• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

loka sabha
ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଏସ୍‌ସି ଏସ୍‌ଟି ସଂଶୋଧନ ବିଲ୍‌ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି। ଏସ୍‌ସି ଏସ୍‌ଟି ସଂଶୋଧିତ ବିଲ୍ ପ୍ରସଙ୍ଗରେ ଅାଜି ଲୋକସଭାରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ଏସ୍‌ସି ଏସ୍‌ଟି ବିଲ୍ ପ୍ରସଙ୍ଗରେ ଗୃହର ଚଳିତ ଅଧିବେଶନରେ ବିଲ୍ ଅାଗତ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ଚଳିତ ଅଧିବେଶନରେ ଏହି ବିଲ୍‌କୁ ଅନୁମୋଦନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ […]

golden bridge
ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]

vlcsnap-error122
ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା

ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ବ୍ୟାପକ ଘୋଟାଲା। ବସ୍ତା ପ୍ରତି କିଲେ ନୁହେଁ କି ଦୁଇ କିଲୋ ନୁହେଁ ୮ କିଲୋ କମ୍‌ ଦିଅାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ଅାସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ସର୍କଲରୁ। ଏଫସିଅାଇ ଗୋଦାମରୁ ଚାଉଳ ଅାସିବାପରେ ଅନ୍ୟ ଗୋଦାମରେ ବସ୍ତାରୁ ଚାଉଳ କଢ଼ା ହୋଇଯାଉଛି।  ୫୦ କିଲୋ ବସ୍ତାରୁ ୮ କିଲୋ ଲେଖାଏଁ ଚାଉଳ କଢ଼ାଯାଇ ପୁଣି ହେଉଛି ପ୍ୟାକିଂ। ଏସବୁ ଜାଣି ପ୍ରଶାସନିକ ଅଧିକାରୀ ଅଜଣା […]

sdm
ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଏସଡିଏମ୍‌ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍‌ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ […]

monkey
ଜୀବନ ଓ ମୃତ୍ୟୁର ଅଧାଫାଶରେ ଝୁଲୁଥିଲା ଛୁଆ, ବଞ୍ଚାଇପାରିଲା କି ମା'? ଦେଖନ୍ତୁ ପୂରା ଭିଡିଓ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ନିଜ ଟ୍ୱିଟ୍‌ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍‌ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ ଓ ତା’ର ଛୁଆ ଘରର ଛାତ ଉପରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ମାଙ୍କଡ଼ର ଛୁଆଟି ପାଖରେ ଥିବା ଲାଇନ୍‌ ତାରରେ ଫସି ଯାଇଥିବା ଦେଖିବାକୁ […]

scb
ଟଙ୍କା ନାହିଁତ ଟ୍ରିଟ୍‌ମେଣ୍ଟ ନାହିଁ

କଟକ : ପାଖରୁ ଟଙ୍କା ସରିଯିବାରୁ ଚିକିତ୍ସା ଅଧାରୁ ବିଦାକଲା ଏସ୍‌ସିବି। ବାଦାମବାଡି ରାସ୍ତା ପଡ଼ରେ ଛଟପଟ ହେଉଛନ୍ତି ଉମରକୋଟର ଏହି ରୋଗୀ ଜଣକ। ଦୀର୍ଘଦିନ ଧରି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ସୂଚନା ଅନୁସାରେ ବାହୁଡ଼ା ଯାତ୍ରା ଦିନ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଥିଲେ ସଂପୃକ୍ତ ବ୍ୟକ୍ତି। ଟଙ୍କା ସରିଯିବାରୁ ଡାକ୍ତରଖାନା ଫେରାଇ ଦେଇଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ  ଫେରାଇ ଦେଲେ ,ଏସ୍‌ସିବି […]

adviser
କରୋନା ଯୋଦ୍ଧାଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: କୋଭିଡ -୧୯ ହସ୍ପପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି ଜାରି ହେଲା ଆଡଭାଇଜରୀ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, କୋଭିଡ -୧୯ ହସ୍ପିଟାଲରେ କାର୍ଯ୍ୟରତ  ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତର ଭୟ ଅଧିକ ରହିଛି।  ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସଂପୃକ୍ତ ହସ୍ପିଟାଲ କତ୍ତୃପକ୍ଷଙ୍କୁ କୁହାଯାଇଛି । ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ହସ୍ପଟାଲ ଇନଫେକସନ […]

alert
ବର୍ଷା, ବଜ୍ରପାତ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ,କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା। ସନ୍ଧ୍ୟା ୭ଟା୪୫ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ। ଏ ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

