ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି। ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ […]
ମୁମ୍ୱାଇ: ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଛବି ମିତ୍ତଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ମା’ ହେବା ଏକ ସୁନ୍ଦର ଅନୁଭବ। କିନ୍ତୁ ଦ୍ୱିତୀୟ ଥର ମା’ ହେବା ଅନୁଭବ ଛବିଙ୍କ ଲାଗି ବହୁତ ଭୟାନକ ଥିଲା ବୋଲି ସେ ବଖାଣିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସେବା ଓ ସାନ୍ତ୍ୱନା ରୋଗୀକୁ ଠିକ୍ କରି ଦେଇଥାଏ। କିନ୍ତୁ ଛବିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରି ପକାଇଥିବା ଓ ଏହା ଏକ ଦୁଃସ୍ୱପ୍ନ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କର ଲୋକପ୍ରିୟତା ଦ୍ୱିଗୁଣିତ ହୋଇଛି। ଭାରତରେ ନୁହେଁ, ଭାରତ ବାହାରେ ବି। ହଙ୍ଗକଙ୍ଗ୍ରେ ମୋଦିଙ୍କ ବିଜୟ ଉତ୍ସବ ଯେପରି ପାଳନ କରାଯାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଙ୍ଗକଙ୍ଗ୍ରେ ଖୁବ୍ ଲୋକପ୍ରିୟ ମୋଦି । ଏଠାରେ ଏକ ସଡ଼କ ମଧ୍ୟ ମୋଦିଙ୍କ ନାମରେ ନାମିତ ହୋଇଛି। ଏହାର ନାମ ରଖାଯାଇଛି ନମୋ ସଡ଼କ(ମୋଦି ରୋଡ୍)। ସେତିକି ନୁହେଁ, ଏଠାରେ ନରେନ୍ଦ୍ର ମୋଦିଙ୍କ ନାମରେ […]
ଭୁବନେଶ୍ୱର: ଏଭେରେଷ୍ଟ ପର୍ବତରେ ପ୍ରାଣ ହାରିଥିବା ପର୍ବତ ରାଣୀ କଳ୍ପନା ଦାଶଙ୍କ ମରଶରୀର ଏଯାଏଁ ଓଡ଼ିଶା ଫେରିପାରିନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ରାଜ୍ୟ ସଂଗ୍ରହାଳୟରେ କଳ୍ପନାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେ ସବୁ ଆଜି ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ ସେ ରାଜ୍ୟ ସଂଗ୍ରାହଳୟକୁ ୨୦୧୭ […]
ମୁମ୍ୱାଇ: ବଲିଉଡ୍ର ଦବଙ୍ଗ ଖାନ୍ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏଥର ସୋନା ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍କୁ ସମାଲୋଚନା କରିଛନ୍ତି। ଏମିତିକି ସେ ସଲମାନଙ୍କୁ ବିଷାକ୍ତ ପୁରୁଷତ୍ୱ ବୋଲି କହିବାକୁ ବି ପଛାଇ ନାହାନ୍ତି। ପୁଣିଥରେ ସୋନା ସଲମାନ୍ଙ୍କୁ ଟ୍ୱିଟର୍ରେ ଟାର୍ଗେଟ୍ କରିଛନ୍ତି। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଏହି ଟ୍ୱିଟ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ […]
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଏଲିଜିବଲ୍ ବ୍ୟାଚ୍ଲର୍ ଭାବେ ଜଣାଶୁଣା ସଲମାନ୍ ଖାନ୍। ଭାଇଜାନ୍ ସଲ୍ମାନଙ୍କ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା ଜୋର୍ ଧରିଥାଏ। ଯେତେବେଳେ ବି ତାଙ୍କୁ ବାହାଘର ବିଷୟରେ ପଚରାଯାଏ ସେତେବେଳେ ସେ କିଛି ଅଲଗା କଥା କହି ବିବାହ କଥାକୁ ଏଡ଼ାଇ ଦେଇଥାନ୍ତି। କେବଳ ବଲିଉଡ୍ ନୁହେଁ, ସାରା ଦୁନିଆ ମଧ୍ୟ ତାଙ୍କ ବାହାଘର କେବେ ହେବ ସେହି ଦିନକୁ ଚାହିଁ ବସିଛନ୍ତି। ଏବେ ଫିଲ୍ମ ‘ଭାରତ’ର ପ୍ରମୋସନ୍ରେ ବ୍ୟସ୍ତ ଥିବା ସଲ୍ମାନ୍ ଏହି […]