ଭୁବନେଶ୍ୱର: ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ ମାରିଲେ ଅଭିନେତ୍ରୀ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଥିବା ବଙ୍ଗୀୟ ଅଭିନେତ୍ରୀ ଏଲ୍ସା ଘୋଷ ନିଜ ସ୍ୱର ବଦଳାଇଛନ୍ତି। ଏକ ଭୁଲ୍ ବୁଝାମଣାରୁ ଦିଲ୍ଲୀପ ପଣ୍ଡା ଏବଂ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା ବୋଲି ଅଭିନେତ୍ରୀ ଏଲ୍ସା କହିଛନ୍ତି । ଫିଲ୍ମ ଅଡିଓ ରିଲିଜ୍ ଦିନ ଅଭିନେତ୍ରୀ ଏଲ୍ସା ଉତ୍କ୍ଷିପ୍ତ ହୋଇ ଦିଲ୍ଲୀପଙ୍କ ଉପରେ ପାଟି ତୁଣ୍ଡ କରିଥିଲେ। ଏହି ଘଟଣାକୁ […]