• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

dharama
ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ରଖିଲେ ମାନେକା

ନୂଅଦିଲ୍ଲୀ:  ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି । ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆଯାଇଛି ବୋଲି ମାନେକା ଚିଠିରେ ଲେଖିଛନ୍ତି । ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଅର୍ଥ ଓଡ଼ିଶାକୁ ଦିଆଯାଇଛି । ଏ ବାବଦରେ ୧୬ ହଜାର ୬ଶହ ୯୪. ୩୮ […]

congress
ଅଶୋକ ଗେହଲଟ୍‌ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ରାଜସ୍ଥାନରେ ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି। ରାଜସ୍ଥାନର ନୂଆ ମଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟ୍‌ଙ୍କୁ ଚୟନ କରାଯାଇଛି। ଏନେଇ ଗତକାଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ସଚିନ୍‌ ପାଇଲଟ୍‌ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଶୋକ ଗେହଲଟ୍‌ ଓ ସଚିନ୍‌ ପାଇଲଟ୍‌ଙ୍କ ସହ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍‌ କରିବାର କିଛି ସମୟ ପରେ […]

Untitled-1
କଶ୍ମୀର ଘାଟିରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର:କଶ୍ମୀର ଘାଟିରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁ ଓ କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ରୂପ ଦେବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ କିନ୍ତୁ କଡ଼ା ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ରବିବାର ଭୋରରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଏବେ ବି ଜାରି ରହିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ […]

s
ଟିଏମ୍‌ସି ବିଧାୟକ ହତ୍ୟା ମାମଲାରେ ୨ ଗିରଫ, ପୁଲିସ୍‌ ଅଫିସର୍ ନିଲମ୍ବିତ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ କୋଲକାତା ପୁଲିସ୍ ୨ ଜଣଙ୍କୁ ଗରିଫ କରିବା ସହିତ ମାମଲାରେ ସାମିଲ୍‌ ନେଇ ହନ୍‌ସଖାଲି ପୁଲିସ୍ ଷ୍ଟେସନ୍‌ ଚାର୍ଜରେ ଥିବା ଜଣେ ପୁଲିସ୍‌ ଅପିସର୍‌ଙ୍କୁ ନିଲମ୍ବିତ କରାଯାଇଛି। ଗିରଫ୍‌ ଦୁଇଜଣ ହେଲେ କାର୍ତ୍ତିକ ମଣ୍ଡଳ ଓ ସୁଜିତ୍ ମଣ୍ଡଳ। ସତ୍ୟଜିତ୍ ବିଶ୍ୱାସ ପଶ୍ଚିମବଙ୍ଗ କୃଷ୍ଣଗଞ୍ଜ ବିଧାନସଭାର ବିଧାୟକ ଥିଲେ। ସେ ମାଝ୍‌ଦିଆ ଅଞ୍ଚଳକୁ ଏକ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ। ସମାରୋହ […]

died
ମଦ ମୃତ୍ୟୁର ବିଭୀଷିକା: ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୮ ଜଣଙ୍କ ଜୀବନ ଗଲାଣି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ବର୍ତ୍ତମାନ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ୍ ୨୫ଟି ମାମଲା ରୁଜୁ କରିବା ସହିତ […]

Untitled-1
ପ୍ରୟାଗରାଜରେ ଚାଲିଛି ସାହି ସ୍ନାନ ନୀତି

ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଅବସରରେ ପ୍ରୟାଗରାଜରେ ଚାଲିଛି ଶେଷ ତଥା ଅନ୍ୟତମ ପ୍ରମୁଖ ସାହି ସ୍ନାନ ନୀତି । ବଡି ଭୋରୁ ହିଁ ମହାସ୍ନାନର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସମସ୍ତ ଆଖଡ଼ାର ସାଧୁସନ୍ଥ ସାହି ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ଭକ୍ତ  ଶେଷ ସାହି ସ୍ନାନ ନୀତିରେ ସାମିଲ ହେବା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ପ୍ରୟାଗରାଜ […]

inbdia
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌: ଆଜି ଫାଇନାଲ୍‌ ଟକ୍କର୍

ହାମିଲଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ର ଆଜି ଫାଇନାଲ୍ ମ୍ୟାଚ୍‌ ହାମିଲଟନ୍‌ରେ ଖେଳାଯିବ। ଆଜିର ମ୍ୟାତ୍‌ ଜିତିଲେ ଭାରତ ଆଉ ଏକ ଟ୍ରଫି ଜିତିବା ସହିତ ସ୍ୱଦେଶ ଫେରିବ। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ବି ଦିନିକିଆ ଟ୍ରଫିକୁ ପ୍ରଥମ ଥର ପାଇଁ ଜିତିଛି। ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ସୋଚନୀୟ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚରେ ଭାରତ […]

Capture
ଗୋଲ୍‌ଡ କପ୍‌ ମହିଳା ଫୁଟ୍‌ବଲ୍‌: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଗୋଲ୍‌ଡ କପ୍‌ ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗତକାଲି ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ଦେଇଛି।  ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ଗୋଲ୍‌ ସ୍କୋର୍‌ କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ମିଆଁମାର ୩-୦ଗୋଲ୍‌ରେ ନେପାଳକୁ ପରାସ୍ତ କରିଛି। ଗତକାଲି ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା, ପ୍ରଥମ ମ୍ୟାଚ୍‌ ମିଆଁମାର ଏବଂ ନେପାଳ ମଧ୍ୟରେ […]

supreme-court-photo
ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଫାଇଟର୍‌ ଜେଟ୍‌ ଡିଲ୍‌କୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ୍‌ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ପ୍ରଧାନ ବିଚାପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିସହ ରାଫେଲ୍ ଦୁର୍ନୀତି ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ରାଫେଲ୍‌ ଡିଲ୍‌କୁ ନେଇ ମୋଦି ସରକାରଙ୍କ ବିରୋଧରେ ଚଳାଇଥିବା ପ୍ରଚାରକୁ ନେଇ ବିରୋଧୀଙ୍କୁ ଏକ ଶକ୍ତ […]

kamalnath
ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କମଲନାଥ

ଭୋପାଳ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଗତକାଲି ଦିନତମାମ ହାଇଡ୍ରାମା ଓ ସସ୍‌ପେନ୍ସ ପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ୍‌ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥଙ୍କୁ ଚୟନ କରାଯାଇଛି। କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ […]

