• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bill-
ନାଗରିକତା ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୦୫ ଭୋଟ ପଡ଼ିଛି। ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। […]

sindhia
ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଏହି ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ କରିଛନ୍ତି । ଯାହା କି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ […]

whatsapp-features-01
ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଖରାପ ଖବର ଆସିଛି, ଯାହା ହ୍ୱାଟସ୍‌ଆପ୍‌ ୟୁଜରଙ୍କୁ ବ୍ୟଥିତ କରିବ। ୧ଫେବ୍ରୁୟାରୀ ୨୦୨୦ରୁ ହ୍ୱାଟସ୍‌ଆପ୍‌ ଅନେକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ । କଂପାନୀ […]

putin
ଓଡ଼ିଆ ପୁଅ ବିଶ୍ୱନାଥଙ୍କୁ ପୁଟିନ୍‌ଙ୍କ ପ୍ରଶଂସା

ମସ୍କୋ: ଓଡ଼ିଶାର ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ରଙ୍କ ପ୍ରକଳ୍ପ ରୁଷ୍‌ରେ ପ୍ରଦର୍ଶିତ ହୋଇ ବେଶ୍‌ ଆଦୃତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଏହି ‘ଅଭନବ ୱାଟର ଡିସ୍‌ପେନ୍ସର’ ପ୍ରକଳ୍ପର ଭୁରି ଭୁରି ପ୍ରଶଂସା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍‌ କରିଛନ୍ତି। ଏଥିରେ ଲେଖା ଅଛି, “ଡିପ୍‌ ଟେକ୍ନୋଲୋଜି ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଧୀନରେ ରୁଷିଆର ସୋଚିଠାରେ ନିଜର ‘ଅଭନବ […]

hanging
ଫାଶି ଦଉଡ଼ି, ଘାତକ ବି ତୟାର

ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍‌ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର । ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ ଆକ୍ରମଣ ମାମଲାର ଦୋଷୀ ଅଫଜଲ ଗୁରୁକୁ ଫାଶି ଖୁଣ୍ଟରେ ଚଢ଼ା ଯାଇଥିଲା । ଆଉ ସେଇ ତିହାରର ୨ ନମ୍ବର ଜେଲ୍‌ରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ […]

Chhapaak-Trailer-Released
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ଟ୍ରେଲର ରିଲିଜ

ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି।  ରାଜରାସ୍ତାରେ ପୁଲିସ ସହ ଲଢେଇ  ଆଉ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ ଓ ପାଣି ମାଡ଼।  ଏଭଳି ଢଙ୍ଗରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍‌’ର ଟ୍ରେଲର । ସତ ଘଟଣା ଉପରେ ଆଧାରିତ ଜଣେ ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ପରଦାକୁ ଆସିବ ବଲିଉଡ ଅପକମିଙ୍ଗ ଫିଲ୍ମ ‘ଛପାକ୍’।  ଯାହାର ଟ୍ରେଲର ଆଜି ରିଲିଜ ହୋଇଛି । ଏସିଡ […]

hand_pump_
ଆଶ୍ଚର୍ଯ୍ୟ ! ନଳକୂପରୁ ପାଣି ସହ ରକ୍ତ, ମାଂସ ଓ ହାଡ଼ ବାହାରୁଛି

ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ ।  ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ ଏକ ଅଜବ ଧରଣ କଥା ଦେଖିବାକୁ ମିଳିଛି । ଏକ ନଳକୂପରୁ ପାଣି ତ ବାହାରୁଛି , ତାସହ ରକ୍ତ, ମାଂସର ଟୁକୁଡ଼ା ଓ ଛୋଟ ଛୋଟ […]

Screenshot_2019-12-10-00-31-54-41
ବିବାଦୀୟ ସିଏବି ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ଯାଇଛି। ବିତର୍କରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ତେବେ […]

cop
'ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛି'

ଚେନ୍ନାଇ: ତିହାର ଜେଲରେ ଘାତକ ନଥିବାରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକମାନେ କେମିତି ଫାଶୀରେ ଝୁଲିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ତାମିଲନାଡୁ ପୁଲିସ୍‌ରେ ହେଡ୍‌ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଏସ୍‌ ସୁଭାଷ ଶ୍ରୀନିବାସନ ତିହାର ଜେଲରେ ଘାତକ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହ ସେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛନ୍ତି ବୋଲି ତିହାର ଜେଲର ଡିଜିପିଙ୍କୁ ଚିଠି ଲେଖି […]

snake
ପଡିଆ ଭିତରେ ସାପ !

