• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

shot
ଦୁଷ୍କର୍ମ ଅଭିଯୁକ୍ତଙ୍କ ଶବ ନେଲେନି ପରିବାର

ହାଇଦ୍ରାବାଦ : ପୁଲିସ୍‌ ଏନକାଉଣ୍ଟରରେ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। ଆଜି ଚେତନପାଲ୍ଲୀ ଓଭରବ୍ରିଜ୍‌ ନିକଟରେ ହିଁ ପୁଲିସ୍‌ ଏନକାଉଣ୍ଟର କରିଛି। ଏହିଠାରେ ସେମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ। ପୁଲିସ୍‌ ସେମାନଙ୍କୁ କ୍ରାଇମ ସେନ୍ସକୁ ଆଣିଥିବା ବେଳେ ଏଠାରେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ […]

unao
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ଉନ୍ନାଓ : ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’। ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ […]

nirbhaya--
ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି !

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି। ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶି ମିଳିବା ସ୍ପଷ୍ଟ ହୋଇଛି। ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆବେଦନ ଖାରଜ ସହ ରାଷ୍ଟ୍ରପତିଙ୍କ ପାଖକୁ ଫେରାଇଲା ଫାଇଲ। ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ରାଜକ୍ଷମା ଆବେଦନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ ଦୋଷୀ। ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ରାଷ୍ଟ୍ରପତି।

president
ରାଜ୍ୟପାଳଙ୍କୁ ବିଧାନସଭା ମନା!

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ଆଜି ବିଧାନସଭା ପରିସରକୁ ପ୍ରବେଶ କରୁଥିବାବେଳେ ତାଙ୍କ ପାଇଁ ଫାଟକ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ରହିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଫାଟକ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଫାଟକ ବନ୍ଦକୁ ନେଇ ସେ ପ୍ରଶ୍ନ […]

girl traffiking
ଚାଇନାକୁ ବିକ୍ରି ହୋଇଛନ୍ତି ୬୨୯ ଯୁବତୀ

ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍‌ ପ୍ରେସ୍‌ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଇଛି। ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ […]

rape in police van
ପୁଲିସ ଗାଡ଼ିରେ ଗଣ ଦୁଷ୍କର୍ମ!

ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। […]

sudan
ସୁଦାନରେ ୧୮ ଭାରତୀୟ ମୃତ

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]

KOHLI
ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ କୋହଲି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କ ରାଙ୍କିଙ୍ଗରେ ସୁଧାର ହୋଛି। ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୮ ପଏଣ୍ଟ ସହ […]

player
ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

କାଠମାଣ୍ଡୁ: ଚଳିତ ୧୩ତମ ସାଉଥ୍ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିବସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତ ୨୭ ପଦକ ଜିତିଛି, ଯେଉଁଥିରେ ୧୧ ସ୍ୱର୍ଣ୍ଣ ସାମିଲ୍ ଅଛି। ଏଥିସହ ଭାରତ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ମୋଟ ୪୩ (୧୮ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୯ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆୟୋଜକ ନେପାଳ ୨୩ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ମୋଟ ୪୪ ପଦକ […]

one nation
ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]