• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

surat
ସୁରଟର ପ୍ରବାସୀ ଓଡ଼ିଆମାନେ ଧୁମ୍‌ଧାମ୍‌ରେ ପାଳିଲେ ବୋଇତ ବନ୍ଦାଣ ଉତ୍ସବ

ସୁରଟ: ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମ୍‌ଧାମ୍‌ରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି। ତାପି ନଦୀ କୂଳରେ ଆନନ୍ଦ ଉତ୍ସାହର ସହିତ ଡଙ୍ଗା ଭସାଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି। ଦୀପ ଦାନ କରି ବୁଡ଼ ମଧ୍ୟ ପକାଇଛନ୍ତି ଏହି ପ୍ରବାସୀ ଓଡ଼ିଆମାନେ। ଏହି ଅବସରରେ ସୁରତ ଓଡ଼ିଶା ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଢୋଲ ବାଦ୍ୟର ତାଳେ ତାଳେ ଏକ ଯାତ୍ରା ବାହାରିଥିଲା।