• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

chanda
ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ :  ICICI  ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି ସିବିଆଇ। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ନୋଟିସ୍‌ ଜାରି ହୋଇଛି। ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍‌ ତରଫରୁ ୩ ହଜାର ୨ ଶହ ୫୦ କୋଟି ଟଙ୍କା ଋଣ ଅନୁମୋଦନ କରିଥିବା […]

murder
କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ତାମିଲନାଡୁ : କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା। ତାମିଲନାଡୁରେ କୁଡ୍ଡାଲୋର ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍‌ ରୁମ୍‌ରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଶିକ୍ଷୟିତ୍ରୀଙ୍କୁ ବିବାହ କରିବା ପାଇଁ ପୂର୍ବରୁ ଯୁବକ ଜଣଙ୍କ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ପକ୍ଷରୁ ମନା କରାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ […]

0
ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ଏମିତି କରନ୍ତୁ ଚିକିତ୍ସା

ଭୁବନେଶ୍ୱର: ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍‌ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ। ଲକ୍ଷଣ: ସାଧାରଣତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ତ୍ଵଚା ଶୁଖିଯାଏ ଓ ଶରୀର ତାତିଯିବା ସହ ଲାଲ୍ ପଡ଼ିଯାଏ। ଏଥିସହ ଶ୍ଵାସକ୍ରିୟାର ବେଗ ବଢିଯିବା, ରୋଗୀ ଚେତାଶୂନ୍ୟ ହୋଇଯିବା, ତଣ୍ଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହ ହାତ […]

trade--1
ପାକିସ୍ତାନ-ଭାରତ ମଧ୍ୟରେ ଟ୍ରେଡ୍ ଓ୍ୱାର୍

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ କରିଛନ୍ତି। ଏହା ଫଳରେ ଭାରତ-ପାକିସ୍ତାନ ଅଟାରୀ ବର୍ଡରରେ ଶହ ଶହ ଟ୍ରକ୍‌ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଟ୍ରେଡ୍ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ […]

Modi-Naveen
କରୋନା: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

୬ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଗତ ଦୁଇ ସପ୍ତାହରେ ଦେଶରେ ମୋଟ୍ ଆକ୍ରନ୍ତଙ୍କ ୮୦ ପ୍ରତିଶତ ଆକ୍ରାନ୍ତ ଓ ୮୪ ପ୍ରତିଶତ ମୃତ୍ୟୁ ଏହି ରାଜ୍ୟରୁ ରେକର୍ଡ ହୋଇଛି। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ ଭାବେ ମହାରାଷ୍ଟ୍ର ଓ କେରଳରେ ବଢ଼ୁଥିବା ସଂକ୍ରମଣ ଏବେ ଗଭୀର ଚିନ୍ତାର କାରଣ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।

dmk-congress
ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ

ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍‌କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ। ସହଯୋଗୀ ଡିଏମ୍‌କେ ୨୦ରୁ ୨୫ ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ଆସନ ଛୋଟ ଛୋଟ ସହଯୋଗୀ ଦଳକୁ ଦେବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ […]

p1
ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। ପ୍ରିୟଙ୍କା ଲଗ୍‌ଜରୀ ବ୍ରାଣ୍ଡ୍‌ ଡିୟୋରର ସିଲିଭର୍‌ କଲର୍‌ର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର […]

biju
ବିଜୁ ବାବୁଙ୍କ ଆର୍ଦଶକୁ ନେଇ ସିନେମା ‘ବିଜୁ ବାବୁ’

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜନା ସଂସ୍ଥା ଏଲେନୋରା ଇମେଜେସ୍ ପକ୍ଷରୁ ବିଜୁ ପଟ୍ଟନାୟକ ଉପରେ ଏକ କର୍ମସିଆଲ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ‘ବିଜୁ ବାବୁ’ ଏହାର ନାଁ ରହିଥିବା ବେଳେ ଏଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏନେଇ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଏହାର ଡିଜିଟାଲ ପୋଷ୍ଟର ରିଲିଜ୍ ହୋଇଛି। ଏଥିସହ ସିନେମାର ଗୀତର ଅଡ଼ିଓ ରେକର୍ଡ ମଧ୍ୟ ହୋଇଛି। ଅନ୍ୟପଟେ ବିଜୁ ବାବୁଙ୍କ ଆର୍ଦଶକୁ ନେଇ ନିର୍ମାଣ ହୋଇଥିବା […]

stoy11
‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଗୋଟେ ଗୀତ ରିଲିଜ୍‌

ମୁମ୍ବାଇ: ଆସନ୍ତା କାଲି ରିଲିଜ୍‌ ହେବାକୁ ଯାଉଛି କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’। ତେବେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ‘ଜଟ୍‌ ଲୁଧିୟାନେ ଦେ’ ରିଲିଜ୍‌ ହୋଇଛି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡିଂରେ ରହିଛି। ଏହି ନୂଆ ଗୀତରେ ଟାଇଗର ସ୍ରଫ ଓ ତାରା ସୁତାରିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏଥିସହ ଅନନ୍ୟା ପାଣ୍ଡେ ମଧ୍ୟ ଗୀତରେ ନଜର ଆସିଛନ୍ତି। ଏହି ୩ […]