ନୂଆଦିଲ୍ଲୀ : ସିଭିଲ୍ ସର୍ଭିସ୍ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆଜିଠୁ ଆରମ୍ଭ ହେଉଛି ୟୁପିଏସ୍ସି ପରୀକ୍ଷା ପାଇଁ ଆବେଦନ। ପ୍ରଶାସନିକ ସେବା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଫର୍ମ ଉପଲବ୍ଧ ହୋଇଛି। ୟୁପିଏସ୍ସିର ଅଫିସିଆଲ୍ ୱେବ୍ସାଇଟ upsc.gov.in. ରେ ଏହି ଫର୍ମ ଉପଲବ୍ଧ ହେବ। ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧୀକ ବୟସ ୩୯ ବର୍ଷ ରହିଛି। ପ୍ରିଲିମିନାରୀ ପରୀକ୍ଷାରେ […]
ନୂଆଦିଲ୍ଲୀ : ଚିରାଚରିତ ଢଙ୍ଗରେ ଭାରତ ଉପରେ ପୁଣି ଦୋଷ ଲଦିଲା ପାକିସ୍ତାନ। ପୁଲୱାମା ହମ୍ଲାରେ ବିନା କୌଣସି କାରଣରେ ଭାରତ ପାକିସ୍ତାନକୁ ଦାୟୀ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପୁଲୱାମା ଘଟଣାର ୬ ଦିନ ପରେ ମୁହଁ ଖୋଲିଛନ୍ତି ଇମ୍ରାନ୍। ଆଉ ପୁରୁଣା ଢଙ୍ଗରେ ଭାରତ କୋର୍ଟକୁ ବଲ୍ ଫୋପାଡ଼ିଛନ୍ତି। ଆତଙ୍କବାଦକୁ କୌଣସି ମତେ ପାକିସ୍ତାନ ସମର୍ଥନ କରେ ନାହିଁ । ଏପରିକି ଖୋଦ୍ ପାକ୍ ଏବେ ଆତଙ୍କବାଦର ପଞ୍ଝାରେ ରହିଛି । […]
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଭାରତୀୟ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ସୂର୍ଯ୍ୟକିରଣ ଜେଟ୍ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେଲେଙ୍କା ଏୟାରବେସ୍ରୁ ବିମାନ ଦୁଇଟି ଉଡ଼ାଣ ଭରି ସମରାଭ୍ୟାସ କରୁଥିଲେ। କିନ୍ତୁ କିଛି ସମୟ ପରେ ବିମାନ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଭାରତୀୟ ବାୟୁସେନା ପକ୍ଷରୁ […]
ଡ଼େରାଡ଼ୁନ : ପୁଲୱାମା ପିଙ୍ଗଲାନ୍ରେ ସହିଦ୍ ମେଜର ବି.ଏସ୍. ଡୌଣ୍ଡିଆଲ୍ଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ସହିଦ୍ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସେନା ଅଫିସର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ତେବେ ତା ଭିତରେ ସ୍ପଷ୍ଟ ବାରି ହୋଇ ପଡିଥିଲା ସହିଦ୍ ଡୌଣ୍ଡିଆଲ୍ଙ୍କ ପତ୍ନୀଙ୍କ ଅନାବିଳ ପ୍ରେମର ପରିଭାଷା। ସ୍ୱାମୀଙ୍କ ପାର୍ଥୀବ ଶରୀରରୁ ବାରମ୍ବାର ଛୁଇଁ ଦେଉଥିଲେ, ଆଉ ଚୁମ୍ବନ ଦେଉଥିଲେ। ଏ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଅଧିକ ଭାବ […]
ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। ଏହା ସହ ତାଙ୍କ ଆଖିରୁ ଯେତେବେଳେ ପ୍ରଥମ ଥର ଏବଂ ପ୍ରଥମ ଟୋପା ଲୁହ ବୋହିଥିଲା ସେତେବେଳେ ଏକମୁଖି ରୁଦ୍ରାକ୍ଷର ସୃଷ୍ଟି ହୋଇଥିଲା। କୁହାଯାଏ, ଯେଉଁମାନେ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି, ସେମାନେ ଭଗବାନଙ୍କ ପ୍ରିୟ ପାତ୍ର ହୋଇଥାନ୍ତି। ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି। ତାହାଲେ ଆସନ୍ତୁ ଜାଣିବା ଏହି […]