Xiaomi Redmi 6A
କମିଲା Xiaomi Redmi 6Aର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍‌ର ମୂଲ୍ୟ ୬ ହଜାର ୫୯୨ ଥିଲା। ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଥିରେ 2GB RAM/ 16GB storage variant ରହିଛି। ସେହିପରି 2GB RAM/ 32GB storage variantର […]

zareen khan
ବଲିଉଡ୍‌ ଅଭିନେତ୍ରୀଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଉତ୍ତର ଗୋଆରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ନୀତେଶ ଗୋରାଲ୍‌(୩୧)। ତାଙ୍କ ଘର ଗୋଆର ରାଜଧାନୀ ପାନାଜୀ ଠାରୁ ୧୩ କି.ମି. ଦୂର ମାପୁସାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନୀତେଶଙ୍କ ସ୍କୁଟର ଜରିନ୍‌ଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ ନୀତେଶ ରାସ୍ତାରେ ଛିଟ୍‌କି ହୋଇ ପଡ଼ିଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ […]

snow fall
ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ

ଶିମ୍‌ଲା: ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବରଫପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶର ଶିମ୍‌ଲା, ମନାଲି, କୁଫ୍ରି, ନରକନ୍ଦା ଭଳି ବିଭିନ୍ନ ଅଞ୍ଚଳରେ ବରଫର ମୋଟା ଆସ୍ତରଣ ଦେଖିବାରକୁ ମିଳିଛି। ଏତେ ତୁଷାରପାତ ହେଉଛି ଯେ, ସତେ ଯେମିତି ବରଫରେ ଆଚ୍ଛାଦିତ ହୋଇଛି ପ୍ରକୃତି। ଗଛ ପତ୍ର, ଗାଡ଼ି ମୋଟର, ଘର ସବୁଆଡେ ବରଫର ଆସ୍ତରଣ। ପାରଦ ଚାରି ପାଞ୍ଚ ଡିଗ୍ରୀକୁ […]

kcr
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେସିଆର୍

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜିଠାରୁ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବେ କେସିଆର୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଶପଥ ନେବେ। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ଟିଆର୍‌ଏସ୍‌କୁ  ୮୮ ଟି ଆସନ, କଂଗ୍ରେସକୁ ୧୯ଟି ଆସନ ଓ ବିଜେପିକୁ ମାତ୍ର ୧ଟି ଆସନ ମିଳିଥିଲା। ଭୋଟର୍‌ଙ୍କ ମୁଡ୍‌କୁ ଦେଖି କେସିଆର୍ ଆଗୁଆ ବିଧାନସଭା ଭଙ୍ଗ କରିଥିଲେ। ଯାହାକି ତାଙ୍କୁ ସଫଳତା ଦେଇଥିବା କୁହାଯାଉଛି।

rahul gandhi
୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସରେ କସରତ; ଚିନ୍ତାରେ ହାଇ କମାଣ୍ଡ୍‌

ନୂଆଦିଲ୍ଲୀ: ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।। କଂଗ୍ରେସ ବିଧାୟକ ଦଳ ବୈଠକରେ କମଲନାଥଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏ.କେ. ଆଣ୍ଟୋନୀ, […]

saktikanta
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ 

ନୂଆଦିଲ୍ଲୀ :  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ତାଙ୍କ  ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ପ୍ରଥମେ କେନ୍ଦ୍ର ସରକାରଙ୍କ ସହିତ ଆର୍‌ବିଆଇର ସଂପର୍କ ସୁଧାରିବାକୁ ପଡ଼ିବ। କାରଣ ମତଭେଦ କାରଣରୁ ହିଁ ଉର୍ଜିତ ପଟେଲ ପଦ ଛାଡ଼ି ଦେଲେ। ତେଣୁ ପ୍ରଥମେ ସଂପର୍କର ସେତୁକୁ ସଜାଡ଼ିବାକୁ ପଡ଼ିବ। ମୋଦି ସରକାରରେ ଶକ୍ତିକାନ୍ତ କାମ କରିଥିବାରୁ ଏଥିରେ ଅବଶ୍ୟ ବିଶେଷ ଅସୁବିଧା ହେବ ନାହିଁ ବୋଲି […]

g
ଆଜିଠୁ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍‌ବଲ୍‌ ଗୋଲ୍‌ଡ କପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍‌ବଲ୍‌ ଗୋଲ୍‌ଡ କପ୍। ଆୟୋଜକ ଭାରତ ସମେତ ନେପାଳ, ମିଆଁମାର ଏବଂ ଇରାନ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ମ୍ୟାଚ୍‌ ଆଜି ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତକୁ ସାମ୍ନା କରିବ ଇରାନ ଟିମ୍। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ବେଳେ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ସଂଧ୍ୟା ୭ଟାରେ ଖେଳାଯିବ। ରାଉଣ୍ଡ ରବୀନ ପଦ୍ଧତିରେ […]