• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

m
ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀରେ କୋଲକାତା ପୁଲିସ୍‌ର ଚଢ଼ାଉ

ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ପତ୍ନୀଙ୍କ କମ୍ପାନୀ ଆଞ୍ଜେଲା ମର୍ସେନଟାଇଲ୍ ପ୍ରାଇଭେଟ୍ ଲିମିଟେଡରେ ପୁଲିସ୍ ଚଢ଼ାଉ କରିଛି। ଶୁକ୍ରବାର କମ୍ପାନୀର ଦୁଇଟି ଅଫିସ୍‌ରେ ଚଢ଼ାଉ ହୋଇଛି। ପୂର୍ବ ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଇଥିବା କୋଲକତା ପୁଲିସ ସୂଚନା ଦେଇଛି। ୩୦ଜଣିଆ ଟିମ୍ ଉଭୟ ଜାଗାରେ ଚଢ଼ାଉ କରିଥିବା ପୁଲିସ ସୂଚନା ଦେଇଛି।ପୂର୍ବରୁ ନାଗେଶ୍ୱର ରାଓଙ୍କ ସ୍ତ୍ରୀ ଏବଂ କମ୍ପାନୀ ମଧ୍ୟରେ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜକସନ୍ ହୋଇଛି। ଯାହାର ଯାଞ୍ଚ କରାଯାଉଥିବା […]

assembly
ରାଫେଲ୍ ଡିଲ୍‌କୁ ନେଇ ସରକାରକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସଂସଦରେ ରାଫେଲ୍ ତାତି।  ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଫେଲ୍ ଡିଲ୍‌କୁ ନେଇ ଏନ୍‌ଡିଏ ସରକାରକୁ ଘେରିଛି କଂଗ୍ରେସ। ରାଫେଲ ଡିଲ୍ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛି। ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର କହୁଥିବାବେଳେ ରାଫେଲ୍ ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହ ରାଫେଲ୍ ଡିଲ୍‌କୁ ନେଇ ଜେପିସି ଦାବି କରିଛି। କଂଗ୍ରେସ ଜେପିସି ଦାବିରେ […]

new
ଟି-୨୦ ସିରିଜ୍‌ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ଓକ୍ଲାଣ୍ଡ୍: ଟି-୨୦ ସିରିଜ୍‌ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ୩ ଟିକିଆ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ୍‌ଟି ଖୁବ୍‌ ରୋମାଞ୍ଚକର ହୋଇଥିଲା। ମ୍ୟାଚରେ ଶେଷ ବଲରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା ଘରୋଇ ଦଳ। ୧୩୬ ରନ୍‌କୁ ପିଛା କରୁଥିବା ଘରୋଇ ଦଳ ୨୦ ଓଭରର ଶେଷ ବଲରେ ବିଜୟ ହାସଲ କରିଛି। ଦଳ ପକ୍ଷରୁ ସୁଜୁଇ ବଟ୍‌ସ ସର୍ବାଧିକ […]

bjp-up
୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା

ନୂଆଦିଲ୍ଲୀ : ୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା। ଛତିଶଗଡ଼ରେ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାର ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ମଧ୍ୟ ପ୍ରଦେଶରେ କଡ଼ା ସଂଘର୍ଷ ହୋଇଥିଲେ ବି ଆଗରେ ରହିଛି କଂଗ୍ରେସ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍। ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଫୋକସରେ ରହିଥିଲା […]

snow
ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ

ଶ୍ରୀନଗର: ଉତ୍ତର ଭାରତରେ ଚିନ୍ତା ବଢ଼ାଇଛି ତୁଷାରପାତ। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇରହିଥିବାରୁ ଯାତାୟତରେ ନାହିଁ ନଥିବା ସମସ୍ୟା ହେଉଛି। କଶ୍ମୀରରେ ଲଗାତାର କିଛି ଦିନ ଧରି ଏଭଳି ଅବସ୍ଥା ଲାଗିରହିଛି। ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ  ତୁଷାରପାତ କାରଣରୁ ବିଭିନ୍ନ ସ୍ଥାନରେ ବରଫ ଜମା ହୋଇ ରହିଥିବାର ଦେଖିବାକୁ ମିଳିଛି। କୁଲୁ […]