resham 2
ଗାୟିକା ତଥା ମଂଚ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ

ପେଶୱାର: ପାକିସ୍ତାନର ପ୍ରସିଦ୍ଧ ପାଷ୍ଟୋ ସିଙ୍ଗର ତଥା ମଞ୍ଚ ଅଭିନେତ୍ରୀ ରେଶମ୍ ଖାଁଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ରେଶମ୍‌ଙ୍କ ଭାଇ ଓବୈଦୁଲ୍ଲା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ରେଶମ୍‌ଙ୍କ ସ୍ୱାମୀ ଫାଏଦା ଖାନ୍‌ ରହିମାବାଦ୍‌ର ବାସିନ୍ଦା। ସେ ବିଦେଶରେ ଚାକିରି କରନ୍ତି । କିଛି ଦିନ ତଳେ ପାକିସ୍ତାନ ଆସିଥିଲେ। ଉଭୟଙ୍କ ମଧ୍ୟରେ ମତାନ୍ତର କାରଣରୁ ଉଭୟ ଅଲଗା ରହୁଥିଲେ। ଓବୈଦୁଲ୍ଲା ତାଙ୍କ ଏତଲାରେ ଲେଖିଛନ୍ତି ଯେ, […]

truck
ଯନ୍ତ୍ରଣାର ଅନ୍ତ ନାହିଁ : ଟ୍ରକ ଧକ୍କାରେ ପୁଣି ୫ ଶ୍ରମିକଙ୍କ ମୃତ୍ୟୁ

ଭୋପାଲ: ଆଜି ଗୋଟିଏ ଦିନରେ ଏହା ହେଉଛି ତୃତୀୟ ଟ୍ରକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲି ଯାଇଛି ପୁଣି ୫ ଶ୍ରମିକଙ୍କ ଜୀବନ।  ଘଟଣାଟି ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଘଟିଛି। ମଧ୍ୟପ୍ରଦେଶର ଦଲବତପୁରରୁ ଶ୍ରମିକମାନଙ୍କୁ ନେଇ ଏକ ଟ୍ରକ୍‌  ଛତ୍ରପୁର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହାତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର […]

duplicate
ନକଲି ସିମେଣ୍ଟ କାରଖାନା ଠାବ, ୬ ଅଟକ

କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି। ଏହି ଘଟଣାରେ ୬ ଜଣଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚୁରା ଜାରି ରଖିଛି।  ଗୋଟିଏ ପରେ ଗୋଟିଏ ନକଲି ଜିନିଷ ଠାବକୁ ନେଇ  ଲୋକଙ୍କ ମଧ୍ୟରେ  ଆଲୋଚନା ଆରମ୍ଭ ହୋଇଛି।

snake
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସାପ କାମୁଡାରେ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍‌ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଛି ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରଖାଯାଉଛି। ଏହି ସମୟରେ ବାହାରୁ ଫେରିଥିବା ଜଣେ ୧୬ ବର୍ଷର ବାଳକକୁ ନିଜ ଗାଁ ସ୍କୁଲର କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା।  କିନ୍ତୁ ସେଠାରେ ସାପ କାମୁଡାରେ ବାଳକଟିର  ମୃତ୍ୟୁ ଘଟିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ […]

Supreme-Court-of-India
ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟଙ୍କ କଟକଣା; ପୀଡ଼ିତା ନାବାଳିକାଙ୍କ ଫଟୋ, ଭିଡିଓ ଦେଖାଇପାରିବେନି

ନୂଆଦିଲ୍ଲୀ: ଦେଶର ଗଣମାଧ୍ୟମ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି। ନାବାଳିକା ଦୁଷ୍କର୍ମ ଘଟଣାରେ ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମ ନାବାଳିକାଙ୍କ ଭିଡିଓ ଫୁଟେଜ୍‌ କିମ୍ବା ଫଟୋ ଦେଖାଇ ପାରିବେ ନାହିଁ। ଏପରିକି ନାବାଳିକାଙ୍କ ମୁହଁ ବ୍ଲର୍‌ କରି ମଧ୍ୟ ଦେଖାଇ ପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି କଟକଣା ଲଗାଇଛନ୍ତି। ପୀଡ଼ିତାଙ୍କର ନାଁ କିମ୍ବା ତାଙ୍କ ପରିଚୟ ଗଣମାଧ୍ୟମରେ ନ ଦେବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଜଣେ ନାବାଳିକାଙ୍କ ସମ୍ମାନ ଉପରେ […]