାଣୀ ସର୍ଭେ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ନାଁ ଲିପିବଦ୍ଧ କରିଛି ଭାରତ। ୨୦୧୮ରେ ଚତୁର୍ଥ ପର୍ଯ୍ୟାୟ ସର୍ବଭାରତୀୟ ବ୍ୟାଘ୍ର ଗଣନା ଅନୁଯାୟୀ ଦେଶର ସମୁଦାୟ ବାଘ ସଂଖ୍ୟା ୨,୯୬୭ ଥିଲା। ଯାହା ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୫ […]

Imran Khan
ଇମ୍ରାନ ଖାନ୍‌ କରୋନା ଆକ୍ରାନ୍ତ; ଦୁଇଦିନ ତଳେ ନେଇଥିଲେ ଚାଇନା ଟିକା

ଇସ୍‌ଲାମବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଶେଷ ସହୟକ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପାଇବା ପରେ ଇମ୍ରାନ ହୋମ ଆଇସୋଲେସନରେ ଅଛନ୍ତି। ପାକିସ୍ତାନରେ ଏବେ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀ ଟିକା ନେଉଛନ୍ତି। ଇମ୍ରାନଙ୍କ ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଚାଇନା ଦ୍ୱାରା ପ୍ରସ୍ତୁତ ‘ସିନୋଫର୍ମ’ ଟିକା ନେଇଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା […]

rekha
ସିଲ୍‌ ହେଲା ଅଭିନେତ୍ରୀ ରେଖାଙ୍କ ବଙ୍ଗଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା ‘Sea Springs’କୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରା ସ୍ଥିତ ଏହି ବଙ୍ଗଳାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍‌ ଆସିବା ପରେ ବଙ୍ଗଳାକୁ ସିଲ୍ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବଙ୍ଗଳା ବାହାରେ ବିଏମ୍‌ସି ନୋଟିସ୍‌ ଲଗାଇ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି। ସୂଚନା ଅନୁସାରେ, ରେଖାଙ୍କ ଏହି ବଙ୍ଗଳାରେ ୨ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଯେଉଁମାନେ […]

pakhala-KO
ହଜି ଯାଉଛି କି ଆମ ପଖାଳ ହାଣ୍ଡିର ବାସ୍ନା ?

ଆମ ହାଣ୍ଡିଶାଳରୁ ହଜି ଯାଉଛି କି ପଖାଳ ହାଣ୍ଡି? ଆମ ଖାଦ୍ୟ ଶୈଳୀରୁ ଦୂରେଇ ଯାଉଛି କି ପଖାଳ କଂସା? ଦିନକୁ ଦିନ ପଖାଳଠାରୁ ଆମର ସମ୍ପର୍କ ଛିନ୍ନ ହୋଇଯାଉଛି କି ? ଏହା ଯେ ଆମ ଜୀବନ ଜୀବିକା ଓ ଦିନଚର୍ଯା ସହ ଅତି ଅନ୍ତରଙ୍ଗ, ଏହାକୁ ସେତିକି ସମ୍ମାନ ଦେବାରେ ଆମେ ହେଳା କରି ଦେଉ ନାହାନ୍ତି ତ? ଆଲେଖ୍ୟ:- ଜଗମୋହନ ମହାରଣା ପଖାଳ ଖାଲି ଏକ ଖାଦ୍ୟ ନୁହେଁ, ସକାଳରୁ ସଞ୍ଜ ରାତିରୁ […]

twit-1
ଗୋଟିଏ ଟ୍ୱିଟ ପାଇଁ ଝିଅକୁ ଫେରି ପାଇଲେ ବାପା

ଚନ୍ଦୌଲି:ସୋଶିଆଲ ମିଡିଆ ଲାଗି ଟଳିଗଲା ଏକ ବଡ ବିପଦ। ଅସାମାଜିକଙ୍କ ହାବୁଡରୁ ଉଦ୍ଧାର ପାଇଲେ ନାବାଳିକା । ଗୋଟିଏ ଟୁଇଟ ପାଇଁ ଝିଅକୁ ଫେରି ପାଇଲେ ବାପା। ନହେଲେ ଝିଅର ଜୀବନ ଯେ କ’ଣ ହୋଇଥାନ୍ତା ! ସୋଶିଆଲ ମିଡିଆକୁ ନେଇ ଅନେକଙ୍କ ମନରେ ନକାରାତ୍ମମ ଚିନ୍ତାଧାରା ଥିବାବେଳେ ଏହି ଘଟଣା ସେମାନଙ୍କୁ ଆଉ ଥରେ ଭାବିବା ପାଇଁ ବାଧ୍ୟ କରିବ। ଗୌହାଟିର ଏଇ ନାବାଳିକାଙ୍କୁ କାମାକ୍ଷ ଏକ୍ସପ୍ରେସରେ ଅପହରଣ କରି ନେଇ ଯାଉଥିଲେ ।  ହେଲେ […]

ranvir kapoor
ରଣବୀର ଓ ନିତୁଙ୍କୁ କରୋନା ଖବର ଉପରୁ ପର୍ଦ୍ଦା ଉଠାଇଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ  ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଅମିତାଭ ଓ ଅଭିଷେକ କରୋନା ପଜିଟିଭ୍‌ ଖବର ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ରଣବୀର କପୁର, ତାଙ୍କ ମା’ ନୀତୁ କପୁର ଓ କରଣ ଜୋହର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚିନ୍ତା ଆହୁରି […]