bihar
ବାପାଙ୍କ ସାମ୍ନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପାଟନା: ପୁଣି ଥରେ ବିହାରରେ ଜଙ୍ଗଲରାଜ ଦେଖିବାକୁ ମିଳିଛି। ବିହାରର କିଶନଗଞ୍ଜ ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବାପାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ଦାୟାର ହୋଇଛି। ଏହି ଘଟଣା ଗତ ୪ ତାରିଖ ଦିନ ଘଟିଥିବା ପୁଲିସ ସୂଚନା ଦେଇଛି। ପାଣି ପିଇବା ବାହାନାରେ ଯୁବତୀଙ୍କ ଘରେ ପଶି ସେହି ଗାଁର ୬ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ୍ […]

cong
ଛତିଶଗଡ଼ରେ ବାଜି ମାରିଛି କଂଗ୍ରେସ

ଛତିଶଗଡ଼ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଛତିଶଗଡ଼। ନିର୍ବାଚନ ପରର ଏକ୍‌ଜିଟ୍‌ ପୋଲ ମଧ୍ୟ ପୁରା ଭୁଲ ପ୍ରମାଣିତ ହୋଇଛି। ନିର୍ବାଚନ ପଣ୍ଡିତଙ୍କୁ ଏପରିକି ବିଜେପିକୁ ଆଶ୍ଚର୍ଯ୍ୟ କରି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ ଏହି ରାଜ୍ୟରେ ଦୁଇ-ତୃତୀୟାଂଶ ସିଟ୍ ହାସଲ କରିବ କଂଗ୍ରେସ। ରମଣ ସିଂହ ସରକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଛତିଶଗଡ଼ ଜନତା। ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ ମୋଟ ୯୦ ସିଟ୍ ମଧ୍ୟରୁ କଂଗ୍ରେସ ୬୫ଟି ଆସନରେ […]

congress
ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଛୁଇଁବ କି କଂଗ୍ରେସ?

ଜୟପୁର: ବିଜେପି ଶାସିତ ରାଜ୍ୟ ରାଜସ୍ଥାନରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି। ନିର୍ବାଚନ ଫଳାଫଳ ଟ୍ରେଣ୍ଡିଂ ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି। ୧୯୯ଟି ଆସନରୁ  କଂଗ୍ରେସ ୯୯ ଓ ବିଜେପି ୭୭ଟି ଆସନରେ ଆଗୁଆ ରହିଛି। ସେହିପରି ବିଏସ୍‌ପି ୩ ଓ ଅନ୍ୟାନ୍ୟ ପାର୍ଟି ୨୦ଟି ଆସନରେ ଆଗୁଆ ଅଛନ୍ତି। ଏଠାରେ ମ୍ୟାଜିକ ନମ୍ବର ୧୦୦ ଥିବା ବେଳେ କଂଗ୍ରେସ ୯୯ଟି ଆସନରେ ଆଗୁଆ ରହିଛି। ତେଣୁ ମ୍ୟାଜିକ୍‌ ନମ୍ବର ଅତିକ୍ରମ କରିବାକୁ […]

rahul gandhi
ବିଜେପି ଗଡ଼ରେ ଚାଲିବ କଂଗ୍ରେସର ରାଜ୍‌!

ନୂଆଦିଲ୍ଲୀ: ୫ ରାଜ୍ୟର ଭୋଟ୍‌ ଗଣତି ଚାଲିଥିବା ବେଳେ ନିର୍ବାଚନ ଫଳାଫଳ ଟ୍ରେଣ୍ଡସ୍‌ ଅନୁଯାୟୀ ୨ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ବିଜେପି ଠାରୁ ଆଗୁଆ ରହିଥିବା ବେଳେ ମଧ୍ୟପ୍ରଦେଶରେ ୨ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହି ୩ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ଜଣାପଡ଼ିଛି। ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ଏଭଳି ବିଜୟ ନେଇ ଦଳୀୟ କର୍ମୀମାନେ […]

kcr
ତେଲେଙ୍ଗାନାରେ କେସିଆର୍‌ ଲହର!

ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି କ୍ଷମତାକୁ ଫେରିବେ କେସିଆର୍‌। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୬ଟି ଆସନରେ ଆଗୁଆ ରହିଛି। ସେହିପରି କଗ୍ରେଂସ ୧୯, ବିଜେପି ୬ ଓ ଅନ୍ୟାନ୍ୟ ୮ଟି ସିଟ୍‌ରେ ଆଗୁଆ ରହିଛି। ସକାଳ ୧୦ଟା ୪୭ ସମୟର ନିର୍ବାଚନ ଫଳାଫଳକୁ ନେଇ ଚାଲିଥିବା ଟ୍ରେଣ୍ଡ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆଜି ସକାଳେ ଭୋଟ୍‌ ଗଣତି ଆରମ୍ଭ ସମୟରେ […]

havan
ବିଜେପିକୁ ପଛରେ ପକାଇବ କି କଂଗ୍ରେସ? ରାହୁଲଙ୍କ ପାଇଁ ଦଳୀୟ କର୍ମୀଙ୍କ ଯଜ୍ଞ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍‌ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍‌ ଅନୁଯାୟୀ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ସେପଟେ କଂଗ୍ରେସର ଏଭଳି ବିଜୟକୁ ନେଇ ଦଳର କର୍ମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ […]

pm  modi and rahul gandhi
ଆରମ୍ଭ ହେଲା ଭୋଟ୍‌ ଗଣତି; ରାଜସ୍ଥାନରେ କଂଗ୍ରେସ ଆଗୁଆ, ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ୫ ରାଜ୍ୟର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚାଲିଛି। ଆସନ୍ତୁ ଜାଣିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ ଅନୁଯାୟୀ କିଏ କେଉଁଠି ଆଗୁଆ ରହିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ଆଗୁଆ ଥିବା ବେଳେ କଂଗ୍ରେସ ବିଜେପିର ପାଖାପାଖି ରହିଛି। ସେହିପରି […]

election result
ଆଜି ପ୍ରକାଶ ପାଇବ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଆଉ କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବା ୫ଟି ରାଜ୍ୟ ହେଉଛି ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ। ୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି। ତେବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସବୁଠୁ ଅଧିକ ଫୋକସ୍ ରହିଛି।  ଏକ୍‌ଜିଟ୍‌ ପୋଲ୍ ସର୍ଭେ ଅନୁଯାୟୀ, […]

sensex down
ଶେୟାର୍‌ ମାର୍କେଟ୍‌କୁ ନିର୍ବାଚନ ଫଳାଫଳ ଝଟ୍‌କା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଶେୟାର ମାର୍କେଟ୍‌ରେ ନିରାଶ ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କାରବାର ଆରମ୍ଭରେ BSE Sensex ୩୫,୨୦୪.୬୬ ଓ ଏନ୍‌ଏସ୍‌ଇର Nifty50 ବାରୋମିଟର୍‌ ୧୦,୫୦୮.୭୦ ଥିଲା। ତେବେ କ୍ଲୋଜିଂ ଲେଭେଲ୍‌ ସମୟରେ BSE Sensex ୩୫,୬୭୩.୨୫ ଓ Nifty50 ୧୦୬୯୩ରେ ପହଞ୍ଚି ଥିଲା। ସକାଳ ୯ଟା ୫୫ ମିନିଟ୍‌ ସମୟରେ ୩୦ ଶେୟାର୍‌ Sensex ୬୪୯.୨୭ ପଏଣ୍ଟ୍‌ ହ୍ରାସ ପାଇ ୩୫,୦୨୩.୯୮ରେ ପହଞ୍ଚି ଥିଲା। […]

Australia India Cricket
ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରାଇଲା ଭାରତ

ଆଡେଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତୀୟ ଟିମ୍‌ କବ୍‌ଜା କରି ନେଇଛି। ଆଡେଲେଡ୍‌ରେ ସଂଘର୍ଷପୂର୍ଣ୍ଣ ଭାବେ ୩୧ ରନ୍‌ରେ ମ୍ୟାଚ୍‌କୁ ଛଡ଼ାଇ ଆଣିଛି ଟିମ୍‌ ଇଣ୍ଡିଆ। ୪ ୱିକେଟ୍‌ରେ ୧୦୪ ରନ୍‌ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ୨୯୧ ରନ୍‌ରେ ସୀମିତ ରଖିଛି ଭାରତୀୟ ଦଳ। ସେପଟେ ପୁଣି ଥରେ ଆଡେଲେଡ୍‌ରେ ବୋଲର୍‌ଙ୍କ ଜଲୱା ଦେଖିବାକୁ ମିଳିଛି। ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା […]