
ମୁମ୍ବାଇ: ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ଉଦ୍ଧାର ଓ ବ୍ୟବସାୟୀ ମନସୁଖ ହିରନ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଅଧିକରୁ ଅଧିକ ପ୍ରମାଣ ଏକାଠି କରୁଛି ଏନ୍ଆଇଏ। ବାନ୍ଦ୍ରା ମିଠି ନଦୀରୁ ଲାପଟପ୍, ସିପିୟୁ, ପ୍ରିଣ୍ଟର, ହାର୍ଡ ଡିସ୍କ, ସିସିଟିଭି ଡିଜିଟାଲ୍ ଭିଡିଓ ରେକର୍ଡର୍ ଓ ସମାନ ରେଜିଷ୍ଟ୍ରେସନର ୨ଟି ନମ୍ବର ପ୍ଲେଟ୍ ମିଳିଛି। ସଚିନ ଓ୍ୱାଜେ ଓ […]
କୋଲକାତା: ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରୟଙ୍କ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ସିଆଇଡି ହତ୍ୟା ମାମଲା ରୁଜୁ କରିଛି। ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ବିଧାୟକଙ୍କ ପକେଟରୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ଯେଉଁ ଦୁଇ ଜଣଙ୍କ ନାଁ ଲେଖାଥିଲା ସେମାନଙ୍କୁ ମଧ୍ୟ କ୍ରାଇବ୍ରାଞ୍ଚ ଜେରା କରିଥିବା ସୂଚନା ମିଳିଛି। ଗତ ୧୩ ତାରିଖରେ ପଶ୍ଚିମବଙ୍ଗ ଉତ୍ତର ଦିଞ୍ଜାପୁର ଜିଲ୍ଲା ହେମତାବାଦ […]
ଭୁବନେଶ୍ୱର: X, XII ବୋର୍ଡ ପରୀକ୍ଷା ସମାପ୍ତ ହେବା ପରେ ଛାତ୍ରମାନଙ୍କୁ ସ୍ଥାନାନ୍ତରଣ ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । ସର୍ବଶେଷ ନିଷ୍ପତ୍ତି ଅନୁଯାୟୀ, ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ଡିଜି ଲକରରେ ସ୍ଥାନାନ୍ତରଣ ପ୍ରମାଣପତ୍ରର ସିଫ୍ଟ କପି ଯୋଗାଇବା ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି। “ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସ୍ଥାନାନ୍ତରଣ ପ୍ରମାଣପତ୍ରର ହାର୍ଡ କପି କେବଳ ସେହି ଛାତ୍ରମାନଙ୍କୁ ଦିଆଯିବ […]
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍ ଏବେ ଅଭିନେତା ସଲମାନ୍ ଖାନ୍ଙ୍କୁ ପଚରାଉଚରା କରିପାରେ। ସଲମାନ୍ଙ୍କୁ ପଚରାଉଚରା କରିବା ପାଇଁ ପୋଲିସ୍ ପ୍ରସ୍ତୁତ ଚଳାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ପୋଲିସ୍ ସଲମାନ୍ଙ୍କ ଏକ୍ସ-ମ୍ୟାନେଜର୍ ରେଶ୍ମା ଶେଟ୍ଟୀଙ୍କୁ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲେ। କୁହାଯାଉଛି ଯେ, ସଲମାନ୍, ସୁଶାନ୍ତଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିଥାନ୍ତେ। ହେଲେ ଏକ ବିବାଦ ପରେ ଫିଲ୍ମଟି ଅଚାନକ୍ […]
ୱାଶିଂଟନ: ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି କରୋନା ଟିକା। ଭାକ୍ସିନ ନିର୍ମାତା କମ୍ପାନୀ ଫାଇଜର (Pfizer) ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଖରେ କରୋନା ଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି। ଏ ନେଇ ଫାଇଜର ପକ୍ଷରୁ ସ୍ପଷ୍ଟ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ‘ଆମର ସହଯୋଗୀ କମ୍ପାନୀ ବୟୋଏନଟେକ୍ ସହ ମିଶି ଆମେ ଫାଇଜର-ବାୟୋଏନଟେକ୍ କୋଭିଡ ଭାକ୍ସିନର ସୁରକ୍ଷା, ସହନଶୀଳତା ତଥା ଇମ୍ୟୁନୋଜେନେସିଟିର ମୂଲ୍ୟାୟନ କରିବା ପାଇଁ ପ୍ରଥମେ ସୁସ୍ଥ ପିଲାଙ୍କୁ ଏହି ଟିକା […]
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଉଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ପାର କରିଯାଇଛି। ଦେଶରେ ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ଛୁଇଁଛି। ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ […]
ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଡାକ୍ତରଖାନାରେ ୭୦ରୁ ଅଧିକ କରୋନା ରୋଗୀ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁମ୍ବାଇର ଭାଂଡୁପ ଇଲାକାରେ ଥିବା ଡ୍ରିମ୍ ମଲ୍ରେ ନିଆଁ ଲାଗି ଯାଇଥିଲା। ଏହାର ତୃତୀୟ ମହଲାରେ ଡାକ୍ତରଖାନା ଥିଲା। ଏହି ହସ୍ପିଟାଲରେ ୭୦ରୁ ଅ଼ଧିକ କରୋନ ପେସେଣ୍ଟ ଚିକିତ୍ସିତ ହେଉଥିଲେ। ରାତି ପ୍ରାୟ ସାଢେ ୧୨ଟା ହେବ ମଲ୍ରେ ନିଆଁ ଲାଗିଥିଲା। ୭୦ରୁ ଅଧିକ […]
ନୂଆଦିଲ୍ଲୀ: ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବନ୍ଦକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ସ୍କୁଲ ନୁହେଁ, ରାଜ୍ୟର ସମସ୍ତ […]