• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

coal
ଚୋରି ବେଳେ କୋଇଲା ଖଣ୍ଡ ଖସି ୨ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ରାଞ୍ଚି: କାଳ ହେଲା କୋଇଲା ଚୋରି। କୋଇଲା ଚୋରି କରିବା ପାଇଁ ଖଣିକୁ ଯାଇଥିବା ବେଳେ ହଠାତ୍ କୋଇଲା ଖଣ୍ଡ ଧସିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା କାପାସରାରେ ଥିବା ଇସିଏଲ୍ କୋଇଲା ଖଣିରେ ଘଟିଛି ଏହି ଅଘଟଣ ଘଟିଛି। ଏହି ଘଟଣାରେ ଅନେକ ବ୍ୟକ୍ତି ମଧ୍ୟ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସକାଳେ ନିକଟବର୍ତ୍ତୀ […]

catch
ଦୁଇଟି ଜାହାଜରେ ଲାଗିଲା ନିଆଁ, ୧୧ ମୃତ

ମୋସ୍କୋ: ଋଷିଆ ଉପକୂଳରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ସୂଚନା ମିଳିଛି। ଗୋଟିଏ ଜାହାଜରେ ଏଲ୍‌ଏନ୍‌ଜି ଗ୍ୟାସ୍ ଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ଥିଲା। ଜାହାଜ ଦୁଇଟି ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ଜାହାଜରେ ନିଆଁ ଲାଗି ଯାଇଥିଲା। ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ। ନିଆଁ ଲାଗିବା ପରେ କିଛି କର୍ମଚାରୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ। […]

dhamal
ରିଲିଜ୍‌ ହେଲା କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର

ମୁମ୍ବାଇ: ବଲିଉଡର କମେଡି ଡ୍ରାମା ଫିଲ୍ମ ଟୋଟାଲ ଧମାଲର ଅଫିସିଆଲ୍ ଟ୍ରେଲର ସୋମବାର ରିଲିଜ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନିଲ କପୁର ଓ ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ। ଏହା ସହ ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ଆମିର ଖାନ, ବମନ ଇରାନିଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। କମେଡି ଡ୍ରାମାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର। ଟଙ୍କା ଓ […]

evm
ଇଭିଏମ୍ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ପରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ସହଜରେ ହ୍ୟାକ୍ କରାଯାଇପାରିବ। ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ସମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିବା ପରେ ଏବେ ଇଭିଏମ୍‌କୁ ନେଇ ବିବାଦ  ଦେଖା ଦେଇଛି। ତେବେ ସମ୍ପୂକ୍ତ ବ୍ୟକ୍ତିଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେ ନେଇ ବିଚାର କରାଯାଉଥିବା ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ନିଜକୁ ସାଇବର ଏକ୍ସପର୍ଟ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କର ଏଭଳି ସାମ୍ବାଦିକ ସମ୍ମିଳନୀକୁ […]

ch
ପୋଲାଭରମ୍ ପ୍ରକଳ୍ପ ବାଦବ ବକେୟା ଟଙ୍କା ମାଗିଲା ଆନ୍ଧ୍ର

ହାଇଦ୍ରାବାଦ: ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି। ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ। ପୋଲାଭରମ୍‌କୁ ଜାତୀୟ […]

dfd
ନେପାଳ ଓ ଭୁଟାନ ଯାତ୍ରା ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ଓ ଭୁଟାନ ଯାତ୍ରା କରିବା ପାଇଁ ଭିସାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।  ୧୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକ ହେବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭିସା ପରିବର୍ତ୍ତେ କେବଳ ଆଧାର କାର୍ଡ ହିଁ ପ୍ରମାଣ ପତ୍ର ଭାବେ ଦେଖାଇବାକୁ ପଡ଼ିବ।  ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ଏହି ବର୍ଗଙ୍କ ପାଇଁ ପାନ୍ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, […]

plkagh
ମମତାଙ୍କ ମହାମେଳିକୁ କାଉଣ୍ଟର କରିବାକୁ ବିଜେପିର ଷ୍ଟ୍ରାଟେଜି

ଭୁବନେଶ୍ୱର: ମୋଦି ବିରୋଧୀ ମହାମେଳିକୁ ଟକ୍କର ଦେବାକୁ ବିଜେପିର କାଉଣ୍ଟର ଆଟାକ। ଲୋକଙ୍କ ପାଖରେ ମହାଗଠବନ୍ଧନ ପାଇଁ ହାତ ମିଶାଇଥିବା ନେତାଙ୍କ ଅସଲ ଉଦ୍ଦେଶ୍ୟ ପହଁଞ୍ଚାଇବା ପାଇଁ ଯୋଜନା କରିଛି ବିଜେପି। ଏଥିପାଇଁ ଦଳର ରଣନୀତି ଅନୁସାରେ ଆଜି ଭୁବନେଶ୍ୱରରେ ପହଁଞ୍ଚିଥିଲେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର ଯାଦବ। ଏକ ସାମ୍ବାଦିକ ସମ୍ମିଳନୀରେ ଯାଦବ ଅଭିଯୋଗ କରିଛନ୍ତି ଯେ ମୋଦିଙ୍କ ଭୟରେ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି  ଅନେକ ଦୁର୍ନୀତିଗ୍ରସ୍ତ […]

Untitled-1-Recovered
ମାୟାବତୀଙ୍କ ବିରୋଧରେ ସାଧନାଙ୍କ ମନ୍ତବ୍ୟକୁ ନେଇ ବଢ଼ୁଛି ଅଡ଼ୁଆ

ଲକ୍ଷ୍ନୌ: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୋଗଲସରାଇ ବିଧାୟିକା ସାଧନା ସିଂହଙ୍କ ମନ୍ତବ୍ୟକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଅରୁଚିକର ଟିପ୍ପଣୀକୁ ଗୁରୁତ୍ୱ ସହ ନେଇଛି ଜାତୀୟ ମହିଳା କମିଶନ। ଏନେଇ ତାଙ୍କୁ ଖୁବଶୀଘ୍ର ଜବାବ ତଲବ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ସାଧନାଙ୍କ ଟିପ୍ପଣୀକୁ ଘୋର ନିନ୍ଦା କରିଛି ବିଏସ୍‌ପି। ଏଥିପାଇଁ ବିଜେପିକୁ ଭର୍ତ୍ସନା କରିଛନ୍ତି ବହୁଜନ ସମାଜ ପାର୍ଟି ନେତା ସତୀଶ ମିଶ୍ର। ସେ କହିଛନ୍ତି ଯେ ସାଧନା ସିଂହ ମାନସିକ […]