• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sophiana
ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ସୋଫିଆନ୍‌ରେ  ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ।  ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଭାରତର ଅପରେସନ ବାଲାକୋଟ୍ ପରେ  ୩ଜଣ ଆତଙ୍କବାଦୀ ସୀମା ପାର୍ କରି  ପଶିଆସିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ପାଇବା ପରେ ଭୋର ପ୍ରାୟ ୪ଟାରୁ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଗୁଳିବିନିମୟ କରାଯାଇଥିଲା। ଯବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିବିନିମୟ କରାଯାଇଥିଲା। ଏବେବି ସୋଫିଆନ୍‌ର ମିମାନ୍ଦର ଅଂଚଳରେ ସର୍ଚ୍ଚଅପରେସନ୍ […]

vote
ଦିନ ୧୨ଟା ସୁଦ୍ଧା ୨୫.୧୩ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍‌ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।

china- sushama
ପାକ୍‌କୁ ଏକଘରିକିଆ କରିବାକୁ ଉଦ୍ୟମ

ଚୀନ୍‌ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍‌ର ଉଜେନ୍‌ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ। ସମ୍ମିଳନୀରେ ସୁଷମା ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତ କାହିଁକି ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ତାହା ଚୀନ୍ ଓ ରୁଷିଆର ବିଦେଶ […]

cricket
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍

ବେଙ୍ଗାଲୁରୁ  : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ୨ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚ୍‌ରେ ରୋଟେସନ ଭିତ୍ତିରେ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାଓ୍ୱନ ଓପନିଂ କରିବା ଯଥେଷ୍ଟ […]

cease fire
ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ -କଶ୍ମୀର : ବାଲାକୋଟ୍‌ରେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ରାତିରୁ LOCରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷା ଜାରି ରହିଛି। ଜମ୍ମୁ ଓ କଶ୍ମୀରର ନୌସେରା ଓ ଅଖନୁର୍ ସେକ୍ଟରରେ ପାକିସ୍ତାନ ପଟୁ ବ୍ୟାପକ ଗୁଳିଗୋଳା ବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ ବି ହେଉଛି ଅଖନୁର୍‌ରେ ଭାରତୀୟ ସେନାର ୫ ଜଣ ଯବାନ ଆହତ ହୋଇଛନ୍ତି। ପୁଞ୍ଛରେ ପାକ୍ ଗୁଳିରେ ୨ଟି ଘର ଜଳିଯାଇଛି। […]

vote
ସକାଳ ୯ଟା ସୁଦ୍ଧା ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଚାଲିଛି। ସକାଳ ୯ଟା ସୁଦ୍ଧା ବିହାରରେ ୯.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩.୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪.୦୧, ଉତ୍ତର ପ୍ରଦେଶ ୬.୮୬, ପଶ୍ଚିମବଙ୍ଗରେ ୬.୫୮, ଝାଡ଼ଖଣ୍ଡରେ ୧୨.୪୫ ଓ ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ ହୋଇଛି।

film
ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାରର ଘୋଷଣା

ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ ସମ୍ମାନ। ସେହିଭଳି ‘ହେଲୋ ଆର୍‌ସି’ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍‌ସି’ର ପାର୍ଥସାରଥୀ ରାୟ, ଲୈଲା ଓ ଲୈଲାରେ ଚଳଚ୍ଚିତ୍ର […]

b11
ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି କର୍ମୀ କିନ୍ତୁ ଏପରି କାଣ୍ଡ ଭିଆଇଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର […]