• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

air india
ଏୟାର ଇଣ୍ଡିଆରୁ ସାମୁହିକ ଇସ୍ତଫା ଦେଲେ ବହୁ ସଂଖ୍ୟକ ପାଇଲଟ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆରେ ଏବେ ସଙ୍କଟ ଦେଖା ଦେଇଛି। ଦରମା ଓ ପଦୋନ୍ନତିରେ ଅସନ୍ତୁଷ୍ଟ ଯୋଗୁ ଅନେକ ପାଇଲଟ୍ ସାମୁହିକ ଇସ୍ତଫା ଦେଇଛନ୍ତି। ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କିଛି ପାଇଲଟ୍  ଦାବି କରିଥିଲେ। କିନ୍ତୁ ସେମାନଙ୍କର ଦାବିକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ୧୨୦ଜଣ ଏୟାରବସ୍ A-320 ପାଇଲଟମାନେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପାଇଲଟଙ୍କ ଇସ୍ତଫା ଯୋଗୁ ବିମାନସେବା ପ୍ରଭାବିତ ହେବ ନାହିଁ ବୋଲି ଏୟାର […]

crocodile
ସାଙ୍ଗ ସହ ମିଶି କୁମ୍ଭୀରକୁ ପିଆଇଲେ ମଦ, ଆଉ ତା’ପରେ...

ୱାଶିଂଟନ୍‌: ସାଙ୍ଗ ସହ ମିଶି କୁମ୍ଭୀର ଛୁଆକୁ ମଦ ପିଆଇଲେ, ଆଉ ତା’ପରେ ଘଟିଲା ଏମିତି କିଛି ତାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆମେରିକାର ଫ୍ଲୋରିଡାରେ ଜଣେ ଯୁବକ ଏଭଳି କିଛି କାଣ୍ଡ କରିଛନ୍ତି ଯାହା ଆପଣଙ୍କର ହୋସ୍‌ ଉଡ଼ାଇ ଦେବ। ଜଣେ ଯୁବକ କୁମ୍ଭୀର ଛୁଆକୁ ମଦ ପିଆଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଏବେ ଭାଇରାଲ ହେଉଛି। ଅଗଷ୍ଟ ୨୬ରେ ଉକ୍ତ ଯୁବକ ଓ ତାଙ୍କର ଜଣେ ସାଙ୍ଗ ପ୍ଲାମ୍‌ ସିଟିରୁ ଏହି କୁମ୍ଭୀର […]

accident
ଦୁର୍ଘଟଣାରେ ୪ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ୍‌ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ଏହି ଖେଳାଳିମାନେ ହୋଶଙ୍ଗାବାଦରେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ […]

blast
ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା ଘର; ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଘର ଭୁଶୁଡ଼ି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ସକାଳେ ଉତ୍ତର ପ୍ରଦେଶର ମଉ ଜିଲ୍ଲା ମହମ୍ମଦାବାଦରେ ଜଣଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଏଥିରେ ଦୁଇ ମହଲା ବିଶିଷ୍ଟ ଏକ ବିଲ୍‌ଡିଂ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଫଳରେ ଅନେକ ଲୋକ ଭଗ୍ନା ବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏନେଇ ଉଦ୍ଧାର କାର୍ଯ୍ୟ ମଧ୍ୟ […]

president
ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି। ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ […]

apple
ସେଓ ଖାଇବା ପରେ ଏହିସବୁ ଖାଦ୍ୟ ଖାଉଛନ୍ତି କି? ହୁସିଆର୍‌ ହୋଇଯାଆନ୍ତୁ, ନ ହେଲେ...

ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍‌, ଫସ୍‌ଫରସ୍‌ ସମେତ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ରହନ୍ତି। ଏଥିରେ କ୍ୟାନସର୍‌ ବିରୋଧୀ ଗୁଣ ରହିଛି। ତା’ସହିତ ଏହା ଦାନ୍ତକୁ ମଜବୁତ ରଖେ ଓ ଶରୀରରେ ରକ୍ତ ଅଭାବକୁ ବି ଦୂର […]

world-bank
ବିଶ୍ୱବ୍ୟାଙ୍କ୍‌ର ଆକଳନ- ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ବଢ଼ିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି ବିଶ୍ୱବ୍ୟାଙ୍କ ଆଶା ରଖିଛି। ସେହିପରି ୨୦୨୨-୨୩ରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଇଣ୍ଟରନେଶନାଲ ମନିଟାରୀ ଫଣ୍ଡ (ଆଇଏମଏଫ୍) ସହ ବୈଠକ କରିବା ପରେ ବିଶ୍ୱବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୮-୧୯ […]

garba dance
ହାତରେ ନାଗ ସାପ ଧରି ଗର୍‌ବା ଡ୍ୟାନ୍ସ କଲେ ମହିଳା !

ନୂଆଦିଲ୍ଲୀ: ନବରାତ୍ରୀ ଫେଷ୍ଟିଭାଲ୍‌ ଅବସରରେ ଗର୍‌ବା ଡ୍ୟାନ୍ସ ଚାଲିଥିବା ବେଳେ କିଛି ମହିଳା ହାତରେ ନାଗ ସାପ ଧରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୁଜରାଟ ଜୁନାଗଡ଼ ଜିଲ୍ଲାର ଶିଲ୍‌ ଗାଁରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଗୁରୁବାର ଦିନ ଇଭେଣ୍ଟ୍‌ ଅର୍‌ଗାନାଇଜର୍‌, ସ୍ନେକ୍ ସପ୍ଲାଇୟର୍‌ଙ୍କ ସମେତ ୨ଜଣ ମହିଳାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା। ତେବେ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଭାଇରାଲ […]

pmm modi niece
ଧରା ପଡ଼ିଲା ପ୍ରଧାନମନ୍ତ୍ରୀଙ୍କ ଝିଆରୀଙ୍କଠୁ ଲୁଟ୍‌ କରିଥିବା ଲୁଟେରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ଦମୟନ୍ତୀ ଲୁଟ୍‌ର ଶିକାର ହୋଇଛନ୍ତି। ଗତକାଲି ସକାଳେ ସେ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ ଓହ୍ଲାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛି। ଗିରଫ ଲୁଟେରାର ନାଁ ନୋନୁ। ତା’ ପାଖରୁ ଲୁଟ୍‌ ହୋଇଥିବା ସମସ୍ତ ଜିନିଷ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦମୟନ୍ତୀ ଅମୃତସରରୁ ଦିଲ୍ଲୀ ଫେରିବା ପରେ ଅଟୋରୁ […]

nita ambani
ଭାରତରେ କ୍ରୀଡ଼ାର ଅଭିବୃଦ୍ଧିଶୀଳକୁ ବିଶ୍ୱ ଦରବାରରେ ଉପସ୍ଥାପନ କଲେ ନୀତା

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ଭାରତରେ କ୍ରୀଡ଼ାର ଅସୀମିତ ସୁଯୋଗକୁ ବିଶ୍ୱଦରବାରରେ ଉପସ୍ଥାପିତ କରିଛନ୍ତି। ସେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ସଦସ୍ୟ ମଧ୍ୟ। ବିଶ୍ୱ କ୍ରୀଡ଼ା ନେତୃତ୍ୱ ସମ୍ମିଳନୀ ଲିଡର‍୍‌ସ ୱିକ୍ ୨୦୧୯ ଲଣ୍ଡନରେ ‘ଶହେ କୋଟି ସ୍ୱପ୍ନକୁ ପ୍ରେରଣା: ଭାରତରେ ସୁଯୋଗ (‘Inspiring A Billion Dreams’) ସମ୍ପର୍କିତ ଭାଷଣ ଦେଇଥିଲେ ନୀତା ଅମ୍ବାନୀ। ଏହି ଅବସରରେ ସେ କ୍ରୀଡ଼ା ଜଗତରେ ଭାରତ କିପରି ବ୍ୟାପକ ପଦକ୍ଷେପ ନେଇଛି […]

Typhoon
ସାମୁଦ୍ରିକ ଝଡ଼ ‘ହଗିବିସ୍‌’ର ତାଣ୍ଡବ: ୧୧ ମୃତ

ଟୋକିଓ: ଜାପାନରେ ସାମୁଦ୍ରିକ ଝଡ଼ ‘ହଗିବିସ୍’ର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଝଡ଼ ଟୋକିଓରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। Image Credit: NEWS 18 ପ୍ରବଳ ବେଗରେ ପବନ ବହିବା ଫଳରେ ହଜାର ହଜାର ସଂଖ୍ୟକ ଘର ନଷ୍ଟ ହେବାସହ ବିଦ୍ୟୁତ୍‌ ସେବା ଠପ୍ ହୋଇଯାଇଛି। ୧୦ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଝଡ଼ତୋଫାନ […]

ନଭେମ୍ବର ୮ରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡରର ଉଦ୍‌ଘାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ନଭେମ୍ବର ୮ରେ ଏହି କରିଡରକୁ ଭାରତୀୟ ସୀମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବେ ପ୍ରଧାନମନ୍ତ୍ରୀ ମୋଦି। ଏହି କରିଡର ପଞ୍ଜାବର ଗୁରଦାସପୁରରୁ ପାକିସ୍ତାନରେ ଥିବା ଶ୍ରୀ କର୍ତ୍ତାରପୁର ସାହିବକୁ ସଂଯୋଗ କରୁଛି। ଗତକାଲି ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ହର୍ସିମିତ କୌର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଗୁରୁ ନାନକଜୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି। କର୍ତ୍ତାରପୁର […]

onion
ପିଆଜକୁ ନେଇ ୨ ମହିଳାଙ୍କ ମଧ୍ୟରେ ମହାଭାରତ

ଲକ୍ଷ୍ନୌ: ବର୍ଦ୍ଧିତ ପିଆଜ ଦର ଏବେ ସମସ୍ତଙ୍କୁ କନ୍ଦାଉଛି। ହେଲେ ଏବେ ପିଆଜକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଭଳି ପିଆଜ ଦରକୁ ନେଇ ମୁଲଚାଲ ବେଳେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କ ଉପରେ ଟିପ୍ପଣୀ ଦେବା ପରେ ଏହି ବିବାଦ ବଢ଼ିଛି। ବିବାଦ ଏତେ ଆଗକୁ ବଢ଼ିଲା ଯେ ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତର ପ୍ରଦେଶର ଅମରୋହ ଜିଲ୍ଲାରେ ଏଭଳି […]

eye
ମହଙ୍ଗା ପଡ଼ିଲା ସେଲ୍‌ଫି: ଫଟୋରେ ସିଙ୍ଗର୍‌ଙ୍କ ଆଖି ଦେଖି ଏମିତି ଜାଣିଲେ ଠିକଣା

ଟୋକିଓ: ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍‌ କରିଥାଉ,  ଯାହା ଅପରାଧୀଙ୍କୁ ସାହାଯ୍ୟ କରିଥାଏ।  ଜାପାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଲ୍‌ଫିକୁ ନେଇ ଏଠାରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳା ପପ୍‌ ସିଙ୍ଗର୍‌ଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହା ଆପଣ ଜାଣିଲେ ବି କେବେ ବିଶ୍ୱାସ କରିପାରିବେ ନାହିଁ। ମହିଳାଜଣକ ଜାପାନର […]

pm modi 4
‘ଚେନ୍ନାଇ କନେକ୍ଟ ମିଟିଂ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବ’

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ଭାରତ ଏବଂ ଚାଇନା ବିବାଦ ବୋଲି ବୁଝିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ମହାବଲୀପୁରମର କୋଭଲମରେ ଥିବା ତାଜ ଫିଶରମେନ କୋଭ ରିସୋର୍ଟ ଆଣ୍ଡ୍‌ ସ୍ପାରେ ବୈଠକ ହୋଇଥିଲା। ଏହା ପୂର୍ବରୁ ଦୁଇ ଦେଶର ନେତା ଏକାଠି ଅନୌପଚାରିକ ଭାବରେ ଏକାଠି ହୋଇଥିଲେ। ୫୦ ମିନିଟ ଧରି ଏହି ଆଲୋଚନା […]

hole
ଏକ ରହସ୍ୟମୟ ଗାତ, ଯେତେ ଭରିଲେ ବି ପୂରୁନି

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି ଯାହାକୁ ଜାଣିଲେ ଆମେମାନେ ଆଶ୍ଚର୍ଯ୍ୟ ହୋଇଯାଉ। ଏମିତି ଏକ ରହସ୍ୟ ଜିନିଷ ସାଉଦି ଆରବରେ ଅଛି। ଏଠାରେ ଏମିତି ଏକ ଗାତ ଅଛି ଯାହାକୁ ପୋତା ଯିବାପାଇଁ ବହୁତ ଥର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ହୋଇପାରିନାହିଁ। କୁହାଯାଏ କି ଆଜି ପର୍ଯ୍ୟନ୍ତ ଏହି ଗାତକୁ କେହି ବି ପୋତିବାରେ ସଫଳ ହୋଇପାରି ନାହାନ୍ତି। ଆପଣ ଜାଣିଛନ୍ତି ଏହା ପଛରେ ବି ଏକ ରହସ୍ୟ ଲୁଚି କି […]

electricity
ଏଣିକି ଉପଭୋକ୍ତା ମୋବାଇଲ ସିମ୍ ଭଳି ବିଦ୍ୟୁତ୍ କମ୍ପାନୀ ମଧ୍ୟ ବଦଳାଇ ପାରିବେ

ନୂଆଦିଲ୍ଲୀ: ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀ ଆଗକୁ ଗ୍ରାହକଙ୍କ ଉପରେ ମନମାନି ଚଳାଇ ପାରିବେ ନାହିଁ। କାହିଁକି ନା ମୋବାଇଲ୍ ସିମ୍ ବଦଳାଇବା ପରି ଏଣିକି ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କମ୍ପାନୀ ବଦଳାଇ ପାରିବେ। ଏ ନେଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅର୍ଥାତ୍ ଉପଭୋକ୍ତମାନଙ୍କୁ ବିଦ୍ୟୁତ ସେବା ଭଲ ନ ଲାଗିଲେ ସେମାନେ କମ୍ପାନୀ ବଦଳାଇ ପାରିବେ। ଦେଶବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇ ଦେବା ଲାଗି ମୋଦି ସରକାର […]

pm modi
ସମୁଦ୍ରକୂଳ ସଫା କଲେ ମୋଦି

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ତାମିଲନାଡୁର ମହାବଳୀପୁରମ୍‌ (ମମ୍‌ଲ୍ଲାପୁରମ୍‌)ରେ ଅଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ମହାବଳୀପୁରମ୍‌ର ଏକ ସମୁଦ୍ରକୂଳରେ ଜଙ୍ଗିଙ୍ଗ୍‌ ସମୟରେ ସମୁଦ୍ରକୂଳ ସଫା କରୁଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଗୋଟାଇ ଏକ ଜରିରେ ରଖୁଥିବା ଦେଖିବାକୁ ମିଳୁଛି। ‘ଆଜି ସକାଳେ ମମ୍‌ଲ୍ଲାପୁରମ୍‌ର […]

pm modi
ମୋଦି-ଜିନ୍‌ପିଙ୍ଗ୍‌ଙ୍କ ଡିନର୍‌ରେ ଏହି ସବୁ ସୁସ୍ୱାଦୁ ଖାଦ୍ୟ ସାମିଲ

ନୂଆଦିଲ୍ଲୀ: ଅନୌପଚାରିକ ବୈଠକ ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ପାଇଁ ଗତକାଲି ଏକ ସ୍ୱତନ୍ତ୍ର ରାତ୍ର ଭୋଜନର ଆୟୋଜନ କରାଯାଇଥିଲା। ରାତ୍ର ଭୋଜନରେ ଜିନ୍‌ପିଙ୍ଗଙ୍କୁ ଦକ୍ଷିଣ ଭାରତୀୟ ଥାଳି ପରଷା ଯାଇଥିଲା। ଏହି ଆମିଷ(Non-Vegetarian) ଥାଳି ପାଇଁ ଖାସ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି। ଜିନ୍‌ପିଙ୍ଗ୍‌ଙ୍କ ଏହି ଥାଳିରେ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶର ବ୍ୟଞ୍ଜନ ସାମିଲ କରାଯାଇଥିଲା। ମେନ୍ୟୁରେ ଠକ୍କଲି […]

mukesh ambani
ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଅଦାନୀ ଚଳିତ ବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଭାରତର ଦ୍ୱିତୀୟ ଧନୀ ହୋଇଥିବା ବିଜ୍‌ନେସ୍‌ ପତ୍ରିକା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ପୂର୍ବବତ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫୋର୍ବସ୍‌ ପକ୍ଷରୁ ୨୦୧୯ ମସିହା ପାଇଁ ପ୍ରକାଶିତ ଧନୀଙ୍କ ତାଲିକାରେ ଏହା ଦର୍ଶାଯାଇଛି। ଅମ୍ବାନୀ ଲଗାତାର ୧୨ଥର ପାଇଁ ଏହି ସଫଳତା ପାଇଛନ୍ତି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅମ୍ବାନୀଙ୍କ ସମ୍ପତ୍ତି ୩.୭ ଲକ୍ଷ କୋଟି ଟଙ୍କା […]

‘ଜମ୍ମୁ ଓ କଶ୍ମୀରରେ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ’

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପାଖାପାଖି ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଗତକାଲି ଜମ୍ମୁ କାଶ୍ମୀର ଡିଜିପି ଦିଲବଗ୍‌ ସିଂହ ପୁଞ୍ଚ ଜିଲ୍ଲାରେ ସମୀକ୍ଷା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରି ଆତଙ୍କବାଦୀମାନେ ହିଂସା ଘଟାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ହେଲେ ଭାରତୀୟ ସେନାଙ୍କ ରଣନୀତି ମଧ୍ୟ ବହୁତ ମଜବୁତ ରହିଛି। ତେଣୁ ସେମାନଙ୍କର କୌଣସି ଯୋଜନା ଏଯାବତ ସଫଳ ହୋଇ ନାହିଁ ବୋଲି […]

aarey
ଅକ୍ଚୋବର ୨୧ ଯାଏ ମୁମ୍ବାଇର ଆରେ ଜଙ୍ଗଲରେ କୌଣସି ଗଛ କଟାଯିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁମ୍ୱାଇ ଆରେ ଜଙ୍ଗଲରେ ପ୍ରଶାସନ ଦ୍ୱାରା ଗଛ କଟା ଯାଉଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତୀ ଶୁଣାଣି ନ ହେବା ଯାଏ ଆଉ ଗଛ କଟା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତ ଶୁଣାଣି ଅକ୍ଚୋବର ୨୧ରେ ହେବ। ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗି ସୁପ୍ରିମକୋର୍ଟ କହିଛନ୍ତି, ଗଛ କାଟିବା ପୂର୍ବରୁ ପ୍ରଶାସନ କେତେ ଗଛ ଲଗାଇଛି ଓ […]

firing
ବିଜେପି ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ଗୁଳି କରି ହତ୍ୟା

ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବୃତ୍ତମାନେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ରବୀନ୍ଦ୍ର ତାଙ୍କ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ଲୋକ ଆସିଥିଲେ। ଏହାପରେ […]

beggar
କୋଟିପତି ଭିକାରୀ, ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏତେ ଟଙ୍କା ଯେ ଜାଣିଲେ ହୋସ୍‌ ଉଡ଼ିଯିବ

ନୂଆଦିଲ୍ଲୀ: ଜଣେ ଭିକାରୀ ପାଖରେ କେବେ କୋଟି କୋଟି ଟଙ୍କା ଥିବ ବୋଲି ଆପଣ ଭାବି ପାରୁଛନ୍ତି? ଭାବିବା ତ ଦୂର କଥା ଏଭଳି କଥା ଆମମାନଙ୍କ ମନକୁ ମଧ୍ୟ କେବେ ଆସେ ନ ଥାଏ କି ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବ। କେବେ କେବେ ତ ଆମେମାନେ ଭିକାରୀର ଚେହେରା ବା ଅବସ୍ଥା ଦେଖି ସେମାନଙ୍କୁ ଟଙ୍କା ଦେଇ ଦେଉ। ହେଲେ ଆମେ ଜାଣି ନ ଥାଉ କି ପ୍ରକୃତରେ […]

accident
କାର୍‌ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୬ ଗୁରୁତର

ଝାନ୍‌ସୀ: ଉତ୍ତରପ୍ରଦେଶର ଝାନ୍‌ସୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ କାର୍‌ ଉପରେ ମାଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଝାନ୍‌ସୀ ଜିଲ୍ଲାର ତୋଣ୍ଡି ଫତେପୁରି ଅଞ୍ଚଳରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ମିଳିଥିବା ସୂଚନା […]