ନୂଆଦିଲ୍ଲୀ: ବିଜୟୱାଡାରେ ରଣଜୀ ଟ୍ରଫି ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ବିଦର୍ଭ। ମ୍ୟାଚର ପ୍ରଥମ ଦିବସରେ କିଛି ଏଭଳି ଘଟିଛି, ଯାହା ଦେଖି ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଗ୍ରାଉଣ୍ଡ ଭିତରକୁ ସାପ ପଶିଆସିଥିଲା। ବିସିସିଆଇର ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍ ପେଜରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଗ୍ରାଉଣ୍ଡରେ ସାପ ଚାଲୁଥିବାର ଦେଖିବାକୁ ମିଳିଛି। ସାପକୁ ଦେଖି ଖେଳାଳିମାନେ ସାମାନ୍ୟ ଡରି ଯାଇଥିଲେ। ସାପକୁ ବାହାର କରିବା […]

Lata
ଲତା ଟ୍ୱିଟ୍‌ କରି ଏମିତି କହିଲେ

ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। Namaskaar, A special thank you, again to the team of doctors who treated […]

saha
ପୁଣି ବିଜେପି-ବିଜେଡି ଦୋସ୍ତି !

ନୂଆଦିଲ୍ଲୀ : ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡିର ଦୋସ୍ତି ଆଜି ସଂସଦରେ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିଛି। ଅନେକ ଦଳ ଏହି ବିଲକୁ ଅସମ୍ବିଧାନିକ କହି ବିରୋଧ କରୁଥିଲେ ହେଁ ବିଜେଡିର ସମର୍ଥନ ପଛରେ କିଛି ଡିଲ୍ ନା ଚାପ ରହିଛି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]

INDIA
ସ୍ୱର୍ଣ୍ଣ ଜିତିଲା ଭାରତ

କାଠମାଣ୍ଡୁ (ନେପାଳ) : ଭାରତୀୟ ମହିଳା ଫୁଟବଲ୍ ଟିମ୍ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ କ୍ରମାଗତ ତୃତୀୟଥର ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳା ଫୁଟବଲର ଫାଇନାଲ୍ ମୁକାବିଲାରେ ଭାରତ ଆୟୋଜକ ନେପାଳକୁ ୨-୦ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ବାଲା ଦେବୀ, ଯିଏ ମ୍ୟାଚରେ ଦୁଇଟି (୧୮ତମ, ୫୬ତମ) ଯାକ ଗୋଲ୍ ଦେଇଛନ୍ତି। ୨୯ ବର୍ଷୀୟ ଏହି ଷ୍ଟ୍ରାଇକର ଚଳିତ ଟୁର୍ଣ୍ଣାମେଣ୍ଟର ଟପ୍‌-ସ୍କୋରର […]

parliament
ସଂସଦରେ ପଶିବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଅଟକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଛନ୍ତି। ତେବେ ସେ ସଂସଦର ବିଲଡିଂ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍‌ ହେପାଜତରେ ଛାଡ଼ିଛି। ଦିଲ୍ଲୀ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ କିମ୍ବା ସେ କାହିଁକି ଏହା ମଧ୍ୟକୁ ପ୍ରବେଶ […]

BARABATI
ବାରବାଟୀ ଦିନିକିଆ ଟିକେଟ୍ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି । ଆସନ୍ତା ୧୬ ଓ […]

indi
ପ୍ରଥମ ଟି-୨୦: ଟିମ୍ ଇଣ୍ଡିଆକୁ ଜିତାଇଲେ କୋହଲି

ହାଇଦ୍ରାବାଦ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ […]

ENCOUNTER
‘ମୋ ସ୍ୱାମୀକୁ ମାରି ଦେଲେ, ଏବେ ମୋତେ ବି ମାରି ଦିଅନ୍ତୁ’

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ […]